Revised Common Lectionary (Semicontinuous)
24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
25 ମହାସାଗରକୁ ଦେଖ, ଏହା କେତେ ମହାନ!
ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି।
ସେଗୁଡ଼ିକୁ ଗଣନା କରି ହେବ ନାହିଁ।
26 ତହିଁରେ ଜାହାଜ ଯାତାୟାତ କରେ।
ତହିଁରେ ଖେଳିବା ପାଇଁ
ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ।
27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି,
ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ,
28 ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି।
ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ।
29 ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି।
ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ,
ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି,
ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।
30 ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ।
ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।
31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ!
ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
32 ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ।
ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।
33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
34 ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ।
ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି।
35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ପ୍ରଶଂସା କର।
ଶୁଷ୍କ ଅସ୍ଥିସକଳର ଦର୍ଶନ
37 ସଦାପ୍ରଭୁଙ୍କର ହସ୍ତ ମୋ’ ଆଡ଼କୁ ପ୍ରସାରିତ ହେଲା ଓ ସେ ତାଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ ଏବଂ ସେହି ଉପତ୍ୟକା ଅସ୍ଥିରେ ପରିପୂର୍ଣ୍ଣ ଥିଲା। 2 ସଦାପ୍ରଭୁ ସେହି ଅସ୍ଥିଗୁଡ଼ିକ ଦେଇ ନେଲେ, ଯାହା ଚତୁର୍ଦ୍ଦିଗରେ ଥିଲା। ସେହି ଉପତ୍ୟକାରେ ବହୁତ ଅସ୍ଥି ଥିବାର ମୁଁ ଦେଖି ପାରିଲି। ମୁଁ ସେହି ଅସ୍ଥିଗୁଡ଼ିକ ଅତିଶୟ ଶୁଷ୍କ ଥିବାର ଲକ୍ଷ୍ୟ କଲି।
3 ତା’ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ ପଗ୍ଭରିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥି ସମୂହ ସଜୀବ ହୋଇ ପାରିବେ କି?”
ମୁଁ ଉତ୍ତର ଦେଲି, “ସଦାପ୍ରଭୁ, ମୋର ପ୍ରଭୁ, ଏ ପ୍ରଶ୍ନର ଉତ୍ତର କେବଳ ଆପଣ ଜାଣନ୍ତି।”
4 ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ଏହି ଅସ୍ଥିଗୁଡ଼ିକ ଉଦ୍ଦେଶ୍ୟରେ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରି କୁହ, ‘ହେ ଶୁଷ୍କ ଅସ୍ଥି ସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। 5 ସଦାପ୍ରଭୁ, ମୋର ପ୍ରଭୁ ସେ ସକଳ ଅସ୍ଥିକୁ ଏହି କଥା କହନ୍ତି, ଦେଖ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବି ଓ ତୁମ୍ଭେମାନେ ଜୀବିତ ହେବ। 6 ପୁଣି ମୁଁ ତୁମ୍ଭମାନଙ୍କ ଉପରେ ଶିରା ଓ ମାଂସ ଉତ୍ପନ୍ନ କରିବି। ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବି ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବି। ଆଉ ତୁମ୍ଭେମାନେ ଜୀବିତ ହେବ। ତହିଁରେ ଏହା ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”
7 ମୋତେ ଯେପରି ଆଜ୍ଞା ହୋଇଥିଲା, ତଦନୁସାରେ ମୁଁ ଭବିଷ୍ୟଦ୍ବାଣୀ କଲି, ଯେତେବେଳେ ମୁଁ ଭବିଷ୍ୟଦ୍ବାଣୀ କରୁଥିଲି ଏକ ଶବ୍ଦ ଶୁଣାଗଲା ଓ ଭୂମିକମ୍ପ ହେଲା। ଆଉ ଅସ୍ଥିସକଳ ପରସ୍ପର ଯୋଡ଼ି ହୋଇଗଲେ। 8 ମୁଁ ନିରୀକ୍ଷଣ କରି ଦେଖିଲି, ସେହିସବୁ ଅସ୍ଥି ଉପରେ ସ୍ନାୟୁ ଓ ମାଂସ ଆଚ୍ଛାଦନ କଲା, ପୁଣି ଚର୍ମ ସେସବୁକୁ ଆଚ୍ଛାଦନ କଲା କିନ୍ତୁ ସେମାନଙ୍କର ପ୍ରାଣବାୟୁ ନ ଥିଲା।
9 ତା’ପରେ ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କର ଓ ବାୟୁକୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ହେ ପ୍ରାଣବାୟୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ମୃତ ଶରୀରଗୁଡ଼ିକ ଉପରେ ପ୍ରଶ୍ୱାସ ଦିଅ, ଯେପରି ସେମାନେ ଜୀବିତ ହେବେ।’”
10 ଏବଂ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କଲି ଏବଂ ପ୍ରଶ୍ୱାସ ସେମାନଙ୍କ ମଧ୍ୟକୁ ଆସିଲା। ଆଉ ସେମାନେ ଜୀବିତ ହୋଇଗଲେ ଏବଂ ଛିଡ଼ା ହୋଇଗଲେ। ସେମାନେ ବହୁତ ଲୋକ ଥିଲେ ଏବଂ ମହାନ ସୈନ୍ୟବାହିନୀ ଗଠନ କଲେ।
11 ତା’ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥିସକଳ ଇସ୍ରାଏଲ ସମୁଦାୟ ପରିବାର ଅଟନ୍ତି। ଏବଂ ସେମାନେ କହନ୍ତି, ‘ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହୋଇଅଛୁ।’ 12 ଏଣୁ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରି ସେମାନଙ୍କୁ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ‘ହେ ମୋର ଲୋକମାନେ, ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର କବରରୁ ବାହାର କରାଇବି। ଆଉ ତୁମ୍ଭମାନଙ୍କୁ ଇସ୍ରାଏଲ ଦେଶକୁ ଆଣିବି। 13 ହେ ମୋର ଲୋକମାନେ, ଯେତେବେଳେ ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ସେଗୁଡ଼ିକରୁ ବାହାର କରି ଆଣିବି, ମୁଁ ସଦାପ୍ରଭୁ ଅଟେ ବୋଲି ତୁମ୍ଭେମାନେ ଜାଣିବ। 14 ଆଉ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଆପଣା ଆତ୍ମା ପ୍ରବେଶ କରାଇବି। ତହିଁରେ ତୁମ୍ଭେମାନେ ଜୀବିତ ହେବ। ପୁଣି ମୁଁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ନିଜ ଦେଶରେ ବସାଇବି। ତାହାହେଲେ ମୁଁ ସଦାପ୍ରଭୁ ଏହା କହିଅଛି ଓ ସଫଳ କରିଅଛି ବୋଲି ତୁମ୍ଭେମାନେ ଜାଣିବ।’” ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ(A)
19 ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତା’ପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20 ଯୀଶୁ ଏ କଥା କହିବା ପରେ ଶିଷ୍ୟମାନଙ୍କୁ ତାହାଙ୍କ ହାତ ଗୋଡ଼ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଅତ୍ୟନ୍ତ ଖୁସୀ ହେଲେ।
21 ଯୀଶୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ। ମୋତେ ପରମପିତା ଯେପରି ପଠାଇଥିଲେ, ମୁଁ ସେହିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।” 22 ଯୀଶୁ ଏହି କଥା କହିବା ପରେ ଶିଷ୍ୟମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେ କହିଲେ, “ପବିତ୍ରଆତ୍ମାଙ୍କୁ ଗ୍ରହଣ କର। 23 ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତେବେ ସେମାନଙ୍କର ପାପ କ୍ଷମା କରାହେବ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତେବେ ସେମାନଙ୍କର ପାପ କ୍ଷମା କରାହେବ ନାହିଁ।”
2010 by World Bible Translation Center