Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 47

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।

47 ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ।
    ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି।
    ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।
ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି।
    ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
ପରମେଶ୍ୱର ଆମ୍ଭମାନଙ୍କୁ ଦେଶ ଦେବା ପାଇଁ ମନୋନୀତ କରିଛନ୍ତି।
    ସେ ଯାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥିଲେ।

ସଦାପ୍ରଭୁ ଯେତେବେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି,
    ସେତେବେଳେ ତୂରୀ ଓ ଜୟଜୟକାର ନାଦରେ ଗଗନ ପବନ ମୁଖରିତ ହୁଏ।
ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର।
    ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ।
ଆମ୍ଭର ରାଜାଙ୍କୁ ପ୍ରଶଂସା କର।
    ତାଙ୍କର ମହିମା ଗାନ କର।
ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା।
    ତେଣୁ ତାଙ୍କର ମହିମା ଗାନ କର।
ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି।
    ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି।
ସେହି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି
    ଓ ସେମାନେ ଅବ୍ରହାମର ପରମେଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ସହିତ ମିଶନ୍ତି।
ସେହିସବୁ ନେତାମାନେ ପରମେଶ୍ୱରଙ୍କ ଆଶ୍ରିତ।
    ପରମେଶ୍ୱର ସେମାନଙ୍କ ଊର୍ଦ୍ଧ୍ୱରେ ଅଟନ୍ତି।

ଯାତ୍ରାପୁସ୍ତକ 24:15-18

ମୋଶା ପରମେଶ୍ୱରଙ୍କୁ ସାକ୍ଷାତ କଲେ

15 ଏହା ପରେ ମୋଶା ପର୍ବତ ଉପରକୁ ଚଢ଼ିଲେ, ପୁଣି ମେଘ ପର୍ବତକୁ ଢାଙ୍କିଲା। 16 ଏଥିରେ ସୀନୟ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତ କଲା। ଆଉ ତାହା ଛଅ ଦିନ ମେଘାଚ୍ଛନ୍ନ ହୋଇ ରହିଲା। ଏହା ପରେ ସଦାପ୍ରଭୁ ସପ୍ତମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ। 17 ସେଠାରେ ସଦାପ୍ରଭୁଙ୍କର ମହିମା ପର୍ବତ ଶିଖର ଉପରେ ଦେଖାଗଲା। ଇସ୍ରାଏଲର ଲୋକଙ୍କୁ ଏହା ଗ୍ରାସକାରୀ ଅଗ୍ନି ପରି ଦେଖାଗଲା।

18 ପୁଣି ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରକୁ ଉଠି ଗ୍ଭଳିଶ୍ ଦିନ ସେହି ପର୍ବତ ଉପରେ ରହିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:9-18

ଯୀଶୁଙ୍କ ଦୁଃଖ ଭୋଗ ରାଜ୍ୟ ଓ ଧୈର୍ଯ୍ୟରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ୱରଙ୍କ ବାକ୍ୟ ପ୍ରଗ୍ଭର ଓ ଯୀଶୁଙ୍କର ସାକ୍ଷୀ ହେବା ହେତୁ ନିର୍ବାସିତ ହୋଇ ପାତ୍ମ ଦ୍ୱୀପରେ ଥିଲି କାରଣ ମୁଁ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲି। ମୁଁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଲି। 10 ପ୍ରଭୁଙ୍କ ଦିନରେ ପବିତ୍ରଆତ୍ମା ମୋତେ ସମ୍ପୂର୍ଣ୍ଣ ରୂପେ ଅଧିକାର କରି ନେଲେ। ମୁଁ ହଠାତ୍ ପଛପଟୁ ଗୋଟିଏ ଉଚ୍ଚ ଶବ୍ଦ ଶୁଣିଲି। ଏହି ଶବ୍ଦ ତୂରୀନାଦ ପରି ଥିଲା। 11 ସେହି ସ୍ୱର ମୋତେ କହିଲା, “ତୁମ୍ଭେ ଯାହା ଦେଖୁଛ, ସବୁ ଗୋଟିଏ ପୁସ୍ତକରେ ଲେଖ ଓ ତାହାକୁ ସାତୋଟି ମଣ୍ଡଳୀ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟତୀରା ସାର୍ଦ୍ଦୀ, ଫିଲାଦେ‌‌‌‌‌‌‌‌ଲ୍‌‌‌‌‌‌‌ଫିଆ ଓ ଲାଅଦିକୀଆକୁ ପଠାଅ।’’

12 ମୁଁ ବୁଲିପଡ଼ି ଦେଖିବାକୁ ଗ୍ଭହିଁଲି ଯେ, କିଏ ମୋତେ ଏହିକଥା କହୁଛନ୍ତି। ମୁଁ ଯେତେବେଳେ ବୁଲିପଡ଼ିଲି, ସେତେବେଳେ ସାତୋଟି ସୁନାର ଦୀପରୂଖା ଦେଖିଲି। 13 ସେହି ସାତୋଟି ସୁନାର ଦୀପରୂଖା ମଝିରେ: “ମନୁଷ୍ୟପୁତ୍ରଙ୍କ ପରି” ଜଣେ ଠିଆ ହୋଇଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତିରେ ଗୋଟିଏ ସୁନାର ପଟୁକା ପିନ୍ଧିଥିଲେ। 14 ତାହାଙ୍କ ମୁଣ୍ଡ ଓ ବାଳ ଶୁଭ୍ର ପଶମ ଓ ହିମ ପରି ଶୁଭ୍ର ଥିଲା। ତାହାଙ୍କ ଆଖି ଅଗ୍ନିଶିଖା ପରି ଦେଖାଯାଉଥିଲା। 15 ତାହାଙ୍କ ପାଦ ଯେପରି, ପିତ୍ତଳ ନିଆଁ ଭାଟିରେ ଦେଖାଯାଏ ସେହିପରି ଶୁଦ୍ଧ ଦେଖାଯାଉଥିଲା। ତାହାଙ୍କ ସ୍ୱର ବନ୍ୟାଜଳର ଗର୍ଜନ ଭଳି ଥିଲା। 16 ସେ ତାହାଙ୍କ ଡାହାଣ ହାତରେ ସାତୋଟି ନକ୍ଷତ୍ର ଧରିଥିଲେ। ତାହାଙ୍କ ମୁଖ ଭିତରୁ ତୀ‌କ୍ଷ୍‌ଣ ଦୁଇଧାର ଯୁକ୍ତ ଖ‌‌ଡ଼୍‌ଗ ବାହାରି ଆସିଲା। ସେ ମଧ୍ୟାହ୍ନ ସୂର୍ଯ୍ୟଭଳି ତେଜୋମୟ ଦେଖାଯାଉଥିଲେ।

17 ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମୋ’ ଉପରେ ଆପଣା ଡାହାଣ ହାତ ରଖି ସେ କହିଲେ, “ଭୟ କର ନାହିଁ। ମୁଁ ପ୍ରଥମ ଓ ଶେଷ।” 18 ମୁଁ ଜୀବିତ। ମୁଁ ମରି ଯାଇଥିଲି କିନ୍ତୁ ଦେଖ, ମୁଁ ସବୁବେଳ ପାଇଁ ଜୀବିତ ହୋଇଅଛି। ମୋ’ ପାଖରେ ମୃତ୍ୟୁ ଓ ପାତାଳର [a] ଗ୍ଭବି ରହିଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center