Revised Common Lectionary (Semicontinuous)
15 ସେହି ସମୟରେ ସେଠାରେ ପ୍ରାୟ ଶହେକୋଡ଼ିଏ ଜଣ ବିଶ୍ୱାସୀ ଏକତ୍ର ହୋଇଥିଲେ। ପିତର ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, 16 “ଭାଇମାନେ, ଧର୍ମଶାସ୍ତ୍ରରେ ପବିତ୍ରଆତ୍ମା ଦାଉଦଙ୍କ ମୁଖ ଦ୍ୱାରା କହିଛନ୍ତି ଯେ, କିଛି ଗୋଟିଏ ନିଶ୍ଚୟ ଘଟିବ। ସେ ଏହା ଯିହୂଦାଙ୍କ ବିଷୟରେ କହିଥିଲେ। 17 ଯିହୂଦା ଆମ୍ଭ ଦଳରେ ଥିଲା ଓ ଆମ୍ଭ ସହିତ ଏକତ୍ର ସେବା କାର୍ଯ୍ୟ କରିଥିଲା, ପବିତ୍ରଆତ୍ମା କହିଥିଲେ ଯେ ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରିବାକୁ ଯିବେ ଯିହୂଦା ସେମାନଙ୍କର ନେତା ହେବ।”
21-22 ତେଣୁ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କର ପୁନରୁତ୍ଥାନର ସାକ୍ଷୀ ହେବା ନିମନ୍ତେ ଆଉ ଜଣେ ଆମ୍ଭ ସହିତ ଯୋଗ ଦେବା ନିତାନ୍ତ ଜରୁରୀ ଅଟେ। ତେଣୁ ପ୍ରଭୁ ଯୀଶୁ ଆମ୍ଭ ସହିତ ଥିବା ସମୟରେ ସେତେବେଳେ ଆମ୍ଭମାନଙ୍କ ଭିତରେ ଯେତେ ଜଣ ଥିଲେ ସେମାନଙ୍କ ମଧ୍ୟରୁ ଆଉ ଜଣକୁ ହିଁ ବଛାଯିବ। ଅନ୍ୟଭାଷାରେ କହିବାକୁ ଗଲେ, ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ଦିନଠାରୁ ଯୀଶୁଙ୍କୁ ଆମ୍ଭମାନଙ୍କ ମଧ୍ୟରୁ ଊର୍ଦ୍ଧ୍ୱକୁ ନିଆ ହୋଇଯିବା ପର୍ଯ୍ୟନ୍ତ ଏହି ଲୋକ ଜଣକ ଆମ୍ଭ ସଙ୍ଗରେ ରହିଥିବା ଉଚିତ୍।”
23 ଏଥିପାଇଁ ପ୍ରେରିତମାନେ ଦୁଇଜଣ ଲୋକଙ୍କ ନାମ ପ୍ରସ୍ତାବ କଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଯୋଷେଫ, ଯାହାଙ୍କୁ ବର୍ଶବ୍ବା ବୋଲି କୁହାଯାଉଥିଲା, ଏହାଙ୍କୁ ଯୂସ୍ତ ମଧ୍ୟ କୁହାଯାଉଥିଲା ଏବଂ ଅନ୍ୟ ଜଣେ ମଥିୟ। 24 ପୁଣି ପ୍ରେରିତମାନେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ, “ପ୍ରଭୁ, ତୁମ୍ଭେ ସମସ୍ତଙ୍କ ମନକଥା ଜାଣିଛ। ଏହି ସେବା କାର୍ଯ୍ୟ ଓ ପ୍ରେରିତ ପଦ ଛାଡ଼ିଦେଇ ଯିହୂଦା ନିଜ ସ୍ଥାନକୁ ଗ୍ଭଲିଯାଇଛି। 25 ସେହି ପଦରେ ପ୍ରେରିତ ହେବା ନିମନ୍ତେ ତୁମ୍ଭେ ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ପସନ୍ଦ କରିଛ, ତାହା ଆମ୍ଭମାନଙ୍କୁ ଦେଖାଇଦିଅ।” 26 ତା’ପରେ ପ୍ରେରିତମାନେ ଏହି ଦୁହିଁଙ୍କ ନାମରେ ଗୁଳା ପକାଇଲେ। କାଗଜରେ ଲେଖାଥିବା ଗୁଳା ମଥିୟଙ୍କ ନାମରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ରେରିତଙ୍କ ସହିତ ଜଣେ ପ୍ରେରିତ ହିସାବରେ ଗଣିତ ହେଲେ।
ପ୍ରଥମ ପୁସ୍ତକ
(ଗୀତସଂହିତା 1-41)
1 ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ,
ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ,
ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ,
ସେହି ଲୋକମାନଙ୍କ ସହିତ ତା’ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ,
2 ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ
ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ।
3 ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ,
ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି।
ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ।
ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ,
ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ।
ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ।
4 ଦୁଷ୍ଟ ଲୋକମାନେ ସେପରି ନୁହନ୍ତି।
ଦୁଷ୍ଟ ଲୋକମାନେ କେବଳ ‘ଚୋପା’ ବା ‘ତୁଷ’ ଭଳି ଯାହାକୁ କି ସହଜରେ ପବନ ଉଡ଼ାଇ ନେଇପାରେ।
5 ଯଦି ଧାର୍ମିକ ବ୍ୟକ୍ତିମାନେ ଏକତ୍ରିତ ହୋଇ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହାହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ୟସ୍ତ ହୋଇଯିବେ।
ସେହି ପାପୀମାନେ କେବେହେଲେ ନିରପରାଧୀ ବୋଲି ପ୍ରମାଣିତ ହୋଇ ପାରିବେ ନାହିଁ।
6 କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି,
ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି।
9 ଯେତେବେଳେ ଲୋକମାନେ ସତ୍ୟକଥା କହନ୍ତି, ଆମ୍ଭେ ତାହା ବିଶ୍ୱାସ କରିଥାଉ। କିନ୍ତୁ ପରମେଶ୍ୱର ଯାହା କହନ୍ତି, ତାହା ତ ଅଧିକ ବିଶ୍ୱାସ ଯୋଗ୍ୟ। ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ସାକ୍ଷ୍ୟ ଦିଅନ୍ତି। 10 ପରମେଶ୍ୱରଙ୍କର ପୁତ୍ରଙ୍କୁ ବିଶ୍ୱାସ କରୁଥିବା ବ୍ୟକ୍ତି ନିଜ ହୃଦୟରେ ସେହି ବାକ୍ୟ ସାକ୍ଷ୍ୟ ପାଇଅଛି। ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁ ନ ଥିବା ବ୍ୟକ୍ତି ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରିଦିଏ, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ସମ୍ବନ୍ଧରେ ଯାହା କହିଛନ୍ତି, ସେ ତାହା ବିଶ୍ୱାସ କରେ ନାହିଁ। 11 ପରମେଶ୍ୱର ଏହା କହନ୍ତି: ପରମେଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି ଓ ସେ ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି। 12 ଯିଏ ପୁତ୍ରଙ୍କୁ ପାଇଅଛି ସେ ଜୀବନ ପାଇଅଛି। କିନ୍ତୁ ଯେ ପରମେଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ପାଇ ନାହିଁ।
ବର୍ତ୍ତମାନ ଆମ୍ଭ ପାଖରେ ଅନନ୍ତ ଜୀବନ ଅଛି
13 ହେ ପରମେଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଥିବା ଲୋକମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।
6 “ତୁମ୍ଭେ ପୃଥିବୀର କେତେକ ଲୋକଙ୍କୁ ମୋତେ ଦେଲ। 7 ମୁଁ ସେମାନଙ୍କଠାରେ ତୁମ୍ଭକୁ ପ୍ରକାଶ କରିଛି। ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦେଲ। ସେମାନେ ଜାଣନ୍ତି, ତୁମ୍ଭେ ମୋତେ ଯାହାସବୁ ଦେଇଛ, ସେ ସବୁ ତୁମ୍ଭ ପାଖରୁ ଆସେ। 8 ମୋତେ ତୁମ୍ଭେ ଯେଉଁ ଉପଦେଶ ଦେଇଥିଲ, ମୁଁ ସେହି ଉପଦେଶ ଏହି ଲୋକଙ୍କୁ ଦେଇଛି। ସେମାନେ ତାହା ଗ୍ରହଣ କରିଛନ୍ତି। ସେମାନେ ଜାଣି ପାରିଲେ ଯେ, ମୁଁ ପ୍ରକୃତରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମୋତେ ପଠାଇଛ ବୋଲି ସେମାନେ ବିଶ୍ୱାସ କରିଛନ୍ତି। 9 ମୁଁ ସେମାନଙ୍କ ପାଇଁ ଏବେ ପ୍ରାର୍ଥନା କରୁଛି। ମୁଁ ପୃଥିବୀର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁ ନାହିଁ। ମୁଁ ସେହିମାନଙ୍କ ପାଇଁ ପ୍ରାର୍ଥନା କରୁଛି, ଯେଉଁମାନଙ୍କୁ ତୁମ୍ଭେ ମୋତେ ଦେଇଥିଲ। କାରଣ ସେମାନେ ତୁମ୍ଭର ଅଟନ୍ତି। 10 ମୋର ଯାହାସବୁ ଅଛି, ସବୁ ତୁମ୍ଭର ଏବଂ ତୁମ୍ଭର ଯାହା ଅଛି, ସବୁ ମୋର। ଏହି ଲୋକମାନେ ମୋତେ ଗୌରବାନ୍ୱିତ କରନ୍ତି।
11 “ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସେମାନଙ୍କୁ ନିରାପଦରେ ରଖ। ତୁମ୍ଭ ନାମର ଶକ୍ତି ଦ୍ୱାରା ସେମାନଙ୍କୁ ନିରାପଦରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସେମାନେ ସେହିପରି ଏକ ହୋଇ ପାରିବେ। 12 ମୁଁ ଯେତେବେଳେ ସେମାନଙ୍କ ସହିତ ଥିଲି, ମୁଁ ସେମାନଙ୍କୁ ନିରାପଦରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳରେ ସେମାନଙ୍କୁ ନିରାପଦରେ ରଖିଥିଲି। ସେହି ନାମ ତୁମ୍ଭେ ମୋତେ ଦେଇଥିଲ। ମୁଁ ସେମାନଙ୍କୁ ସୁରକ୍ଷିତ କଲି। ସେମାନଙ୍କ ଭିତରୁ କେବଳ ଜଣେ ବିନାଶ ପାଇଁ ଉଦ୍ଧିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥିପାଇଁ ସେ ନଷ୍ଟ ହେଲା।
13 “ମୁଁ ତୁମ୍ଭ ପାଖକୁ ଏବେ ଆସୁଛି। କିନ୍ତୁ ମୁଁ ଜଗତରେ ଥାଉ ଥାଉ ଏହିସବୁ ପାଇଁ ପ୍ରାର୍ଥନା କରୁଛି। ମୁଁ ଏହିସବୁ କହେ, ଯେପରି ଏହି ଲୋକମାନେ ମୋ’ଠାରେ ଥିବା ଆନନ୍ଦ ପାଇ ପାରିବେ। ମୁଁ ଗ୍ଭହେଁ, ସେମାନେ ସେମାନଙ୍କ ଭିତରେ ମୋର ପୂର୍ଣ୍ଣ ଆନନ୍ଦ ପାଆନ୍ତୁ। 14 ମୁଁ ସେମାନଙ୍କୁ ତୁମ୍ଭର ଉପଦେଶ ଦେଇଅଛି। ଆଉ ଏହି ଜଗତର ଲୋକମାନେ ସେମାନଙ୍କୁ ଘୃଣା କରନ୍ତି। କାରଣ ସେମାନେ ଜଗତର ନୁହନ୍ତି ଓ ଯେପରି ମୁଁ ମଧ୍ୟ ଏହି ଜଗତରୁ ଉତ୍ପନ୍ନ ନୁହେଁ।
15 “ମୁଁ ତୁମ୍ଭକୁ ସେମାନଙ୍କୁ ଜଗତରୁ ନେଇଯିବା ପାଇଁ କହୁ ନାହିଁ। ମୁଁ ତୁମକୁ ସେମାନଙ୍କୁ ପାପାତ୍ମା ଶୟତାନଠାରୁ ନିରାପଦରେ ରଖିବା ପାଇଁ କହୁଛି। 16 ମୁଁ ଯେପରି ଜଗତର ନୁହେଁ, ସେମାନେ ସେହିପରି ଏହି ଜଗତର ନୁହନ୍ତି। 17 ତେଣୁ ତୁମ୍ଭେ ତୁମ୍ଭର ସତ୍ୟ ଦ୍ୱାରା ସେମାନଙ୍କୁ ତୁମ୍ଭର ମେବା ପାଇଁ ପ୍ରସ୍ତୁତ କରାଅ। ତୁମ୍ଭର ଉପଦେଶ ହେଉଛି ସତ୍ୟ। 18 ମୁଁ ସେମାନଙ୍କୁ ଜଗତ ମଧ୍ୟକୁ ପଠାଇ ଦେଇଛି ଯେପରି ତୁମ୍ଭେ ମୋତେ ଏହି ଜଗତକୁ ପଠାଇଲ। 19 ମୁଁ ନିଜକୁ ସେବା ପାଇଁ ପ୍ରସ୍ତୁତ କରୁଛି। ମୁଁ ସେମାନଙ୍କ ପାଇଁ ଏହା କରୁଛି ଯେହେତୁ ସେମାନେ ତୁମ୍ଭର ସେବା ପାଇଁ ପ୍ରକୃତରେ ପ୍ରସ୍ତୁତ ହୋଇପାରିବେ।
2010 by World Bible Translation Center