Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 17:1

ଗଲିୟାତ ଇସ୍ରାଏଲକୁ ଟ‌କ୍‌କର ଦିଅନ୍ତି

17 ପଲେଷ୍ଟୀୟ ସୈନ୍ୟସାମନ୍ତମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ। ସେମାନେ ଯିହୁଦାର ଅଧିକାରସ୍ଥ ସୋଖୋରେ ସଂଗୃହୀତ ହୋଇ ସୋଖୋ ଓ ଅସେକା ମଧ୍ୟରେ ଏଫସ୍-ଦମ୍ମୀମରେ ଛାଉଣି ସ୍ଥାପନ କଲେ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 17:4-11

ଗା‌ଥ୍‌ନିବାସୀ ଗଲିୟାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ। ତା’ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା। ସେହି ସାଞ୍ଜୁଆଟି ପାଞ୍ଚ ସହସ୍ର ଶେକଲ ଓଜନ ପିତ୍ତଳର ଥିଲା। ସେ ଗୋଡ଼ରେ ପିତ୍ତଳର ସ୍ତ୍ରାଣ ପିନ୍ଧି ଥିଲା ଓ ତା’ର ପଛରେ ପିତ୍ତଳର ବର୍ଚ୍ଛା ବନ୍ଧା ହୋଇଥିଲା। ତା’ର ବର୍ଚ୍ଛାର ଦଣ୍ତ ବୁଣାକାରର କାଠ ତୁଲ୍ୟ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶେକଲ ଲୌହ ଢାଲର ସମ୍ମୁଖରେ ଥିଲା। ତା’ର ଆଗେ ଆଗେ ତା’ର ଢାଲବାହକ ଗ୍ଭଲିଥିଲା।

ପ୍ରତ୍ୟେକ ଦିନ ଗଲିୟାତ ବାହାରେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ ଶ୍ରେଣୀଙ୍କୁ ଚିତ୍କାର କରି କହୁଥିଲା, “ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଛ? ମୁଁ କି ଜଣେ ପଲେଷ୍ଟୀୟ ଲୋକ ନୁହେଁ? ତୁମ୍ଭେମାନେ ଶାଉଲର ଦାସ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋ’ ପାଖକୁ ଓହ୍ଲାଇ ଆସୁ। ଯଦି ସେ ଲୋକଟି ମୋତେ ମାରିଦିଏ, ତେବେ ଆମ୍ଭେ ପଲେଷ୍ଟୀୟମାନେ ତୁମ୍ଭର ଦାସ ହେବୁ। ଯଦି ମୁଁ ତାକୁ ବଧ କରେ ତେବେ ତୁମ୍ଭେମାନେ ଆମ୍ଭର ଦାସ ହେବ ଓ ଆମ୍ଭମାନଙ୍କର ଦାସ କାର୍ଯ୍ୟ କରିବ।”

10 ପଲେଷ୍ଟୀୟ ମଧ୍ୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟବାହିନୀକୁ ତୁଚ୍ଛ କରୁଅଛି। ମୁଁ ସାହସ କରି କହୁଅଛି ମୋତେ ଜଣେ ଲୋକ ଦିଅ, ତେବେ ଆମ୍ଭେମାନେ ପରସ୍ପର ଯୁଦ୍ଧ କରି ପାରିବୁ।”

11 ଯେତେବେଳେ ଶାଉଲ ଓ ଇସ୍ରାଏଲୀୟମାନେ ପଲେଷ୍ଟୀୟର ଏହି ସକଳ କଥା ଶୁଣନ୍ତେ। ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 17:19-23

19 ତୁମ୍ଭର ଭାଇମାନେ ଶାଉଲଙ୍କ ସାଥୀରେ ଇସ୍ରାଏଲୀୟ ସୈନ୍ୟମାନଙ୍କ ସହିତ ଏଲା ତଳ ଭୂମିରେ ଥାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରୁଥିଲେ।”

20 ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳି ହସ୍ତରେ ମେଷପଲ ଛାଡ଼ି ଯିଶୀର ଆଜ୍ଞା ଅନୁସାରେ ସେସବୁ ଦ୍ରବ୍ୟ ନେଇଗଲେ। ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ଼ ବନ୍ଦୀ ଜାଗାରେ ଉପସ୍ଥିତ ହେଲେ। 21 ଇସ୍ରାଏଲୀୟମାନେ ଓ ପଲେଷ୍ଟୀୟମାନେ ଯୁଦ୍ଧ ସଜାଇଲେ ଓ ସୈନ୍ୟଶ୍ରେଣୀ ପରସ୍ପର ମୁହାଁ ମୁହିଁ ହେଲେ।

22 ଦାଉଦ ସାମଗ୍ରୀ ରକ୍ଷକ ହସ୍ତରେ, ନିଜର ସାମଗ୍ରୀ ରଖି ସୈନ୍ୟମାନଙ୍କ ମଝିକୁ ଆସି ନିଜର ଭାଇମାନଙ୍କୁ କୁଶଳବାର୍ତ୍ତା ପଗ୍ଭରିଲେ। 23 ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିୟାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ୟବାହିନୀ ମଧ୍ୟରୁ ଉଠି ଆସି ପୂର୍ବ ପରି ପାଟିକଲା। ଦାଉଦ ତାହା ଶୁଣିଲେ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 17:32-49

32 ଦାଉଦ ଶାଉଲଙ୍କୁ କହିଲେ, “ଗଲିୟାତ ଯୋଗୁଁ ଲୋକମାନେ ହତାଶ ହେବା ଉଚିତ୍ ନୁହେଁ। ଆପଣଙ୍କ ଦାସ ଯାଇ ସେହି ପଲେଷ୍ଟୀୟ ସହିତ ଯୁଦ୍ଧ କରିବ।”

33 ଶାଉଲ ଉତ୍ତର ଦେଲେ, “ତୁମ୍ଭେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଯୁଦ୍ଧ କରି ପାରିବ ନାହିଁ। କାରଣ ତୁମ୍ଭେ ତ ଜଣେ ସୈନିକ ନୁହଁ ଏବଂ ଗଲିୟାତ ବାଳକ ଅବସ୍ଥାରୁ ଯୁଦ୍ଧ କରି ଆସୁଅଛି।”

34 କିନ୍ତୁ ଦାଉଦ ଶାଉଲଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭର ଦାସ, ଆପଣା ପିତାର ମେଷ ଚରାଉ ଥାଏ। ଥରେ ଗୋଟିଏ ସିଂହ ଓ ଅନ୍ୟଥର ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଗୋଟିଏ ମେଷକୁ ନେଇଗଲା। 35 ମୁଁ ତା’ ପଛରେ ଗୋଡ଼ାଇଲି ଏବଂ ତାକୁ ଆଘାତ କରି, ତା’ ପାଟିରୁ ମେଷକୁ ଛଡ଼ାଇ ଆଣିଲି। ବନ୍ୟ ପଶୁଟି ମୋ’ ଉପରକୁ କୁଦା ମାରିଲା ମୁଁ ତା’ର ଦାଢ଼ି ଧରି ତାହାକୁ ମାରି ଦେଲି। 36 ମୁଁ ସିଂହ ଓ ଭାଲୁ ଉଭୟଙ୍କୁ ବଧ କରିଛି ଏବଂ ମୁଁ ମଧ୍ୟ ଗଲିୟାତକୁ ସେହିପରି ବଧ କରିବି। ଗଲିୟାତ ମରିବ କାରଣ ସେ ଜୀବିତ ପରମେଶ୍ୱରଙ୍କର ସୈନ୍ୟକୁ ତୁଚ୍ଛ କରିଅଛି। 37 ସଦାପ୍ରଭୁ ମୋତେ ସିଂହ ଓ ଭାଲୁ ନିକଟରୁ ରକ୍ଷା କରିଛନ୍ତି। ସଦାପ୍ରଭୁ ମୋତେ ପଲେଷ୍ଟୀୟଠାରୁ ରକ୍ଷା କରିବେ।”

ଶାଉଲ ଦାଉଦଙ୍କୁ କହିଲେ, “ତୁମ୍ଭେ ଯାଅ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।” 38 ଶାଉଲ ଦାଉଦଙ୍କୁ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କ ମସ୍ତକରେ ପିତ୍ତଳ ଟୋପର ଦେଇ ତାହାଙ୍କୁ ସାଞ୍ଜୁଆ ପିନ୍ଧାଇଲେ। 39 ଦାଉଦ ଆପଣା ବସ୍ତ୍ର ଉପରେ ‌‌ଖ‌ଡ଼୍‌ଗ ବାନ୍ଧି ଗ୍ଭଲିବାକୁ ଚେଷ୍ଟା କଲେ, ସେ ଅକୃତକାର୍ଯ୍ୟ ହେଲେ, କାରଣ ଏହିପରି ଓଜନିଆଁ ସାମଗ୍ରୀ ପିନ୍ଧିବାର ଅଭ୍ୟାସ ନ ଥିଲା।

ଆଉ ଦାଉଦ ଶାଉଲଙ୍କୁ କହିଲେ, “ମୁଁ ଏହି ସାମଗ୍ରୀ ନେଇ ଯୁଦ୍ଧ କରି ନ ପାରେ, ମୁଁ ସେଗୁଡ଼ିକ ସହିତ ଅଭ୍ୟସ୍ତ ନୁହେଁ।” ତେଣୁ ତାକୁ ସେ କାଢ଼ି ରଖିଲେ। 40 ଦାଉଦ ଆପଣା ଯଷ୍ଟି ହାତରେ ଧରି ନଦୀରୁ ପାଞ୍ଚ ଗୋଟି ଚି‌କ୍‌କଣ ପଥର ବାଛିଲେ ଓ ସେଗୁଡ଼ିକୁ ନିଜର ମେଷପାଳକ ଥଳି ମଧ୍ୟରେ ରଖିଲେ। ନିଜ ହାତରେ ନିଜର ଛାଟିଣୀଟି ଧରି ପଲେଷ୍ଟୀୟ ନିକଟକୁ ଗଲେ।

ଦାଉଦ ଗଲିୟାତକୁ ବଧ କଲେ

41 ପଲେଷ୍ଟୀୟ ଧୀରେ ଧୀରେ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତା’ର ଢାଲବାହକ ତା’ର ଆଗେ ଆଗେ ଗ୍ଭଲିଲା। 42 ପଲେଷ୍ଟୀୟମାନେ ଅନାଇ ଦାଉଦଙ୍କୁ ଦେଖିଲେ ଓ ତାକୁ ତୁଚ୍ଛ ଜ୍ଞାନ କଲେ କାରଣ ଦାଉଦ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର ବଦନ ଥିଲେ। 43 ଗଲିୟାତ ଦାଉଦଙ୍କୁ କହିଲେ, “ମୁଁ କ’ଣ ଗୋଟିଏ କୁକୁର ତୁମ୍ଭେ ମୋ’ ପାଖକୁ ବାଡ଼ି ନେଇ ଆସିଛ।” ତା’ପରେ ଗଲିୟାତ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା। 44 ଗଲିୟାତ ଦାଉଦଙ୍କୁ କହିଲା, “ଏହିଠାକୁ ଆସ ମୁଁ ତୁମ୍ଭର ମାଂସକୁ ହିଂସ୍ର ପଶୁ-ପକ୍ଷୀମାନଙ୍କୁ ଖୁଆଇବି।”

45 ଦାଉଦ ଗଲିୟାତକୁ କହିଲେ, “ତୁମ୍ଭେ ‌‌ଖ‌ଡ଼୍‌ଗ ବର୍ଚ୍ଛା ଓ ଶଲ୍ୟ ଘେନି ମୋ’ ପାଖକୁ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ ସେହି ଇସ୍ରାଏଲର ସୈନ୍ୟବାହିନୀର ପରମେଶ୍ୱର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। 46 ଆଜି ସଦାପ୍ରଭୁ ତୁମ୍ଭକୁ ମୋ’ ହସ୍ତରେ ସମର୍ପି ଦେବେ। ଏବଂ ମୁଁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛେଦନ କରିବି। ମୁଁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ୟଗଣର ଶରୀର ଆକାଶ ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ୍ୟପଶୁମାନଙ୍କୁ ଦେବି, ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ। 47 ଏଠାରେ ରୁଣ୍ଡ ହୋଇଥିବା ସବୁ ଲୋକମାନେ ଜାଣିବେ ଯେ, ସଦାପ୍ରଭୁ ‌‌ଖ‌ଡ଼୍‌ଗ ଓ ବର୍ଚ୍ଛାଦ୍ୱାରା ରକ୍ଷା କରନ୍ତି ନାହିଁ, କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ତୁମ୍ଭେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବାରେ ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।”

48 ଏହା ପରେ ସେହି ପଲେଷ୍ଟୀୟ ଦାଉଦକୁ ଆକ୍ରମଣ କରିବାକୁ ଉଠି ପଡ଼ିଲା ଏବଂ ଦାଉଦର ନିକଟରୁ ନିକଟତର ହେଲା। ଦାଉଦ ଶୀଘ୍ର ପଲେଷ୍ଟୀୟମାନଙ୍କ ସହିତ ଭେଟିବାକୁ ସୈନ୍ୟବାହିନୀ ଆଡ଼େ ଦୌଡ଼ିଲେ।

49 ଦାଉଦ ଆପଣା ଥଳିରେ ହାତ ପୁରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟୀୟର କପାଳକୁ ଆଘାତ କଲେ। ତହିଁରେ ସେ ପଥର ତା’ର କପାଳରେ ପଶିଯା’ନ୍ତେ ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 17:57-18:5

57 ଦାଉଦ ପଲେଷ୍ଟୀୟକୁ ହତ୍ୟା କରି ପଲେଷ୍ଟୀୟର ମସ୍ତକ ହସ୍ତରେ ଧରି ଫେରି ଆସିବା ବେଳେ ଅ‌‌ବ୍‌‌ନର ତାଙ୍କୁ ନେଇ ଶାଉଲଙ୍କ ନିକଟକୁ ଆସିଲା।

58 ଶାଉଲ ତାଙ୍କୁ ପଗ୍ଭରିଲେ, “ହେ ଯୁବକ ତୁମ୍ଭେ କାହାର ପୁଅ?”

ଦାଉଦ କହିଲେ, “ମୁଁ ଆପଣଙ୍କ ଦାସ ବୈ‌ଥ୍‌ଲେହମୀୟ ଯିଶୀର ପୁତ୍ର।”

ଦାଉଦ ଓ ଯୋନାଥନଙ୍କର ଘନିଷ୍ଟ ବନ୍ଧୁତା

18 ଦାଉଦ ଶାଉଲଙ୍କ ସହିତ କଥାବାର୍ତ୍ତା କରି ସାରିବା ପରେ ଯୋନାଥନର ଦାଉଦଙ୍କ ସହିତ ଏକ ଦୃଢ଼ ବନ୍ଧୁତା ବାନ୍ଧିଲେ। ଆଉ ଯୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲେ। ଶାଉଲ ସେହି ଦିନ ଦାଉଦଙ୍କୁ ତାଙ୍କ ସହିତ ରଖିଲେ ଓ ଘରକୁ ଯିବାକୁ ଦେଲେ ନାହିଁ। ଯୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏହି ନିୟମ କଲେ। ଯୋନାଥନ ଆପଣା ଦେହରୁ ବସ୍ତ୍ର କାଢ଼ି ଦାଉଦଙ୍କୁ ଦେଲେ। ଆପଣା ବସ୍ତ୍ର, ‌‌ଖ‌ଡ଼୍‌ଗ, ଧନୁ ଓ କଟିବନ୍ଧନ ପର୍ଯ୍ୟନ୍ତ ତାହାଙ୍କୁ ଦେଲେ।

ଶାଉଲ ଦାଉଦଙ୍କର ସଫଳତା ଉପରେ ଦୃଷ୍ଟି ଦେଲେ

ଶାଉଲ ଦାଉଦଙ୍କୁ ବହୁତ ଯୁଦ୍ଧକୁ ପଠାଇଲେ ଓ ସେ କୃତକାର୍ଯ୍ୟ ହେଲେ। ଏଣୁ ଶାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ କଲେ ଓ ଏହା ଶାଉଲଙ୍କର ଅଧିକାରୀମାନଙ୍କ ସମେତ ସମସ୍ତଙ୍କୁ ଖୁସୀ କଲା।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 18:10-16

ଶାଉଲ ଦାଉଦଙ୍କୁ ଭୟ କଲେ

10 ପରଦିନ ପରମେଶ୍ୱରଙ୍କଠାରୁ ଯେତେବେଳେ ମନ୍ଦ ଆତ୍ମା ଶାଉଲଙ୍କୁ ଅକ୍ତିଆର କଲା, ସେ ତାଙ୍କ ଗୃହ ମଧ୍ୟରେ ଅବାନ୍ତର କାର୍ଯ୍ୟ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ। 11 ତେଣୁ ଶାଉଲ ବର୍ଚ୍ଛା ଫିଙ୍ଗିଲେ, କାରଣ ସେ ଭାବିଲେ, “ମୁଁ ଦାଉଦକୁ କାନ୍ଥରେ ଫୋଡ଼ିବି।” ମାତ୍ର ଦାଉଦ ତାଙ୍କ ନିକଟରୁ ଦୁଇଥର ଘୁଞ୍ଚିଗଲେ।

12 ପୁଣି ଶାଉଲ ଦାଉଦଙ୍କୁ ଭୟ କଲେ କାରଣ ସଦାପ୍ରଭୁ ତାଙ୍କ ସଙ୍ଗରେ ଥିଲେ ଓ ଶାଉଲଙ୍କୁ ତ୍ୟାଗ କଲେ। 13 ଶାଉଲ ଆପଣା ନିକଟରୁ ଦାଉଦଙ୍କୁ ଦୂରକୁ ପଠେଇ ଦେଲେ ଓ ତାଙ୍କୁ 1000 ସୈନ୍ୟ ଉପରେ ଆପଣାର ସେନାପତି କଲେ। ଯୁଦ୍ଧରେ ସେ ସୈନ୍ୟମାନଙ୍କର ନେତୃତ୍ୱ ନେଲେ। 14 ସଦାପ୍ରଭୁ ଦାଉଦଙ୍କ ସହିତ ଥିଲେ। ତେଣୁ ଦାଉଦ ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେଲେ। 15 ଶାଉଲ ଦେଖିଲେ ଦାଉଦ ସବୁ କ୍ଷେତ୍ରରେ ବିଜୟୀ ହେଉଛନ୍ତି। ତେଣୁ ଶାଉଲ ଦାଉଦଙ୍କୁ ଭୟ କରିବାକୁ ଲାଗିଲେ। 16 କିନ୍ତୁ ଇସ୍ରାଏଲର ସମସ୍ତ ଲୋକ ଓ ଯିହୁଦାର ସମସ୍ତେ ଦାଉଦଙ୍କୁ ଭଲ ପାଇଲେ। ସେମାନେ ତାଙ୍କୁ ଭଲ ପାଇଲେ, କାରଣ ସେ ଯୁଦ୍ଧରେ ସେମାନଙ୍କର ନେତୃତ୍ୱ ନେଇଛନ୍ତି ଓ ସେମାନଙ୍କ ସକାଶେ ଯୁଦ୍ଧ କରିଛନ୍ତି।

ଗୀତସଂହିତା 9:9-20

କେତେକ ଲୋକ ଦଳିତ ବୋଲି ଅନୁଭବ କରନ୍ତି
    କାରଣ ସେମାନେ ଗରିବ ଏବଂ ସେମାନଙ୍କର ଅସୁବିଧା ଅଛି।
ଯେତେବେଳେ ସେମାନେ ସମସ୍ୟାରେ ପଡ଼ନ୍ତି
    ସଦାପ୍ରଭୁ ସେମାନଙ୍କୁ ନିରାପତ୍ତା ଦିଅନ୍ତି।

10 ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି
    ସେମାନେ ତୁମ୍ଭକୁ ବିଶ୍ୱାସ କରିବେ।
ହେ ସଦାପ୍ରଭୁ ଯଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି
    ତୁମ୍ଭେ ସେମାନଙ୍କୁ ସାହାଯ୍ୟ ନ କରି ଛାଡ଼ିଦିଅ ନାହିଁ।

11 ହେ ସିୟୋନ ନିବାସୀ ତୁମ୍ଭେ ସର୍ବଦା ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
    ସେ କରିଥିବା ସମସ୍ତ ମହାନ କାର୍ଯ୍ୟ ରାଜ୍ୟମାନଙ୍କ ଆଗରେ ପ୍ରକାଶ କର।
12 ସଦାପ୍ରଭୁ ତାଙ୍କ ନିକଟକୁ ସାହାଯ୍ୟ ପାଇଁ ଯାଇଥିବା
    ଲୋକମାନଙ୍କୁ ମନେ ରଖନ୍ତି।
ସେହି ଗରିବ ଲୋକମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରନ୍ତି
    ଓ ସଦାପ୍ରଭୁ ସେମାନଙ୍କ କଥା ଭୁଲି ପାରନ୍ତି ନାହିଁ।

13 ମୁଁ ଏହି ପ୍ରାର୍ଥନା ପରମେଶ୍ୱରଙ୍କ ନିକଟରେ କରିବି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟାକର।
    ଦେଖ, ମୋର ଶତ୍ରୁମାନେ କିଭଳି ମୋ’ ପଛରେ ମୋତେ ଆଘାତ କରିବାକୁ ଲାଗିଛନ୍ତି।
    ମୋତେ ‘ମୃତ୍ୟୁ ସ୍ଥାନରୁ’ ଉଦ୍ଧାର କର।
14 ତା’ପରେ ଯିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି।
    ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ କାରଣ ତୁମ୍ଭେ ମୋତେ ରକ୍ଷା କରିଛ।”

15 ଅନ୍ୟ ରାଜ୍ୟର ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଗାଡ଼ ଖୋଳନ୍ତି ଓ ଯନ୍ତା ବସାନ୍ତି।
କିନ୍ତୁ ସେମାନେ ନିଜେ ବସାଇ ଥିବା ଯନ୍ତାରେ ପଡ଼ନ୍ତି।
    ସେହି ଲୋକମାନେ ଅନ୍ୟକୁ ଧରିବା ପାଇଁ ଫାଶ ବସାଇ ଥା’ନ୍ତି କିନ୍ତୁ ଶେଷରେ ସେମାନେ ନିଜେ ସେହି ଜାଲରେ ଧରାପଡ଼ନ୍ତି।
16 ସଦାପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି,
    ଏହା ଦ୍ୱାରା ଲୋକମାନେ ଶିକ୍ଷା କରନ୍ତି ଯେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।

17 ଯେଉଁମାନେ ପରମେଶ୍ୱରଙ୍କୁ ଭୁଲି ଯାଆନ୍ତି
    ସେମାନେ ମନ୍ଦ ଲୋକ ଅଟନ୍ତି।
    ସେମାନେ ମୃତ୍ୟୁ ସ୍ଥାନକୁ ଯିବେ।
18 ବେଳେବେଳେ ଏହା ଜଣାପଡ଼େ ଯେ ପରମେଶ୍ୱର ବିପଦରେ ପଡ଼ିଥିବା ଲୋକମାନଙ୍କୁ ଭୁଲି ଯାଆନ୍ତି।
    ଏହାର ଅର୍ଥ ନୁହେଁ ଯେ ସେହି ଗରିବ ବ୍ୟକ୍ତିମାନଙ୍କର କୌଣସି ଆଶା ନ ଥାଏ।
    କିନ୍ତୁ ପରମେଶ୍ୱର ସର୍ବଦା ସେମାନଙ୍କୁ ଭୁଲନ୍ତି ନାହିଁ।

19 ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ।
ସେହି ଜାତିମାନଙ୍କୁ ନ୍ୟାୟ ପ୍ରଦାନ କର।
    ଲୋକମାନଙ୍କୁ ଭାବିବାକୁ ସୁଯୋଗ ଦିଅ ନାହିଁ ଯେ, ସେମାନେ ଶକ୍ତିଶାଳୀ ଅଟନ୍ତି।
20 ଲୋକମାନଙ୍କୁ ଏକ ଶିକ୍ଷା ପ୍ରଦାନ କର।
    ସେମାନେ ଜାଣିବା ଉଚିତ୍ ଯେ, ସେମାନେ କେବଳ ମନୁଷ୍ୟ ମାତ୍ର ଅଟନ୍ତି।

-ସେଲା-

ଗୀତସଂହିତା 133

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

133 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା
    ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।
ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ
    ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ।
    ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:1-13

ଆମ୍ଭେମାନେ ପରମେଶ୍ୱରଙ୍କ ସହିତ କାମ କରୁଥିବା ହେତୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ୱରଙ୍କଠାରୁ ଯେଉଁ ଅନୁଗ୍ରହ ତୁମ୍ଭେମାନେ ପାଇଛ, ତାହା ଯେପରି ବ୍ୟର୍ଥ ନ ଯାଏ। ପରମେଶ୍ୱର କହିଛନ୍ତି:

“ମୁଁ ଉଚିତ୍ ସମୟରେ ତୁମ୍ଭ କଥା ଶୁଣିଲି
    ଓ ପରିତ୍ରାଣ ଦିନରେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଆସିଲି।” (A)

ମୁଁ ତୁମ୍ଭକୁ କହୁଛି, ଦେଖ, ଏହା ହେଉଛି “ଉଚିତ୍ ସମୟ।” ଏହା “ପରିତ୍ରାଣର ଦିନ” ଅଟେ।

ଆମ୍ଭ କାମରେ ଲୋକେ ନିନ୍ଦା କରନ୍ତୁ, ଏହା ଆମ୍ଭେ ଇଚ୍ଛା କରୁ ନାହୁଁ। ସେଥିପାଇଁ ଆମ୍ଭେ କୌଣସି ଏପରି କାମ କରିବା ନାହିଁ ଯାହା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ବରଂ ପରମେଶ୍ୱରଙ୍କ ସେବକ ରୂପରେ ଆମ୍ଭେମାନେ ପ୍ରତ୍ୟେକ ଭାବରେ ନିଜକୁ ଭଲ ପ୍ରମାଣିତ କରୁ ଓ ଦୁଃଖ, କଷ୍ଟ ତଥା ବଡ଼ ସମସ୍ୟା ମଧ୍ୟରେ ଅନେକ କଠୋର ତଥା ଧୈର୍ଯ୍ୟପୂର୍ବକ ସହୁ। ଆମ୍ଭକୁ ମାଡ଼ ଦିଆଯାଏ, କାରାଗାରରେ ରଖାଯାଏ। ଲୋକେ ଆମ୍ଭ ବିରୁଦ୍ଧରେ ଉଠନ୍ତି। ଆମ୍ଭେ କଠୋର ପରିଶ୍ରମ କରୁ, ବେଳେବେଳେ ଆମ୍ଭେ ଅନିଦ୍ରା ରହୁ, ଓ ଭୋକଉପାସରେ ରହୁ। ଆମ୍ଭର ଜ୍ଞାନ, ଧୈର୍ଯ୍ୟ, ଦୟା, ପବିତ୍ରଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ସେବକ ବୋଲି ପ୍ରମାଣିତ କରୁ। ଆମ୍ଭେ ପବିତ୍ରଆତ୍ମାଙ୍କ ପୂର୍ଣ୍ଣତାରେ, ପ୍ରକୃତ ପ୍ରେମ ପ୍ରକାଶିବା ଦ୍ୱାରା, ପୁଣି ସତ୍ୟ କଥା କହି ଓ ପରମେଶ୍ୱରଙ୍କ ଶକ୍ତିର କାର୍ଯ୍ୟ କରି ଏହାର ପରିଚୟ ଦେଇଥାଉ। ପ୍ରତ୍ୟେକ କଥାରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷା ଢାଲ ଭାବରେ ବ୍ୟବହାର କରୁ।

କେତେକ ଲୋକ ଆମ୍ଭକୁ ସମ୍ମାନ ଦିଅନ୍ତି, କିନ୍ତୁ କେତେ ଲୋକ ଆମ୍ଭକୁ ଲଜ୍ଜା ଦିଅନ୍ତି। କେତେ ଲୋକ ଆମ୍ଭ ବିଷୟରେ ମନ୍ଦ କୁହନ୍ତି, କେତେ ଭଲ କଥା କୁହନ୍ତି। କେତେ ଲୋକ କୁହନ୍ତି ଯେ, ଆମ୍ଭେ ମିଥ୍ୟାବାଦୀ ଓ ତଥାପି ଆମ୍ଭେ ସତ୍ୟ କହୁ। ଆମ୍ଭେ ଜନପ୍ରିୟ ହୋଇ ଥିଲେ ମଧ୍ୟ କେତେକଙ୍କ ପାଇଁ ଅଜଣା। ଆମ୍ଭକୁ ମୃତ ତୁଲ୍ୟ ଧରା ଯାଏ, କିନ୍ତୁ ଦେଖ, ଆମ୍ଭେ ଜୀବିତ ରହିଛୁ। ଆମ୍ଭକୁ ଦଣ୍ଡ ଦିଆ ଯାଏ, କିନ୍ତୁ ମାରି ଦିଆ ଯାଏ ନାହିଁ। 10 ଆମ୍ଭର ବହୁତ ଦୁଃଖ ଅଛି କିନ୍ତୁ ଆମ୍ଭେ ସର୍ବଦା ପ୍ରସନ୍ନ ରହୁ। ଆମ୍ଭେ ଗରିବ, କିନ୍ତୁ ଅନେକଙ୍କୁ ଧନୀ କରୁ। ଆମ୍ଭର କିଛି ନାହିଁ, କିନ୍ତୁ ଆମ୍ଭର ସବୁକିଛି ଅଛି।

11 ହେ କରିନ୍ଥୀବାସୀ! ଆମ୍ଭେ ସମ୍ପୂର୍ଣ୍ଣ ଖୋଲା ମନରେ ତୁମ୍ଭମାନଙ୍କ ସହିତ କଥା ହୋଇଛୁ। ଆମ୍ଭେ ଆମ୍ଭର ହୃଦୟ ତୁମ୍ଭମାନଙ୍କ ପାଇଁ ଖୋଲି ଦେଇଛୁ। 12 ତୁମ୍ଭମାନଙ୍କ ପ୍ରତି ଆମ୍ଭର ପ୍ରେମ ପ୍ରଦର୍ଶନ ଆମ୍ଭେ ବନ୍ଦ କରି ନାହୁଁ। କିନ୍ତୁ ତୁମ୍ଭେମାନେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶନ ବନ୍ଦ କରି ଦେଇଛ। 13 ମୋ’ ନିଜର ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ମୁଁ କହୁଛି ଯେ, ଉଚିତ୍ ପ୍ରତିଦାନ ସ୍ୱରୂପେ ତୁମ୍ଭେମାନେ ମଧ୍ୟ ନିଜର ହୃଦୟ ଆମ୍ଭ ପାଇଁ ସମ୍ପୂର୍ଣ୍ଣ ଭାବରେ ଖୋଲା ରଖିବା ଉଚିତ୍।

ମାର୍କ ଲିଖିତ ସୁସମାଗ୍ଭର 4:35-41

ଯୀଶୁ ଝଡ଼ ବନ୍ଦ କରିଦେଲେ(A)

35 ସେହି ଦିନ ସନ୍ଧ୍ୟାବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆର ପଟକୁ ଯିବା।” 36 ତେଣୁ ସେମାନେ ସବୁ ଲୋକଙ୍କୁ ସେଠାରେ ଛାଡ଼ିଦେଲେ। ଯେଉଁ ଡଙ୍ଗାରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ୟମାନେ ମଧ୍ୟ ଯାଇ ସେଥିରେ ବସିଲେ। ସେଠାରେ ଅନ୍ୟ ଡଙ୍ଗାଗୁଡ଼ିକ ମଧ୍ୟ ଥିଲା। 37 ତା’ପରେ ହ୍ରଦରେ ଗୋଟିଏ ଭୟଙ୍କର ଝଡ଼ ସୃଷ୍ଟି ହେଲା। ଡଙ୍ଗା ଆଡ଼କୁ ଢେଉ ମାଡ଼ି ଆସିଲା। ଡଙ୍ଗାରେ ପାଣି ପ୍ରାୟ ଭର୍ତ୍ତି ହୋଇଗଲା। 38 ଯୀଶୁ ଡଙ୍ଗା ଭିତରେ ପଛ ମଙ୍ଗରେ ଗୋଟିଏ ତକିଆରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସେମାନେ କହିଲେ, “ଗୁରୁ, ତୁମ୍ଭେ କ’ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡ଼ିଯିବା।”

39 ଯୀଶୁ ଉଠି ପଡ଼ିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, “ଶାନ୍ତ ହୁଅ, ସ୍ଥିର ହୁଅ।” ତା’ପରେ ଝଡ଼ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା।

40 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଭୟ କରୁଛ? ଏ ପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ହୋଇ ନାହିଁ?”

41 ସେମାନେ କିନ୍ତୁ ବହୁତ ଡରି ଯାଇଥିଲେ। ସେମାନେ ନିଜ ଭିତରେ ପଚରା ଉଚରା ହେଲେ, “ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ୟ ତାହାଙ୍କୁ ମାନୁଛନ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center