Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 8:26-40

ଫିଲି‌ପ୍‌ପଙ୍କର ଇଥିଓପିଆରୁ ଆସିଥିବା ଲୋକଙ୍କୁ ଶିକ୍ଷା

26 ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଫିଲି‌ପ୍‌ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ। ଯିରୁଶାଲମରୁ ମରୁଭୂମି ଦେଇ ଯେଉଁ ରାସ୍ତା ଗ‌ଜ୍‌‌ଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ।”

27 ଫିଲି‌ପ୍‌ପ ପ୍ରସ୍ତୁତ ହୋଇ ବାହାରିଲେ। ସେହି ରାସ୍ତାରେ ଜଣେ ନପୁଂସକ ସଙ୍ଗରେ ଦେଖା ହେଲା। ସେହି ନପୁଂସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଗ୍ଭରି ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ଥିଲେ। ନପୁଂସକ ଜଣକ ଉପାସନା କରିବା ପାଇଁ ଯିରୁଶାଲମକୁ ଯାଇଥିଲେ। 28 ସେ ରଥରେ ବସି ଫେରିବା ସମୟରେ ଭାବବାଦୀ ଯିଶାଇୟଙ୍କର ପୁସ୍ତକରୁ ପ‌ଢୁଥିଲେ।

29 ସେତେବେଳେ ପବିତ୍ରଆତ୍ମା ଫିଲି‌ପ୍‌ପଙ୍କୁ କହିଲେ, “ତୁମ୍ଭେ ସେ ରଥ ପାଖକୁ ଯାଇ ସେଠାରେ ରୁହ।” 30 ଫିଲି‌ପ୍‌ପ ରଥ ପାଖକୁ ଯାଇ ତାହାଙ୍କୁ ଯିଶାଇୟ ଭାବବାଦୀଙ୍କର ପୁସ୍ତକ ପଢ଼ିବାର ଶୁଣିଲେ। ସେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଯାହା ପଢ଼ୁଛ, ତାହା କ’ଣ ବୁଝିପାରୁଛ?”

31 ସେ ନପୁଂସକ କହିଲେ, “ଯଦି କେହି ଏହା ବୁଝିବାକୁ ସାହାଯ୍ୟ କରିବେ ନାହିଁ, ତେବେ ମୁଁ ଏହା କିପରି ବୁଝିବି?” ତେଣୁ ସେ ଫିଲି‌ପ୍‌ପଙ୍କୁ ରଥରେ ଚଢ଼ି ନିଜ ପାଖରେ ବସିବା ପାଇଁ ଅନୁରୋଧ କଲେ। 32 ସେ ଶାସ୍ତ୍ରର ପାଠ କରିଥିବା ଅଂଶ ଏହା ଥିଲା:

“ତାହାଙ୍କୁ ଗୋଟିଏ ମେଣ୍ଢାପରି ବଧ ହେବା ପାଇଁ ବଧସ୍ଥାନକୁ ନିଆଗଲା।
    ଗୋଟିଏ ମେଣ୍ଢା ଛୁଆ ଯେପରି ଲୋମ ଛେଦକ ସାମନାରେ ଚୁ‌ପ୍‌ହୋଇ ଠିଆ ହୁଏ,
    ସେହିପରି ସେ ଚୁପ୍ ହୋଇ ଠିଆ ହେଲେ।
33 ତାହାଙ୍କୁ ଅପମାନିତ କରାଗଲା ଓ ତାହାଙ୍କର ସମସ୍ତ ଅଧିକାର କାଢ଼ି ନିଆଗଲା।
    ଏହି ପୃଥିବୀରେ ତାହାଙ୍କର ଜୀବନକାଳ ଶେଷ ହେଲା।
    କିଏ ତାହାଙ୍କ ବଂଶ ବିଷୟରେ କଥାବାର୍ତ୍ତା କରିବ?”(A)

34 ନପୁଂସକ ଫିଲି‌ପ୍‌ପଙ୍କୁ କହିଲେ, “ମୋତେ ଦୟାକରି କୁହ, କାହା ବିଷୟରେ ଭବିଷ୍ୟ‌ଦ୍‌ବକ୍ତା ଏହା କହୁଛନ୍ତି? ସେ ତାହାଙ୍କ ନିଜ ବିଷୟରେ କହୁଛନ୍ତି ନା ଆଉ କାହା ବିଷୟରେ କହୁଛନ୍ତି?” 35 ତା’ପରେ ଫିଲି‌ପ୍‌ପ ଶାସ୍ତ୍ରର ସେହି ବାକ୍ୟରୁ ଆରମ୍ଭ କରି ଯୀଶୁଙ୍କର ସୁସମାଗ୍ଭର ପର୍ଯ୍ୟନ୍ତ ତାହାଙ୍କୁ କହିଲେ।

36 ସେମାନେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗାରେ ପହଞ୍ଚିଲେ, ଓ ନପୁଂସକ ଜଣକ କହିଲେ, “ଦେଖ, ଏଠାରେ ତ ଜଳ ଅଛି। ଏବେ ମୋର ବାପ୍ତିଜିତ ହେବାର କିଛି ଅସୁବିଧା ଅଛି କି?” 37 [a] 38 ତା’ପରେ ସେ ରଥ ରଖିବାକୁ ଆଦେଶ ଦେଲେ। ତା’ପରେ ଫିଲି‌ପ୍‌ପ ଓ ନପୁଂସକ ଦୁହେଁ ଜଳ ଭିତରକୁ ଓହ୍ଲାଇ ଗଲେ ଓ ଫିଲି‌ପ୍‌ପ ତାହାଙ୍କୁ ବାପ୍ତିସ୍ମ ଦେଲେ। 39 ସେମାନେ ଦୁହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲି‌ପ୍‌ପଙ୍କୁ ନେଇଗଲେ। ନପୁଂସକ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ। ସେ ଖୁସୀରେ ତାହାଙ୍କ ବାଟରେ ଗ୍ଭଲିଗଲେ। 40 କିନ୍ତୁ ଫିଲି‌ପ୍‌ପ ଅ‌ଷ୍‌‌ଦୋଦ ନଗରରେ ଦେଖା ଦେଲେ ଓ କାଇସରୀଆ ନଗରକୁ ଯିବା ବାଟରେ ସବୁ ସହରରେ ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କରି ଗ୍ଭଲିଲେ।

ଗୀତସଂହିତା 22:25-31

25 ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜୟଗାନ କଲି ତାହା ତୁମ୍ଭ ପ୍ରେରଣାର ଫଳ।
    ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମୋର ନୈବେଦ୍ୟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବି ଯାହା ମୁଁ ପ୍ରତିଜ୍ଞା କରିଛି।
26 ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ।
    ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜୟଗାନ କର।
    ତୁମ୍ଭର ହୃଦୟ ଚିରଦିନ ପାଇଁ ଜୀବନ୍ତ ରହୁ।
27 ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ।
    ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।
28 କାରଣ ସେ ହେଉଛନ୍ତି ରାଜା।
    ସେ ସବୁ ରାଜ୍ୟକୁ ଶାସନ କରନ୍ତି।
29 ବଳଶାଳୀ, ସ୍ୱାସ୍ଥ୍ୟବାନ୍ ଲୋକମାନେ ଭୋଜନ କରି
    ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବେ।
ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ୟୁବରଣ କରିବେ
    ଓ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ପରମେଶ୍ୱରଙ୍କ ସମ୍ମୁଖରେ ନତ ମସ୍ତକ ହେବେ।
30 ଏବଂ ଭବିଷ୍ୟତରେ ଆମ୍ଭର ବଂଶଧରମାନେ ସଦାପ୍ରଭୁଙ୍କ ସେବା କରିବେ।
    ଲୋକମାନେ ଚିରଦିନ ତାଙ୍କର ଗୁଣଗାନ କରିବେ।
31 ପ୍ରତ୍ୟେକ ପିଢ଼ି ତା’ର ପିଲାମାନଙ୍କୁ ଧାର୍ମିକତା ବିଷୟ କହିବେ,
    ଯାହାସବୁ ପରମେଶ୍ୱର କରିଛନ୍ତି।

ଯୋହନଙ୍କ ପ୍ରଥମ ପତ୍ର 4:7-21

ପ୍ରେମ ପରମେଶ୍ୱରଙ୍କଠାରୁ ଆସେ

ପ୍ରିୟ ବନ୍ଧୁମାନେ, ଆମ୍ଭେ ସବୁ ପରସ୍ପରକୁ ଭଲ ପାଇବା ଉଚିତ୍, କାରଣ ପ୍ରେମ ପରମେଶ୍ୱରଙ୍କଠାରୁ ଆସେ। ଯେଉଁ ଲୋକ ପ୍ରେମ କରେ, ସେ ପରମେଶ୍ୱରଙ୍କର ସନ୍ତାନ ହୁଏ ଓ ତାହାଙ୍କୁ ଜାଣିପାରେ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ପରମେଶ୍ୱରଙ୍କୁ ଜାଣେ ନାହିଁ, କାରଣ ପରମେଶ୍ୱର ତ ପ୍ରେମ। ଏହିପରି ଭାବରେ ପରମେଶ୍ୱର ଆମ୍ଭକୁ ତାହାଙ୍କ ପ୍ରେମ ଦେଖାଇଛନ୍ତି। ସେ ତାହାଙ୍କର ଏକମାତ୍ର ପୁତ୍ରକୁ ଏ ଜଗତକୁ ପଠାଇଛନ୍ତି। ଯେପରି ଆମ୍ଭେ ତାହାଙ୍କ ମାଧ୍ୟମରେ ଜୀବନ ପାଇ ପାରିବା। 10 ଆମ୍ଭେମାନେ ଯେ ପରମେଶ୍ୱରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ଏହା ହେଉଛି ପ୍ରକୃତ ପ୍ରେମ। ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ:

11 ଏହା ଦ୍ୱାରା ଆମ୍ଭ ପ୍ରତି ପରମେଶ୍ୱରଙ୍କ ମହାନ୍ ପ୍ରେମ ପ୍ରକାଶ ପାଏ। ତେଣୁ ପ୍ରିୟ ବନ୍ଧୁମାନେ, ଆମ୍ଭେମାନେ ମଧ୍ୟ ପରସ୍ପରକୁ ନିଶ୍ଚୟ ପ୍ରେମ କରିବା। 12 କେହି କେବେ ପରମେଶ୍ୱରଙ୍କୁ ଦେଖି ନାହିଁ। କିନ୍ତୁ ଯଦି ଆମ୍ଭେ ପରସ୍ପରକୁ ପ୍ରେମ କରିବା, ତେବେ ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ ବାସ କରିବେ ଓ ତାହାଙ୍କର ପ୍ରେମ ଆମ୍ଭଠାରେ ସିଦ୍ଧ ହେବ।

13 ଆମ୍ଭେ ଜାଣୁ ଯେ, ଆମ୍ଭେ ସବୁ ପରମେଶ୍ୱରଙ୍କଠାରେ ରହିଛୁ ଓ ସେ ଆମ୍ଭଠାରେ ଅଛନ୍ତି। ଆମ୍ଭେ ଏହା ଜାଣୁ, କାରଣ ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କର ପବିତ୍ରଆତ୍ମାଙ୍କୁ ଦେଇଛନ୍ତି। 14 ଆମ୍ଭେମାନେ ଦେଖିଅଛୁ ଯେ ପରମେଶ୍ୱର ଜଗତର ଉଦ୍ଧାର ପାଇଁ ଯେ ନିଜର ପୁତ୍ରଙ୍କୁ ପଠାଇଛନ୍ତି, ଆମ୍ଭେମାନେ ଏଥିର ସାକ୍ଷୀ। ବର୍ତ୍ତମାନ ମଧ୍ୟ ଆମ୍ଭେ ସେହି ସାକ୍ଷ୍ୟ ଦେଉଅଛୁ। 15 ଯଦି କେହି ବିଶ୍ୱାସ କରେ ଯେ, “ଯୀଶୁ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି,” ତେବେ ପରମେଶ୍ୱର ତାଠାରେ ରହନ୍ତି ଓ ସେ ମଧ୍ୟ ପରମେଶ୍ୱରଙ୍କଠାରେ ରହେ। 16 ତେଣୁ ଆମ୍ଭେ ପରମେଶ୍ୱରଙ୍କ ପ୍ରେମକୁ ଜାଣିଛୁ ଓ ତହିଁରେ ଭରସା ରଖିଛୁ।

ପରମେଶ୍ୱର ତ ପ୍ରେମ। ଯେଉଁ ଲୋକ ପ୍ରେମରେ ସ୍ଥିର ରହେ, ସେ ପରମେଶ୍ୱରଙ୍କଠାରେ ସ୍ଥିର ରହେ ଓ ପରମେଶ୍ୱର ତାହାଠାରେ ବାସ କରନ୍ତି। 17 ଯଦି ଆମ୍ଭେ ପରମେଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହୁ, ତେବେ ତାହାର ବିଗ୍ଭର ଦିନରେ ଆମ୍ଭେମାନେ ଭରସାଯୁକ୍ତ ହୋଇ ନିର୍ଭୟରେ ରହି ପାରିବା। ଏହି ଜଗତରେ ଆମ୍ଭେମାନେ ତାହାଙ୍କ (ଖ୍ରୀଷ୍ଟଙ୍କ) ଭଳି ହୋଇଥିବାରୁ, ନିର୍ଭୟରେ ରହିପାରିବା। 18 ପ୍ରେମରେ ଭୟ ନ ଥାଏ। ବରଂ ପରମେଶ୍ୱର ଦତ୍ତ ସିଦ୍ଧ ପ୍ରେମ ଭୟକୁ ଦୂର କରିଦିଏ। ଭୟ ସହିତ ଦଣ୍ଡର ସମ୍ପର୍କ ଥାଏ। ତେଣୁ ଯାହାର ଭୟ ଅଛି, ଈଶ୍ୱରଙ୍କ ପ୍ରେମ ତାହାଠାରେ ସିଦ୍ଧ ହୋଇ ନାହିଁ।

19 ପରମେଶ୍ୱର ଆମ୍ଭକୁ ପ୍ରଥମେ ପ୍ରେମ କରିବାରୁ ଆମ୍ଭେମାନେ ତାହାଙ୍କୁ ପ୍ରେମ କରିଲୁା 20 ଯଦି କେହି କହେ “ମୁଁ ପରମେଶ୍ୱରଙ୍କୁ ପ୍ରେମ କରେ,” କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ହେଉଛି ମିଥ୍ୟାବାଦୀ, କାରଣ ଯେଉଁ ଲୋକ ତାହାର ଦେଖିଥିବା ଭାଇକୁ ଭଲ ପାଏ ନାହିଁ, ତେବେ ଯେଉଁ ପରମେଶ୍ୱରଙ୍କୁ ସେ କେବେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରି ପାରିବ ନାହିଁ। 21 ଏହି ଆଜ୍ଞା ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଛୁ ଯେ ଯେକେହି ପରମେଶ୍ୱରଙ୍କୁ ପ୍ରେମ କରେ, ସେ ନିଜ ଭାଇକୁ ମଧ୍ୟ ପ୍ରେମ କରେ।

ଯୋହନ ଲିଖିତ ସୁସମାଗ୍ଭର 15:1-8

ଯୀଶୁ ଦ୍ରାକ୍ଷାଲତା ସଦୃଶ

15 ଯୀଶୁ କହିଲେ, “ମୁଁ ହେଉଛ ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପରମପିତା କୃଷକ ଅଟନ୍ତି। ମୋ’ଠାରେ ଥିବା ଯେଉଁ ଶାଖାରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖାରେ ଫଳ ଫଳି ଥାଏ, ସେ ସେଗୁଡ଼ିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି। ମୁଁ ତୁମ୍ଭକୁ ଯେଉଁ ଉପଦେଶ ଦେଇଛି, ତାହା ଦ୍ୱାରା ତୁମ୍ଭେ ପରିଷ୍କୃତ ହୋଇ ସାରିଅଛ। ମୋ’ଠାରେ ରୁହ ଓ ମୁଁ ତୁମ୍ଭଠାରେ ରହିବି। ଗୋଟିଏ ଶାଖା ଏକୁଟିଆ ଅଲଗାରେ କେବେ ଫଳ ଦେବ ନାହିଁ। ଏହା ଲତାରେ ଲାଗି ରହିବା ଉଚିତ୍। ତୁମ୍ଭେମାନେ ମଧ୍ୟ ଏକା ଥାଇ ଫଳ ଫଳି ପାରିବ ନାହିଁ। ତେଣୁ ତୁମ୍ଭେ ମୋ’ ସହିତ ମିଶି ରହିବା ଉଚିତ୍।

“ମୁଁ ଦ୍ରାକ୍ଷାଲତା ଓ ତୁମ୍ଭେମାନେ ଶାଖା। ଯେଉଁ ଲୋକ ମୋ’ଠାରେ ରହେ ଓ ମୁଁ ତାଠାରେ ରହେ, ସେହି ଲୋକ ପ୍ରଚୁର ଫଳ ଫଳେ। କିନ୍ତୁ ମୋ’ ବିନା ସେ କିଛି କରି ପାରିବ ନାହିଁ। ଯଦି କେହି ବ୍ୟକ୍ତି ମୋ’ଠାରେ ରୁହେ ନାହିଁ, ତେବେ ତାକୁ ଶାଖା ପରି ଫିଙ୍ଗି ଦିଆଯିବ। ସେହି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲୋକମାନେ ଶୁଖିଲା ଶାଖାକୁ ଉଠାଇ ନିଆଁରେ ଫୋପାଡ଼ି ଦିଅନ୍ତି। ସେଗୁଡ଼ିକ ଜଳିଯାଏ। “ମୋ’ଠାରେ ରୁହ ଓ ମୋର ଉପଦେଶ ପାଳନ କର। ଯଦି ତୁମ୍ଭେ ଏହା କର, ତେବେ ଯାହା ଇଚ୍ଛା କର ତାହା ମାଗ ଆଉ ତାହା ତୁମ୍ଭକୁ ଦିଆଯିବ। ତୁମ୍ଭେମାନେ ପ୍ରଚୁର ଫଳ ଉତ୍ପାଦନା କର ଓ ମୋର ଶିଷ୍ୟ ବୋଲି ଦର୍ଶାଇ ଦିଅ। ଏହା ଦ୍ୱାରା ମୋର ପରମପିତା ଗୌରବ ପାଇବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center