Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।
84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ [a] ବାସ୍ତବରେ ସୁନ୍ଦର ଅଟେ।
2 ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
3 ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
4 ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।
5 ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
6 ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
7 ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
ଲୋକମାନେ ସହରରୁ ସହରକୁ [b] ଭ୍ରମଣ କରନ୍ତି।
8 ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର।
9 ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା’ର ଆଲୋକର କିରଣ ତଳକୁ ପଠାଇବା ପରି
ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।
ଶଲୋମନ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କଲେ
6 ଇସ୍ରାଏଲୀୟମାନେ ମିଶର ପରିତ୍ୟାଗ କରିବା ପରେ ଶଲୋମନଙ୍କର ଇସ୍ରାଏଲ ଉପରେ ରାଜତ୍ୱର ଚତୁର୍ଥ ବର୍ଷରେ ଓ ସିବ୍ ନାମକ ବର୍ଷର ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ 480 ବର୍ଷ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗିଲା। 2 ଶଲୋମନ ସଦାପ୍ରଭୁଙ୍କ ସମ୍ମାନାର୍ଥେ ଯେଉଁ ମନ୍ଦିର ନିର୍ମାଣ କଲେ ତାହାର ଲମ୍ବ ଷାଠିଏ ହାତ, ପ୍ରସ୍ଥ କୋଡ଼ିଏ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା। 3 ଆଉ ମନ୍ଦିରର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ତା, କୋଡ଼ିଏ ହାତ ଦୀର୍ଘ ଓ ପ୍ରସ୍ଥ ଦଶ ହାତ ଥିଲା। 4 ମନ୍ଦିରର ଝରକାଗୁଡ଼ିକ ସଂକୀର୍ଣ୍ଣ ଥିଲା। ଏ ଗୁଡ଼ିକ ବାହାରକୁ ସଂକୀର୍ଣ୍ଣ ଓ ଭିତରକୁ ପ୍ରଶସ୍ତ ଥିଲା ଓ ଏଥିରେ ଜାଲିକାମ ହୋଇଥିଲା।
21 ଶଲୋମନ ଶୁଦ୍ଧ ସୁବର୍ଣ୍ଣରେ ଏହି କୋଠରୀକୁ ଆଚ୍ଛାଦନ କଲେ। ସେ ସମ୍ମୁଖରେ ଏକ ଧୂପବେଦି ନିର୍ମାଣ କଲେ। ଏହି ବେଦିଟି ଏହି କୋଠରୀ ସମ୍ମୁଖରେ ନିର୍ମିତ ହେଲା। ଏହାକୁ ସୁବର୍ଣ୍ଣରେ ଆବୃତ କରାଗଲା ଓ ଏହାର ଗ୍ଭରିପଟେ ସୁବର୍ଣ୍ଣ ଜଞ୍ଜିରମାନ ଗୁଡ଼ାଇଲେ। କିରୁବଦୂତମାନଙ୍କର ଦୁଇଟି ପ୍ରତିମୂର୍ତ୍ତି ସେହି ଗର୍ଭାଗାରରେ ରହିଲା ଓ ସେଗୁଡ଼ିକ ମଧ୍ୟ ସୁବର୍ଣ୍ଣ ମଣ୍ତିତ ହେଲା। 22 ସମଗ୍ର ମନ୍ଦିରଟି ସୁବର୍ଣ୍ଣ ମଣ୍ତିତ ହେଲା ଓ ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ ଧୂପବେଦି ମଧ୍ୟ ସୁବର୍ଣ୍ଣରେ ଆଚ୍ଛାଦିତ ହେଲା।
10 ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ୱରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ୟବହାର କଲି। ଅନ୍ୟମାନେ ସେହି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରତ୍ୟେକ ଲୋକ ନିର୍ମାଣ କଲାବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟରେ ସତର୍କ ହେବା ଉଚିତ୍। 11 ତିଆରି ହୋଇଥିବା ମୂଳଦୁଆ ବ୍ୟତୀତ ଅନ୍ୟ ମୂଳଦୁଆ କେହି ପକାଇ ପାରିବ ନାହିଁ। 12 ଏହି ମୂଳଦୁଆ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଜଣେଲୋକ ସେହି ମୂଳଦୁଆ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ନଡ଼ା, ଯାହାକିଛି ବ୍ୟବହାର କରି ନିର୍ମାଣ କରି ପାରିବ। 13 କିନ୍ତୁ ପ୍ରତ୍ୟେକ ଲୋକର କାମ ସେହି ଦିନ ସ୍ପଷ୍ଟ ଭାବରେ ପ୍ରକାଶିତ ହେବ। ସେହି ଦିନଟି ନିଆଁ ଦେଇ ଆସିବ, ଓ ସେହି ନିଆଁ ପ୍ରତ୍ୟେକ ଲୋକର କାର୍ଯ୍ୟକୁ ପରୀକ୍ଷା କରିବ। 14 ଯଦି ସେ ମୂଳଦୁଆ ଉପରେ ନିର୍ମିତ ଲୋକର ଗୃହ ଠିଆ ହୋଇ ରହିଥିବ। ତା’ହେଲେ ସେ ଲୋକ ତା’ର ପୁରସ୍କାର ପାଇବ। 15 କିନ୍ତୁ ଯେଉଁ ଲୋକର କାର୍ଯ୍ୟ ନିଆଁରେ ଭସ୍ମ ହୋଇଯିବ, ସେ କ୍ଷତି ସହିବ। ସେ ଲୋକ ରକ୍ଷା ପାଇବ, କିନ୍ତୁ ସେ ସେହି ଜ୍ୱଳନ୍ତ ନିଆଁରୁ ଯେପରି ଉଦ୍ଧାର ହେଲା ଭଳି ହେବ।
16 ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କ ମନ୍ଦିର ଅଟ, ଏବଂ ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କଠାରେ ବାସ କରନ୍ତି। 17 ଯଦି କୌଣସି ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ନଷ୍ଟକରେ, ତାହାହେଲେ ପରମେଶ୍ୱର ତାକୁ ନଷ୍ଟ କରିଦେବେ। କାରଣ ପରମେଶ୍ୱରଙ୍କ ମନ୍ଦିର ହେଉଛି ପବିତ୍ର। ସେହି ପବିତ୍ର ମନ୍ଦିର ତୁମ୍ଭେମାନେ।
18 ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ଯୁଗ ଅନୁସାରେ ଜ୍ଞାନୀ ଅଟେ, ତା’ହେଲେ ତାକୁ ମୂର୍ଖ ହେବାକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହୋଇପାରିବା 19 କାହିଁକି କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ଜାଗତିକ ଜ୍ଞାନ ପ୍ରକୃତରେ ମୂର୍ଖତା ଅଟେ। ଶାସ୍ତ୍ର କୁହେ; “ଯେତେବେଳେ ଜ୍ଞାନୀମାନେ ନିଜ ଚତୁରତାରେ ବ୍ୟବହାର କରନ୍ତି, ପରମେଶ୍ୱର ସେତେବେଳେ ସେମାନଙ୍କୁ ଧରନ୍ତି।” [a] 20 ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି: “ପ୍ରଭୁ ଜ୍ଞାନୀମାନଙ୍କର ମନକଥା ଜାଣନ୍ତି। ସେମାନଙ୍କ ସମସ୍ତ ଚିନ୍ତାଧାରା ଯେ ମୂଲ୍ୟହୀନ ଏହା ମଧ୍ୟ ସେ ଜାଣନ୍ତି।” [b] 21 ସେଥିପାଇଁ ମନୁଷ୍ୟମାନଙ୍କ ପାଇଁ ତୁମ୍ଭେମାନେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର। 22 ପାଉଲ, କେଫା ବା ପିତର; ଜଗତ ଜୀବନ ବା ମୃତ୍ୟୁ; ବର୍ତ୍ତମାନ ବା ଭବିଷ୍ୟତ ସମସ୍ତ ହିଁ ତୁମ୍ଭମାନଙ୍କର। 23 ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟ ପରମେଶ୍ୱରଙ୍କର ଅଟନ୍ତି।
2010 by World Bible Translation Center