Revised Common Lectionary (Semicontinuous)
ଏକ ପ୍ରଶଂସାର ଗୀତ।
98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
ତାଙ୍କୁ ଆଉଥରେ ଗୌରବ ଆଣିଛି।
2 ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
3 ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
4 ହେ ପୃଥିବୀର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କର ଜୟଧ୍ୱନି କର।
ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
5 ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
6 ବଂଶୀ ବଜାଅ ଓ ତୂରୀ ଫୁଙ୍କ।
ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
7 ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
ସମସ୍ତେ ଗାନ କର।
8 ନଦନଦୀଗଣ କରତାଳି ଦିଅ!
ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
ବିଗ୍ଭର ଓ ନ୍ୟାୟ କରିବେ।
5 ପୁଣି ମୋତେ ତାଙ୍କର ସେବକ ହେବା ପାଇଁ,
ଯାକୁବଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ
ଓ ଇସ୍ରାଏଲ ତାହାଙ୍କ ନିକଟରେ ପହଞ୍ଚିବା ପାଇଁ ସେ ମୋତେ ମାତୃଗର୍ଭରେ ସୃଷ୍ଟି କଲେ।
ସେହି ସଦାପ୍ରଭୁ ମୋତେ ଏବେ କୁହନ୍ତି, “କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ
ଆଦରଣୀୟ ଅଟେ ଓ ମୋର ପରମେଶ୍ୱର ମୋର ବଳସ୍ୱରୂପ ହୋଇଅଛନ୍ତି।”
6 ପୁଣି ସଦାପ୍ରଭୁ କହିଲେ, “ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ
ଓ ଇସ୍ରାଏଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ
ଆମ୍ଭର ସେବକ ହେବ।
ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ଯେପରି ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ
ଆମ୍ଭ କୃତ ପରିତ୍ରାଣ ସ୍ୱରୂପ ହେବ,
ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କର ଦୀପ୍ତିସ୍ୱରୂପ କରିବା।”
ପିତର ଓ କର୍ଣ୍ଣୀଲିୟ
10 କାଇସରୀଆ ନଗରରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ। ଇତାଲିକ ନାମକ ରୋମୀୟ ସୈନ୍ୟବାହିନୀର ଏକ ବିଭାଗରେ ପଦାଧିକାରୀ ଥିଲେ। 2 ସେ ଜଣେ ଧାର୍ମିକ ଲୋକ ଥିଲେ ଓ ତାହାଙ୍କ ଗୃହରେ ବାସ କରୁଥିବା ଲୋକମାନଙ୍କ ସହ ସେ ସତ୍ୟ ପରମେଶ୍ୱରଙ୍କର ଉପାସନା କରୁଥିଲେ। ସେ ଗରିବମାନଙ୍କୁ ବହୁତ ଦାନ ଦେଉଥିଲେ ଓ ସବୁବେଳେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। 3 ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ୱର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, “କର୍ଣ୍ଣୀଲିୟ।”
4 କର୍ଣ୍ଣୀଲିୟ ତାହାଙ୍କ ଆଡ଼କୁ ଗ୍ଭହିଁଲେ ଏବଂ ଭୟରେ କହିଲେ, “ମହାଶୟ, ଆପଣ କ’ଣ ଗ୍ଭହାନ୍ତି?”
ସ୍ୱର୍ଗଦୂତ ତାହାଙ୍କୁ କହିଲେ, “ପରମେଶ୍ୱର ତୁମ୍ଭର ପ୍ରାର୍ଥନା ଶୁଣିଅଛନ୍ତି। ତୁମ୍ଭେ ଗରିବମାନଙ୍କୁ ଯେଉଁସବୁ ଦାନ ଦେଇଅଛ, ତାହା ମଧ୍ୟ ସେ ଦେଖିଅଛନ୍ତି। ତେଣୁ ସେ ତୁମ୍ଭକୁ ସ୍ମରଣ କହିଅଛନ୍ତି। 5 ବର୍ତ୍ତମାନ ଯାଫୋ ନଗରକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ପଠାଇ ଶିମୋନ ନାମକ ଗୋଟିଏ ଲୋକଙ୍କୁ ସେଠାରୁ ଆଣ। ସେହି ଶିମୋନ, ପିତର ନାମରେ ମଧ୍ୟ ପରିଚିତ। 6 ପିତର ସମୁଦ୍ରକୂଳ ପାଖରେ ରହୁଥିବା ଶିମୋନ ନାମକ ଜଣେ ଚମାର ସଙ୍ଗେ ରହୁଛନ୍ତି।” 7 ଏହା କହି ସ୍ୱର୍ଗଦୂତ ଗ୍ଭଲିଗଲେ। ଏହା ପରେ କର୍ଣ୍ଣୀଲିୟ ନିଜର ବ୍ୟକ୍ତିଗତ ସହକାରୀ ମଧ୍ୟରୁ ତାହାଙ୍କର ଦୁଇଜଣ ସେବକ ଓ ଜଣେ ନିଷ୍ଠାପର ସୈନିକକୁ ଡାକିଲେ। 8 ସେ ସେମାନଙ୍କୁ ସମସ୍ତ ଘଟଣା କହି ଯାଫୋକୁ ପଠାଇଲେ।
9 ତହିଁ ଆରଦିନ ସେମାନେ ଯାଫୋ ନଗର ନିକଟରେ ପହଞ୍ଚିଲେ, ସେତେବେଳେ ପିତର ଛାତ ଉପରକୁ ପ୍ରାର୍ଥନା କରିବା ପାଇଁ ଯାଇଥିଲେ। ତାହା ପ୍ରାୟ ଦ୍ୱିପ୍ରହର ସମୟ ଥିଲା। 10 ତେଣୁ ପିତରଙ୍କୁ ବହୁତ ଭୋକ ଲାଗିବାରୁ ସେ ଖାଇବା ପାଇଁ ଇଚ୍ଛା କରୁଥିଲେ। ସେମାନେ ପିତରଙ୍କ ନିମନ୍ତେ ଖାଦ୍ୟ ତିଆରି କରୁଥିବା ସମୟରେ ସେ ଗୋଟିଏ ସ୍ୱପ୍ନ ଦେଖିଲେ। 11 ସେ ଦେଖିଲେ ଯେ, ସ୍ୱର୍ଗ ଖୋଲିଗଲା ଓ ତା’ ଭିତରୁ ଗୋଟିଏ ଗ୍ଭରି କୋଣ ଧରା ବଡ଼ ଗ୍ଭଦର ଭଳି କିଛି ଗୋଟାଏ ପୃଥିବୀକୁ ଖସୁଛି। 12 ତା’ଭିତରେ ପୃଥିବୀର ବିଭିନ୍ନ ପ୍ରକାରର ପଶୁପକ୍ଷୀ ଓ ସରୀସୃପ ପ୍ରାଣୀମାନ ଥିଲେ। 13 ତା’ପରେ ତାହାଙ୍କୁ ଗୋଟିଏ ବାଣୀ ଶୁଭିଲା, “ପିତର, ଉଠ, ଏହି ପଶୁମାନଙ୍କ ମଧ୍ୟରୁ ଯେକୌଣସିଟିକୁ ମାର ଓ ଖାଅ।”
14 ପିତର କହିଲେ, “ନା ପ୍ରଭୁ। ମୁଁ କେବେ କୌଣସି ଅପବିତ୍ର ବା ଅପରିଷ୍କାର ଖାଦ୍ୟ ଖାଇ ନାହିଁ।”
15 ମାତ୍ର ସେହି ସ୍ୱର ତାଙ୍କୁ ପୁଣି କହିଲେ, “ପରମେଶ୍ୱର ଯେଉଁ ବିଷୟକୁ ପବିତ୍ର କରିଛନ୍ତି, ତୁମ୍ଭେ ତାକୁ ଅପବିତ୍ର କୁହ ନାହିଁ।” 16 ଏହିପରି ତିନିଥର ହେବାପରେ ସେ ଜିନିଷଟି ହଠାତ୍ ସ୍ୱର୍ଗକୁ ଉଠି ଗ୍ଭଲିଗଲା। 17 ପିତର ଯେଉଁ ଦୃଶ୍ୟ ଦେଖିଥିଲେ, ତା’ର ଅର୍ଥ ବିଷୟରେ ଚିନ୍ତା କରି ହତବୁଦ୍ଧି ହୋଇ ପଡ଼ିଲେ।
ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମୋନଙ୍କର ଘର ଖୋଜୁଥିଲେ, ସେମାନେ ଆସି ଫାଟକ ନିକଟରେ ଠିଆ ହୋଇଥିଲେ। 18 ସେମାନେ ତାହାଙ୍କୁ ଡାକିଲେ ଓ ପିତର ନାମରେ ପରିଚିତ ଶିମୋନ ସେଠାରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଗ୍ଭରିଲେ।
19 ସେପର୍ଯ୍ୟନ୍ତ ପିତର ସେହି ଦର୍ଶନ ବିଷୟରେ ଚିନ୍ତା କରୁଥିଲେ। ସେହି ସମୟରେ ପବିତ୍ରଆତ୍ମା ତାହାଙ୍କୁ କହିଲେ, “ଶୁଣ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଛନ୍ତି। 20 ତେଣୁ ଉଠ ଓ ତଳକୁ ଯାଅ। ସେହି ଲୋକମାନଙ୍କ ସହିତ ଯାଅ ଓ ସେମାନଙ୍କୁ କିଛି ପଗ୍ଭର ନାହିଁ। କାରଣ ମୁଁ ସେମାନଙ୍କୁ ପଠାଇଛି।” 21 ପିତର ତଳକୁ ଗଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହାକୁ ଖୋଜୁଛ ମୁଁ ସେହି ଲୋକ। ତୁମ୍ଭେମାନେ ଏଠାକୁ କାହିଁକି ଆସିଛ?”
22 ସେମାନେ ତାହାଙ୍କୁ କହିଲେ, “ଆମ୍ଭମାନଙ୍କୁ ସୈନ୍ୟବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ୱରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ୟକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ୱର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦେଇ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।” 23 ତେଣୁ ପିତର ସେମାନଙ୍କୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ।
ତହିଁ ଆରଦିନ ସେ ସେମାନଙ୍କ ସହିତ ପ୍ରସ୍ତୁତ ହୋଇ ଗ୍ଭଲିଗଲେ। ଯାଫୋର କେତେକ ଭାଇମାନେ ମଧ୍ୟ ତାହାଙ୍କ ସହିତ ଆସିଥିଲେ। 24 ତହିଁ ଆରଦିନ ସେ କାଇସରୀଆ ନଗରରେ ପହଞ୍ଚିଲେ। କର୍ଣ୍ଣୀଲିୟ ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଟ ବନ୍ଧୁମାନଙ୍କୁ ଡକେଇ ସେମାନଙ୍କ ଅପେକ୍ଷାରେ ଥିଲେ।
25 ପିତର ଘରେ ପ୍ରବେଶ କରିବା ବେଳେ କର୍ଣ୍ଣୀଲିୟ ତାହାଙ୍କୁ ସାକ୍ଷାତ କରି ତାହାଙ୍କ ପାଦତଳେ ପଡ଼ି ପ୍ରଣାମ କଲେ। 26 ପିତର ତାହାଙ୍କୁ ଉଠେଇ ଦେଇ କହିଲେ, “ଉଠ, ମୁଁ ତୁମ୍ଭପରି କେବଳ ଜଣେ ମଣିଷ।” 27 ପିତର ତାହାଙ୍କ ସହିତ କଥା ହେଉ ହେଉ ଭିତରକୁ ଗଲେ। ସେଠାରେ ସେ ବହୁତ ଲୋକମାନଙ୍କୁ ଏକତ୍ରିତ ହେବାର ଦେଖିଲେ।
28 ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ଯିବା ଯିହୂଦୀ ବ୍ୟବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ ‘ଅପବିତ୍ର’ ଓ ‘ଅପରିଚ୍ଛନ୍ନ’ ନ କହିବା ପାଇଁ ପରମେଶ୍ୱର ମୋତେ ଦେଖାଇଛନ୍ତି। 29 ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତିରେ ଏଠାକୁ ଗ୍ଭଲିଆସିଲି। ମୋତେ ବର୍ତ୍ତମାନ କୁହ, ତୁମ୍ଭେମାନେ ମୋତେ କାହିଁକି ଡକେଇଥିଲ?”
30 କର୍ଣ୍ଣୀଲିୟ କହିଲେ, “ମୁଁ ଠିକ୍ ଗ୍ଭରି ଦିନ ଆଗରୁ ମୋ’ ଘରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥନା କରୁଥିଲି। ସେତେବେଳେ ହଠାତ୍ ଜଣେ ସ୍ୱର୍ଗଦୂତ, ଉଜ୍ଜ୍ୱଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମୋ’ ସାମନାରେ ଠିଆ ହୋଇଗଲେ। 31 ସେ କହିଲେ, ‘କର୍ଣ୍ଣୀଲିୟ, ପରମେଶ୍ୱର ତୁମ୍ଭର ପ୍ରାର୍ଥନା ଶୁଣିଛନ୍ତି ଓ ତୁମ୍ଭେ ଗରିବମାନଙ୍କୁ ଦେଇଥିବା ଦାନ ମନେ ରଖିଛନ୍ତି। 32 ତେଣୁ ଯାଫୋକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଏଠାକୁ ଡକାଅ। ସେ ସମୁଦ୍ର କୂଳରେ ଚମାର ଶିମୋନଙ୍କ ଘରେ ରହୁଛନ୍ତି।’ 33 ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡକେଇ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦେଇଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠାରେ ପ୍ରଭୁଙ୍କ ସମ୍ମୁଖରେ ଅପେକ୍ଷା କରି ରହିଛୁ।”
କର୍ଣ୍ଣୀଲିୟଙ୍କ ଘରେ ପିତରଙ୍କ ଶିକ୍ଷା
34 ପିତର କହିବା ଆରମ୍ଭ କଲେ, “ମୁଁ ବର୍ତ୍ତମାନ ପ୍ରକୃତରେ ବୁଝିପାରୁଛି, ପରମେଶ୍ୱରଙ୍କ ଦୃଷ୍ଟିରେ ପ୍ରତ୍ୟେକ ଲୋକ ସମାନ। ତାହାଙ୍କ ପାଖରେ କୌଣସି ଭେଦଭାବ ନାହିଁ।
2010 by World Bible Translation Center