Revised Common Lectionary (Semicontinuous)
115 ହେ ସଦାପ୍ରଭୁ, ଆମ୍ଭେମାନେ କୌଣସି ମହିମାର ଯୋଗ୍ୟ ନୁହଁ।
ମହିମା ତ ତୁମ୍ଭର।
ତୁମ୍ଭର ପ୍ରେମ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।
2 କାହିଁକି ଅନ୍ୟ ଦେଶୀୟମାନେ କହିବେ
ଆମ୍ଭମାନଙ୍କର ପରମେଶ୍ୱର କେଉଁଠାରେ?
3 ଆମ୍ଭମାନଙ୍କର ପରମେଶ୍ୱର ସ୍ୱର୍ଗରେ ଅଛନ୍ତି।
ଏବଂ ସେ ଯାହା ଗ୍ଭହାନ୍ତି ତାହା କରି ପାରନ୍ତି।
4 ଅନ୍ୟ ଜାତିଗଣର “ଦେବଗଣ” ସେମାନଙ୍କ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି।
ଏହି ପ୍ରତିମାଗୁଡ଼ିକ ମନୁଷ୍ୟମାନଙ୍କ ହସ୍ତରେ ତିଆରି ହୋଇଥିଲେ।
5 ସେହି ପ୍ରତିମାମାନଙ୍କର ପାଟି ଅଛି କିନ୍ତୁ କଥା କହିପାରନ୍ତି ନାହିଁ।
ସେମାନଙ୍କର ଆଖି ଅଛି କିନ୍ତୁ ଦେଖି ପାରନ୍ତି ନାହିଁ।
6 ସେମାନଙ୍କର କାନ ଅଛି କିନ୍ତୁ ଶୁଣି ପାରନ୍ତି ନାହିଁ।
ସେମାନଙ୍କର ନାକ ଅଛି କିନ୍ତୁ ଆଘ୍ରାଣ କରି ପାରନ୍ତି ନାହିଁ।
7 ସେମାନଙ୍କର ହାତ ଅଛି କିନ୍ତୁ ତାହା ସ୍ପର୍ଶ କରି ପାରନ୍ତି ନାହିଁ।
ସେମାନଙ୍କର ଗୋଡ଼ ଅଛି କିନ୍ତୁ ଗ୍ଭଲିପାରନ୍ତି ନାହିଁ।
ସେମାନଙ୍କ ଗଳାରୁ କୌଣସି ସ୍ୱର ବାହାରେ ନାହିଁ।
8 ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ବିଶ୍ୱାସକାରୀମାନେ
ସେହିପରି ହେବେ!
9 ହେ ଇସ୍ରାଏଲର ଲୋକମାନେ, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
10 ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।
11 ହେ ସଦାପ୍ରଭୁଙ୍କର ଅନୁସରଣକାରୀ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।
ସଦାପ୍ରଭୁ ସେମାନଙ୍କର ଶକ୍ତି ଓ ଢାଲ।
12 ସଦାପ୍ରଭୁ ଆମ୍ଭମାନଙ୍କୁ ସ୍ମରଣରେ ରଖନ୍ତି।
ସଦାପ୍ରଭୁ ଆମ୍ଭକୁ ଆଶୀର୍ବାଦ କରିବେ।
ସଦାପ୍ରଭୁ ଇସ୍ରାଏଲକୁ ଆଶୀର୍ବାଦ କରିବେ।
ସଦାପ୍ରଭୁ ହାରୋଣଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରିବେ।
13 ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ
ଆଶୀର୍ବାଦ କରିବେ।
14 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ
ଅଧିକରୁ ଅଧିକ ବୃଦ୍ଧି କରନ୍ତୁ।
15 ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ
ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
16 ସ୍ୱର୍ଗ ସଦାପ୍ରଭୁଙ୍କର
କିନ୍ତୁ ସେ ମନୁଷ୍ୟ ସନ୍ତାନଗଣଙ୍କୁ ପୃଥିବୀ ଦେଇଛନ୍ତି।
17 ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ।
ଯେଉଁମାନେ କବରରେ ଅଛନ୍ତି ସେମାନେ ନୀରବ ଅଟନ୍ତି।
18 ମାତ୍ର ଆମ୍ଭେମାନେ ଆଜିଠାରୁ ଚିରକାଳ ପର୍ଯ୍ୟନ୍ତ
ସଦାପ୍ରଭୁଙ୍କର ଧନ୍ୟବାଦ କରିବା।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
29 “ଯେତେବେଳେ ହାରୋଣ ପବିତ୍ର ସ୍ଥାନକୁ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଗ୍ଭରାର୍ଥକ ବୁକୁପଟାରେ ଇସ୍ରାଏଲ ପୁତ୍ରଗଣର ନାମ ସକଳ ଆପଣା ହୃଦୟ ଉପରେ ବହନ କରିବ। 30 ସେହି ବିଗ୍ଭରାର୍ଥକ ବୁକୁପଟାରେ ତୁମ୍ଭେ ଊରୀମ୍ ଓ ତୁମ୍ମୀମ୍ (ଦୀପ୍ତି ଓ ସିଦ୍ଧି) ରଖିବ। ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ। ସେହି ସମୟରେ ହାରୋଣର ହୃଦୟ ଉପରେ ତାହା ରହିବ, ପୁଣି ହାରୋଣ ସଦାପ୍ରଭୁଙ୍କ ଛାମୁରେ ପ୍ରତ୍ୟେକ ଦିନ ଇସ୍ରାଏଲ ସନ୍ତାନଗଣର ବିଗ୍ଭର ଆପଣା ହୃଦୟ ଉପରେ ବହିବ।
ଯାଜକମାନଙ୍କ ପାଇଁ ଅନ୍ୟାନ୍ୟ ସମସ୍ତ ବସ୍ତ୍ର
31 “ଏଫୋଦ ନିମନ୍ତେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣରେ ଗ୍ଭେଗା ତିଆରି କର। 32 ଏହାର ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ। ସାଞ୍ଚୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦ୍ଦିଗରେ ବୁଣା କର୍ମ ହେବ। ତହିଁରେ ତାହା ଛିଣ୍ଡି ଯିବ ନାହିଁ। 33 ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣର ଡାଳିମ୍ବ କରିବ। ଆଉ ଗ୍ଭରି ଦିଗରେ ତହିଁ ମଧ୍ୟରେ ସ୍ୱର୍ଣ୍ଣଘଣ୍ଟି ରହିବ। 34 ସେହି ଗ୍ଭେଗାର ଅଞ୍ଚଳର ଚତୁର୍ଦ୍ଦିଗରେ ଗୋଟିଏ ସ୍ୱର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ, ପୁଣି ଗୋଟିଏ ସ୍ୱର୍ଣ୍ଣଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ। 35 ହାରୋଣ ସେବା କରିବା ସମୟରେ ତାହା ପିନ୍ଧିବ। ଯେଉଁଥିରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ପ୍ରସ୍ଥାନ କରିବ, ସେତେବେଳେ ଘଣ୍ଟି ଶବ୍ଦ ଶୁଣାଯିବ। ଏହି ପ୍ରକାରେ ହାରୋଣ ମରିବ ନାହିଁ।
36 “ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ର ତିଆରି କର ଏବଂ ଛୋଟ ମୋହରରେ ଖୋଦିତ କଲାପରି ଏହା ଉପରେ ଖୋଦନ କର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। 37 ପୁଣି ପାଗ ଉପରେ ରହିବା ପାଇଁ ତାହା ନୀଳ ସୁତ୍ରରେ ବନ୍ଦ କରି ପାଗର ସମ୍ମୁଖରେ ରଖିବ। 38 ଏହା ହାରୋଣର କପାଳ ଉପରେ ରହିବ। ଇସ୍ରାଏଲୀୟମାନେ ଉତ୍ସର୍ଗ କରୁଥିବା ପବିତ୍ର ଉପହାର ପାଇଁ ହାରୋଣ ଦାୟୀ ହେବ। ଏହା ସର୍ବଦା ତା’ର କପାଳରେ ରହିବ, ଯାହା ଫଳରେ ସେହି ଉପହାରଟି ସଦାପ୍ରଭୁଙ୍କର ଗ୍ରହଣୀୟ ହେବ।
ପାଉଲଙ୍କ ପ୍ରାର୍ଥନା
3-4 ଯେତେଥର ମୁଁ ତୁମ୍ଭମାନଙ୍କୁ ମନେପକାଏ, ସେତେଥର ପରମେଶ୍ୱରଙ୍କୁ ଆନନ୍ଦ ସହକାରେ ପ୍ରାର୍ଥନାରେ ଧନ୍ୟବାଦ ଦିଏ। 5 ଲୋକମାନଙ୍କୁ ସୁସମାଗ୍ଭର ଶୁଣାଇଲା ବେଳେ, ତୁମ୍ଭମାନଙ୍କଠାରୁ ପାଇଥିବା ସାହାଯ୍ୟ ପାଇଁ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ବିଶ୍ୱାସ କରିବା ପ୍ରଥମଦିନଠାରୁ ଏବେ ପର୍ଯ୍ୟନ୍ତ ତୁମ୍ଭେ ସାହାଯ୍ୟ କରି ଆସୁଛ। 6 ପରମେଶ୍ୱର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ୟ ତାହା କରୁଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ଯ୍ୟନ୍ତ ସେ ସେହି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥିରେ ନିଶ୍ଚିତ ଅଟେ।
7 ତୁମ୍ଭମାନଙ୍କ ବିଷୟରେ ମୋର ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମୋ’ ହୃଦୟରେ ସ୍ଥାନ ପାଇଛ। ତୁମ୍ଭେମାନେ ପରମେଶ୍ୱରଙ୍କ କୃପାରେ ମୋର ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘରେ ଅଛି, ଯେତେବେଳେ ମୁଁ ସୁସମାଗ୍ଭରର ପକ୍ଷ ସମର୍ଥନ କରୁଛି ଓ ଯେତେବେଳେ ମୁଁ ସୁସମାଗ୍ଭରର ସତ୍ୟ ପ୍ରମାଣିତ କରୁଛି, ସେତେବେଳେ ମଧ୍ୟ ତୁମ୍ଭେମାନେ ମୋ’ ସହିତ ପରମେଶ୍ୱରଙ୍କ ଅନୁଗ୍ରହର ସହଭାଗୀ ଅଟ। 8 ପରମେଶ୍ୱର ଜାଣନ୍ତି ଯେ ମୁଁ ତୁମ୍ଭମାନଙ୍କୁ ଦେଖିବାକୁ କେତେ ଇଚ୍ଛା କରୁଛି। ଖ୍ରୀଷ୍ଟ ଯୀଶୁଙ୍କର ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ।
9 ତୁମ୍ଭମାନଙ୍କ ପାଇଁ ମୋର ପ୍ରାର୍ଥନା ଏହି ଯେ:
ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକ ବୃଦ୍ଧି ପାଉ; ତୁମ୍ଭମାନଙ୍କର ପ୍ରେମ ଦ୍ୱାରା ତୁମ୍ଭେ ଜ୍ଞାନ ଓ ବୋଧଶକ୍ତି ପ୍ରାପ୍ତ ହୁଅ; 10 ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ୟ ଦେଖି ପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ୟ ହେବ; 11 ତୁମ୍ଭେ ପରମେଶ୍ୱରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ସାହାଯ୍ୟରେ ଅନେକ ଉତ୍ତମ କାମ କରିବ।
2010 by World Bible Translation Center