Revised Common Lectionary (Semicontinuous)
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”
28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ନିସ୍ତାରପର୍ବ
16 “ଆବୀବ ମାସର ପର୍ବକୁ ରଖ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସମ୍ମାନ ଦେବା ପାଇଁ ନିସ୍ତାରପର୍ବ ପାଳନ କର। କାରଣ ଆବୀବ ମାସରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ରାତ୍ରିକାଳରେ ମିଶରରୁ ବାହାର କରି ଆଣିଲେ। 2 ତୁମ୍ଭେ ନିସ୍ତାରପର୍ବୀୟ ନୈବେଦ୍ୟ ପାଇଁ ଗୋମେଷାଦି ପଲରୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଦେବ, ଯେଉଁଠାରେ ସେ ତାଙ୍କର ନାମ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି। 3 ତୁମ୍ଭେମାନେ ଏହି ପର୍ବରେ ଖମିର ଭୋଜନ କରିବା ଉଚିତ୍ ନୁହଁ। ସାତ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ‘ତାଡ଼ି ଶୂନ୍ୟ ରୋଟୀ’ ଭୋଜନ କରିବା ଉଚିତ୍, ଗରିବର ରୋଟୀ। କାରଣ ତରବର ହୋଇ ତୁମ୍ଭେମାନେ ମିଶର ଦେଶ ପରିତ୍ୟାଗ କଲ। ଏହିପରି ଭାବରେ ତୁମ୍ଭ ଜୀବନ ସାରା ମିଶର ଦେଶରୁ ଆସିଥିବା କଥା ମନେ ରଖିବ। 4 ଏବଂ ସାତ ଦିନ ତୁମ୍ଭର ସବୁଆଡ଼େ ତାଡ଼ି ଦେଖା ନ ଯାଉ। ପ୍ରଥମ ଦିନର ସନ୍ଧ୍ୟା ସମୟରେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।
5 “ସଦାପ୍ରଭୁ ତୁମ୍ଭକୁ ଯେଉଁ ନଗର ଦେବେ ତହିଁର କୌଣସି ନଗର ମଧ୍ୟରେ ତୁମ୍ଭେମାନେ ନିସ୍ତାରପର୍ବୀୟ ବଳି ଉତ୍ସର୍ଗ କରିବା ଉଚିତ୍ ନୁହେଁ। 6 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେଠାରେ ନିସ୍ତାରପର୍ବର ବଳି ଉତ୍ସର୍ଗ କରିବା ଉଚିତ୍। ସନ୍ଧ୍ୟା ସମୟର, ସୂର୍ଯ୍ୟାସ୍ତ ବେଳେ ତୁମ୍ଭେ ତାହା କର। ଠିକ୍ ସେହି ସମୟରେ ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଅଣା ହୋଇଥିଲା। 7 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତାହା ରାନ୍ଧି ଭୋଜନ କରିବ। ତହୁଁ ତୁମ୍ଭେ ପ୍ରଭାତରେ ଆପଣା ତମ୍ବୁକୁ ଫେରିଯିବ। 8 ତୁମ୍ଭେମାନେ ଛଅ ଦିନ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ, ପୁଣି ସପ୍ତମ ଦିନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମହାସଭା ହେବ। ତହିଁରେ ତୁମ୍ଭେ କୌଣସି କାର୍ଯ୍ୟ କରିବ ନାହିଁ।
ଏକତାବଦ୍ଧ ହୋଇ ପରସ୍ପରର ଯତ୍ନ ନିଅ
2 ଖ୍ରୀଷ୍ଟ ଯୀଶୁଙ୍କଠାରେ ଥାଇ କୌଣସି କାର୍ଯ୍ୟ କରିବାକୁ ମୁଁ ତୁମ୍ଭକୁ କହିପାରେ କି? ତୁମ୍ଭେ ମୋତେ ପ୍ରେମପୂର୍ଣ୍ଣ ସାନ୍ତ୍ୱନା ଦେଇପାର କି? ଆମ୍ଭେ ଏକତ୍ର ଆତ୍ମାର ସହଭାଗୀତାରେ ଅଛୁ କି? ତୁମ୍ଭଠାରେ କରୁଣା ଓ ଦୟା ଅଛି କି? 2 ଯଦି ଏଗୁଡ଼ିକ ତୁମ୍ଭଠାରେ ଅଛି, ତା’ହେଲେ ମୋ’ ପାଇଁ କିଛି କର ବୋଲି ମୁଁ ଗ୍ଭହେଁ, ଏହା ମୋତେ ଅତ୍ୟନ୍ତ ଆନନ୍ଦିତ କରିବ। ମୁଁ ଗ୍ଭହେଁ ଯେ ତୁମ୍ଭେମାନେ ଏକମନା ହୋଇ ସମ ବିଷୟରେ ବିଶ୍ୱାସ ଦ୍ୱାରା ସଂଯୁକ୍ତ ହୁଅ। ପରସ୍ପର ପ୍ରତି ସମ ପ୍ରେମଭାବ ରଖ ଏବଂ ଏକ ଆତ୍ମାରେ ଏବଂ ସମ ଉଦ୍ଦେଶ୍ୟରେ ଏକତ୍ର ବାସ କର। 3 ସ୍ୱାର୍ଥପରତା ଓ ଗର୍ବ ହେତୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ। 4 କେବଳ ନିଜ ଜୀବନ ବିଷୟରେ ଆଗ୍ରହୀ ନ ହୋଇ, ଅନ୍ୟ ଲୋକମାନଙ୍କର ଜୀବନ ବିଷୟରେ ମଧ୍ୟ ଆଗ୍ରହୀ ହୁଅ।
ଯୀଶୁ ଖ୍ରୀଷ୍ଟଙ୍କଠାରୁ ନିସ୍ୱାର୍ଥପର ହେବା ଶିଖ
5 ନିଜ ଜୀବନରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର।
6 ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ୱରଙ୍କ ସାଦୃଶ୍ୟ ଥିଲେ।
ପରମେଶ୍ୱରଙ୍କ ସହିତ ସମାନ ହୋଇ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ।
7 ସେ ପରମେଶ୍ୱରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିଲେ।
ସେ ମାନବ ରୂପରେ ଜନ୍ମ ଗ୍ରହଣ କରି ଦାସ ଭଳି ହେଲେ।
ମନୁଷ୍ୟ ଭାବରେ ଜୀବନଯାପନ କଲାବେଳେ,
8 ସେ ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଆଜ୍ଞକାରୀ ହୋଇ ନିଜକୁ ନମ୍ର କଲେ।
ଏପରିକି କ୍ରୁଶରେ ମୃତ୍ୟୁ ପର୍ଯ୍ୟନ୍ତ ନିଜକୁ ବାଧ୍ୟ ଓ ନମ୍ର କଲେ।
9 ଖ୍ରୀଷ୍ଟ ପରମେଶ୍ୱରଙ୍କ ବାଧ୍ୟ ହେଲେ, ତେଣୁ ପରମେଶ୍ୱର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ।
ପରମେଶ୍ୱର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।
10 ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ ସ୍ୱର୍ଗର, ପୃଥିବୀର ଓ ପାତାଳର ପ୍ରତ୍ୟେକ ଲୋକ
ଯେପରି ଯୀଶୁଙ୍କ ନାମ ଆଗରେ ମୁଣ୍ଡ ନୁଆଇଁବେ।
11 ଅତଏବ ପ୍ରତ୍ୟେକ ଲୋକ, “ଯୀଶୁ ଖ୍ରୀଷ୍ଟ ଯେ ପ୍ରଭୁ” ଏହା ସ୍ୱୀକାର କରିବେ।
ଏହା ସେମାନେ କହିବା ଦ୍ୱାରା ପିତା ପରମେଶ୍ୱରଙ୍କର ଗୌରବ ହେବ।
2010 by World Bible Translation Center