Revised Common Lectionary (Semicontinuous)
ଅଣଯିହୂଦୀମାନଙ୍କ ଉପରେ ପବିତ୍ରଆତ୍ମାଙ୍କର ଅଧିଷ୍ଠାନ
44 ପିତର ଏହିକଥା କହିବା ସମୟରେ ସୁସମାଗ୍ଭର ଶୁଣୁଥିବା ସମସ୍ତ ଲୋକମାନଙ୍କ ଉପରେ ପବିତ୍ରଆତ୍ମା ଓହ୍ଲାଇ ଆସିଲେ। 45 ଯେଉଁ ଯିହୂଦୀ ବିଶ୍ୱାସୀମାନେ ପିତରଙ୍କ ସଙ୍ଗେ ଆସିଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ଅଣଯିହୂଦୀମାନଙ୍କୁ ମଧ୍ୟ ପବିତ୍ରଆତ୍ମା ଦିଆଗଲା। 46 ସେମାନଙ୍କ ଭିନ୍ନଭିନ୍ନ ଭାଷାରେ କଥା ହେବା ଓ ପରମେଶ୍ୱରଙ୍କୁ ପ୍ରଶଂସା କରିବାର ମଧ୍ୟ ଶୁଣିଲେ। 47 ତା’ପରେ ପିତର କହିଲେ, “ଏହି ଲୋକମାନଙ୍କୁ ବାପ୍ତିଜିତ ହେବା ନିମନ୍ତେ କେହି କ’ଣ କେବେ ଜଳ ଯୋଗଇ ଦେବା ପାଇଁ ମନା କରି ପାରିବ? ସେମାନେ ମଧ୍ୟ ଆମ୍ଭପରି ପବିତ୍ରଆତ୍ମାଙ୍କୁ ଗ୍ରହଣ କରିଛନ୍ତି!” 48 ତେଣୁ ପିତର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବା ପାଇଁ କର୍ଣ୍ଣୀଲିୟ, ତାହାଙ୍କର ଆତ୍ମୀୟସ୍ୱଜନ ଓ ବନ୍ଧୁମାନଙ୍କୁ ଆଦେଶ ଦେଲେ. ତା’ପରେ ଲୋକମାନେ ପିତରଙ୍କୁ ସେମାନଙ୍କ ସହିତ ଆଉ କିଛି ଦିନ ରହିବା ପାଇଁ ଅନୁରୋଧ କଲେ।
ଏକ ପ୍ରଶଂସାର ଗୀତ।
98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
ତାଙ୍କୁ ଆଉଥରେ ଗୌରବ ଆଣିଛି।
2 ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
3 ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
4 ହେ ପୃଥିବୀର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କର ଜୟଧ୍ୱନି କର।
ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
5 ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
6 ବଂଶୀ ବଜାଅ ଓ ତୂରୀ ଫୁଙ୍କ।
ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
7 ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
ସମସ୍ତେ ଗାନ କର।
8 ନଦନଦୀଗଣ କରତାଳି ଦିଅ!
ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
ବିଗ୍ଭର ଓ ନ୍ୟାୟ କରିବେ।
ପରମେଶ୍ୱରଙ୍କ ସନ୍ତାନ ଜଗତ ବିରୁଦ୍ଧରେ ଜୟଲାଭ କରନ୍ତି
5 ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ। 2 ଆମ୍ଭେ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁ ବୋଲି କିପରି ଜାଣିପାରୁ? ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କର ଆଜ୍ଞା ପାଳନ କରୁଥିବାରୁ ଜାଣିପାରୁ ଯେ, ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ ଅଟୁ। 3 କାରଣ ପରମେଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା। ଆଉ ତାହାଙ୍କ ଆଜ୍ଞା ସବୁ ଅତିଶୟ କଠିନ ନୁହେଁ। 4 ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ସନ୍ତାନ, ଜଗତକୁ ଜୟ କରିବା ନିମନ୍ତେ ତାହାର କ୍ଷମତା ଅଛି। 5 ଆମ୍ଭର ବିଶ୍ୱାସ ଦ୍ୱାରା ଆମ୍ଭେ ଜଗତକୁ ଜିତିଛୁ। ଆମ୍ଭର ବିଶ୍ୱାସ ଜଗତକୁ ଜୟ କରେ। ଯେଉଁ ଲୋକ ବିଶ୍ୱାସ କରେ ଯେ ଯୀଶୁ ପରମେଶ୍ୱରଙ୍କ ପୁତ୍ର, ସେ ଜଗତରେ ବିଜୟୀ ହୁଏ।
ପରମେଶ୍ୱର ଆମ୍ଭମାନଙ୍କୁ ତାହାଙ୍କର ପୁତ୍ର ବିଷୟରେ କହିଲେ
6 ଯିଏ ଏ ସଂସାରକୁ ଆସିଲେ, ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯୀଶୁ ଖ୍ରୀଷ୍ଟ ଆମ୍ଭ ପାଖକୁ ଜଳ ଓ ରକ୍ତ [a] ସହିତ ଆସିଥିଲେ। କେବଳ ଜଳ ନୁହେଁ, ମାତ୍ର ଜଳ ଓ ରକ୍ତ ଉଭୟ ସହିତ ଯୀଶୁ ଆସିଥିଲେ। ସେହି ଆତ୍ମା ଆମ୍ଭମାନଙ୍କ ନିକଟରେ ଏହି ସତ୍ୟ ସାକ୍ଷ୍ୟ ଦେଲେ। ଆତ୍ମା ହିଁ ସତ୍ୟ।
9 “ମୋ’ ପରମପିତା ମୋତେ ଯେପରି ପ୍ରେମ କରୁଥିଲେ, ମୁଁ ତୁମ୍ଭକୁ ସେହିପରି ପ୍ରେମ କରିଛି। ବର୍ତ୍ତମାନ ମୋ’ ପ୍ରେମରେ ସ୍ଥିର ରୁହ। 10 ମୁଁ ମୋର ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ରେମରେ ରହିଛି। ସେହିପରି ତୁମ୍ଭେ ଯଦି ମୋର ଆଜ୍ଞା ପାଳନ କରିବ, ତୁମ୍ଭେ ମୋ’ ପ୍ରେମରେ ରହିବ। 11 ମୁଁ ତୁମ୍ଭକୁ ଏସବୁ କଥା କହିଛି, ତା’ହେଲେ ମୁଁ ଯେପରି ଆନନ୍ଦରେ ଅଛି, ତୁମ୍ଭେ ମଧ୍ୟ ମୋ’ ପରି ଆନନ୍ଦ ପାଇବ। ମୁଁ ଗ୍ଭହେଁ, ତୁମ୍ଭର ଆନନ୍ଦ ସମ୍ପୂର୍ଣ୍ଣ ହେଉ। 12 ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ରେମ କରିଛି ତୁମ୍ଭେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର। 13 ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦେଇ ଜଣେ ବ୍ୟକ୍ତି ସର୍ବୋତ୍କୃଷ୍ଟ ପ୍ରେମ ଦେଖାଇ ପାରିବ। 14 ତୁମ୍ଭେ ଯଦି ମୋ’ କହିବା ଅନୁଯାୟୀ କାମ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ। 15 ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସେବକ ବୋଲି କହୁ ନାହିଁ। ଜଣେ ସେବକ, ତା’ର ମୁନିବ କ’ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହାସବୁ ଶୁଣିଛି ତାହା କହିଛି।
16 “ତୁମ୍ଭେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଗ୍ଭହେଁ, ତୁମ୍ଭ ଜୀବନରେ ଏହି ଫଳ ଲାଗିରହୁ। ସେଥିରେ ମୋ’ ନାମ ନେଇ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦେବେ। 17 ଏହା ମୋର ଆଦେଶ, ତୁମ୍ଭେମାନେ ପରସ୍ପରକୁ ପ୍ରେମ କର।
2010 by World Bible Translation Center