Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 80

ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ।

80 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର।
    ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ।
କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ,
    ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ
    ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
ହେ ପରମେଶ୍ୱର, ପୁନ୍ନରାୟ ଆମ୍ଭମାନଙ୍କୁ ବଳବାନ୍ କର।
    ଆମ୍ଭକୁ ପ୍ରଫୁଲ୍ଲ କର ଓ ରକ୍ଷା କର।
ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ କେତେକାଳ ପର୍ଯ୍ୟନ୍ତ କ୍ରୋଧ ଗ୍ଭଲୁ ରଖିବ?
    କେତେବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ?
ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ।
    ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ।
ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ।
    ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର।
    ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର।

ତୁମ୍ଭେ ମିଶରରୁ ଗୋଟିଏ
    “ଦ୍ରାକ୍ଷାଲତା” ଆଣିଲ।
ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେଇ
    ତୁମ୍ଭେ ସେହି ଭୂମିରେ “ଦ୍ରାକ୍ଷାଲତା” ରୋପଣ କର।
ତୁମ୍ଭେ “ଦ୍ରାକ୍ଷାବୃକ୍ଷ” ପାଇଁ ଭୂମି ପ୍ରସ୍ତୁତ କଲ।
    ତହିଁରେ ଚେରଗୁଡ଼ିକ ଗଭୀରକୁ ଗଲା।
    “ଦ୍ରାକ୍ଷାଲତା” ସମସ୍ତ ଦେଶରେ ବ୍ୟାପିଗଲା।
10 ତାହାର ଛାୟାରେ ପର୍ବତଗୁଡ଼ିକ ଆବୃତ ହେଲେ
    ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ବିରାଟ ଦେବଦାରୁ ବୃକ୍ଷକୁ ମଧ୍ୟ ଆଚ୍ଛାଦନ କଲା।
11 ଭୂମଧ୍ୟସାଗର ପର୍ଯ୍ୟନ୍ତ ଆପଣା ଶାଖା
    ଓ ଫରାତ୍ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା।
12 ହେ ପରମେଶ୍ୱର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ?
    ପଥିକମାନେ ସବୁ “ଅଙ୍ଗୁର” ଛିଣ୍ଡାଇ ପକାଉଛନ୍ତି।
13 ବନରୁ ବାହାରି ଆସି “ଦ୍ରାକ୍ଷାବୃକ୍ଷ” ଉପାଡ଼ି ପକାଏ,
    ବନର ପଶୁଗଣ ତା’ର ପତ୍ର ଖାଇଯା’ନ୍ତି।
14 ହେ ସର୍ବଶକ୍ତିମାନ ପରମେଶ୍ୱର ଫେରି ଆସ।
    ସ୍ୱର୍ଗରୁ ତୁମ୍ଭର “ଦ୍ରାକ୍ଷାଲତା” ପ୍ରତି ଦୃଷ୍ଟି ପକାଅ ଏବଂ ଏହାର ଯତ୍ନ ନିଅ।
15 ହେ ପରମେଶ୍ୱର, ସେହି “ଦ୍ରାକ୍ଷାଲତା”କୁ ଦେଖ, ଯାହା ତୁମ୍ଭେ ଆପଣା ହସ୍ତରେ ରୋପଣ କରିଅଛ।
    ସେହି ଛୋଟ ଲତାକୁ ଦେଖ ଯାହାକୁ ତୁମ୍ଭେ ବଢ଼େଇଛ।
16 ତୁମ୍ଭର ଦ୍ରାକ୍ଷାଲତାଗୁଡ଼ିକ ଗୋବର ଘସିପରି ଅଗ୍ନିରେ ପୋଡ଼ି ଦିଆଗଲା।
    ତୁମ୍ଭେ ତା’ ଉପରେ କ୍ରୋଧାନ୍ୱିତ ହୋଇ ତାକୁ ଧ୍ୱଂସ କର।

17 ହେ ପରମେଶ୍ୱର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା
    ମନୁଷ୍ୟ [a] ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
18 ଆମ୍ଭେମାନେ ତୁମ୍ଭକୁ ପୁନ୍ନରାୟ ଛାଡ଼ିବୁ ନାହିଁ।
    ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭେମାନେ ତୁମ୍ଭର ନାମରେ ଉପାସନା କରିବା।
19 ହେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର,
    ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 5:1-7

ଇସ୍ରାଏଲ ପରମେଶ୍ୱରଙ୍କ ସ୍ୱତନ୍ତ୍ର ବଗିଗ୍ଭ

ବର୍ତ୍ତମାନ ମୋର ପ୍ରିୟତମ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ସଙ୍ଗୀତ ଗାନ କରିବି। ଏହି ସଙ୍ଗୀତଟି ମୋର ପ୍ରିୟତମ ପ୍ରଭୁ ଓ ଇସ୍ରାଏଲର ଦ୍ରାକ୍ଷାକ୍ଷେତ୍ର ବିଷୟରେ ଅଟେ।

ମୋର ପ୍ରିୟତମ ପ୍ରଭୁଙ୍କର ଉର୍ବର
    ପର୍ବତ ଉପରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା।
ମୋର ପ୍ରିୟତମ କ୍ଷେତଟିକୁ ଖୋଳି ପଥର ପରିଷ୍କାର କଲେ।
    ସେଥିରେ ଅତି ଉତ୍ତମ ଦ୍ରାକ୍ଷାଲତା ରୋପଣ କଲେ।
ସେ କ୍ଷେତର ମଧ୍ୟଭାଗରେ ଗୋଟିଏ ସୁନ୍ଦର
    ଏବଂ ଉଚ୍ଚଗୃହ ନିର୍ମାଣ କଲେ ଏବଂ ସେ ଦ୍ରାକ୍ଷାକୁଣ୍ଡ ତିଆରି କଲେ।
ସେ ଭଲ ଅଙ୍ଗୁର ଧରିବା ପାଇଁ ଅପେକ୍ଷା କଲେ,
    କିନ୍ତୁ ଉତ୍ତମ ପରିବର୍ତ୍ତେ ବନ୍ୟ ଦ୍ରାକ୍ଷାଫଳ ଫଳିଲା।

ତେଣୁ ପରମେଶ୍ୱର କହିଲେ, “ହେ ଯିରୁଶାଲମ ଓ ଯିହୁଦାର ଲୋକମାନେ ମୋର
    ଓ ମୋର ଦ୍ରାକ୍ଷାକ୍ଷେତ ବିଷୟରେ ବିଗ୍ଭର କର।
ମୋର ଏହି ଦ୍ରାକ୍ଷାକ୍ଷେତ ପାଇଁ ମୁଁ ଅଧିକ କ’ଣ କରି ପାରିଥା’ନ୍ତି?
    ଯାହା କରିବା କଥା ମୁଁ ସବୁ କରିଥିଲି।
ମୁଁ ଉତ୍ତମ ଦ୍ରାକ୍ଷାଫଳ ଫଳିବ ବୋଲି ଆଶା କରିଥିଲି,
    ମାତ୍ର ସେଥିରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା।
    ଏହା କାହିଁକି ଘଟିଲା?

“ବର୍ତ୍ତମାନ ମୁଁ ମୋର ଦ୍ରାକ୍ଷାକ୍ଷେତ ପାଇଁ କ’ଣ କରିବି
    ତାହା ତୁମ୍ଭମାନଙ୍କୁ କହିବି।
ଏହି କ୍ଷେତକୁ ରକ୍ଷା କରୁଥିବା କଣ୍ଟାବାଡ଼କୁ ମୁଁ କାଢ଼ିନେବି
    ଏବଂ ତାକୁ ପୋଡ଼ି ଦେବି।
ସେହି ପଥର ପ୍ରାଚୀରକୁ ଭାଙ୍ଗିପକାଇବି
    ଏବଂ ସେଗୁଡ଼ିକୁ ପଦଦଳିତ କରିବି।
ମୋର ସେହି ଦ୍ରାକ୍ଷାକ୍ଷେତକୁ ଉଜାଡ଼ି ନେବି।
    କୌଣସି ବ୍ୟକ୍ତି ସେ ଗଛ ଗୁଡ଼ିକର ଯତ୍ନ ନେବ ନାହିଁ
    କିମ୍ବା ସେହି କ୍ଷେତରେ କେହି କୋଡ଼ାକୋଡ଼ି କରିବେ ନାହିଁ।
ସେଠାରେ କଣ୍ଟା ଓ ଅନାବନା ଘାସ ଜନ୍ମିବ।
    ସେହି କ୍ଷେତରେ ବର୍ଷାଜଳ ନ ପଡ଼ିବା ପାଇଁ ମୁଁ ମେଘକୁ ଆଦେଶ ଦେବି।”

ଇସ୍ରାଏଲର ଗୋଷ୍ଠୀ ସଦାପ୍ରଭୁ ସର୍ବଶକ୍ତିମୟଙ୍କର ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାଲତାର ଦ୍ରାକ୍ଷାଫଳ।

ସଦାପ୍ରଭୁ ସେଠାରେ ନ୍ୟାୟ ଆଶା କରୁଥିଲେ
    ମାତ୍ର ସେଠାରେ କେବଳ ମୃତ୍ୟୁ ଥିଲା।
ସଦାପ୍ରଭୁ ସେଠାରେ ଧାର୍ମିକତା ଆଶା କରୁଥିଲେ ମାତ୍ର ସେଠାରେ କେବଳ ବିଳାପ ଥିଲା।
    ସେଠାରେ ଲୋକମାନେ କେବଳ ସନ୍ତାପିତ ହେଉଥିଲେ।

ଗାଲାତୀୟଙ୍କ ପ୍ରତି ପତ୍ର 5:16-26

ପବିତ୍ରଆତ୍ମା ଓ ମାନବ ପ୍ରକୃତି

16 ସେଥିପାଇଁ ମୁଁ କହୁଛି: ଆତ୍ମାଙ୍କର ଅନୁସରଣ କରି ଜୀବନଯାପନ କର। ତା’ହେଲେ ତୁମ୍ଭେମାନେ ପାପମୟ ସ୍ୱଭାବର ଇଚ୍ଛାକୁ ସନ୍ତୁଷ୍ଟ କରିବା ନିମନ୍ତେ କୌଣସି ମନ୍ଦ କାର୍ଯ୍ୟ କରିବ ନାହିଁ। 17 ଆମ୍ଭର ପାପମୟ ସ୍ୱଭାବର ଇଚ୍ଛା ପବିତ୍ରଆତ୍ମାଙ୍କର ବିରୋଧୀ ଓ ପବିତ୍ରଆତ୍ମା ପାପମୟ ସ୍ୱଭାବର ବିରୋଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ତୁମ୍ଭେମାନେ ପ୍ରକୃତରେ ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ। 18 କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କର ପରିଗ୍ଭଳିତ ପଥରେ ଚଳୁଛ, ତା’ହେଲେ ତୁମ୍ଭେମାନେ ବ୍ୟବସ୍ଥାର ଅଧୀନ ନୁହଁ।

19 ଆମ୍ଭର ପାପମୟ ସ୍ୱଭାବ ଦ୍ୱାରା ହେଉଥିବା ପାପପୂର୍ଣ୍ଣ କ୍ରିୟାଗୁଡ଼ିକ ବିଷୟରେ ସମସ୍ତେ ଜାଣନ୍ତି। ସେଗୁଡ଼ିକ ହେଲା: ଯୌନ ପାପାଗ୍ଭର, ଅପବିତ୍ରତା, ଭୋଗବିଳାସ, 20 ମୂର୍ତ୍ତିପୂଜା, ଯାଦୁବିଦ୍ୟା, ଘୃଣା, ଝଗଡ଼ା, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ବିଭାଜନ କରିବା, ଦଳୀୟ ମନୋଭାବ, 21 ପରଶ୍ରୀକାତରତା, ନିଶାସକ୍ତ ହେବା, ମଉଜ ଓ ଏହିପରି ଅନ୍ୟ ସବୁ କାମ। ମୁଁ ପୂର୍ବ ଭଳି ଏବେ ମଧ୍ୟ ତୁମ୍ଭମାନଙ୍କୁ ସତର୍କ କରାଉଛି ଯେ, ଯେଉଁ ଲୋକମାନେ ଏଭଳି କର୍ମରେ ଲିପ୍ତ ରୁହନ୍ତି, ସେମାନେ କୌଣସି ପ୍ରକାରେ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାର ପାଇବେ ନାହିଁ। 22 ମାତ୍ର ପବିତ୍ରଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି: ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟାଭାବ, ଉଦାରତା, ବିଶ୍ୱସ୍ତତା, 23 ଭଦ୍ରତା ଓ ଆତ୍ମ-ସଂଯମ। ଏହି ବିଷୟ ଗୁଡ଼ିକ ଠିକ୍ ନୁହେଁ ବୋଲି କୌଣସି ନିୟମ କହିପାରିବ ନାହିଁ। 24 ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ନିଜର ମନର ଆବେଗ ଓ ପାପମୟ ସ୍ୱଭାବକୁ କ୍ରୁଶରେ ବିଦ୍ଧ କରିଛନ୍ତି। ସେମାନେ ନିଜର ସ୍ୱାର୍ଥପର ମନୋଭାବ ଓ ମନ୍ଦକାର୍ଯ୍ୟ ସବୁକୁ ତ୍ୟାଗ କରିଛନ୍ତି। 25 ସେହି ଆତ୍ମାଙ୍କଠାରୁ ଆମ୍ଭେ ନୂତନ ଜୀବନ ପାଇଅଛୁ। ଅତଏବ ଆମ୍ଭେ ଆତ୍ମାଙ୍କର ଅନୁସରଣ କରିବା ଉଚିତ୍। 26 ଆମ୍ଭେ ବୃଥାଭିମାନୀ ହେବା ନାହିଁ। ଏକଆରେକକୁ ଅସୁବିଧାରେ ପକାଇବା ନାହିଁ ଏବଂ ଆମ୍ଭେ ପରସ୍ପରକୁ ଈର୍ଷା କରିବା ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center