Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।
47 ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ।
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
2 ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି।
ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।
3 ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି।
ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
4 ପରମେଶ୍ୱର ଆମ୍ଭମାନଙ୍କୁ ଦେଶ ଦେବା ପାଇଁ ମନୋନୀତ କରିଛନ୍ତି।
ସେ ଯାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥିଲେ।
5 ସଦାପ୍ରଭୁ ଯେତେବେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି,
ସେତେବେଳେ ତୂରୀ ଓ ଜୟଜୟକାର ନାଦରେ ଗଗନ ପବନ ମୁଖରିତ ହୁଏ।
6 ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର।
ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ।
ଆମ୍ଭର ରାଜାଙ୍କୁ ପ୍ରଶଂସା କର।
ତାଙ୍କର ମହିମା ଗାନ କର।
7 ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା।
ତେଣୁ ତାଙ୍କର ମହିମା ଗାନ କର।
8 ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି।
ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି।
9 ସେହି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି
ଓ ସେମାନେ ଅବ୍ରହାମର ପରମେଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ସହିତ ମିଶନ୍ତି।
ସେହିସବୁ ନେତାମାନେ ପରମେଶ୍ୱରଙ୍କ ଆଶ୍ରିତ।
ପରମେଶ୍ୱର ସେମାନଙ୍କ ଊର୍ଦ୍ଧ୍ୱରେ ଅଟନ୍ତି।
ମୋଶାଙ୍କର ମୃତ୍ୟୁ
34 ମୋଶା ନବୋ ପର୍ବତ ଉପରକୁ ଚଢ଼ିଲେ। ମୋୟାବର ପାଦ ଦେଶରୁ ପିସ୍ଗା ପର୍ବତର ଶିର୍ଷ ପର୍ଯ୍ୟନ୍ତ ଆରୋହଣ କଲେ, ଯାହା ଯିରୀହୋ ସମ୍ମୁଖରେ ଥିଲା। ସଦାପ୍ରଭୁ ମୋଶାଙ୍କୁ ଗିଲିୟଦରୁ ଦାନ୍ ପର୍ଯ୍ୟନ୍ତ ସମସ୍ତ ଦେଶ ତାଙ୍କୁ ଦେଖାଇଲେ। 2 ସଦାପ୍ରଭୁ ତାଙ୍କୁ ନପ୍ତାଲିଙ୍କର ସମସ୍ତ ଭୂମି ଇଫ୍ରୟିମ ଏବଂ ମନଃଶିଙ୍କର ସମସ୍ତ ଭୂମି ଦେଖାଇଲେ। ସେ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ଯିହୁଦାର ସମସ୍ତ ଦେଶ ତାଙ୍କୁ ଦେଖାଇଲେ। 3 ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ। 4 ପୁଣି ସଦାପ୍ରଭୁ ତାହାଙ୍କୁ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି, ଯେଉଁ ଦେଶ ବିଷୟରେ ଅବ୍ରହାମ, ଇସ୍ହାକ ଓ ଯାକୁବ ନିକଟରେ ଶପଥ କରିଥିଲୁ, ସେହି ଦେଶମାନ ଏହି। ‘ଆମ୍ଭେ ତାହା ତୁମ୍ଭକୁ ସ୍ୱଚକ୍ଷୁରେ ଦେଖାଇଲୁ। ମାତ୍ର ତୁମ୍ଭେ ଯର୍ଦ୍ଦନ ପାର ହୋଇ ସେଠାକୁ ଯିବ ନାହିଁ।’”
5 ତେଣୁ ସଦାପ୍ରଭୁଙ୍କର ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ। 6 ସଦାପ୍ରଭୁ ମୋୟାବ ଦେଶରେ ବୈତ୍ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାହାଙ୍କୁ କରବ ଦେଲେ। ମାତ୍ର ତାଙ୍କର କବର ସ୍ଥାନ ଆଜି ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି। 7 ମୋଶା ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳେ ତାଙ୍କୁ 120 ବର୍ଷ ବୟସ ହୋଇଥିଲା। ସେ ସେତେବେଳେ ତାଙ୍କର ଶକ୍ତି ହରାଇ ନ ଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା।
4 ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତେବେଳେ ଏସବୁ ଘଟିବାର ସମୟ ଆସିବ, ସେତେବେଳେ ତୁମ୍ଭେମାନେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି।
ପବିତ୍ରଆତ୍ମାଙ୍କର କାର୍ଯ୍ୟ
“ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ଆରମ୍ଭରୁ ଏସବୁ କଥା ତୁମ୍ଭମାନଙ୍କୁ କହି ନ ଥିଲି। 5 ବର୍ତ୍ତମାନ ମୁଁ ମୋର ପ୍ରେରଣକର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି ପଗ୍ଭରୁ ନାହଁ, “ତୁମ୍ଭେ କେଉଁଆଡ଼େ ଯାଉଛ?” 6 ତୁମ୍ଭମାନଙ୍କ ହୃଦୟ ଦୁଃଖରେ ପରିପୂର୍ଣ୍ଣ କାରଣ ମୁଁ ତୁମ୍ଭକୁ ଏସବୁ କହିଲି। 7 କିନ୍ତୁ ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ମୋର ଗ୍ଭଲିଯିବା ତୁମ୍ଭମାନଙ୍କ ପାଇଁ ମଙ୍ଗଳଜନକ ଅଟେ। କାରଣ ମୁଁ ଗ୍ଭଲିଗଲା ପରେ, ମୁଁ ତୁମ୍ଭପାଖକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। କିନ୍ତୁ ଯଦି ମୁଁ ନ ଯାଏ, ତେବେ ସାହାଯ୍ୟକାରୀ ଆସିବେ ନାହିଁ।
8 “ସେ ଯେତେବେଳେ ଆସିବେ, ସେତେବେଳେ ସେ ଜଗତର ଲୋକମାନଙ୍କୁ ଏହି କଥାଗୁଡ଼ିକର ସତ୍ୟତା, ପାପ, ଈଶ୍ୱରଙ୍କଠାରେ ଧାର୍ମିକତା ବିଗ୍ଭର ଇତ୍ୟାଦି ବିଷୟରେ ପ୍ରମାଣ ଦେବେ। 9 ସେହି ସାହାଯ୍ୟକାରୀ ପ୍ରମାଣ ଦେବେ ଯେ ଲୋକମାନଙ୍କଠାରେ ପାପ ରହିଛି, କାରଣ ସେମାନେ ମୋ’ଠାରେ ବିଶ୍ୱାସ କରନ୍ତି ନାହିଁ। 10 ପରମେଶ୍ୱରଙ୍କ ସହିତ ମୋର ସୁସମ୍ପର୍କ ସମ୍ବନ୍ଧରେ ସେ ସେମାନଙ୍କୁ ପ୍ରମାଣ ଦେବେ, କାରଣ ମୁଁ ପରମପିତାଙ୍କ ପାଖକୁ ଯାଉଛି। ତା’ପରେ ଆଉ ତୁମ୍ଭେ ମୋତେ ଦେଖିବ ନାହିଁ। 11 ସେହି ସାହାଯ୍ୟକାରୀ ବିଗ୍ଭରର ସତ୍ୟତା ବିଷୟରେ ଜଗତକୁ ପ୍ରମାଣ ଦେବେ, କାରଣ ଏହି ଜଗତର ଶାସକର ବିଗ୍ଭର ହୋଇ ସାରିଲାଣି।
2010 by World Bible Translation Center