Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 95

95 ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
    ଆମ୍ଭମାନଙ୍କ “ପରିତ୍ରାଣର ଶୈଳ” ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରିବା,
    ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।
ଆସ, ଆମ୍ଭେ ଧନ୍ୟବାଦ ସହ ତାଙ୍କ ସମ୍ମୁଖକୁ ଆସିବା
    ଏବଂ ତାଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
କାରଣ ସଦାପ୍ରଭୁ ହେଉଛନ୍ତି, ମହାନ ପରମେଶ୍ୱର।
    ସେ ସକଳ “ଦେବତାଗଣଙ୍କ” ଉପରେ ଶାସନ କରନ୍ତି।
ପୃଥିବୀର ଗଭୀର ସ୍ଥାନସବୁ ଓ ଉଚ୍ଚ ପର୍ବତଗଣ ମଧ୍ୟ ସଦାପ୍ରଭୁଙ୍କର।
ସକଳ ସମୁଦ୍ର ତାଙ୍କର, ସେ ସେଗୁଡ଼ିକ ସୃଷ୍ଟି କରିଛନ୍ତି।
    ଏବଂ ସ୍ଥଳଭାଗଗୁଡ଼ିକ ମଧ୍ୟ ପରମେଶ୍ୱର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।
ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ!
    ଆସ, ସେହି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।
ସେ ହେଉଛନ୍ତି ଆମ୍ଭର ପରମେଶ୍ୱର,
    ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ।
    ଆଜି ଆମ୍ଭେ ତାଙ୍କର ମେଷ ତୁଲ୍ୟ, ସିଏ ତାଙ୍କ ନିଜର ତୃଣଭୂମିକୁ ଯତ୍ନ ନିଅନ୍ତି।

    ପରମେଶ୍ୱର କହନ୍ତି, “ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି
    ଜି‌ଦ୍‌ଖୋର ହୁଅ ନାହିଁ।
ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ୱାନ କଲେ।
    ସେମାନେ ଜାଣି ପାରିଥିଲେ ଯେ ଆମ୍ଭେ କ’ଣ କରିପାରୁ।
10 ଆମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ସେହି ବଂଶପ୍ରତି ବିରକ୍ତ ହୋଇଥିଲୁ,
    ଆମ୍ଭେ କହିଲୁ ଯେ, ‘ସେମାନେ ଆମ୍ଭ ପ୍ରତି ବିଶ୍ୱାସୀ ନୁହନ୍ତି।
    ସେମାନେ ଆମ୍ଭର ନିୟମକୁ ମାନିବା ପାଇଁ ମନା କରି ଦେଲେ।’
11 ତେଣୁ ଆମ୍ଭେ ତାଙ୍କ ଉପରେ କ୍ରୋଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ,
    ‘ସେମାନେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରି ପାରିବେ ନାହିଁ।’”

ମୀଖା ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 7:8-20

ହେ ମୋର ଶତ୍ରୁ ମୋର ପତନରେ ପରିହାସ କର ନାହିଁ।
    ମୁଁ ପୁନର୍ବାର ଉଠିବି।
ମୁଁ ଅନ୍ଧକାରରେ ଥିଲେ ମଧ୍ୟ
    ସଦାପ୍ରଭୁ ମୋ’ ପାଇଁ ଆଲୋକ ହେବେ।

ସଦାପ୍ରଭୁ କ୍ଷମାଶୀଳ

ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ପାପ କରିଥିଲି,
    ତେଣୁ ସଦାପ୍ରଭୁ ମୋ’ ଉପରେ କ୍ରୋଧାନ୍ୱିତ ହୋଇଥିଲେ।
ମାତ୍ର ସେ ମୋ’ ପାଇଁ ଯୁକ୍ତି ବାଢ଼ିବେ
    ଏବଂ ମୋ’ ପାଇଁ ନ୍ୟାୟ ବିଗ୍ଭର କରିବେ।
ସେ ମୋତେ ଆଲୋକକୁ ଆଣିବେ
    ଓ ମୁଁ ତାଙ୍କର ଧାର୍ମିକତା ଦେଖିବି।
10 ମୋର ଶତ୍ରୁ କହୁଥିଲେ,
    “ତୁମ୍ଭର ସଦାପ୍ରଭୁ ପରମେଶ୍ୱର କେଉଁଠାରେ ଅଛନ୍ତି?”
ମାତ୍ର ଯେତେବେଳେ ସେ ଏହା ଦେଖିବ
    ସେ ଲଜ୍ଜିତ ହେବ।
ସେତେବେଳେ ମୁଁ ଶତ୍ରୁକୁ ଉପହାସ କରିବି।
    ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।

ଯିହୂଦୀଙ୍କ ପ୍ରତ୍ୟାଗମନ

11 ସମୟ ଆସିବ ଯେତେବେଳେ ତୁମ୍ଭର କାନ୍ଥ ପୁଣି ନିର୍ମିତ ହେବ।
    ସେତେବେଳେ ତୁମ୍ଭ ରାଜ୍ୟ ଉନ୍ନତି କରିବ।
12 ତୁମ୍ଭ ଲୋକମାନେ ତୁମ୍ଭ ସ୍ଥାନକୁ ଫେରି ଆସିବେ।
    ସେମାନେ ଅଶୂରୀୟ ଓ ମିଶରର ନଗରମାନଙ୍କରୁ ଫେରି ଆସିବେ।
ତୁମ୍ଭର ଲୋକ ମିଶର
    ତଥା ଫରାତ୍ ନଦୀର ଆର ପାଖରୁ ଆସିବେ।
ଆଉ ମଧ୍ୟ ସେମାନେ ପଶ୍ଚିମସ୍ଥ ସମୁଦ୍ର
    ଓ ପୂର୍ବସ୍ଥ ପର୍ବତମାନଙ୍କରୁ ଗ୍ଭଲି ଆସିବେ।

13 ତଥାପି ବାସ କରୁଥିବା ସେହି ଲୋକ
    ଓ ତାଙ୍କର କର୍ମ ଯୋଗୁଁ ଦେଶ ଧ୍ୱଂସ ପାଇଲା।
14 ତେଣୁ ଅଧିକାର ଦ୍ୱାରା ତୁମ୍ଭର ଲୋକମାନଙ୍କୁ ଶାସନ କର।
    ତୁମ୍ଭ ରାଜ୍ୟର ଯତ୍ନ ନିଅ।
ସେହି ଜାତି ଏକାକୀ ଜଙ୍ଗଲ
    ଓ କର୍ମିଲ ପର୍ବତ ଉପରେ ବାସ କରିବେ।
ସେମାନେ ପୂର୍ବପରି ବାଶନ
    ଓ ଗଲିୟଦରୁ ଶସ୍ୟ ଉତ୍ପାଦନ କରି ଭୋଜନ କରିବେ।

ଇସ୍ରାଏଲ ତା’ର ଶତ୍ରୁକୁ ଦମନ କରିବ

15 ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କଲାପରି ବହୁ ଆଶ୍ଚର୍ଯ୍ୟ କର୍ମ କରିବା
    ଏବଂ ତୁମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବା।
16 ଗୋଷ୍ଠୀସକଳ ସେହି ସମସ୍ତ
    ଆଶ୍ଚର୍ଯ୍ୟ କର୍ମ ଦେଖି ଲଜ୍ଜିତ ହେବେ।
ସେମାନଙ୍କର “ପରାକ୍ରମ”
    ଆମ୍ଭ ତୁଳନାରେ କିଛି ନୁହେଁ ବୋଲି
ସେମାନେ ଅନୁଭବ କରିବେ।
    ସେମାନେ ଚଳିତ ହୋଇ ନିଜ ନିଜ ମୁଖରେ ହସ୍ତ ଦେବେ
ଓ କର୍ଣ୍ଣକୁ ଆବୃତ କରିବେ,
    ଶୁଣିବାରୁ ନିବୃତ୍ତ ହେବେ।
17 ସେମାନେ ସର୍ପ ପରି ଧୂଳି ଗ୍ଭଟିବେ।
    ସେମାନେ ଭୟରେ କମ୍ପିତ ହେବେ।
ଆଉ ସେମାନେ କୀଟମାନଙ୍କ ପରି
    ସେମାନଙ୍କର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ।
    ଶେଷରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ନିକଟକୁ ଆସିବେ
ଏବଂ ଭୟର ସହିତ ସମ୍ମାନ ଜଣାଇବେ।

ସଦାପ୍ରଭୁଙ୍କ ପ୍ରଶଂସା

18 ତୁମ୍ଭ ପରି ପରମେଶ୍ୱର ଆଉ ସେଠାରେ କେହି ନାହିଁ।
    ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର।
    ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ୟ କ୍ଷମା ଦିଅ।
ତୁମ୍ଭେ ସର୍ବଦା କ୍ରୋଧିତ ହେବ ନାହିଁ
    କାରଣ ତୁମ୍ଭେ ସ୍ନେହ ଗ୍ଭହଁ।
19 ସେ ପୁନର୍ବାର ଫେରିବେ ଓ ଆମ୍ଭମାନଙ୍କୁ କୃପା କରିବେ।
    ସେ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦରେ ଦଳି ଦେବେ ଓ ସମସ୍ତ ପାପକୁ ଅତଳ ସମୁଦ୍ରରେ ନେଇ ନିକ୍ଷେପ କରିବେ।
20 ହେ ପରମେଶ୍ୱର, ଯାକୁବ ପ୍ରତି ସତ୍ୟ
    ଓ ଅବ୍ରହାମ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠାରେ ଶପଥ କରିଥିଲ।

ମାର୍କ ଲିଖିତ ସୁସମାଗ୍ଭର 14:26-31

26 ସବୁ ଶିଷ୍ୟମାନେ ମିଳି ଗୋଟିଏ ଗୀତ ବୋଲିଲେ ଓ ତା’ପରେ ଜୀତପର୍ବତ ଉପରକୁ ଗ୍ଭଲିଗଲେ।

ଯୀଶୁଙ୍କ ଅନୁସରଣକାରୀ ସମସ୍ତେ ତାଙ୍କୁ ଛାଡ଼ିବେ(A)

27 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ତୁମ୍ଭମାନଙ୍କର ବିଶ୍ୱାସ ହରେଇ ବସିବ। ଏହା ଶାସ୍ତ୍ରରେ ଲେଖା ଅଛି:

‘ମୁଁ ମେଷପାଳକଙ୍କୁ ମାରି ଦେବି,
    ତହିଁରେ ମେଣ୍ଢାମାନେ ଏଣେ ତେଣେ ପଳେଇଯିବେ।’ (B)

28 କିନ୍ତୁ ମୁଁ ମୃତ୍ୟୁ ପରେ ପୁନରୁ‌ତ୍‌ଥିତ ହେବି। ତା’ପରେ ମୁଁ ଗାଲିଲୀକୁ ଯିବି। ତୁମ୍ଭେମାନେ ସେଠାକୁ ଯିବା ପୂର୍ବରୁ ମୁଁ ସେଠାରେ ଥିବି।”

29 ପିତର କହିଲେ, “ଅନ୍ୟ ସମସ୍ତ ଶିଷ୍ୟ ହୁଏତ ସେମାନଙ୍କ ବିଶ୍ୱାସ ହରେଇ ପାରନ୍ତି। କିନ୍ତୁ ମୁଁ ମୋର ବିଶ୍ୱାସ କଦାପି ହରେଇବି ନାହିଁ।”

30 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଆଜି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହଁ ବୋଲି ତିନିଥର କହିବ।”

31 ଏ କଥା ଶୁଣି ପିତର ଆହୁରି ଜୋର୍ ଦେଇ କହିଲେ, “ମୋତେ ତୁମ୍ଭ ସହିତ ମରିବାକୁ ପଡ଼ିଲେ ସୁଦ୍ଧା ମୁଁ ତୁମ୍ଭକୁ ଚିହ୍ନି ନାହିଁ ବୋଲି କଦାପି କହିବି ନାହିଁ।” ଅନ୍ୟ ସମସ୍ତ ଶିଷ୍ୟ ମଧ୍ୟ ସେହି ଏକା କଥା କହିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center