Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।
84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ [a] ବାସ୍ତବରେ ସୁନ୍ଦର ଅଟେ।
2 ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
3 ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
4 ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।
5 ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
6 ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
7 ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
ଲୋକମାନେ ସହରରୁ ସହରକୁ [b] ଭ୍ରମଣ କରନ୍ତି।
8 ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର।
9 ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା’ର ଆଲୋକର କିରଣ ତଳକୁ ପଠାଇବା ପରି
ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।
ଦାରିୟାବସଙ୍କର ଆଦେଶ
6 ସେତେବେଳେ ଦାରିୟାବସ୍ ରାଜା ଆଜ୍ଞା କରିବାରୁ ବାବିଲସ୍ଥ ଯେଉଁ ପୁସ୍ତକାଳୟରେ ଧନ ସଞ୍ଚିତ ଥିଲା, ତାହା ଅନୁସନ୍ଧାନ କରାଗଲା। 2 ଏବଂ ମାଦୀୟ ପ୍ରଦେଶସ୍ଥ ଅକ୍ଷ୍ମଥା ଦୁର୍ଗରେ ଏକ ପୁସ୍ତକ ମିଳିଲା। ଏକ ଇତିହାସ ଏଥିରେ ଲେଖା ଯାଇଥିଲା।
3 କୋରସ୍ ରାଜାଙ୍କ ଅଧିକାରର ପ୍ରଥମ ବର୍ଷରେ କୋରସ୍ ରାଜା ଯିରୁଶାଲମସ୍ଥିତ ପରମେଶ୍ୱରଙ୍କ ମନ୍ଦିର ବିଷୟରେ ଆଜ୍ଞା କଲେ।
ଲୋକମାନଙ୍କ ବଳିଦାନର ସ୍ଥାନ, ସେହି ମନ୍ଦିର ନିର୍ମିତ ହେଉ। ତାହାର ମୂଳଭିତ୍ତି ମଜ୍ବୁତ୍ ହେଉ। ତାହାର ଉଚ୍ଚତା ଷାଠିଏ ହାତ ଓ ତାର ପ୍ରସ୍ଥ ଷାଠିଏ ହାତ ହେଉ। 4 ତହିଁରେ ତିନି ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ ଏକ ଧାଡ଼ି ନୂତନ କଡ଼ିକାଠରେ ଗୁନ୍ଥା ଯାଉ। ଆଉ ରାଜଗୃହରୁ ତାର ବ୍ୟୟଭାର ଭରଣ କରାଯାଉ। 5 ପରମେଶ୍ୱରଙ୍କ ମନ୍ଦିରର ଯେଉଁସବୁ ସୁନା ଓ ରୂପାପାତ୍ର ନବୂଖଦ୍ନିତ୍ସର ଯିରୁଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହା ସବୁ ଫେରାଇ ଦିଆଯାଉ। ଏବଂ ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୁଶାଲମସ୍ଥ ମନ୍ଦିରର ନିଜ ନିଜ ସ୍ଥାନକୁ ଅଣାଯାଉ। ଆଉ ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରରେ ତାହା ସବୁ ରଖ।
6 ଏଣୁ ହେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଏବଂ ଶଥର ବୋଷଣୟ, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ସାଥୀ ଅଧିକାରୀଗଣ ନଦୀ ସେପାରିସ୍ଥ ତା’ଠାରୁ ଦୂରରେ ରୁହ। 7 ପରମେଶ୍ୱରଙ୍କ ଏହି ମନ୍ଦିରର କାର୍ଯ୍ୟରେ ହସ୍ତ ଦିଅ ନାହିଁ। ଯିହୁଦୀୟମାନଙ୍କର ଅଧ୍ୟକ୍ଷ ଯିହୁଦୀୟମାନଙ୍କର ପ୍ରାଚୀନବର୍ଗ ପରମେଶ୍ୱରଙ୍କ ଏହି ମନ୍ଦିର ସ୍ୱସ୍ଥାନରେ ନିର୍ମାଣ କରନ୍ତୁ।
8 ପରମେଶ୍ୱରଙ୍କ ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ଆଜ୍ଞା କରୁଅଛୁ। ସେମାନଙ୍କର ବାଧା ଯେପରି ସୃଷ୍ଟି ନ ହୁଏ, ଏଥିପାଇଁ ସେହି ଲୋକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ ସେପାରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ୟୟ ଦିଆଯାଉ। 9 ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ହୋମବଳି ନିମନ୍ତେ ଯିରୁଶାଲମସ୍ଥ ଯାଜକମାନଙ୍କ ବାକ୍ୟ ଅନୁଯାୟୀ ଯୁବାବୃଷ, ମେଷ, ମେଷଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହାସବୁ ସେମାନଙ୍କ ପ୍ରୟୋଜନ, ତାହା ସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ। 10 ତହିଁରେ ସେମାନେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ।
11 ମୁଁ ଆହୁରି ଆଜ୍ଞା କରୁଅଛି କି ଯେକେହି ସେହି ବାକ୍ୟ ଅନ୍ୟଥା କରିବ ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଠରେ ସେ ବନ୍ଧା ହୋଇ ଟଙ୍ଗାଯିବ। ପୁଣି ତା ଲାଗି ତାର ଗୃହ ଖତରାଶି କରାଯାଉ।
12 ଆଉ ଯେଉଁ ରାଜାମାନେ ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଯିରୁଶାଲମସ୍ଥ ଏହି ମନ୍ଦିର ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟକୁ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେ ସମସ୍ତଙ୍କୁ ଯିରୁଶାଲମରେ ସୁନାମ ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରିବେ।
ମୁଁ ଦାରିୟାବସ୍ ଏହି ଆଜ୍ଞା ଦେଇଅଛି, ଏହା ଅତି ଯତ୍ନପୂର୍ବକ କରାଯାଉ।
ମନ୍ଦିରର ସମାପନ ଓ ସମର୍ପଣ
13 ତହିଁରେ ଦାରିୟାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ। 14 ଏଥିରେ ହାଗୟ ଭବିଷ୍ୟଦ୍ବକ୍ତାର ଓ ଇଦ୍ଦୋର ପୁତ୍ର ଯିଖରିୟର ଭବିଷ୍ୟଦ୍ବାକ୍ୟ ସହକାରେ ଯିହୁଦୀୟ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ। ଆଉ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ୟ ରାଜା କୋରସ୍ ଓ ଦାରିୟାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ। 15 ଦାରିୟାବସ ରାଜାର ଅଧିକାରର ଷଷ୍ଠବର୍ଷରେ ଅଦର ନାମକ ମାସର ତୃତୀୟ ଦିନରେ ଏହି ମନ୍ଦିର ସମାପ୍ତ ହେଲା।
16 ଏହା ପରେ ଇସ୍ରାଏଲର ଲୋକମାନେ, ଯାଜକମାନେ, ଲେବୀୟମାନେ ଓ ନିର୍ବାସିତର ଅବଶିଷ୍ଟ ଲୋକମାନେ ଆନନ୍ଦରେ ପରମେଶ୍ୱରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କଲେ।
ଯୀଶୁଙ୍କର ମନ୍ଦିରରେ ପ୍ରବେଶ(A)
15 ତା’ପରେ ସେ ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିରରେ ପ୍ରବେଶ କଲାମାତ୍ରେ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡ଼ି ଦେବାକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମେଜ ଓଲଟେଇ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସେମାନଙ୍କର ମେଜସବୁ ମଧ୍ୟ ସେ ଓଲଟେଇ ଦେଲେ। 16 ସେ ମଧ୍ୟ କାହାରିକୁ ମନ୍ଦିର ପରିସରରୁ କିଛି ହେଲେ ନେଇ ଯିବାକୁ ଅନୁମତି ଦେଲେ ନାହିଁ। 17 ତା’ପରେ ସେ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଶାସ୍ତ୍ରରେ ଏ କଥା ଲେଖା ଅଛି ଯେ, ‘ମୋ’ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାଯିବ। [a] କିନ୍ତୁ ତୁମ୍ଭେମାନେ ତ ତାକୁ ଗ୍ଭେର ମାନଙ୍କର ଆଶ୍ରୟ ସ୍ଥଳରେ ପରିଣତ କରି ଦେଉଛ’ [b]
18 ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସେମାନେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖୋଜିଲେ। କିନ୍ତୁ ସେଠାରେ ଜମା ହୋଇଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରିଗଲେ। 19 ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହେବାରୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନଗରରୁ ବାହାରି ଗ୍ଭଲିଗଲେ।
2010 by World Bible Translation Center