Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 51:1-12

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୀତ। ଦାଉଦ ବ‌ଥ୍‌ଶେବାଠାରେ ଗମନ କଲାପରେ ତାଙ୍କ ନିକଟକୁ ନାଥନ୍ ଭବିଷ୍ୟ‌ଦ୍‌ବକ୍ତା ଆସିବା ସମୟରେ ରଚିତ।

51 ହେ ପରମେଶ୍ୱର, ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
    ମୋ’ ପ୍ରତି ଦୟାକର।
ତୁମ୍ଭର ମହାନ କରୁଣା ଅନୁସାରେ,
    ମୋର ସମସ୍ତ ପାପ କ୍ଷମା କର।
ମୋ’ ସବୁ ପାପ ଧୋଇ ଦିଅ,
    ଏବଂ ପୁଣି ମୋତେ ପବିତ୍ର କର।
ମୁଁ ଜାଣେ ମୁଁ ପାପ କରିଛି।
    ମୋର ପାପ ସବୁ ସର୍ବଦା ମୋର ସମ୍ମୁଖରେ ଦେଖାଯାଉଛି।
ହେ ପରମେଶ୍ୱର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି
    ଓ ମୁଁ ତାହା ହିଁ କରିଛି, ଯାହା ତୁମ୍ଭ ଦୃଷ୍ଟିରେ ଭୁଲ୍।
ତୁମ୍ଭେ ଠିକ୍ କୁହ,
    ଯେତେବେଳେ ମୋର ବିଗ୍ଭର ଓ ନ୍ୟାୟ ସେତେବେଳେ ମୋତେ ଦୋଷୀ ବୋଲି କୁହ।
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି
    ଓ ପାପରୁ ହିଁ ମୋର ମା ମୋତେ ଗର୍ଭରେ ଧାରଣ କଲା।
ହେ ପରମେଶ୍ୱର, ମୁଁ ବିଶ୍ୱସ୍ତ ହୁଏ ବୋଲି ତୁମ୍ଭେ ଗ୍ଭହଁ,
    ତେଣୁ ମୋ’ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।
ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର।
    ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।
ଆଉ ମୋତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ।
    ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ଆନନ୍ଦରେ ପ୍ରଫୁଲ୍ଲିତ ହେବ।
ମୋର ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ।
    ମୋର ପାପ ସବୁ ପୋଛିଦିଅ।
10 ହେ ପରମେଶ୍ୱର, ମୋ’ ଅନ୍ତରେ ଏକ ପବିତ୍ରଆତ୍ମା ସୃଷ୍ଟି କର!
    ମୋତେ ଗୋଟିଏ ନୂଆ ଓ ବିଶ୍ୱସ୍ତ ଆତ୍ମା ଦିଅ।
11 ତୁମ୍ଭଠାରୁ ମୋତେ ଦୂର କର ନାହିଁ!
    ଏବଂ ତୁମ୍ଭର ପବିତ୍ରଆତ୍ମା ମୋ’ଠାରୁ ନିଅ ନାହିଁ।
12 ତୁମ୍ଭର ପରିତ୍ରାଣ ମୋତେ ଖୁସୀ କଲା!
    ପୁନ୍ନରାୟ ମୋତେ ସେହି ଆନନ୍ଦ ପ୍ରଦାନ କର।
    ମୋର ଆତ୍ମାକୁ ସୁଦୃଢ଼ କର, ଯେପରିକି ମୁଁ ସର୍ବଦା ତୁମ୍ଭକୁ ମାନିବାକୁ ପ୍ରସ୍ତୁତ ହେବି।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 30:15-18

15 ମୋର ପ୍ରଭୁ ସଦାପ୍ରଭୁ ଇସ୍ରାଏଲର ଧର୍ମସ୍ୱରୂପ କୁହନ୍ତି, “ତୁମ୍ଭେମାନେ ଯଦି ମୋ’ ନିକଟକୁ ଫେରି ଆସିବ ତେବେ ତୁମ୍ଭେମାନେ ପରିତ୍ରାଣ ପାଇବ। ସୁସ୍ଥିର, ଶାନ୍ତ ହେଲେ ଓ ବିଶ୍ୱାସ ରଖିଲେ ବନ୍ଦ ହେବ।”

ମାତ୍ର ତୁମ୍ଭେମାନେ ଅସମ୍ମତ ହେଲ। 16 ତୁମ୍ଭେମାନେ କୁହ, “ନା, ଆମ୍ଭେମାନେ ଅଶ୍ୱରେ ପଳାଇବୁ।” ମାତ୍ର ଶତ୍ରୁମାନେ ତୁମ୍ଭ ପଶ୍ଚା‌‌‌ତ୍‌‌‌ଧାବନ କରିବେ। ତୁମ୍ଭେମାନେ ଦ୍ରୁତଗାମୀ ବାହନରେ ଗଲେ ମଧ୍ୟ ଅନୁଧାବନକାରୀ ଆହୁରି ଦ୍ରୁତଗାମୀ ହେବେ। 17 ଜଣେ ବ୍ୟକ୍ତିର ଧମକରେ ତୁମ୍ଭର ସହସ୍ର ଲୋକ ପଳାୟନ କରିବେ। ପାଞ୍ଚ ଜଣଙ୍କ ଧମକରେ ତୁମ୍ଭେମାନେ ସମସ୍ତେ ପଳାୟନ କରିବ। କେବଳ ତୁମ୍ଭେମାନେ ପର୍ବତର ଶୃଙ୍ଗରେ ଏକ ଚିହ୍ନ ସ୍ୱରୂପ ଓ ଉପପର୍ବତରେ ପତାକାର ଦଣ୍ଡସ୍ୱରୂପ ହୋଇ ଅବଶିଷ୍ଟ ରହିବ।

ପରମେଶ୍ୱର ତାଙ୍କର ସନ୍ତାନଙ୍କୁ ସାହାଯ୍ୟ କରିବେ

18 ସେଥି ସକାଶେ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ୟ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହେବେ। କାରଣ ସଦାପ୍ରଭୁ ନ୍ୟାୟ ବିଗ୍ଭରକାରୀ ପରମେଶ୍ୱର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ୟ।

ଏବ୍ରୀ 4:1-13

ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍। କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ସେହିପରି ସୁସମାଗ୍ଭର କୁହାଯାଇଅଛି, କିନ୍ତୁ ସେମାନେ ଶୁଣି ମଧ୍ୟ ତାହାକୁ ବିଶ୍ୱାସପୂର୍ବକ ନିଜସ୍ୱ ନ କରିବାରୁ ସେମାନଙ୍କ ପକ୍ଷରେ ସୁସମାଗ୍ଭର ଲାଭଜନକ ହେଲା ନାହିଁ। ଆମ୍ଭେ ବିଶ୍ୱାସୀ ଲୋକମାନେ ବିଶ୍ରାମ ସ୍ଥଳରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ୱର କହିଅଛନ୍ତି:

“ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି;
    ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” (A)

ପରମେଶ୍ୱର ଏହା କହିଲେ। କିନ୍ତୁ ଜଗତ ସୃଷ୍ଟି କରିବା ଦିନଠାରୁ ପରମେଶ୍ୱରଙ୍କ କାମ ସରିଯାଇଥିଲା। ଶାସ୍ତ୍ରର କୌଣସି ସ୍ଥାନରେ ପରମେଶ୍ୱର ସପ୍ତାହର ସପ୍ତମ ଦିନ ବିଷୟରେ କହିଛନ୍ତି: “ସପ୍ତମ ଦିନରେ ପରମେଶ୍ୱର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।” [a] ପରମେଶ୍ୱର ଆଉ ଏକ ଶାସ୍ତ୍ରରେ କହିଛନ୍ତି: “ସେହି ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” [b]

ଯେଉଁ ଲୋକମାନଙ୍କୁ ଆଗରୁ ସୁସମାଗ୍ଭର ଶୁଣା ଯାଇ ଥିଲା, ନିଜର ଅବଜ୍ଞା ଯୋଗୁଁ ସେମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରିଲେ ନାହିଁ କିନ୍ତୁ ଏବେ ମଧ୍ୟ କେବେ ଲୋକ ପରମେଶ୍ୱରଙ୍କ ବିଶ୍ରାମସ୍ଥଳରେ ପ୍ରବେଶ କରିବାକୁ ବାକି ଥିବାରୁ ପରମେଶ୍ୱର ଆଉ ଗୋଟିଏ ବିଶେଷ ଦିନ ଅର୍ଥାତ୍ ‘ଆଜିଦିନ’ [c] ନିରୂପଣ କଲେ। ଏହି ଦିନଟି ବିଷୟରେ ପରମେଶ୍ୱର ବହୁତ ଦିନ ପରେ ଦାଉଦଙ୍କ ମାଧ୍ୟମରେ କହିଛନ୍ତି। ସେହି ଶାସ୍ତ୍ରରେ ଆମ୍ଭେ ପୂର୍ବରୁ କହିଛୁ:

“ଯଦି ତୁମ୍ଭେମାନେ ‘ଆଜି’ ପରମେଶ୍ୱରଙ୍କ ବାଣୀ ଶୁଣିଛ,
    ତାହାହେଲେ ପୂର୍ବପରି ଆପଣା ହୃଦୟ କଠିନ ନ କର।” (B)

ଆମ୍ଭେ ଜାଣୁ ଯେ ଯିହୋଶୂୟ ଲୋକଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନେଇଯାଇ ନ ଥିଲେ। ଯଦି ସେ ନେଇଥା’ନ୍ତେ, ତେବେ ପରମେଶ୍ୱର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ ‘ଆଜି’ ବୋଲି ଘୋଷଣା କରି ନ ଥା’ନ୍ତେ। ଏହା ପ୍ରମାଣିତ କରେ ଯେ, ପରମେଶ୍ୱରଙ୍କ ଲୋକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ ଭୋଗିବାର ବାକି ଅଛି। 10 ପରମେଶ୍ୱର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ୱରଙ୍କ ପରି ମନୁଷ୍ୟ ଆପଣା କାର୍ଯ୍ୟ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ। 11 ଅତଏବ, ଆମ୍ଭେ ପରମେଶ୍ୱରଙ୍କ ସେହି ବିଶ୍ରାମସ୍ଥଳରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ୟକ। ପରମେଶ୍ୱରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳରେ ପ୍ରବେଶ କରି ପାରନ୍ତି ନାହିଁ, ସେହି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ୟରୁ କେହି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭେମାନେ ଯଥାସାଧ୍ୟ ପରିଶ୍ରମ କରିବା ଆବଶ୍ୟକ।

12 ପରମେଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ଅଟେ। ତାହାଙ୍କର ବାକ୍ୟ ଯେକୌଣସି ଦ୍ୱିଧାର ଖ‌‌ଡ଼୍‌ଗଠାରୁ ମଧ୍ୟ ଅଧିକ ଧାରୁଆ। ପରମେଶ୍ୱରଙ୍କ ବାକ୍ୟ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭେଦ କରିପାରେ। ଏହା ହୃଦୟର ଚିନ୍ତା ଓ ଭାବର ବିଗ୍ଭର କରେ। 13 ସମଗ୍ର ବିଶ୍ୱରେ ପରମେଶ୍ୱରଙ୍କ ଦୃଷ୍ଟିରେ କୌଣସି କଥା ଲୁଚି ରହି ପାରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁକିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁରେ ତହିଁର ହିସାବ ଦେବାକୁ ହେବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center