Revised Common Lectionary (Semicontinuous)
ସାମକ୍
113 ହେ ସଦାପ୍ରଭୁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି, ମୁଁ ସେମାନଙ୍କୁ ଘୃଣା କରେ।
କିନ୍ତୁ ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
114 ତୁମ୍ଭେ ହେଉଛ ମୋର ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ୟକ୍ତି।
ମୁଁ ତୁମ୍ଭ ବାକ୍ୟରେ ସର୍ବଦା ଭରସା କରେ।
115 ମନ୍ଦ ଲୋକମାନେ, ମୋ’ ନିକଟକୁ ଆସନ୍ତି ନାହିଁ,
ଯେପରିକି ମୁଁ ମୋର ପରମେଶ୍ୱରଙ୍କର ଆଜ୍ଞାମାନ ପାଳନ କରି ପାରିବି।
116 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ମନୋନୀତ କଲ, ଯେପରି ମୁଁ ବଞ୍ଚିପାରିବି।
ମୁଁ ତୁମ୍ଭ ଉପରେ ଭରସା ରଖେ, ମୋତେ ହତୋତ୍ସାହ କର ନାହିଁ।
117 ମୋର ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହେବି।
ମୁଁ ସର୍ବଦା ତୁମ୍ଭର ନିୟମ ମାନିବି।
118 ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ।
କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
119 ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ।
ଯେପରି ମୁଁ ତୁମ୍ଭର ନିୟମକୁ ସ୍ନେହ କରିବି।
120 ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ।
ମୁଁ ତୁମ୍ଭର ବ୍ୟବସ୍ଥାକୁ ଭୟ କରେ ଓ ସମ୍ମାନ କରେ।
ଅଇନ୍
121 ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି।
ହେ ସଦାପ୍ରଭୁ, ଉପଦ୍ରବ କରୁଥିବା ଲୋକମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122 ମୋତେ ସାହାଯ୍ୟ କରିବାକୁ ପ୍ରତିଜ୍ଞା କର।
ମୁଁ ତୁମ୍ଭର ସେବକ।
ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମୋ’ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।
123 ସଦାପ୍ରଭୁ ତୁମ୍ଭର ବିଶ୍ୱସ୍ତ ପ୍ରତିଜ୍ଞା ସତ୍ୟ ହେବାକୁ,
ତୁମ୍ଭର ପରିତ୍ରାଣ ପଥକୁ ଗ୍ଭହିଁ ଗ୍ଭହିଁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ।
124 ମୁଁ ତୁମ୍ଭର ସେବକ ଅଟେ।
ମୋ’ ପ୍ରତି ତୁମ୍ଭର ପ୍ରେମ ଦେଖାଅ।
ତୁମ୍ଭର ବ୍ୟବସ୍ଥାମାନ ଶିଖାଅ।
125 ମୁଁ ତୁମ୍ଭର ଦାସ,
ତୁମ୍ଭର ବ୍ୟବସ୍ଥାସବୁ ବୁଝିବାରେ ମୋତେ ସାହାଯ୍ୟ କର।
126 ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟ କରିବାର ସମୟ ଏହି।
କାରଣ ଲୋକମାନେ ତୁମ୍ଭ ନିୟମ ଭାଙ୍ଗିଛନ୍ତି।
127 ସଦାପ୍ରଭୁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା
ମୁଁ ତୁମ୍ଭର ନିର୍ଦ୍ଦେଶକୁ ସ୍ନେହ କରେ।
128 ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ।
ମୁଁ ମିଥ୍ୟା ଉପଦେଶକୁ ଘୃଣା କରେ।
ଶାଉଲ ଦାଉଦଙ୍କୁ ମାରିବାକୁ ପୁନର୍ବାର ଚେଷ୍ଟା କଲେ
8 ପୁନର୍ବାର ଯୁଦ୍ଧ ହେଲା ତହିଁରେ ଦାଉଦ ବାହାରି ପଲେଷ୍ଟୀୟମାନଙ୍କ ସଙ୍ଗେ ଯୁଦ୍ଧ କଲେ, ସେ ଏତେ ଜୋର୍ରେ ଆଘାତ କଲେ ଯେ, ପଲେଷ୍ଟୀୟମାନେ ଭୟରେ ଦୌଡ଼ି ପଳାଇଲେ। 9 କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକୁ ଆସିଲା। ଶାଉଲ ତାଙ୍କ ନିଜ ଗୃହରେ ବସିଥିଲେ। ଶାଉଲ ହାତରେ ବର୍ଚ୍ଛା ଧରି ଥିଲେ। ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉ ଥିଲେ। 10 ଶାଉଲ ବର୍ଚ୍ଛାରେ ଦାଉଦଙ୍କୁ କାନ୍ଥରେ ଫୋଡ଼ି ପକାଇବାକୁ ଗ୍ଭହିଁଥିଲେ, ମାତ୍ର ସେ ଶାଉଲଙ୍କ ସମ୍ମୁଖରୁ ଘୁଞ୍ଚି ଯିବାରୁ ବର୍ଚ୍ଛା କାନ୍ଥରେ ଫୋଡ଼ି ହୋଇଗଲା। ସେହି ରାତ୍ରିରେ ଦାଉଦ ପଳାୟନ କଲେ।
11 ଶାଉଲ ଦାଉଦଙ୍କ ଘରକୁ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକୁ ଜଗି ରହିଲେ। ସେମାନେ ସେଠାରେ ରାତ୍ରି ତମାମ ଜଗି ରହିଲେ। ସେମାନେ ଦାଉଦଙ୍କୁ ପ୍ରଭାତରେ ମାରି ଦେବା ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦେଲା। ସେ କହିଲା, “ତୁମ୍ଭେ ରାତ୍ରିରେ ପଳାୟନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନ କର ତେବେ ସେମାନେ ତୁମ୍ଭକୁ ଆସନ୍ତା କାଲି ମାରି ଦେବେ।” 12 ତା’ପରେ ମୀଖଲ ଦାଉଦଙ୍କୁ ଏକ ଝରକା ଦେଇ ବାହାରକୁ ପଠାଇ ଦେଲା। ଦାଉଦ ରକ୍ଷା ପାଇଗଲେ ଏବଂ ଦୌଡ଼ି ପଳାଇ ଗଲେ। 13 ମୀଖଲ ଗୃହର ଦେବତାଙ୍କୁ ଲୁଗାରେ ଘୋଡ଼ାଇ ଦେଲା। ତା’ପରେ ସେ ପ୍ରତିମୂର୍ତ୍ତିକୁ ବିଛଣା ମଧ୍ୟରେ ପୁରାଇ ଦେଲା। ସେ ମଧ୍ୟ ଛାଗ ଚମଡ଼ାକୁ ତହିଁର ମସ୍ତକରେ ଘୋଡ଼ାଇ ଦେଲା।
14 ଦାଉଦଙ୍କୁ ଧରି ନେବା ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ ମୀଖଲ କହିଲା, “ସେ ପିଡ଼ୀତ ଅଛନ୍ତି।”
15 ଶାଉଲ ଦାଉଦଙ୍କୁ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲା, “ତାହାକୁ ଶଯ୍ୟାରେ ମୋ’ ପାଖକୁ ଆଣ। ମୁଁ ତାକୁ ହତ୍ୟା କରିବି।”
16 ଯେତେବେଳେ ଦୂତମାନେ ଗୃହ ଭିତରକୁ ଯାଇ ଦେଖନ୍ତେ, ସେମାନେ ଶଯ୍ୟା ଉପରେ ପ୍ରତିମୂର୍ତ୍ତି ଦେବତା ଦେଖିଲେ ଓ ତହିଁର ମସ୍ତକର ଛାଗ ଲୋମ ନିର୍ମିତ କମ୍ବଳ ଅଛି।
17 ଶାଉଲ ମୀଖଲକୁ କହିଲେ, “ଏପରି କରି ତୁମ୍ଭେ କାହିଁକି ମୋତେ ପ୍ରବଞ୍ଚନା କଲ? ମୋ’ ଶତ୍ରୁକୁ କାହିଁକି ତୁମ୍ଭେ ଖସିଯିବାକୁ ଦେଲେ।”
ମୀଖଲ ଶାଉଲକୁ ଉତ୍ତର ଦେଇ କହିଲା, “ସେ ମୋତେ କହିଲେ ମୋତେ ଛାଡ଼ିଦିଅ, ତା’ ନ ହେଲେ ମୁଁ ତୁମ୍ଭକୁ ବଧ କରିବି?”
ଯୀଶୁ ପାଣି ଉପରେ ଗ୍ଭଲିଲେ(A)
45 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ଡଙ୍ଗା ଭିତରକୁ ଯିବାକୁ କହିଲେ। ଯୀଶୁ ଶିଷ୍ୟମାନଙ୍କୁ ହ୍ରଦର ଅପର ପାର୍ଶ୍ୱରେ ଥିବା ବେଥ୍ସାଇଦାକୁ ଆଗୁଆ ଯିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସେଠାରେ ଥିବା ଲୋକମାନଙ୍କୁ ଘରକୁ ଫେରିଯିବା ପାଇଁ କହି ସେ ରହିଲେ। 46 ଯୀଶୁ ଲୋକମାନଙ୍କୁ ବିଦାୟ ଦେବା ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ପାହାଡ଼ ଉପରକୁ ଗଲେ।
47 ସନ୍ଧ୍ୟା ହେବା ପରେ ମଧ୍ୟ ଡଙ୍ଗାଟି ହ୍ରଦ ମଝିରେ ଥିଲା ଓ ଯୀଶୁ ସ୍ଥଳ ଭାଗରେ ଏକୁଟିଆ ଥିଲେ। 48 ଯୀଶୁ ଦେଖିଲେ ଯେ ଶିଷ୍ୟମାନଙ୍କୁ ଡଙ୍ଗାରେ ଆହୁଲା ମାରିବା ପାଇଁ ବଡ଼ ଅସୁବିଧା ହେଉଛି। କାରଣ ସେତେବେଳେ ପବନ ତାହାଙ୍କର ବିପରୀତ ଦିଗରେ ବହୁଥିଲା। ପ୍ରାତଃକାଳର ପ୍ରାୟ ତିନିଟାରୁ ଛଅଟା ଭିତରେ ଯୀଶୁ ହ୍ରଦ ଉପରେ ଗ୍ଭଲି ଗ୍ଭଲି ଶିଷ୍ୟମାନଙ୍କ ପାଖକୁ ଆସିଲେ। ସେ ଶିଷ୍ୟମାନଙ୍କ ପାଖଦେଇ ଯେତେବେଳେ ଆଗେଇ ଯିବା ଉପରେ, 49 ସେତେବେଳେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲୁଥିବାର ଦେଖି ତାହାଙ୍କୁ ଭୂତ ବୋଲି ଭାବିନେଲେ। ସେମାନେ ଚିତ୍କାର କରିବାକୁ ଲାଗିଲେ। 50 ସମସ୍ତ ଶିଷ୍ୟମାନେ ଯେମିତି ତାହାଙ୍କୁ ଦେଖିଲେ ସେମାନେ ଡରିଗଲେ। ଯୀଶୁ ତୁରନ୍ତ ସେମାନଙ୍କୁ କହିଲେ, “ସାହସ ଧର। ଏହି ମୁଁ, ଭୟ କର ନାହିଁ।” 51 ତା’ପରେ ସେ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଚଢ଼ିଗଲେ। ପବନ ବନ୍ଦ ହୋଇଗଲା। ଏଥିରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। 52 ସେମାନେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ଯ୍ୟକାର୍ଯ୍ୟକୁ ବୁଝି ପାରି ନ ଥିଲେ। ସେମାନଙ୍କ ବୁଦ୍ଧି ଜଡ଼ ହୋଇଯାଇଥିଲା।
2010 by World Bible Translation Center