Revised Common Lectionary (Semicontinuous)
93 ସଦାପ୍ରଭୁ ରାଜା ଅଟନ୍ତି।
ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
ଏହା ଯେପରି ଟଳମଳ ହୋଇ ନ ଯାଏ।
2 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
3 ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
5 ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।
ଇସ୍ରାଏଲ ପରମେଶ୍ୱରଙ୍କର ବିଶେଷ ଲୋକ
7 “ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ ହିତ୍ତୀୟ ଓ ଗିର୍ଗାସୀୟ ଓ ଇମୋରୀୟ ଓ କିଣାନୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ତୁମ୍ଭଠାରୁ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ। 2 ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେମାନଙ୍କୁ ତୁମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ। ତୁମ୍ଭେ ସେମାନଙ୍କ ସହିତ କୌଣସି ସନ୍ଧି କରିବ ନାହିଁ ଅଥବା ଦୟା ଦେଖାଇବ ନାହିଁ। ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବ। 3 ତୁମ୍ଭେମାନେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କ ସହିତ ଆପଣା କନ୍ୟାମାନଙ୍କୁ ବିବାହ ଦେବ ନାହିଁ। କିଅବା ଆପଣା ପୁତ୍ରମାନଙ୍କୁ ସେମାନଙ୍କ କନ୍ୟାମାନଙ୍କ ସହିତ ବିବାହ ଦେବ ନାହିଁ। 4 କାରଣ ସେମାନେ ତୁମ୍ଭମାନଙ୍କର ସନ୍ତାନଗଣଙ୍କୁ ମୋତେ ଅନୁସରଣ କରିବାରୁ ବିମୁଖ କରିବେ ଏବଂ ତା’ପରେ ତୁମ୍ଭମାନଙ୍କର ସନ୍ତାନଗଣ ଅନ୍ୟ ଦେବଗଣର ସେବା କରିବେ। ତାହାହେଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ତୁମ୍ଭମାନଙ୍କର ପରମେଶ୍ୱର କ୍ରୋଧ କରିବେ ଓ ସେ ତୁମ୍ଭକୁ ବହୁତ ଶୀଘ୍ର ବିନାଶ କରିବେ।
ମିଥ୍ୟା ଦେବତାଗଣଙ୍କୁ ଧ୍ୱଂସ
5 “ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପେ ବ୍ୟବହାର କରିବ। ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସଳକ ହାଣି ପକାଇବ। ପୁଣି ସେମାନଙ୍କ ଖୋଦିତ ପ୍ରତିମାସବୁ ଅଗ୍ନିରେ ଦଗ୍ଧ କରିବ। 6 କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି। 7 କାରଣ ତୁମ୍ଭେମାନେ ଅନ୍ୟ ଜାତିଗଣ ଅପେକ୍ଷା ଅଧିକ ସଂଖ୍ୟକ, ତାହା ନୁହଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କଲେ ଓ ମନୋନୀତ କଲେ। କାରଣ ତୁମ୍ଭେମାନେ ସମସ୍ତ ଲୋକ ଅପେକ୍ଷା ସବୁଠୁ କମ୍ ଥିଲ। 8 କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ଦାସତ୍ୱରୁ ଓ ମିଶରର ରାଜା ଫାରୋଙ୍କ ହସ୍ତରୁ ରକ୍ଷା କଲେ।
9 “ତେଣୁ ମନେରଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର କେବଳ ଏକମାତ୍ର ପରମେଶ୍ୱର ଅଟନ୍ତି। ସେ ବିଶ୍ୱସ୍ତ ଅଟନ୍ତି। ସେ ତାଙ୍କର ନିୟମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସେମାନଙ୍କ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚୁକ୍ତି ପ୍ରତି ବିଶ୍ୱସନୀୟତା ସହସ୍ର ପୁରୁଷ ପର୍ଯ୍ୟନ୍ତ ଲାଗିରହେ। 10 କିନ୍ତୁ ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି। ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ। ସେ ତାହାର ସମ୍ମୁଖରେ ପରିଶୋଧ କରିବେ। 11 ଏଥିପାଇଁ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା ଓ ବିଧି ଶାସନ ଆଜ୍ଞା ଦେଉଅଛି, ତାହା ମାନ୍ୟ କରି ପାଳନ କର।
କେତୋଟି ମନେ ରଖିବା କଥା
11 କିନ୍ତୁ ତୁମ୍ଭେ ଜଣେ ପରମେଶ୍ୱରଙ୍କର ଲୋକ। ଅତଏବ ତୁମ୍ଭେ ସେହିସବୁ ବିଷୟଠାରୁ ଦୂରରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ୱରଙ୍କ ଉପାସନା କର। ତୁମ୍ଭ ଜୀବନରେ ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର। 12 ବିଶ୍ୱାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିଯୋଗିତା ଭଳି। କୌଣସିମତେ ସେହି ପ୍ରତିଯୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତ ଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡକା ଯାଇଛି। ଅନେକ ଲୋକଙ୍କ ଆଗରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମହାନ୍ ସତ୍ୟକୁ ସ୍ୱୀକାର କରିଛ।
2010 by World Bible Translation Center