Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 4

ତାରଯୁକ୍ତ ବାଦ୍ୟଯନ୍ତ୍ର ଦ୍ୱାରା ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

ହେ ମୋର ଧର୍ମସ୍ୱରୂପ ପରମେଶ୍ୱର,
    ମୋତେ ଉତ୍ତର ଦିଅ।
ମୁଁ ଯେତେବେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମୋର ଗୁହାରି ଶୁଣ।
ମୋ’ ପ୍ରତି ସଦୟ ହୁଅ।
    ମୋତେ ମୋର ସମସ୍ତ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କର।

ହେ ଲୋକମାନେ ଆଉ କେତେ ଦିନ ଏପରି ଖରାପ କଥା ମୋ’ ବିରୁଦ୍ଧରେ ପ୍ରଗ୍ଭର କରିବ?
    ତୁମ୍ଭେମାନେ କେତେଦିନ ନାନା ପ୍ରକାର ନୂଆ ନୂଆ ମିଥ୍ୟା କଥା ମୋ’ ବିଷୟରେ କହିବ?
    କାହିଁକି ତୁମ୍ଭେମାନେ ସେହି ମନ୍ଦ କଥା କହିବାକୁ ଭଲ ପାଉଛ?

ତୁମ୍ଭେ ଜାଣ ସଦାପ୍ରଭୁ ସବୁବେଳେ ତାଙ୍କ ଆଶ୍ରିତ ଧାର୍ମିକ ବ୍ୟକ୍ତିମାନଙ୍କ କଥା ଶୁଣନ୍ତି।
    ତେଣୁ ସେ ମୋ’ କଥା ମଧ୍ୟ ଶୁଣନ୍ତି, ମୁଁ ଯେତେବେଳେ ତାଙ୍କୁ ପ୍ରାର୍ଥନା କରେ।

ଯଦି ତୁମ୍ଭକୁ କୌଣସି କଥା ବିବ୍ରତ କରୁଛି,
    ତୁମ୍ଭେ ବିଛଣାକୁ ଶୋଇବାକୁ ଯିବା ପୂର୍ବରୁ ସେହି କଥାଗୁଡ଼ିକ ଚିନ୍ତା କର ଓ ଆନନ୍ଦ ମନରେ ଶାନ୍ତିରେ ଆରାମ କର।
ସଦାସର୍ବଦା ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖି
    ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଧର୍ମ ବଳିଦାନ ଉତ୍ସର୍ଗ କର।

ଅନେକ ଲୋକ କହନ୍ତି, “କିଏ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଉତ୍ତମତା ଦେଖାଇ ପାରିବ?
    ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତେଜ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦେଖାଅ।”
ହେ ସଦାପ୍ରଭୁ, ତୁମ୍ଭେ ମୋତେ ବହୁ ଭାବରେ ଅତି ଆନନ୍ଦ ପ୍ରଦାନ କରି ସୁଖୀ କରିଛ।
ମୁଁ ବର୍ତ୍ତମାନ ବହୁତ ଖୁସୀ।
ଫସଲ ଅମଳ ସମୟଠାରୁ, ଯେତେବେଳେ ଆମ୍ଭେ ଶସ୍ୟଅମଳ କରୁ, ଦ୍ରାକ୍ଷାରସ ଉତ୍ପାଦନ କରୁ,
ସେତେବେଳେ ଆମ୍ଭେ ଆନନ୍ଦରେ ଏହାକୁ ପର୍ବ ଭାବରେ ପାଳନ କରୁ।
ମୁଁ ବିଛଣାରେ ଶାନ୍ତିରେ ଶୟନ କରେ,
    କାରଣ ହେ ସଦାପ୍ରଭୁ ତୁମ୍ଭେ ମୋତେ ରକ୍ଷାକରି ନିରାପଦରେ ଶୋଇବାକୁ ସୁଯୋଗ ଦେଇଛ।

ଦାନିୟେଲଙ୍କ ପୁସ୍ତକ 9:1-19

ଦାନିୟେଲଙ୍କ ପ୍ରାର୍ଥନା

ଦାରିୟାବସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଏହିସବୁ ଘଟଣାମାନ ଘଟିଲା। ଦାରିୟାବସ୍ ମାଦୀୟ ବଂଶର ଉତ୍ତରାଧିକାରୀ ଥିଲେ। ତାଙ୍କର ପିତା ଅକ୍ଷଶ୍ୱେରସର ଥିଲେ। ସେ କ‌‌ଲ୍‌‌‌‌ଦୀୟର ରାଜା ପଦରେ ଉପଯୋଗୀ ହେଲେ। ଦାରିୟାବସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ମୁଁ ଦାନିୟେଲ, କେତେକ ଗ୍ରନ୍ଥ ପାଠକରି ଜାଣିଲି ଯେ, ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କଠାରୁ ବୁଝିଲେ ଯିରୁଶାଲମର ପୁନଃନିର୍ମାଣ ପ୍ରଳୟର ସତୁରି ବର୍ଷ ପରେ ଘଟିଲା।

ଏଣୁ ମୁଁ ଉପବାସ, ଚଟବସ୍ତ୍ର ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ତାଙ୍କ ପ୍ରତି ଦୃଷ୍ଟି ଦେଲି। ପୁଣି ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମୋର ପାପ ସ୍ୱୀକାର କରି କହିଲି,

“ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ଦୟା ଓ ନିୟମ କରିଥାଅ।

“ମାତ୍ର, ହେ ସଦାପ୍ରଭୁ, ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ। ଆଉ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ। ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ୟାଗ କରିଅଛୁ। ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପ୍ରତି ଆମ୍ଭେ କର୍ଣ୍ଣପାତ କରି ନାହୁଁ। ସେମାନେ ଆମ୍ଭର ରାଜାମାନଙ୍କୁ, ଆମ୍ଭର ନେତାମାନଙ୍କୁ, ଆମ୍ଭର ପିତୃପୁରୁଷଗଣଙ୍କୁ ଏବଂ ଇସ୍ରାଏଲକୁ ତୁମ୍ଭର ନାମରେ କହିଥିଲେ।

“ହେ ସଦାପ୍ରଭୁ, ତୁମ୍ଭେ ପରମ ଧାର୍ମିକ ଓ ଧାର୍ମିକତା ତୁମ୍ଭର ଅଟେ। ମାତ୍ର ଆଜିକାର ନ୍ୟାୟରେ ଆମ୍ଭେମାନେ ଲଜ୍ଜାର ପାତ୍ର। ଆଉ ତୁମ୍ଭ ବିରୁଦ୍ଧରେ ସତ୍ୟ ଲଙ୍ଘନ ଯୋଗୁଁ ଯିହୁଦାର ଲୋକ ଓ ଯିରୁଶାଲମ ନିବାସୀ, ତୁମ୍ଭ ଦ୍ୱାରା ବିତାଡ଼ିତ ସମସ୍ତ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ ଲଜ୍ଜାର ପାତ୍ର।

“ହେ ସଦାପ୍ରଭୁ, ଆମ୍ଭେମାନେ ଲଜ୍ଜିତ ହେବା ଉଚିତ୍, ଆଉ ଆମ୍ଭର ସମସ୍ତ ଅଧିପତିଗଣ, ସମସ୍ତ ରାଜଗଣ ଓ ସମସ୍ତ ପୂର୍ବପୁରୁଷଗଣ ଲଜ୍ଜିତ ହେବା ଉଚିତ୍। କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।

“ହେ ସଦାପ୍ରଭୁ, ତୁମ୍ଭେ ଦୟାଳୁ ଏବଂ କ୍ଷମାବାନ। କିନ୍ତୁ ପ୍ରକୃତରେ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛୁ। 10 ଆମ୍ଭେମାନେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ଅବମାନନା କରିଅଛୁ। ଯାହାକି ଆପଣା ଦାସ, ଭବିଷ୍ୟ‌ଦ୍‌ବକ୍ତାଗଣ ମାଧ୍ୟମରେ ଯେଉଁ ବ୍ୟବସ୍ଥା ସକଳ ରଖିଲେ ତାହା ସବୁ ଆମ୍ଭେମାନେ ପାଳନ କରି ନାହୁଁ। 11 ଆଉ ସମଗ୍ର ଇସ୍ରାଏଲ ତୁମ୍ଭର ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି। ସେମାନେ ତୁମ୍ଭ ପ୍ରତି ବିମୁଖ ହୋଇଅଛନ୍ତି। ଏହି କାରଣରୁ ଅଭିଶାପ ଓ ପରମେଶ୍ୱରଙ୍କ ସେବକ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ପ୍ରତିଜ୍ଞା ଆମ୍ଭମାନଙ୍କ ଉପରେ ଢଳା ଯାଇଅଛି। କାରଣ ଆମ୍ଭେମାନେ ତାଙ୍କ ବିରୁଦ୍ଧରେ ପାପ କରିଅଛୁ।

12 “ତାଙ୍କ କାରଣରୁ ଆମ୍ଭମାନଙ୍କୁ ଓ ଯେଉଁମାନେ ଆମ୍ଭଙ୍କୁ ବିଗ୍ଭର ଦେଲେ, ସେମାନଙ୍କ ବିରୁଦ୍ଧରେ ମହା ଅମଙ୍ଗଳ ଘଟାଇଛନ୍ତି। ଏହି କାରଣରୁ କୌଣସି ନଗର ଯିରୁଶାଲମ ପରି ଦୁଃଖ ଭୋଗ କରି ନାହିଁ। 13 ମୋଶାଙ୍କ ଲିଖିତ ବ୍ୟବସ୍ଥାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି। ତଥାପି ଆମ୍ଭେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରି ନାହୁଁ କି ପାପରୁ ବିରତ ହୋଇ ନାହୁଁ ଓ ତାଙ୍କର ସତ୍ୟତା ପ୍ରତି ଧ୍ୟାନ ଦେଇ ନାହୁଁ। 14 ସଦାପ୍ରଭୁ ଆମ୍ଭମାନଙ୍କ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଏହି ସମସ୍ତ ଘଟାଇ ଅଛନ୍ତି। ଆମ୍ଭେମାନେ କରିଥିବା ସମସ୍ତ ପାପ ପାଇଁ ଆମ୍ଭକୁ ଦଣ୍ତିତ କରିବା ଯଥାର୍ଥତା ଅଟେ। ମାତ୍ର ଆମ୍ଭେମାନେ ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଇ ନାହୁଁ।

15 “ଏଣୁ ହେ ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁ, ତୁମ୍ଭେ ତୁମ୍ଭର ବଳବାନ ହସ୍ତଦ୍ୱାରା ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଛ। ଏବେ ମଧ୍ୟ ତୁମ୍ଭେ ପ୍ରସିଦ୍ଧି ଲାଭ କରିଅଛ। ହେ ପ୍ରଭୁ, ଆମ୍ଭେମାନେ ପାପ କରିଅଛୁ ଓ ଆମ୍ଭେମାନେ ଦୁଷ୍କର୍ମ କରିଅଛୁ। 16 ହେ ସଦାପ୍ରଭୁ, ବିନୟ କରୁଅଛୁ, ତୁମ୍ଭର ସମସ୍ତ ଧାର୍ମିକତା ଅନୁଯାୟୀ ତୁମ୍ଭର ନଗର ଯିରୁଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ। ତୁମ୍ଭର କ୍ରୋଧ ନ୍ୟାୟୋଚିତ। ମାତ୍ର ଆମ୍ଭ ଚତୁର୍ଦ୍ଦିଗସ୍ଥ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରୁଛନ୍ତି ଓ ଉପହାସ କରୁଛନ୍ତି। କାରଣ ଆମ୍ଭେମାନେ ଓ ଆମ୍ଭ ପୂର୍ବପୁରୁଷଗଣ ପାପ କରିଛନ୍ତି।

17 “ଏଣୁ ବର୍ତ୍ତମାନ ହେ ସଦାପ୍ରଭୁ, ତୁମ୍ଭ ଦାସର ପ୍ରାର୍ଥନା ଗ୍ରହଣ କର। ତୁମ୍ଭର ପବିତ୍ର ସ୍ଥାନକୁ କରୁଣା ସହକାରେ ଦେଖ। ତୁମ୍ଭର ନିଜର ଖ୍ୟାତି ପାଇଁ ଏହା କର। 18 ହେ ମୋର ପରମେଶ୍ୱର, କର୍ଣ୍ଣ ଡେରି ଶୁଣ। ଆପଣା ଚକ୍ଷୁ ମେଲି ଆମ୍ଭମାନଙ୍କର ଦୁରବସ୍ଥା ଦେଖ। ତୁମ୍ଭ ନାମରେ ଖ୍ୟାତି ଏହି ନଗର ଅବସ୍ଥା ଦେଖ। ଆମ୍ଭେମାନେ ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭକୁ ନିବେଦନ କରୁଅଛୁ। 19 ହେ ସଦାପ୍ରଭୁ ଶୁଣ, ହେ ସଦାପ୍ରଭୁ, କ୍ଷମା କର, ହେ ପରମେଶ୍ୱର, ଅବଧାନ ପୂର୍ବକ କର୍ମ କର। ବିଳମ୍ବ କର ନାହିଁ, ହେ ମୋର ପରମେଶ୍ୱର ନିଜର ନାମ ସକାଶେ କର୍ମ କର। କାରଣ ତୁମ୍ଭର ନଗର ଏ ତୁମ୍ଭର ଲୋକମାନେ ତୁମ୍ଭ ନାମରେ ଖ୍ୟାତ ଅଟନ୍ତି।”

ଯୋହନଙ୍କ ପ୍ରଥମ ପତ୍ର 2:18-25

ଖ୍ରୀଷ୍ଟଙ୍କ ଶତ୍ରୁମାନଙ୍କର ପଥ ଅନୁସରଣ କର ନାହିଁ

18 ପିଲାମାନେ! ବର୍ତ୍ତମାନ ଶେଷକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସେହିପରି ଅନେକ ସଂଖ୍ୟାରେ ଖ୍ରୀଷ୍ଟ ବିରୋଧୀମାନେ ଦେଖା ଦେଲେଣି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତରେ ଶେଷ କାଳ ଆସି ପହଞ୍ଚିଛି। 19 ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଗ୍ଭଲିଗଲେ। ସେମାନେ ପ୍ରକୃତରେ ଆମ୍ଭ ନିଜର ନ ଥିଲେ। ଯଦି ସେମାନେ ଆମ୍ଭ ନିଜର ହୋଇଥା’ନ୍ତେ, ତେବେ ସେମାନେ ଆମ୍ଭ ସହିତ ରହିଥା’ନ୍ତେ। ସେମାନେ ଆମ୍ଭକୁ ଛାଡ଼ି ଗ୍ଭଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସେମାନେ ପ୍ରକୃତରେ ଆମ୍ଭର ନୁହନ୍ତି।

20 ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଦାନ [a] ପାଇଥିବାରୁ, ତୁମ୍ଭେ ସମସ୍ତେ ସତ୍ୟକୁ ଜାଣିଛ। 21 ମୁଁ ତୁମ୍ଭମାନଙ୍କ ପାଖକୁ ଲେଖିବାର କାରଣ କ’ଣ? ତୁମ୍ଭେ ସତ୍ୟକୁ ଜାଣି ନାହଁ ବୋଲି କ’ଣ ମୁଁ ଏହା ଲେଖୁଛି? ନା, ତୁମ୍ଭେ ଏହି ସତ୍ୟ ଜାଣିଥିବାରୁ ମୁଁ ଏହି ପତ୍ର ଲେଖୁଅଛି। ତୁମ୍ଭେ ମଧ୍ୟ ଜାଣିଛ ସତ୍ୟରୁ କେବେ ହେଲେ କୌଣସି ମିଥ୍ୟା ଉତ୍ପନ୍ନ ହୁଏ ନାହିଁ।

22 ତେବେ ମିଥ୍ୟାବାଦୀ କିଏ? ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ଅସ୍ୱୀକାର କରେ, ସେ ହେଉଛି ମିଥ୍ୟାବାଦୀ। ସେ ଖ୍ରୀଷ୍ଟଙ୍କର ଶତ୍ରୁ। ସେ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ୱୀକାର କରେ। 23 ଯେଉଁ ବ୍ୟକ୍ତି ପୁତ୍ରକୁ ବିଶ୍ୱାସ କରେ ନାହିଁ, ପିତା ତାହାଙ୍କଠାରେ ବାସ କରନ୍ତି ନାହିଁ। ଯେଉଁ ବ୍ୟକ୍ତି ପୁତ୍ରକୁ ଗ୍ରହଣ କରେ, ତାହାଙ୍କଠାରେ ପିତା ମଧ୍ୟ ଅଛନ୍ତି।

24 ତୁମ୍ଭେମାନେ ଆରମ୍ଭରୁ ଯାହା ଶିକ୍ଷା ପାଇଛ, ତାହା ପାଳନ କର। ତୁମ୍ଭେ ଯଦି ସେହି ଶିକ୍ଷା ଅନୁଯାୟୀ ଜୀବନ କାଟିବ, ତେବେ ତୁମ୍ଭେ ପିତା ପରମେଶ୍ୱର ଓ ପୁତ୍ରଙ୍କଠାରେ ରହିବ। 25 ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center