Revised Common Lectionary (Semicontinuous)
ଏକ ପ୍ରଶଂସାର ଗୀତ।
98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
ତାଙ୍କୁ ଆଉଥରେ ଗୌରବ ଆଣିଛି।
2 ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
3 ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
4 ହେ ପୃଥିବୀର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କର ଜୟଧ୍ୱନି କର।
ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
5 ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
6 ବଂଶୀ ବଜାଅ ଓ ତୂରୀ ଫୁଙ୍କ।
ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
7 ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
ସମସ୍ତେ ଗାନ କର।
8 ନଦନଦୀଗଣ କରତାଳି ଦିଅ!
ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
ବିଗ୍ଭର ଓ ନ୍ୟାୟ କରିବେ।
ସଦାପ୍ରଭୁ ଜଗତର ସୃଷ୍ଟିକର୍ତ୍ତା ଓ ଶାସନକର୍ତ୍ତା
5 ଯେ ନବମଣ୍ଡଳ ସୃଷ୍ଟି କରି ଭୂମଣ୍ଡଳ ଉପରେ ବିସ୍ତାର କଲେ, ଯେ ପୃଥିବୀର ସକଳବସ୍ତୁ ସୃଷ୍ଟି କଲେ, ଯେ ସକଳ ଲୋକଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ଦିଅନ୍ତି ଓ ସକଳ ଆତୟାତ ବ୍ୟକ୍ତିମାନଙ୍କୁ ଜୀବନ ଦିଅନ୍ତି, ସେହି ସଦାପ୍ରଭୁ ପ୍ରକୃତ ପରମେଶ୍ୱର ଏହି କଥା କୁହନ୍ତି।
6 “ମୁଁ ସଦାପ୍ରଭୁ, ତୁମ୍ଭକୁ ଧାର୍ମିକରେ ଆହ୍ୱାନ କରୁଅଛି।
ତୁମ୍ଭର ହସ୍ତ ଧରି ମୁଁ ତୁମ୍ଭକୁ ପଥପ୍ରଦର୍ଶନ କରିବି।
ଜାତିଗଣଙ୍କୁ ଗୋଟିଏ ଆଲୋକପରି ମୁଁ ତୁମ୍ଭକୁ ଗୋଟିଏ ନିଯୁକ୍ତ ଚିହ୍ନ ଦେବି,
ଯାହା ଲୋକମାନଙ୍କ ସହିତ ଗୋଟିଏ ଚୁକ୍ତି ଅଛି।
7 ତୁମ୍ଭେ ଅନ୍ଧମାନଙ୍କୁ ଚକ୍ଷୁସ୍ମାନ କରିବ,
କାରାଗାରରୁ ବନ୍ଦୀମାନଙ୍କୁ ମୁକ୍ତ କରିବ
ଓ ଅନ୍ଧକାରରେ ସଢୁଥିବା ଲୋକମାନଙ୍କୁ ବନ୍ଦୀଗୃହରୁ ବାହାରକୁ ଆଣିବ।
8 “ମୁଁ ସଦାପ୍ରଭୁ
ଓ ତାହା ହିଁ ମୋର ନାମ।
ମୋର ପ୍ରଶଂସା ଓ ମହିମା
ମୁଁ ସେହି ଖୋଦିତ ପ୍ରତିମାଗଣକୁ ଦେବି ନାହିଁ।
9 ଦେଖ, ଆଦ୍ୟ ବିଷୟ ସିଦ୍ଧ ହେଲା।
ଆଉ ଆମ୍ଭେ ନୂତନ ବିଷୟମାନ ପ୍ରକାଶ କରୁ।
ଭବିଷ୍ୟତରେ କ’ଣ କ’ଣ ଘଟିବ,
ତାହା ତୁମ୍ଭକୁ ଜଣାଉ।”
କର୍ଣ୍ଣୀଲିୟଙ୍କ ଘରେ ପିତରଙ୍କ ଶିକ୍ଷା
34 ପିତର କହିବା ଆରମ୍ଭ କଲେ, “ମୁଁ ବର୍ତ୍ତମାନ ପ୍ରକୃତରେ ବୁଝିପାରୁଛି, ପରମେଶ୍ୱରଙ୍କ ଦୃଷ୍ଟିରେ ପ୍ରତ୍ୟେକ ଲୋକ ସମାନ। ତାହାଙ୍କ ପାଖରେ କୌଣସି ଭେଦଭାବ ନାହିଁ। 35 କିନ୍ତୁ ପରମେଶ୍ୱର ତାହାଙ୍କୁ ଉପାସନା କରୁଥିବା ଓ ଉତ୍ତମ କର୍ମ କରୁଥିବା ଲୋକଙ୍କୁ ଗ୍ରହଣ କରନ୍ତି। 36 ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଗ୍ଭର ପଠାଇଥିଲେ। ସେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ତାହାଙ୍କର ଶାନ୍ତି ସୁସମାଗ୍ଭର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।
37 “ଯୋହନଙ୍କ ଦ୍ୱାରା ବାପ୍ତିସ୍ମ ସମ୍ପର୍କରେ ପ୍ରଗ୍ଭର ହେବାପରେ ଗାଲିଲୀଠାରୁ ଆରମ୍ଭ କରି ସାରା ଯିହୂଦାରେ ଯାହାସବୁ ଘଟିଲା, ତାହା ତୁମ୍ଭେମାନେ ଜାଣିଛ। 38 ତୁମ୍ଭେମାନେ ନାଜରିତୀୟ ଯୀଶୁଙ୍କ ବିଷୟରେ ମଧ୍ୟ ଜାଣିଛ। ପରମେଶ୍ୱର ତାହାଙ୍କୁ ପବିତ୍ରଆତ୍ମା ଓ ଶକ୍ତିରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ୟାଗ୍ଭର ଅଧୀନରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ୱାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ୱର ତାହାଙ୍କ ସହିତ ଥିଲେ।
39 “ଯୀଶୁ ଯିହୂଦା ଦେଶରେ ଓ ଯିରୁଶାଲମରେ ଯାହାସବୁ କରିଥିଲେ ସେହିସବୁ ଆମ୍ଭେ ନିଜେ ଦେଖିଅଛୁ। ଆମ୍ଭେ ତାହାର ସାକ୍ଷୀ ଅଟୁ। ସେମାନେ ତାହାଙ୍କୁ ବଧକଲେ। କାଠ ନିର୍ମିତ କ୍ରୁଶରେ ସେମାନେ ତାହାଙ୍କୁ ଚଢ଼ାଇ ହତ୍ୟା କଲେ। 40 କିନ୍ତୁ ତାହାଙ୍କ ମୃତ୍ୟୁର ତିନି ଦିନ ପରେ ପରମେଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ପୁନର୍ଜୀବିତ କରି ଉଠାଇଲେ ଓ ଲୋକଙ୍କ ନିକଟରେ ତାହାଙ୍କୁ ଦେଖାଇଲେ। 41 ମାତ୍ର ଯୀଶୁ ସବୁ ଲୋକମାନଙ୍କୁ ଦେଖାଗଲେ ନାହିଁ। ପରମେଶ୍ୱର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସେହିମାନେ କେବଳ ତାହାଙ୍କୁ ଦେଖି ପାରିଲେ। ଆମ୍ଭେମାନେ ସେହି ସାକ୍ଷୀ ଅଟୁ। ଯୀଶୁ ମୃତ୍ୟୁରୁ ଉଠିଲାପରେ ଆମ୍ଭେମାନେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ।
42 “ଯୀଶୁ ଆମ୍ଭମାନଙ୍କୁ ଲୋକମାନଙ୍କ ପାଖରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ଆଦେଶ ଦେଲେ। ପୁଣି ଜୀବିତ ଓ ମୃତମାନଙ୍କର ବିଗ୍ଭରକ ହେବା ନିମନ୍ତେ କେବଳ ଏକମାତ୍ର ସେ ଯେ ନିଯୁକ୍ତି ପାଇଛନ୍ତି, ଏହାର ସାକ୍ଷ୍ୟ ଦେବା ପାଇଁ ମଧ୍ୟ କହିଲେ। 43 ଯେ କେହି ଯୀଶୁଙ୍କଠାରେ ବିଶ୍ୱାସ କରିବ, ସେ ପାପ କ୍ଷମା ପାଇବ। ପରମେଶ୍ୱର ଯୀଶୁଙ୍କ ନାମରେ ସେହି ବ୍ୟକ୍ତିର ସମସ୍ତ ପାପ କ୍ଷମା କରିଦେବେ। ସମସ୍ତ ଭାବବାଦୀଙ୍କ ଦ୍ୱାରା କଥିତ ଏହି ବାକ୍ୟ ନିରାଟ ସତ୍ୟ ଅଟେ।”
2010 by World Bible Translation Center