Revised Common Lectionary (Semicontinuous)
ଏକ ପ୍ରଶଂସାର ଗୀତ।
98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
ତାଙ୍କୁ ଆଉଥରେ ଗୌରବ ଆଣିଛି।
2 ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
3 ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
4 ହେ ପୃଥିବୀର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କର ଜୟଧ୍ୱନି କର।
ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
5 ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
6 ବଂଶୀ ବଜାଅ ଓ ତୂରୀ ଫୁଙ୍କ।
ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
7 ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
ସମସ୍ତେ ଗାନ କର।
8 ନଦନଦୀଗଣ କରତାଳି ଦିଅ!
ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
ବିଗ୍ଭର ଓ ନ୍ୟାୟ କରିବେ।
ମୋଶା ତାଙ୍କର ସଂଗୀତଗୁଡ଼ିକ ଲୋକମାନଙ୍କୁ ଶିକ୍ଷା ଦେଲେ
44 ମୋଶା ଏବଂ ନୂନର ପୁତ୍ର ଯିହୋଶୂୟ ଇସ୍ରାଏଲ ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ।
45 ମୋଶା ତାଙ୍କର ସମସ୍ତ ଲୋକମାନଙ୍କୁ ଶିକ୍ଷା ଦେଇସାରିବା ପରେ, 46 ସେ ସେମାନଙ୍କୁ କହିଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁସବୁ କଥା କହିଲି, ତୁମ୍ଭେମାନେ ସେଥିପ୍ରତି ଧ୍ୟାନ ଦିଅ। ଏବଂ ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଏହା ଶିକ୍ଷା ଦେଇ ସେହି ବିଧି ଅନୁସାରେ ଚଳିବାକୁ ନିର୍ଦ୍ଦେଶ ଦିଅ। 47 କେବେବି ଏପରି ଭାବ ନାହିଁ ଯେ, ଏହିସବୁ କଥା ମୂଲ୍ୟହୀନ ବୋଲି। ସେଥିରେ ତୁମ୍ଭର ଜୀବନ ନିହିତ ଅଛି। ଏହି ଶିକ୍ଷା ଅନୁସରଣ କରି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥ ଯେଉଁ ଦେଶକୁ ଅଧିକାର କରିବାକୁ ଯାଉଅଛ, ସେଠାରେ ଦୀର୍ଘ ଜୀବନ ଲାଭ କରିବ।”
42 ଯୀଶୁ ସମସ୍ତ ପ୍ରେରିତମାନଙ୍କୁ ଏକାଠି ଡାକିଲେ। ସେ ସେମାନଙ୍କୁ କହିଲେ, “ଅଣଯିହୂଦୀମାନଙ୍କ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ସେମାନେ ଶାସକ କହନ୍ତି। ତୁମ୍ଭେ ଜାଣ ଯେ, ଏହି ଶାସକମାନେ ଲୋକଙ୍କ ଉପରେ ପ୍ରଭୁତ୍ୱ ଦେଖାଇବାକୁ ଭଲ ପାଆନ୍ତି। ତାହାଙ୍କର ମହତ୍ତ୍ୱପୂର୍ଣ୍ଣ ନେତାମାନେ ମଧ୍ୟ ଲୋକଙ୍କ ଉପରେ ତାହାଙ୍କର ଅଧିକାର ସାବ୍ୟସ୍ତ କରିବାକୁ ଭଲ ପାଆନ୍ତି। 43 କିନ୍ତୁ ତୁମ୍ଭ ମଧ୍ୟରେ ଏଭଳି କିଛି ହେବା ଅନୁଚିତ୍। ଯଦି ତୁମ୍ଭ ଭିତରୁ କେହି ବଡ଼ ହେବାକୁ ଗ୍ଭହୁଁଥାଏ, ତେବେ ସେ ଜଣେ ସେବକ ଭଳି ତୁମ୍ଭ ସମସ୍ତଙ୍କର ସେବା କରୁ। 44 ଯଦି ତୁମ୍ଭ ଭିତରୁ କେହି ମହତ୍ତ୍ୱପୂର୍ଣ୍ଣ ହେବାକୁ ଗ୍ଭହୁଁଥାଏ, ତେବେ ସେ ତୁମ୍ଭ ସମସ୍ତଙ୍କର ଜଣେ କ୍ରୀତଦାସ ଭଳି ସେବା କରୁ। 45 ସେହିଭଳି ମନୁଷ୍ୟପୁତ୍ର ଅନ୍ୟଠାରୁ ସେବା ପାଇବା ପାଇଁ ଆସି ନାହାନ୍ତି, ବରଂ ସେ ସେବା କରିବା ପାଇଁ ଆସିଛନ୍ତି। ସେ ବହୁତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିଜର ଜୀବନ ଦେବା ପାଇଁ ଆସିଛନ୍ତି।”
2010 by World Bible Translation Center