Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 20

ଦାଉଦଙ୍କର ଏକ ଗୀତ।

20 ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।
    ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ।
ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ।
    ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ।
ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ।
    ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ।
ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ।
    ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।
ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ।
    ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା।
ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ।

ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି।
    ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି।
    ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।
କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି।
ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି
    କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।
ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ।
    ଆମ୍ଭେ ବିଜୟୀ ଦଳ।

ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ
    କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ।

ଗଣନା ପୁସ୍ତକ 9:15-23

ମେଘ ଓ ଅଗ୍ନି

15 ଯେଉଁ ଦିନ ପବିତ୍ର ତମ୍ବୁ ସ୍ଥାପିତ ହେଲା, ସେହି ଦିନ ମେଘ ନିୟମ ତମ୍ବୁ ଆଚ୍ଛାଦନ କଲା। ପୁଣି ତାହା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ପବିତ୍ର ତମ୍ବୁ ଉପରେ ଅଗ୍ନିତୁଲ୍ୟ ଦେଖାଗଲା। 16 ଏହା ସବୁ ସମୟରେ ଘଟେ। ମେଘ ପବିତ୍ର ତମ୍ବୁକୁ ଆଚ୍ଛାଦନ କଲା ଏବଂ ରାତିରେ ଏହା ଅଗ୍ନିତୁଲ୍ୟ ଦେଖାଗଲା। 17 ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରୁ ଗତି କଲା, ସେତେବେଳେ ଇସ୍ରାଏଲର ଲୋକମାନେ ଯାତ୍ରା କଲେ, ପୁଣି ସେହି ମେଘ ଯେଉଁଠାରେ ରହିଲା, ଇସ୍ରାଏଲର ଲୋକମାନେ ସେହିଠାରେ ଛାଉଣି ସ୍ଥାପନ କଲେ। 18 ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ଲୋକମାନେ ମେଘର ଗତିକୁ ଲକ୍ଷ୍ୟକରି ଯାତ୍ରା କଲେ ଓ ଛାଉଣି ସ୍ଥାପନ କଲେ, ଯେପର୍ଯ୍ୟନ୍ତ ସେହି ମେଘ ପବିତ୍ର ତମ୍ବୁଉପରେ ରହିଲା, ସେ ପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ। 19 ପୁଣି ଯେତେବେଳେ ସେହି ମେଘ ପବିତ୍ର ତମ୍ବୁ ଉପରେ ଦୀର୍ଘ ସମୟ ଧରି ରହିଲା, ସେତେବେଳେ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ମାନି ଆଉ ଯାତ୍ରା କଲେ ନାହିଁ। 20 କେବେ କେବେ ସେହି ମେଘ ପବିତ୍ର ତମ୍ବୁ ଉପରେ ଅଳ୍ପ ସମୟ ରହିଲା, ସେ ସମୟରେ ସେମାନେ ଛାଉଣି କରି ରହିଲେ ଓ ମେଘର ଗତି ଅନୁସାରେ ଗତି କଲେ। 21 ବେଳେ ବେଳେ ପବିତ୍ର ତମ୍ବୁ ଉପରେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଗତିକଲା। ତେଣୁ ଇସ୍ରାଏଲ ଲୋକମାନେ ମଧ୍ୟ ଗତି କଲେ। ସେହି ଦିନରେ କିମ୍ବା ରାତିରେ ମେଘ ଗତି କରୁଥିଲା, ଇସ୍ରାଏଲର ଲୋକମାନେ ଯାତ୍ରା ଆରମ୍ଭ କଲେ। 22 ଯଦି ସେହି ମେଘ ପବିତ୍ର ତମ୍ବୁ ଉପରେ ଦୁଇ ଦିନ, ଏକ ମାସ କିମ୍ବା ବହୁ ସମୟ ଧରି ରହିଲା ଲୋକମାନେ ଯାତ୍ରା ବନ୍ଦ କରି ଛାଉଣିରେ ରହିଲେ, ପୁଣି ମେଘ ଯେତେବେଳେ ଗତି କରୁଥିଲା, ସେମାନେ ଯାତ୍ରା କଲେ। 23 ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ଛାଉଣି ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞାରେ ଯାତ୍ରା କଲେ। ସେମାନେ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କୁ ଅନୁସରଣ କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:1-8

ଯୋହନଙ୍କର ସ୍ୱର୍ଗ ଦେଖିବା

ଏହା ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ସ୍ୱର୍ଗର ଗୋଟିଏ ଦ୍ୱାର ଖୋଲା ହୋଇଅଛି। ମୁଁ ଯେଉଁ ସ୍ୱର ପୂର୍ବରୁ ଶୁଣିଥିଲି, ସେହି ସ୍ୱର ପୁଣି ଶୁଣିଲି। ଏହି ସ୍ୱର ତୂରୀନାଦର ଶବ୍ଦ ପରି ମନେହେଲା। ସେହି ସ୍ୱର କହିଲା, “ଏଠାରୁ ଉପରକୁ ଉଠି ଆସ ଏବଂ ଭବିଷ୍ୟତରେ ଯାହା ଘଟିବ, ତାହା ମୁଁ ତୁମ୍ଭକୁ ଦେଖାଇବି।” ତ‌‌‌‌‌ତ୍‌‌‌‌‌କ୍ଷଣାତ‌୍ ‌ଆତ୍ମା ମୋତେ ତାହାଙ୍କ ଅଧୀନକୁ ନେଇଗଲେ। ସ୍ୱର୍ଗରେ ମୋ’ ସମ୍ମୁଖରେ ଗୋଟିଏ ସିଂହାସନ ଥିଲା। ସେହି ସିଂହାସନରେ ଜଣେ ବସିଥିଲେ। ସିଂହାସନରେ ଯେଉଁ ବ୍ୟକ୍ତି ବସିଥିଲେ, ତାହାଙ୍କର ରୂପ ମୂଲ୍ୟବାନ ସୂର୍ଯ୍ୟକାନ୍ତମଣି ଓ ପଦ୍ମରାଗମଣି ଭଳି ଦେଖାଯାଉଥିଲା। ତାହାଙ୍କ ସିଂହାସନକୁ ମରକତମଣିର ଶୋଭା ସଦୃଶ ଗୋଟିଏ ମେଘଧନୁ ଘେରି ରହିଥିଲା।

ସେହି ସିଂହାସନର ଗ୍ଭରିପାଖରେ ଆଉ ଚବି‌ଶ୍‌ଟି ସିଂହାସନ ଥିଲା। ସେହି ଚବି‌ଶ୍‌ଟି ସିଂହାସନରେ ଚବିଶ ଜଣ ପ୍ରାଚୀନ ବସିଥିଲେ। ସେମାନେ ଶୁଭ୍ରବସ୍ତ୍ର ପିନ୍ଧିଥିଲେ ଏବଂ ମସ୍ତକରେ ସୁନାର ମୁକୁଟ ପିନ୍ଧିଥିଲେ। ସିଂହାସନରୁ ବିଜୁଳିର ଆଲୋକ ଓ ଘଡ଼ଘଡ଼ିର ଶବ୍ଦ ଶୁଭୁଥିଲା। ସିଂହାସନ ସାମନାରେ ସାତୋଟି ଜ୍ୱଳନ୍ତ ଦୀପ ଥିଲା। ଏହି ଦୀପଗୁଡ଼ିକ ପରମେଶ୍ୱରଙ୍କର ସାତୋଟି ଆତ୍ମା ଅଟନ୍ତି। ସେହି ସିଂହାସନ ସମ୍ମୁଖରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦେଖାଯାଉଥିଲା, ଯାହା ସ୍ଫଟିକପରି ସ୍ୱଚ୍ଛ ଥିଲା।

ସେହି ସିଂହାସନର ଗ୍ଭରିପଟେ ଗ୍ଭରୋଟି ଜୀବିତ ପ୍ରାଣୀ ଥିଲେ। ସେହି ଜୀବିତ ପ୍ରାଣୀଙ୍କର ଆଗ ଓ ପଛ ଉଭୟ ପଟେ ଚକ୍ଷୁ ଭରି ହୋଇରହିଥିଲା। ପ୍ରଥମ ଜୀବିତ ପ୍ରାଣୀର ଆକୃତି ସିଂହପରି। ଦ୍ୱିତୀୟ ପ୍ରାଣୀ ଗୋଟିଏ ଗୋରୁ ସଦୃଶ। ତୃତୀୟ ପ୍ରାଣୀର ମୁଖ ଜଣେ ମନୁଷ୍ୟର ମୁଖ ଭଳି। ଚତୁର୍ଥ ପ୍ରାଣୀଟି ଗୋଟିଏ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଥିଲା। ପ୍ରତ୍ୟେକଙ୍କର ଛଅଟି ଲେଖାଏଁ ଡେଣା ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଗ୍ଭରିପାଖ ଆଖିରେ ପରିପୂର୍ଣ୍ଣ ଥିଲା। ସେମାନେ ଦିନରାତି ଅବିରତ କହୁଥିଲେ:

“ସର୍ବଶକ୍ତିମାନ ପ୍ରଭୁ ପରମେଶ୍ୱର ପବିତ୍ର, ପବିତ୍ର, ପବିତ୍ର।
    ସେ ସର୍ବଦା ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ରହିଥିବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center