Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:113-128

ସାମକ୍

113 ହେ ସଦାପ୍ରଭୁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି, ମୁଁ ସେମାନଙ୍କୁ ଘୃଣା କରେ।
    କିନ୍ତୁ ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
114 ତୁମ୍ଭେ ହେଉଛ ମୋର ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ୟକ୍ତି।
    ମୁଁ ତୁମ୍ଭ ବାକ୍ୟରେ ସର୍ବଦା ଭରସା କରେ।
115 ମନ୍ଦ ଲୋକମାନେ, ମୋ’ ନିକଟକୁ ଆସନ୍ତି ନାହିଁ,
    ଯେପରିକି ମୁଁ ମୋର ପରମେଶ୍ୱରଙ୍କର ଆଜ୍ଞାମାନ ପାଳନ କରି ପାରିବି।
116 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ମନୋନୀତ କଲ, ଯେପରି ମୁଁ ବଞ୍ଚିପାରିବି।
    ମୁଁ ତୁମ୍ଭ ଉପରେ ଭରସା ରଖେ, ମୋତେ ହତୋତ୍ସାହ କର ନାହିଁ।
117 ମୋର ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହେବି।
    ମୁଁ ସର୍ବଦା ତୁମ୍ଭର ନିୟମ ମାନିବି।
118 ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ।
    କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
119 ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ।
    ଯେପରି ମୁଁ ତୁମ୍ଭର ନିୟମକୁ ସ୍ନେହ କରିବି।
120 ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ।
    ମୁଁ ତୁମ୍ଭର ବ୍ୟବସ୍ଥାକୁ ଭୟ କରେ ଓ ସମ୍ମାନ କରେ।

ଅଇନ୍

121 ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି।
    ହେ ସଦାପ୍ରଭୁ, ଉପଦ୍ରବ କରୁଥିବା ଲୋକମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122 ମୋତେ ସାହାଯ୍ୟ କରିବାକୁ ପ୍ରତିଜ୍ଞା କର।
    ମୁଁ ତୁମ୍ଭର ସେବକ।
    ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମୋ’ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।
123 ସଦାପ୍ରଭୁ ତୁମ୍ଭର ବିଶ୍ୱସ୍ତ ପ୍ରତିଜ୍ଞା ସତ୍ୟ ହେବାକୁ,
    ତୁମ୍ଭର ପରିତ୍ରାଣ ପଥକୁ ଗ୍ଭହିଁ ଗ୍ଭହିଁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ।
124 ମୁଁ ତୁମ୍ଭର ସେବକ ଅଟେ।
    ମୋ’ ପ୍ରତି ତୁମ୍ଭର ପ୍ରେମ ଦେଖାଅ।
    ତୁମ୍ଭର ବ୍ୟବସ୍ଥାମାନ ଶିଖାଅ।
125 ମୁଁ ତୁମ୍ଭର ଦାସ,
    ତୁମ୍ଭର ବ୍ୟବସ୍ଥାସବୁ ବୁଝିବାରେ ମୋତେ ସାହାଯ୍ୟ କର।
126 ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟ କରିବାର ସମୟ ଏହି।
    କାରଣ ଲୋକମାନେ ତୁମ୍ଭ ନିୟମ ଭାଙ୍ଗିଛନ୍ତି।
127 ସଦାପ୍ରଭୁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା
    ମୁଁ ତୁମ୍ଭର ନିର୍ଦ୍ଦେଶକୁ ସ୍ନେହ କରେ।
128 ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ।
    ମୁଁ ମିଥ୍ୟା ଉପଦେଶକୁ ଘୃଣା କରେ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 19:1-7

ଯୋନାଥନ ଦାଉଦଙ୍କୁ ସାହାଯ୍ୟ କଲେ

19 ଶାଉଲ ଦାଉଦଙ୍କୁ ହତ୍ୟା କରିବା ପାଇଁ ତାଙ୍କର ପୁତ୍ର ଯୋନାଥନ ଓ ତାଙ୍କର ଦାସମାନଙ୍କୁ କହିଲେ। କିନ୍ତୁ ଯୋନାଥନ ଦାଉଦଙ୍କୁ ବହୁତ ଭଲ ପାଉଥିଲେ। 2-3 ଯୋନାଥନ ଦାଉଦଙ୍କୁ ସତର୍କ କରାଇ କହିଲେ, “ମୋର ପିତା ତୁମ୍ଭକୁ ମାରିବାକୁ ଗ୍ଭହାନ୍ତି। ତୁମ୍ଭେ ପ୍ରାତଃକାଳରେ ସାବଧାନ ସହକାରେ କୌଣସି ଜାଗାରେ ଲୁଚି ରୁହ। ତୁମ୍ଭେ ଯେଉଁଠାରେ ଲୁଚିଥିବ, ମୁଁ ସେ ସ୍ଥାନ ନିକଟକୁ ଯାଇ ମୋର ପିତାଙ୍କ ସହିତ ତୁମ୍ଭ ବିଷୟରେ କଥୋପକଥନ ହେବି। ଯଦି ମୁଁ କିଛି ଦେଖେ ତେବେ ମୁଁ ତୁମ୍ଭକୁ ଜଣାଇବି।”

ଯୋନାଥନ ତାଙ୍କର ପିତା ଶାଉଲଙ୍କ ସହିତ କଥା ହେଲେ। ଯୋନାଥନ ଦାଉଦଙ୍କ ବିଷୟରେ ଭଲ କଥା ତାଙ୍କ ପିତାଙ୍କୁ କହିଲେ। ଯୋନାଥନ କହିଲେ, “ମହାରାଜ ଆପଣା ଦାସ ଦାଉଦଙ୍କ ବିରୁଦ୍ଧରେ ପାପ କରନ୍ତୁ ନାହିଁ। କାରଣ ସେ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ। ତା’ର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି। ସେ ଆପଣା ପ୍ରାଣକୁ ବିପଦରେ ପକାଇ ପଲେଷ୍ଟୀୟକୁ ହତ୍ୟା କଲା। ସେଥିରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ବିଜୟ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣରେ ଦାଉଦକୁ ହତ୍ୟା କରିବେ କାହିଁକି? ସେ ନିର୍ଦ୍ଦୋଷ, ତାକୁ ହତ୍ୟା କରିବାର କିଛି କାରଣ ନାହିଁ।”

ଶାଉଲ ଯୋନାଥନର କଥା ଶୁଣିଲେ ଓ ପ୍ରତିଜ୍ଞା କଲେ। ସେ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମରିବ ନାହିଁ।”

ଯୋନାଥନ ଦାଉଦଙ୍କୁ ଡାକିଲେ ଓ ତାଙ୍କୁ ସମସ୍ତ କଥା ଶୁଣାଇଲେ। ଯୋନାଥନ ଦାଉଦଙ୍କୁ ଶାଉଲଙ୍କ ନିକଟକୁ ଆଣିଲେ, ତହିଁରେ ଦାଉଦ ପୂର୍ବ ପରି ଶାଉଲଙ୍କ ପାଖରେ ରହିଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 27:39-44

ଜାହାଜ ନଷ୍ଟ ହୋଇଗଲା

39 ଦିନ ହେଲା, ମାତ୍ର ନାବିକମାନେ ସେହି ସ୍ଥାନଟି ଚିହ୍ନି ପାରିଲେ ନାହିଁ। ସେମାନେ ଗୋଟିଏ ଉପସାଗର କୂଳରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସେହି କୂଳରେ ଜାହାଜ ଲଗେଇବା ପାଇଁ ସ୍ଥିର କଲେ। 40 ସେମାନେ ଲଙ୍ଗରଗୁଡ଼ିକ କାଟି ସମୁଦ୍ରରେ ଫିଙ୍ଗି ଦେଲେ। ସେମାନେ ମଙ୍ଗର ଦଉଡ଼ି ଫିଟେଇ ପବନରେ ସାମନା ପାଲଟି ଉଠାଇଲେ। ତା’ପରେ ସେମାନେ ବାଲିତଟ ଆଡ଼କୁ ଯାତ୍ରା କଲେ। 41 କିନ୍ତୁ ଜାହାଜଟି ଦୁଇଟି ସମୁଦ୍ରର ସଙ୍ଗମ ସ୍ଥାନରେ ଗୋଟିଏ ବାଲିଚଡ଼ାଠାରେ ଧ‌କ୍‌କା ଖାଇ ଲାଗିଗଲା। ତେଣୁ ଜାହାଜର ଆଗ ଅଂଶ ଅଚଳ ହୋଇଗଲା ଓ ପଛ ଭାଗ ଲହରୀ ଧ‌କ୍‌କାରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା।

42 ବନ୍ଦୀମାନେ କାଳେ ପହଁରି ଖସି ଗ୍ଭଲିଯିବେ, ସେଥିପାଇଁ ସୈନ୍ୟମାନେ ଭୟରେ ସେମାନଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କଲେ। 43 କିନ୍ତୁ ସେନା ଅଧିକାରୀ ଯୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଗ୍ଭହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦେବା ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡେଇଁ ପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ। 44 ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭେଳା ସାହାଯ୍ୟରେ କୂଳକୁ ଯିବା ପାଇଁ କହିଲେ। ଏହିପରି ଭାବରେ ସମସ୍ତେ ନିରାପଦରେ କୂଳରେ ଆସି ପହଞ୍ଚିଲେ। କାହାର ମୃତ୍ୟୁ ହେଲା ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center