Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 104:24-34

24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
    ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
    ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
25 ମହାସାଗରକୁ ଦେଖ, ଏହା କେତେ ମହାନ!
    ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି।
    ସେଗୁଡ଼ିକୁ ଗଣନା କରି ହେବ ନାହିଁ।
26 ତହିଁରେ ଜାହାଜ ଯାତାୟାତ କରେ।
    ତହିଁରେ ଖେଳିବା ପାଇଁ
    ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ।

27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି,
    ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ,
28 ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି।
    ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ।
29 ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି।
    ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ,
ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି,
    ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।
30 ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ।
    ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।

31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ!
    ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
32 ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ।
    ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।

33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
    ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
34 ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ।
    ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି।

ଗୀତସଂହିତା 104:35

35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
    ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।

ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ସଦାପ୍ରଭୁଙ୍କର ପ୍ରଶଂସା କର।

ଯୋୟେଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 2:18-29

ସଦାପ୍ରଭୁ ଆପଣାର ଦେଶକୁ ପୁନରୁଦ୍ଧାର କରିବେ

18 ତା’ପରେ ସଦାପ୍ରଭୁ ନିଜ ଭୂମି ପାଇଁ ଈର୍ଷାପରାୟଣ ହେଲେ।
    ସେ ତାଙ୍କର ଲୋକମାନଙ୍କ ଉପରେ ଦୟା ଦେଖାଇଲେ।
19 ସଦାପ୍ରଭୁ ତାଙ୍କ ନିଜ ଲୋକଙ୍କୁ କହିଲେ,
“ଆମ୍ଭେ ତୁମ୍ଭମାନଙ୍କୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ପ୍ରଚୁର ପରିମାଣରେ ଦେବା
    ଓ ତୁମ୍ଭେମାନେ ସେଥିରେ ତୃପ୍ତ ହେବ।
    ଆଉ ଏଣିକି ତୁମ୍ଭମାନଙ୍କୁ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ନିନ୍ଦିତ କରିବା ନାହିଁ।
20 ଆମ୍ଭେ ସେହି ଲୋକମାନଙ୍କୁ ତୁମ୍ଭର ରାଜ୍ୟ ଛାଡ଼ି ଯିବାକୁ ଉତ୍ତର ଦିଗକୁ ବିତାଡ଼ିତ କରିବା।
    ସେମାନଙ୍କୁ ଏକ ଶୁଷ୍କ, ଶୂନ୍ୟ ସ୍ଥାନକୁ ତଡ଼ିଦେବା।
ସେମାନଙ୍କ ମଧ୍ୟରୁ କେତେକ ପୂର୍ବ ସମୁଦ୍ର ଆଡ଼େ ଯିବେ
    ଓ ଆଉ କେତେକ ପଶ୍ଚିମ ସମୁଦ୍ର ଆଡ଼େ ଯିବେ।
ସେମାନେ ଏପରି ଭୟଙ୍କର କାର୍ଯ୍ୟ କରିଛନ୍ତି,
    ସେମାନେ ମୃତ ପ୍ରାୟ ହେବେ,
ପଚିଯିବେ ଓ ସେଠାରୁ ଦୁର୍ଗନ୍ଧ ନିର୍ଗତ ହେବ।”

ପୁନର୍ବାର ନୂତନ ରାଜ୍ୟ ନିର୍ମିତ ହେବ

21 ହେ ଦେଶ, ଭୟ କର ନାହିଁ।
    ସୁଖୀ ହୁଅ, ଆନନ୍ଦ କର
    କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମହାନ କାର୍ଯ୍ୟ କରିବେ।
22 ହେ କ୍ଷେତ୍ରସ୍ଥ ପଶୁଗଣ, ଭୟଭୀତ ହୁଅ ନାହିଁ।
    ମରୁପ୍ରାୟ ଗ୍ଭରଣଭୂମି ତୃଣାଚ୍ଛାଦିତ ହେବ।
ବୃକ୍ଷଗୁଡ଼ିକ ଫଳ ଧାରଣ କରିବେ।
    ଡିମ୍ବିରି ବୃକ୍ଷ ଓ ଦ୍ରାକ୍ଷାଲତା ପ୍ରଚୁର ଫଳ ଧାରଣ କରିବ।

23 ତେଣୁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ସୁଖ କର,
    ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ଆନନ୍ଦ ଉଲ୍ଲାସ କର।
ସେ ମଙ୍ଗଳମୟ ଏବଂ ତୁମ୍ଭମାନଙ୍କୁ ବୃଷ୍ଟି ଦେବେ।
    ସେ ତୁମ୍ଭକୁ ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପୂର୍ବପରି ଦେବେ।
24 ତୁମ୍ଭମାନଙ୍କର ଖଳାସବୁ ଗହମରେ ପରିପୂର୍ଣ୍ଣ ହେବ
    ଏବଂ ତୁମ୍ଭମାନଙ୍କର କୁଣ୍ତଗୁଡ଼ିକ ଦ୍ରାକ୍ଷାରସ ଓ ତୈଳରେ ଉଚ୍ଛୁଳି ପଡ଼ିବ।
25 “ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ୟକୁ ଆପଣା ଯେଉଁ ମହା ସୈନ୍ୟଦଳ
    ଅର୍ଥାତ ପଙ୍ଗପାଳ, ଶୂକ ଘୁର୍ଘୁରିୟା ଓ ପରିପକ୍ୱ ତୁମ୍ଭମାନଙ୍କ ବିରୁଦ୍ଧରେ ପଠାଇଲୁ।
    ସେମାନେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ।
ଆମ୍ଭେ ତାହା ତୁମ୍ଭମାନଙ୍କୁ ଫେରାଇ ଦେବା,
    ଯାହା ବର୍ଷଧରି ଖାଇଯାଇଛନ୍ତି।
26 ତତ୍ପରେ ତୁମ୍ଭେ ପ୍ରଚୁର ଖାଇବାକୁ ପାଇବ।
    ତୁମ୍ଭର ସବୁ ପରିପୂର୍ଣ୍ଣ ହେବ।
ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବ।
    କାରଣ ସେ ତୁମ୍ଭମାନଙ୍କ ପାଇଁ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରିଛନ୍ତି।
ସେ ଆପଣାର ଲୋକମାନଙ୍କୁ ଆଉ ଲଜ୍ଜିତ କରିବାକୁ ଦେବେ ନାହିଁ।
27 ଏହା ଦ୍ୱାରା ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ଇସ୍ରାଏଲ ସହିତ ଅଛୁ।
ଆଉ ମଧ୍ୟ ତୁମ୍ଭେମାନେ ଜାଣିବ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର,
    ତୁମ୍ଭର ଅନ୍ୟ କେହି ପରମେଶ୍ୱର ନାହାନ୍ତି।
ଆମ୍ଭର ଲୋକମାନେ ଆଉ କେବେ ଲଜ୍ଜିତ ହେବେ ନାହିଁ।”

ପରମେଶ୍ୱର ତାଙ୍କର ଆତ୍ମା ସବୁ ଲୋକଙ୍କୁ ପ୍ରଦାନ କରିବେ

28 “ଏହା ପରେ ସବୁପ୍ରକାର ଲୋକଙ୍କ ଉପରେ
    ଆମ୍ଭର ଆତ୍ମା ପ୍ରଦାନ କରିବା।
ତହିଁରେ ତୁମ୍ଭର ପୁତ୍ର ଓ କନ୍ୟାଗଣ ସଦାପ୍ରଭୁଙ୍କର ଭବିଷ୍ୟତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କରିବେ।
    ତୁମ୍ଭର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ
    ଓ ତୁମ୍ଭର ଯୁବକଗଣ ଦର୍ଶନ ଲାଭ କରିବେ।
29 ସେହି ସମୟରେ ଆମ୍ଭେ ମଧ୍ୟ ଆପଣା ଦାସ
    ଓ ଦାସୀଙ୍କ ଉପରେ ଆମ୍ଭର ଆତ୍ମା ଢାଳିବା।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:4-11

ଆତ୍ମାଙ୍କ ଦାନ ଅନେକ ପ୍ରକାରର, କିନ୍ତୁ ସେଗୁଡ଼ିକ ସେହି ଏକ ପବିତ୍ରଆତ୍ମାଙ୍କଠାରୁ ଆସିଥାଏ। ସେବା ମଧ୍ୟ ଅନେକ ପ୍ରକାରର, ମାତ୍ର ଆମ୍ଭେ ଯାହାଙ୍କର ସେବା କରୁ, ସେହି ପ୍ରଭୁ ଏକ ଅଟନ୍ତି। ପରମେଶ୍ୱର ଆମ୍ଭମାନଙ୍କ ଜୀବନର ଅନେକ ପ୍ରକାର କାର୍ଯ୍ୟ କରନ୍ତି, ମାତ୍ର ଯେ ଏସମସ୍ତ କରନ୍ତି, ସେହି ପରମେଶ୍ୱର ଏକ ଅଟନ୍ତି।

ପ୍ରତ୍ୟେକ ଲୋକଠାରେ ଆତ୍ମାର ବିଶେଷ ଗୁଣ ଗୁଡ଼ିକ ଦେଖିବାକୁ ମିଳେ। ଏଗୁଡ଼ିକ ଅନ୍ୟମାନଙ୍କ ଭଲ ପାଇଁ ଦିଆଯାଇଛି। ଜଣେ ଲୋକକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିରେ କଥା କହିବାକୁ ଦକ୍ଷତା ଦିଆ ହୋଇଛି, ଓ ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ଜ୍ଞାନର କଥା କହିବାକୁ ଯୋଗ୍ୟତା ଦିଆ ହୋଇଛି। ସେହି ଏକମାତ୍ର ଆତ୍ମା ଜଣେ ଲୋକକୁ ବିଶ୍ୱାସ ଓ ଅନ୍ୟଜଣକୁ ପୂର୍ଣ୍ଣ ଆରୋଗ୍ୟ କରିବା ଶକ୍ତି ଦାନ କରନ୍ତି। 10 ଆତ୍ମା ଅନ୍ୟଜଣକୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ଶକ୍ତି ଓ ଅନ୍ୟ ଜଣକୁ ଭଲ ଓ ମନ୍ଦ ଆତ୍ମା ଭିତରେ ପାର୍ଥକ୍ୟ ଦେଖି ପାରିବା ଶକ୍ତି ପ୍ରଦାନ କରନ୍ତି। କାହାକୁ ଭିନ୍ନଭିନ୍ନ ପ୍ରକାରର ଭାଷା କହିପାରିବା ଶକ୍ତି ଦିଆଯାଇଛି, ତ ଅନ୍ୟ କାହାକୁ ସେହି ଭାଷାଗୁଡ଼ିକର ଅର୍ଥ କରିବାର ଶକ୍ତି ଦିଆଯାଇଛି। 11 ସେହି ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ଏହି ସମସ୍ତ କାର୍ଯ୍ୟ କରନ୍ତି। ସେହି ଆତ୍ମା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ’ଣ ଦିଆଯିବ, ତାହା ସ୍ଥିର କରନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center