Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 9:9-20

କେତେକ ଲୋକ ଦଳିତ ବୋଲି ଅନୁଭବ କରନ୍ତି
    କାରଣ ସେମାନେ ଗରିବ ଏବଂ ସେମାନଙ୍କର ଅସୁବିଧା ଅଛି।
ଯେତେବେଳେ ସେମାନେ ସମସ୍ୟାରେ ପଡ଼ନ୍ତି
    ସଦାପ୍ରଭୁ ସେମାନଙ୍କୁ ନିରାପତ୍ତା ଦିଅନ୍ତି।

10 ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି
    ସେମାନେ ତୁମ୍ଭକୁ ବିଶ୍ୱାସ କରିବେ।
ହେ ସଦାପ୍ରଭୁ ଯଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି
    ତୁମ୍ଭେ ସେମାନଙ୍କୁ ସାହାଯ୍ୟ ନ କରି ଛାଡ଼ିଦିଅ ନାହିଁ।

11 ହେ ସିୟୋନ ନିବାସୀ ତୁମ୍ଭେ ସର୍ବଦା ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
    ସେ କରିଥିବା ସମସ୍ତ ମହାନ କାର୍ଯ୍ୟ ରାଜ୍ୟମାନଙ୍କ ଆଗରେ ପ୍ରକାଶ କର।
12 ସଦାପ୍ରଭୁ ତାଙ୍କ ନିକଟକୁ ସାହାଯ୍ୟ ପାଇଁ ଯାଇଥିବା
    ଲୋକମାନଙ୍କୁ ମନେ ରଖନ୍ତି।
ସେହି ଗରିବ ଲୋକମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରନ୍ତି
    ଓ ସଦାପ୍ରଭୁ ସେମାନଙ୍କ କଥା ଭୁଲି ପାରନ୍ତି ନାହିଁ।

13 ମୁଁ ଏହି ପ୍ରାର୍ଥନା ପରମେଶ୍ୱରଙ୍କ ନିକଟରେ କରିବି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟାକର।
    ଦେଖ, ମୋର ଶତ୍ରୁମାନେ କିଭଳି ମୋ’ ପଛରେ ମୋତେ ଆଘାତ କରିବାକୁ ଲାଗିଛନ୍ତି।
    ମୋତେ ‘ମୃତ୍ୟୁ ସ୍ଥାନରୁ’ ଉଦ୍ଧାର କର।
14 ତା’ପରେ ଯିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି।
    ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ କାରଣ ତୁମ୍ଭେ ମୋତେ ରକ୍ଷା କରିଛ।”

15 ଅନ୍ୟ ରାଜ୍ୟର ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଗାଡ଼ ଖୋଳନ୍ତି ଓ ଯନ୍ତା ବସାନ୍ତି।
କିନ୍ତୁ ସେମାନେ ନିଜେ ବସାଇ ଥିବା ଯନ୍ତାରେ ପଡ଼ନ୍ତି।
    ସେହି ଲୋକମାନେ ଅନ୍ୟକୁ ଧରିବା ପାଇଁ ଫାଶ ବସାଇ ଥା’ନ୍ତି କିନ୍ତୁ ଶେଷରେ ସେମାନେ ନିଜେ ସେହି ଜାଲରେ ଧରାପଡ଼ନ୍ତି।
16 ସଦାପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି,
    ଏହା ଦ୍ୱାରା ଲୋକମାନେ ଶିକ୍ଷା କରନ୍ତି ଯେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।

17 ଯେଉଁମାନେ ପରମେଶ୍ୱରଙ୍କୁ ଭୁଲି ଯାଆନ୍ତି
    ସେମାନେ ମନ୍ଦ ଲୋକ ଅଟନ୍ତି।
    ସେମାନେ ମୃତ୍ୟୁ ସ୍ଥାନକୁ ଯିବେ।
18 ବେଳେବେଳେ ଏହା ଜଣାପଡ଼େ ଯେ ପରମେଶ୍ୱର ବିପଦରେ ପଡ଼ିଥିବା ଲୋକମାନଙ୍କୁ ଭୁଲି ଯାଆନ୍ତି।
    ଏହାର ଅର୍ଥ ନୁହେଁ ଯେ ସେହି ଗରିବ ବ୍ୟକ୍ତିମାନଙ୍କର କୌଣସି ଆଶା ନ ଥାଏ।
    କିନ୍ତୁ ପରମେଶ୍ୱର ସର୍ବଦା ସେମାନଙ୍କୁ ଭୁଲନ୍ତି ନାହିଁ।

19 ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ।
ସେହି ଜାତିମାନଙ୍କୁ ନ୍ୟାୟ ପ୍ରଦାନ କର।
    ଲୋକମାନଙ୍କୁ ଭାବିବାକୁ ସୁଯୋଗ ଦିଅ ନାହିଁ ଯେ, ସେମାନେ ଶକ୍ତିଶାଳୀ ଅଟନ୍ତି।
20 ଲୋକମାନଙ୍କୁ ଏକ ଶିକ୍ଷା ପ୍ରଦାନ କର।
    ସେମାନେ ଜାଣିବା ଉଚିତ୍ ଯେ, ସେମାନେ କେବଳ ମନୁଷ୍ୟ ମାତ୍ର ଅଟନ୍ତି।

-ସେଲା-

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 18:1-4

ଦାଉଦ ଓ ଯୋନାଥନଙ୍କର ଘନିଷ୍ଟ ବନ୍ଧୁତା

18 ଦାଉଦ ଶାଉଲଙ୍କ ସହିତ କଥାବାର୍ତ୍ତା କରି ସାରିବା ପରେ ଯୋନାଥନର ଦାଉଦଙ୍କ ସହିତ ଏକ ଦୃଢ଼ ବନ୍ଧୁତା ବାନ୍ଧିଲେ। ଆଉ ଯୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲେ। ଶାଉଲ ସେହି ଦିନ ଦାଉଦଙ୍କୁ ତାଙ୍କ ସହିତ ରଖିଲେ ଓ ଘରକୁ ଯିବାକୁ ଦେଲେ ନାହିଁ। ଯୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏହି ନିୟମ କଲେ। ଯୋନାଥନ ଆପଣା ଦେହରୁ ବସ୍ତ୍ର କାଢ଼ି ଦାଉଦଙ୍କୁ ଦେଲେ। ଆପଣା ବସ୍ତ୍ର, ‌‌ଖ‌ଡ଼୍‌ଗ, ଧନୁ ଓ କଟିବନ୍ଧନ ପର୍ଯ୍ୟନ୍ତ ତାହାଙ୍କୁ ଦେଲେ।

ଲୂକ ଲିଖିତ ସୁସମାଗ୍ଭର 21:25-28

ଭୟ କର ନାହିଁ(A)

25 “ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କରେ ସଙ୍କେତ ରୂପକ ଅନେକ ଅ‌ଦ୍‌ଭୂତ ବିଷୟ ଘଟିବ। ପୃଥିବୀରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡ଼ିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ’ଣ ପାଇଁ ଏପରି ହେଲା, ଜାଣିବେ ନାହିଁ। 26 ସଂସାରକୁ ମାଡ଼ି ଆସୁଥିବା ବିପଦକୁ ଚିନ୍ତା କରି ଲୋକେ ଭୟରେ ମୂର୍ଚ୍ଛିତ ହୋଇଯିବେ। ଆକାଶ ମଣ୍ଡଳର ପ୍ରତ୍ୟେକ ବିଷୟ ବଦଳି ଯିବ। 27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ। 28 ଯେତେବେଳେ ଏସବୁ ଘଟଣା ଘଟିବା ଆରମ୍ଭ ହୋଇଯିବ, ତୁମ୍ଭେମାନେ ଭୟ କରିବ ନାହିଁ। ଉପରକୁ ଗ୍ଭହିଁ ଖୁସୀ ହେବ, ଆଦୌ ବ୍ୟସ୍ତ ହେବ ନାହିଁ। କାରଣ ତୁମ୍ଭମାନଙ୍କର ମୁକ୍ତି ସମୟ ପାଖ ହୋଇଗଲାଣି ବୋଲି ଏଥିରୁ ଜାଣିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center