Revised Common Lectionary (Semicontinuous)
93 ସଦାପ୍ରଭୁ ରାଜା ଅଟନ୍ତି।
ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
ଏହା ଯେପରି ଟଳମଳ ହୋଇ ନ ଯାଏ।
2 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
3 ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
5 ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।
ସଦାପ୍ରଭୁଙ୍କୁ ସ୍ମରଣ କର
11 “ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବା ଉଚିତ୍। ତୁମ୍ଭେମାନେ ତାଙ୍କର ବ୍ୟବସ୍ଥା, ବିଧି ଓ ଆଦେଶ ସବୁ ସର୍ବଦା ପାଳନ କରିବା ଉଚିତ୍। 2 ଆଜି ମନେରଖ ତୁମ୍ଭଙ୍କୁ ଶିକ୍ଷା ଦେବା ପାଇଁ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ଯେଉଁସବୁ ଆଶ୍ଚର୍ଯ୍ୟଜନକ କର୍ମ କରିଛନ୍ତି। ସେ ହେଉଛି ତୁମ୍ଭେ ଏବଂ ତୁମ୍ଭର ପିଲାମାନେ ନୁହନ୍ତି ସେହି ସମସ୍ତ ବିଷୟ ଘଟିବାର ଦେଖିଲ ଏବଂ ତା’ ମାଧ୍ୟମରେ ବଞ୍ଚିଲ। ତୁମ୍ଭେ ଦେଖିଛ ସେ କେତେ ଶକ୍ତିଶାଳୀ ଏବଂ ଆଶ୍ଚର୍ଯ୍ୟ କର୍ମ ସେ କରନ୍ତି। 3 ତୁମ୍ଭେମାନେ ତାଙ୍କର ସମସ୍ତ ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟସବୁ ଦେଖିଛ, ସେ ମିଶରର ରାଜା ଫାରୋଙ୍କୁ ଏବଂ ସମଗ୍ର ମିଶରକୁ କ’ଣ କଲେ, ତୁମ୍ଭେମାନେ ଦେଖିଛ। 4 ତୁମ୍ଭର ପିଲାମାନେ ଜାଣି ନାହାନ୍ତି କିନ୍ତୁ ତୁମ୍ଭେମାନେ ଜାଣିଛ ଓ ଦେଖିଛ ଯେ, ପରମେଶ୍ୱର ମିଶରର ସୈନ୍ୟ, ତାଙ୍କର ଅଶ୍ୱାରୋହୀ ଓ ରଥାରୋହୀମାନଙ୍କୁ କିପରି ଭାବେ ସୂଫସାଗରରେ ନିକ୍ଷେପ କରିଛନ୍ତି। ତୁମ୍ଭେମାନେ ଦେଖିଛ ଯେ ସଦାପ୍ରଭୁ ସେମାନଙ୍କୁ କିଭଳି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଛନ୍ତି। 5 ଏହି ସ୍ଥାନରେ ନ ପହଞ୍ଚିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପାଇଁ ସେ ମରୁଭୂମିରେ ଯାହା କଲେ ତୁମ୍ଭେମାନେ ସବୁକିଛି ଦେଖିଲ। 6 ତୁମ୍ଭେମାନେ ଦେଖିଛ ରୁବେନ୍ର ପୁତ୍ର ଇଲୀୟାବର ସନ୍ତାନ ଦାଥନୁ ଓ ଅବୀରାମ ପ୍ରତି ଯାହା ଯାହାସବୁ ସେ କରିଛନ୍ତି, ପୃଥିବୀ ଯେପରି ଆପଣା ମୁଖ ବିସ୍ତାର କରି ସମସ୍ତ ଇସ୍ରାଏଲ ମଧ୍ୟବର୍ତ୍ତୀ ସେମାନଙ୍କୁ ଓ ସେମାନଙ୍କ ପରିଜନବର୍ଗଙ୍କୁ ଓ ସେମାନଙ୍କ ତମ୍ବୁ ଓ ସେମାନଙ୍କ ପଶ୍ଚାତ୍ବର୍ତ୍ତୀ ସମସ୍ତ ପ୍ରାଣୀକୁ ଗ୍ରାସ କଲା, ଏ ସମସ୍ତ ତୁମ୍ଭର ପିଲାମାନେ ଦେଖି ନାହାନ୍ତି। 7 ତୁମ୍ଭେମାନେ ସଦାପ୍ରଭୁଙ୍କର ସମସ୍ତ ମହାନ କର୍ମ ଦେଖିଅଛ।
8 “ତେଣୁ ତୁମ୍ଭେମାନେ ତାଙ୍କର ସମସ୍ତ ନିର୍ଦ୍ଦେଶ ମାନିବ, ମୁଁ ଯାହାସବୁ ତୁମ୍ଭମାନଙ୍କୁ କହିବି। ତେବେ ତୁମ୍ଭେମାନେ ଶକ୍ତିଶାଳୀ ହେବ ଏବଂ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ ତହିଁରେ ପ୍ରବେଶ କରି ଅଧିକାର କରିବ। 9 ସେଥିପାଇଁ ତୁମ୍ଭେମାନେ ସେହି ଦୁଗ୍ଧମଧୁପ୍ରବାହୀତ ଦେଶରେ ଦୀର୍ଘ ଦିନ ବାସ କରିବ। ଏହି ଦେଶ ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଓ ସେମାନଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। 10 ପନିପରିବା ବଗିଗ୍ଭରେ ଯେପରି ବୀଜ ବପନ କର, ସେହିପରି ମିଶର ଦେଶର ଗ୍ଭରାଗଛରେ ତୁମ୍ଭେମାନେ ପାଣି ଦେଉଥିଲ, ଯେଉଁଠାରୁ ତୁମ୍ଭେମାନେ ବାହାରି ଆସିଛ। ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଛ ତାହା ସେପରି ନୁହେଁ। 11 ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମୟ ଦେଶ ପୁଣି ତାହା ଆକାଶରୁ ବୃଷ୍ଟିଜଳ ପାନ କରେ। 12 ସେହି ଦେଶ ବିଷୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମନୋଯୋଗ କରନ୍ତି। ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।
13 “ସଦାପ୍ରଭୁ କହିଲେ, ‘ତୁମ୍ଭେମାନେ ଯତ୍ନ ସହକାରେ ଆଜି ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି ଶୁଣ। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କର। ତୁମ୍ଭେମାନେ ଅନ୍ତଃକରଣ ଓ ପ୍ରାଣ ସହିତ ସେବା କର। ଯଦି ତୁମ୍ଭେ ଏପରି କର ତେବେ, 14 ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭ ଦେଶରେ ବୃଷ୍ଟି କରାଇବ। ଅର୍ଥାତ୍ ଆଦ୍ୟବୃଷ୍ଟି ଓ ଶେଷବୃଷ୍ଟି କରିବା। ତହିଁରେ ତୁମ୍ଭେ ଆପଣା ଶସ୍ୟ ଓ ଆପଣା ଦ୍ରାକ୍ଷାରସ ଓ ଆପଣାର ତୈଳ ସଂଗ୍ରହ କରି ପାରିବ। 15 ମୁଁ ତୁମ୍ଭ ପଶୁଗଣ ନିମନ୍ତେ ତୁମ୍ଭମାନଙ୍କ କ୍ଷେତ୍ରରେ ତୃଣ ଦେବି। ତୁମ୍ଭମାନଙ୍କର ଭୋଜନ କରିବାକୁ ଯଥେଷ୍ଟ ହେବ ଏବଂ ତୃପ୍ତ ହେବ।’
16 “ନିଜ ନିଜ ବିଷୟରେ ସାବଧାନ ହୁଅ। ତୁମ୍ଭମାନଙ୍କର ହୃଦୟକୁ ପ୍ରଲୋଭିତ କର ନାହିଁ ଏବଂ ବିପଥରେ ଯିବାକୁ ଏବଂ ଅନ୍ୟ ଦେବତାଗଣର ସେବା କରିବାକୁ ଓ ଉପାସନା କରିବାକୁ ଦିଅ ନାହିଁ। 17 ଯଦି ତୁମ୍ଭେମାନେ ଏପରି କର, ତେବେ ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭମାନଙ୍କ ପ୍ରତି ପ୍ରଜ୍ୱଳିତ ହେବ। ଏବଂ ସେ ଆକାଶ ରୁଦ୍ଧ କଲେ ବର୍ଷା ହେବ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ଉଚ୍ଛିନ୍ନ ହେବ।
13 ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗରେ ଠିଆ ହୋଇଥିବା ବେଳେ ଖ୍ରୀଷ୍ଟ ଯୀଶୁ ସେହି ଏକା ମହାନ୍ ସତ୍ୟଟିକୁ ସ୍ୱୀକାର କରିଥିଲେ। ଏକମାତ୍ର ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଜୀବନ ପ୍ରଦାନ କରନ୍ତି। 14 ଏବେ ମୁଁ ତୁମ୍ଭକୁ କହୁଛି: ତୁମ୍ଭକୁ ଦିଆ ଯାଇଥିବା ଆଦେଶଗୁଡ଼ିକ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କର ପୁନରାଗମନ ପର୍ଯ୍ୟନ୍ତ ସେହି କାମଗୁଡ଼ିକ ନିର୍ଭୁଲ ଭାବରେ ଓ ଅନିନ୍ଦନୀୟ ଭାବରେ କର। 15 ପରମେଶ୍ୱର ଉପଯୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ୱର ଏକମାତ୍ର ପରମଧନ୍ୟ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ। 16 ପରମେଶ୍ୱର ଅମର ଅଟନ୍ତି। ପରମେଶ୍ୱର ଏତେ ଉଜ୍ଜ୍ୱଳ ପ୍ରକାଶ ମଧ୍ୟରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ପରମେଶ୍ୱରଙ୍କୁ ମଧ୍ୟ ଦେଖି ପାରିବେ ନାହିଁ। ପରମେଶ୍ୱରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ଯ୍ୟନ୍ତ ପ୍ରକାଶ ପାଉ। ଆମେନ୍।
2010 by World Bible Translation Center