Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 3:12-19

12 ତୁମ୍ଭେମାନେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଆମ୍ଭ ଶକ୍ତି ବା ଭକ୍ତି ବଳରେ ଏହି ଲୋକକୁ ଗ୍ଭଲିବାକୁ ଦେଲୁ। 13 ନା! ଈଶ୍ୱର ଏହା କରିଛନ୍ତି। ସେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ଈଶ୍ୱର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଈଶ୍ୱର ଅଟନ୍ତି। ସେ ତାହାଙ୍କ ମହାନ ସେବକ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି। ମାତ୍ର ତୁମ୍ଭେମାନେ ଯୀଶୁଙ୍କୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିଦେଲ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭେମାନେ ଯୀଶୁଙ୍କୁ ଗ୍ଭହଁ ନାହିଁ ବୋଲି ପୀଲାତଙ୍କୁ କହିଲ। 14 ତୁମ୍ଭେମାନେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ୱୀକାର କଲ ଓ ଜଣେ ହତ୍ୟାକାରୀକୁ ତାହାଙ୍କ ବଦଳରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦେବା ପାଇଁ ଗ୍ଭହିଁଲ। 15 ଜୀବନ ଦାନ କରିଥିବା ବ୍ୟକ୍ତିକୁ ତୁମ୍ଭେମାନେ ହତ୍ୟା କଲ, ମାତ୍ର ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭେମାନେ ବି ଏହା ନିଜ ଆଖିରେ ଦେଖିଅଛୁ।

16 “ଏ ଯେଉଁ ଲୋକକୁ ତୁମ୍ଭେମାନେ ଦେଖୁଛ ଓ ଚିହ୍ନିଛ, ସେ ଯୀଶୁଙ୍କ ନାମରେ ଶକ୍ତି ପାଇ ଗ୍ଭଲି ପାରିଲା। ଯୀଶୁଙ୍କ ନାମରେ ଆମ୍ଭମାନଙ୍କର ବିଶ୍ୱାସ ଅଛି। ହଁ, କେବଳ ଯୀଶୁଙ୍କ ଉପରେ ଥିବା ବିଶ୍ୱାସ ତାକୁ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ କରିଦେଲା ଆଉ ତାହା ତୁମ୍ଭେମାନେ ଦେଖିଲ।

17 “ଭାଇମାନେ, ମୁଁ ଜାଣେ ଯେ, ତୁମ୍ଭେମାନେ ମଧ୍ୟ କ’ଣ କରୁଛ, ତାହା ନ ବୁଝି ଯୀଶୁଙ୍କ ପ୍ରତି ଏପରି କଲ। ତୁମ୍ଭମାନଙ୍କର ନେତାମାନେ ମଧ୍ୟ କ’ଣ କରୁଅଛନ୍ତି, ତାହା ବୁଝିପାରି ନ ଥିଲେ। 18 ଈଶ୍ୱର ଖ୍ରୀଷ୍ଟଙ୍କର ଦୁଃଖ ଭୋଗିବା ବିଷୟରେ ପୂର୍ବରୁ ସବୁ କଥା ଭାବବାଦୀମାନଙ୍କ ମୁଖଦ୍ୱାରା କହି ସାରିଥିଲେ। ବର୍ତ୍ତମାନ ପରମେଶ୍ୱର ଏ ସବୁ ଘଟଣା ଘଟାଉଛନ୍ତି। 19 ଏଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ପାଖକୁ ଫେରି ଆସ, ତେବେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରିଦେବେ।

ଗୀତସଂହିତା 4

ତାରଯୁକ୍ତ ବାଦ୍ୟଯନ୍ତ୍ର ଦ୍ୱାରା ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

ହେ ମୋର ଧର୍ମସ୍ୱରୂପ ପରମେଶ୍ୱର,
    ମୋତେ ଉତ୍ତର ଦିଅ।
ମୁଁ ଯେତେବେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମୋର ଗୁହାରି ଶୁଣ।
ମୋ’ ପ୍ରତି ସଦୟ ହୁଅ।
    ମୋତେ ମୋର ସମସ୍ତ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କର।

ହେ ଲୋକମାନେ ଆଉ କେତେ ଦିନ ଏପରି ଖରାପ କଥା ମୋ’ ବିରୁଦ୍ଧରେ ପ୍ରଗ୍ଭର କରିବ?
    ତୁମ୍ଭେମାନେ କେତେଦିନ ନାନା ପ୍ରକାର ନୂଆ ନୂଆ ମିଥ୍ୟା କଥା ମୋ’ ବିଷୟରେ କହିବ?
    କାହିଁକି ତୁମ୍ଭେମାନେ ସେହି ମନ୍ଦ କଥା କହିବାକୁ ଭଲ ପାଉଛ?

ତୁମ୍ଭେ ଜାଣ ସଦାପ୍ରଭୁ ସବୁବେଳେ ତାଙ୍କ ଆଶ୍ରିତ ଧାର୍ମିକ ବ୍ୟକ୍ତିମାନଙ୍କ କଥା ଶୁଣନ୍ତି।
    ତେଣୁ ସେ ମୋ’ କଥା ମଧ୍ୟ ଶୁଣନ୍ତି, ମୁଁ ଯେତେବେଳେ ତାଙ୍କୁ ପ୍ରାର୍ଥନା କରେ।

ଯଦି ତୁମ୍ଭକୁ କୌଣସି କଥା ବିବ୍ରତ କରୁଛି,
    ତୁମ୍ଭେ ବିଛଣାକୁ ଶୋଇବାକୁ ଯିବା ପୂର୍ବରୁ ସେହି କଥାଗୁଡ଼ିକ ଚିନ୍ତା କର ଓ ଆନନ୍ଦ ମନରେ ଶାନ୍ତିରେ ଆରାମ କର।
ସଦାସର୍ବଦା ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖି
    ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧର୍ମ ବଳିଦାନ ଉତ୍ସର୍ଗ କର।

ଅନେକ ଲୋକ କହନ୍ତି, “କିଏ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉତ୍ତମତା ଦେଖାଇ ପାରିବ?
    ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତେଜ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦେଖାଅ।”
ହେ ସଦାପ୍ରଭୁ, ତୁମ୍ଭେ ମୋତେ ବହୁ ଭାବରେ ଅତି ଆନନ୍ଦ ପ୍ରଦାନ କରି ସୁଖୀ କରିଛ।
ମୁଁ ବର୍ତ୍ତମାନ ବହୁତ ଖୁସୀ।
ଫସଲ ଅମଳ ସମୟଠାରୁ, ଯେତେବେଳେ ଆମ୍ଭେ ଶସ୍ୟଅମଳ କରୁ, ଦ୍ରାକ୍ଷାରସ ଉତ୍ପାଦନ କରୁ,
ସେତେବେଳେ ଆମ୍ଭେ ଆନନ୍ଦରେ ଏହାକୁ ପର୍ବ ଭାବରେ ପାଳନ କରୁ।
ମୁଁ ବିଛଣାରେ ଶାନ୍ତିରେ ଶୟନ କରେ,
    କାରଣ ହେ ସଦାପ୍ରଭୁ ତୁମ୍ଭେ ମୋତେ ରକ୍ଷାକରି ନିରାପଦରେ ଶୋଇବାକୁ ସୁଯୋଗ ଦେଇଛ।

ଯୋହନଙ୍କ ପ୍ରଥମ ପତ୍ର 3:1-7

ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ

ପରମପିତା ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କଲେ। ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ରୂପେ ନାମିତ ହେବା ଦ୍ୱାରା ଆମ୍ଭ ପ୍ରତି ତାଙ୍କର ମହାନ୍ ପ୍ରେମ ପ୍ରକାଶ ପାଏ। ଆମ୍ଭେ ପ୍ରକୃତରେ ତାଙ୍କର ସନ୍ତାନ ଅଟୁ। କିନ୍ତୁ ଏ ଜଗତ (ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ) ପରମେଶ୍ୱରଙ୍କୁ ଚିହ୍ନି ପାରି ନ ଥିବାରୁ ଆମ୍ଭକୁ ମଧ୍ୟ ପରମେଶ୍ୱରଙ୍କ ସନ୍ତାନ ବୋଲି ଚିହ୍ନି ପାରୁ ନାହିଁ। ପ୍ରିୟ ବନ୍ଧୁମାନେ, ଆମ୍ଭେ ବର୍ତ୍ତମାନ ପରମେଶ୍ୱରଙ୍କର ସନ୍ତାନ, କିନ୍ତୁ ଭବିଷ୍ୟତରେ ଆମ୍ଭେ କ’ଣ ହେବା ତାହା ଆମ୍ଭକୁ ଜଣାଇ ଦିଆଯାଇ ନାହିଁ। ଆମ୍ଭେ ଏହା ଜାଣିଛୁ ଯେ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମ୍ଭେ ସବୁ ତାହାଙ୍କ ଭଳି ହୋଇଯିବା। ସେ ଯେପରି, ଆମ୍ଭେ ତାହାଙ୍କୁ ସେହି ରୂପରେ ଦେଖିବା। ଖ୍ରୀଷ୍ଟ ପବିତ୍ର। ଯେ କେହି ଖ୍ରୀଷ୍ଟଙ୍କଠାରେ ଆଶା ରଖେ, ସେ ଖ୍ରୀଷ୍ଟଙ୍କ ଭଳି ନିଜକୁ ପବିତ୍ର ରଖେ।

ଯେଉଁ ଲୋକ ପାପ କରେ, ସେ ପରମେଶ୍ୱରଙ୍କର ନିୟମ ଭାଙ୍ଗେ। କାରଣ ନିୟମର ଲଙ୍ଘନ ହେଉଛି ପାପ। ତୁମ୍ଭେ ତ ଜାଣିଛ, ଲୋକମାନଙ୍କର ପାପ ଦୂର କରିବା ପାଇଁ ଖ୍ରୀଷ୍ଟ ସଂସାରକୁ ଆସିଥିଲେ। ତାହାଙ୍କ ଭିତରେ କୌଣସି ପାପ ନାହିଁ। ତାହାଙ୍କଠାରେ ରହୁଥିବା ଲୋକ ପାପ କରେ ନାହିଁ। ପାପ କରୁଥିବା ଲୋକ ଖ୍ରୀଷ୍ଟଙ୍କୁ କଦାପି ଜାଣି ନାହିଁ କି ବୁଝି ପାରି ନାହିଁ।

ପ୍ରିୟ ପିଲାମାନେ, କେହି ତୁମ୍ଭମାନଙ୍କୁ ମନ୍ଦ ପଥରେ ଯିବା ପାଇଁ ନ ଭୁଲାଉ। ଖ୍ରୀଷ୍ଟ ଧାର୍ମିକ ଅଟନ୍ତି। ତେଣୁ ଯେକେହି ଖ୍ରୀଷ୍ଟଙ୍କ ପରି ଉତ୍ତମ ହେବାକୁ ଇଚ୍ଛା କରେ, ସେ ଉଚିତ୍ କର୍ମ କରୁ।

ଲୂକ ଲିଖିତ ସୁସମାଗ୍ଭର 24:36-48

ଯୀଶୁ ନିଜ ଶିଷ୍ୟମାନଙ୍କୁ ଦେଖା ଦେଲେ(A)

36 ଏହି ଦୁଇଜଣ ଲୋକ ଏହିସବୁ କଥା ବର୍ଣ୍ଣନା କରୁଥିବା ସମୟରେ ନିଜେ ଯୀଶୁ ଶିଷ୍ୟଦଳଙ୍କ ଭିତରେ ଠିଆ ହୋଇଥିଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।”

37 ଏଥିରେ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଡରିଗଲେ। ସେମାନେ ଭାବିଲେ ଯେ, ସେମାନେ ଗୋଟିଏ ଭୂତ ଦେଖୁଛନ୍ତି। 38 କିନ୍ତୁ ଯୀଶୁ କହିଲେ, “ତୁମ୍ଭେମାନେ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ? ଯାହା ଦେଖୁଛ, ସେଥିରେ କାହିଁକି ସନ୍ଦେହ କରୁଛ? 39 ମୋ’ ହାତକୁ ଗ୍ଭହଁ। ମୋ’ ଗୋଡ଼କୁ ଗ୍ଭହଁ। ଏହା ମୁଁ! ମୋତେ ଛୁଅଁ, ତୁମ୍ଭେମାନେ ଦେଖ ଯେ ମୋର ଏହା ଜୀବନ୍ତ ଶରୀର। ତୁମ୍ଭେମାନେ ମୋତେ ଯେପରି ଦେଖୁଛ, ଗୋଟିଏ ଭୂତର ସେ ଭଳି ଶରୀର ହୋଇ ପାରିବ ନାହିଁ।

40 ଯୀଶୁ ସେମାନଙ୍କୁ ଏହି କଥା କହି ସାରିବା ପରେ ସେ ସେମାନଙ୍କୁ ତାହାଙ୍କ ହାତ ଓ ଗୋଡ଼ର ଆଘାତ ସବୁ ଦେଖାଇଲେ। 41 ଶିଷ୍ୟମାନେ ବିସ୍ମିତ ହୋଇଗଲେ। ସେମାନେ ଯୀଶୁଙ୍କୁ ଶରୀରରେ ଦେଖି ବହୁତ ଖୁସୀ ହୋଇଗଲେ। ତଥାପି ସେମାନେ ଯାହା ଦେଖିଲେ, ତାହା ବିଶ୍ୱାସ କରି ପାରିଲେ ନାହିଁ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ କିଛି ଖାଇବା ପଦାର୍ଥ ଅଛି କି?” 42 ସେମାନେ ଯୀଶୁଙ୍କୁ ଖଣ୍ଡେ ରନ୍ଧା ମାଛ ଦେଲେ। 43 ଶିଷ୍ୟମାନେ ଦେଖୁଥିବା ବେଳେ ଯୀଶୁ ମାଛ ନେଇ ଖାଇଲେ।

44 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ’ ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।”

45 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ଯୀଶୁ ସେମାନଙ୍କୁ ସବୁ ବୁଝାଇଲେ। 46 ଯୀଶୁ ସେମାନଙ୍କୁ କହିଲେ, “ଖ୍ରୀଷ୍ଟଙ୍କୁ ମାରି ଦିଆଯିବା ଓ ମୃତ୍ୟୁରୁ ତିନି ଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲେଖା ଅଛି। 47-48 ତୁମ୍ଭେମାନେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭେମାନେ ତା’ର ସାକ୍ଷୀ। ତୁମ୍ଭେମାନେ ଲୋକମାନଙ୍କ ପାଖକୁ ଯାଇ କୁହ ଯେ ସେମାନଙ୍କର ପାପ ଗୁଡ଼ିକୁ କ୍ଷମା କରାଯାଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ। ଯଦି ସେମାନେ ଏହା କରିବେ, ତେବେ ପରମେଶ୍ୱର ସେମାନଙ୍କୁ କ୍ଷମା କରିଦେବେ। ତୁମ୍ଭେମାନେ ଯିରୁଶାଲମରୁ ଆରମ୍ଭ କରିବ ଓ ମୋ’ ନାମରେ ଏଗୁଡ଼ିକ ପ୍ରଗ୍ଭର କରିବ। ଏହି ସୁସମାଗ୍ଭର ଏ ପୃଥିବୀରେ ନିଶ୍ଚୟ ସମସ୍ତଙ୍କୁ ଶୁଣେଇ ଦିଆଯିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center