Revised Common Lectionary (Semicontinuous)
25 ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜୟଗାନ କଲି ତାହା ତୁମ୍ଭ ପ୍ରେରଣାର ଫଳ।
ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମୋର ନୈବେଦ୍ୟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବି ଯାହା ମୁଁ ପ୍ରତିଜ୍ଞା କରିଛି।
26 ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ।
ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜୟଗାନ କର।
ତୁମ୍ଭର ହୃଦୟ ଚିରଦିନ ପାଇଁ ଜୀବନ୍ତ ରହୁ।
27 ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ।
ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।
28 କାରଣ ସେ ହେଉଛନ୍ତି ରାଜା।
ସେ ସବୁ ରାଜ୍ୟକୁ ଶାସନ କରନ୍ତି।
29 ବଳଶାଳୀ, ସ୍ୱାସ୍ଥ୍ୟବାନ୍ ଲୋକମାନେ ଭୋଜନ କରି
ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବେ।
ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ୟୁବରଣ କରିବେ
ଓ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ପରମେଶ୍ୱରଙ୍କ ସମ୍ମୁଖରେ ନତ ମସ୍ତକ ହେବେ।
30 ଏବଂ ଭବିଷ୍ୟତରେ ଆମ୍ଭର ବଂଶଧରମାନେ ସଦାପ୍ରଭୁଙ୍କ ସେବା କରିବେ।
ଲୋକମାନେ ଚିରଦିନ ତାଙ୍କର ଗୁଣଗାନ କରିବେ।
31 ପ୍ରତ୍ୟେକ ପିଢ଼ି ତା’ର ପିଲାମାନଙ୍କୁ ଧାର୍ମିକତା ବିଷୟ କହିବେ,
ଯାହାସବୁ ପରମେଶ୍ୱର କରିଛନ୍ତି।
ପକ୍ୱଫଳର ଦର୍ଶନ
8 ସଦାପ୍ରଭୁ ମୋତେ ଏହା ଦେଖାଇଲେ, ମୁଁ ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖିଲି। 2 ସଦାପ୍ରଭୁ ମୋତେ ପଗ୍ଭରିଲେ, “ହେ ଆମୋଷ, ତୁମ୍ଭେ କ’ଣ ଦେଖୁଛ?”
ମୁଁ କହିଲି, “ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖୁଛି।”
ତା’ପରେ ସଦାପ୍ରଭୁ କହିଲେ, “ଆମ୍ଭର ଇସ୍ରାଏଲ ଲୋକମାନଙ୍କ ପାଇଁ ଶେଷ ସମୟ ଆସିଛି। ଆମ୍ଭେ ଏଣିକି ସେମାନଙ୍କର ପାପଗୁଡ଼ିକ ଦେଖି ପାରିବା ନାହିଁ। 3 ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ୟୁକାଳୀନ ସଙ୍ଗୀତରେ ପରିଣତ ହେବ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ: “ସବୁ ସ୍ଥାନରେ ମୃତ ଶରୀର ପଡ଼ି ରହିବ। ନୀରବରେ ଲୋକମାନେ ସେହି ଶବଗୁଡ଼ିକୁ ନେଇ ଏକ ସ୍ଥାନରେ ପକାଇବେ।”
ଇସ୍ରାଏଲର ବ୍ୟବସାୟୀଗଣ କେବଳ ଅର୍ଥ ଉପାର୍ଜନରେ ଆଗ୍ରହୀ
4 ମୋ’ କଥା ଶୁଣ! ହେ ଦେଶର ଦରିଦ୍ରମାନଙ୍କୁ ବିନଷ୍ଟ କରୁଥିବା
ଓ ଅସହାୟମାନଙ୍କୁ ଦଳି ଦେଉଥିବା ଲୋକମାନେ,
5 ତୁମ୍ଭେ ବ୍ୟବସାୟୀଗଣ କହୁଛ,
“କେତେବେଳେ ଅମାବାସ୍ୟା ଗତ ହେବ ଓ ଆମ୍ଭେମାନେ ଆମ୍ଭର ଶସ୍ୟ ବୀକ୍ରି କରିବୁ?
ପୁଣି କେତେବେଳେ ବିଶ୍ରାମ ଦିନ ଗତ ହେବ,
ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ?
ଆମ୍ଭେମାନେ ଓଜନର ମାପ କମାଇବୁ
ଏବଂ ଜିନିଷର ମୂଲ୍ୟ ବୃଦ୍ଧି କରିବୁ।
ଆମ୍ଭେମାନେ ତରାଜୁକୁ କମ୍ ବେଶୀକରି
ଲୋକମାନଙ୍କୁ ଠକିବୁ।
6 ଆଉ ଦରିଦ୍ର ଲୋକମାନେ ସେମାନଙ୍କର ଋଣ ପରିଶୋଧ କରି ପାରିବେ ନାହିଁ,
ତେଣୁ ଆମ୍ଭେ ସେମାନଙ୍କୁ କ୍ରୀତଦାସ ରୂପେ କିଣିବୁ।
ସେହି ଅସହାୟ ଲୋକମାନଙ୍କୁ
ଏକହଳ ପାଦୁକା ବଦଳରେ କିଣି ପାରିବୁ।
ହାୟ! ପରିତ୍ୟକ୍ତ ଗହମ ପରି
ସେହି ଦରିଦ୍ର ବ୍ୟକ୍ତିମାନଙ୍କୁ ବୀକ୍ରି କରିବୁ।”
7 ସଦାପ୍ରଭୁ ଯାକୁବର ଗର୍ବକୁ ନେଇ ଶପଥ କରି କହିଲେ,
“ସେହି ଲୋକମାନେ ଯାହା କଲେ ଆମ୍ଭେ କେବେ ତାହା ପାଶୋରି ପାରିବା ନାହିଁ।
8 ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ।
ବିଶ୍ୱାସୀମାନଙ୍କ ଉପରେ ଉଦ୍ବେଗ ଅଶାନ୍ତି
ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ। 4 ଯେଉଁମାନେ ଛିନ୍ନ ଭିନ୍ନ ହୋଇଯାଇଥିଲେ, ସେହି ଲୋକମାନେ ଗ୍ଭରିଆଡ଼େ ଯାଇ ସୁସମାଗ୍ଭର କହିଲେ।
ଶମିରୋଣରେ ଫିଲିପ୍ପଙ୍କର ପ୍ରଗ୍ଭର
5 ଫିଲିପ୍ପ ଶମିରୋଣ ନଗରକୁ ଯାଇ ଖ୍ରୀଷ୍ଟଙ୍କ ବିଷୟରେ ସେମାନଙ୍କ ନିକଟରେ ପ୍ରଗ୍ଭର କଲେ। 6 ସେଠାକାର ଲୋକମାନେ ଫିଲିପ୍ପଙ୍କର କଥା ଶୁଣିଲେ ଓ ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦେଖି ତାହାଙ୍କ କଥାରେ ଅଧିକ ମନଦେଲେ। 7 ବହୁତ ଲୋକଙ୍କ ଭିତରେ ଭୂତମାନେ ଥିଲେ। କିନ୍ତୁ ସେମାନଙ୍କୁ ବାହାର କରିଦେଲେ। ବାହାରକୁ ଆସିବା ବେଳେ ଭୂତମାନେ ଉଚ୍ଚସ୍ୱରରେ ପାଟି କରୁଥିଲେ। ବହୁତ ପକ୍ଷାଘାତୀ ଏବଂ ଛୋଟ ଲୋକ ମଧ୍ୟ ଫିଲିପ୍ପଙ୍କ ଦ୍ୱାରା ଆରୋଗ୍ୟ ହେଲେ। 8 ଏଥି ଯୋଗୁଁ, ସେ ନଗରର ଲୋକମାନେ ବହୁତ ଖୁସୀ ହେଲେ।
2010 by World Bible Translation Center