Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 19

ଦାଉଦଙ୍କର ଏକ ଗୀତ

19 ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ।
    ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ।
    ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ।
ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ
    କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା।
କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ।
    ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ।

ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି।
    ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ।
ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ।
    ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ।
    ତା’ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ।
    ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି।

ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
    ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
    ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
    ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
    ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।

ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
    ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
    ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
    ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
    ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।

12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
    ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
    ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା’ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
    ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
    ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
    ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।

ଯାତ୍ରାପୁସ୍ତକ 19:1-9

ଇସ୍ରାଏଲ ସହିତ ପରମେଶ୍ୱରଙ୍କ ଚୁକ୍ତି

19 ମିଶର ଦେଶରୁ ଇସ୍ରାଏଲୀୟମାନେ ବାହାରି ତୃତୀୟ ମାସର ପ୍ରଥମ ଦିନରେ ଆସି ସୀନୟ ମରୁଭୂମିରେ ପହଞ୍ଚିଲେ। ସେମାନେ ରଫୀଦୀମଠାରୁ ଯାଇ ସୀନୟ ମରୁଭୂମିରେ ପହଞ୍ଚିଲେ ଓ ସେମାନେ ପର୍ବତ ନିକଟସ୍ଥ ମରୁଭୂମିରେ ଛାଉଣି ସ୍ଥାପନ କଲେ। ଏହା ପରେ ମୋଶା ଉପରକୁ ଚଢ଼ି ପରମେଶ୍ୱରଙ୍କ ନିକଟକୁ ଗଲେ। ପରମେଶ୍ୱର ତାଙ୍କୁ ପର୍ବତ ଶିଖରରୁ ଡାକିଲେ ଏବଂ କହିଲେ, “ଏହି ସୂଚନା ଯାକୁବର ପରିବାର ଇସ୍ରାଏଲୀୟମାନଙ୍କୁ ଦିଅ। ତୁମ୍ଭେମାନେ ଦେଖିଛ ମୁଁ ମିଶର ବାସୀମାନଙ୍କର ଯାହା କରିଛି। ତୁମ୍ଭେମାନେ ଦେଖିଛ ମୁଁ ତୁମ୍ଭକୁ କିପରି ମିଶରରୁ ଉତ୍କ୍ରୋଶପକ୍ଷୀ ସଦୃଶ ଉଠାଇ ମୋ’ ପାଖକୁ ଆଣିଲି। ତେଣୁ ସେମାନଙ୍କୁ ମୋର ଆଜ୍ଞା ମାନିବା ପାଇଁ କୁହ। ସେମାନଙ୍କୁ ମୋର ନିୟମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେମାନେ ମୋର ଆପଣାର ରତ୍ନଭଣ୍ଡାର ହୋଇ ରହିବ ଯେହେତୁ ସମଗ୍ର ପୃଥିବୀ ମୋର। ମୋ’ ପାଇଁ ତୁମ୍ଭେମାନେ ଯାଜକମାନଙ୍କର ଏକ ରାଜ୍ୟ ଏବଂ ପବିତ୍ର ରାଷ୍ଟ୍ର ହେବ।’ ମୋଶା, ଏହି ସମସ୍ତ କଥା ତୁମ୍ଭେ ଇସ୍ରାଏଲୀୟମାନଙ୍କୁ କୁହ।”

ତେଣୁ ମୋଶା ଗଲେ ଓ ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଡାକି ଏକତ୍ର କରାଇଲେ। ମୋଶା ସେମାନଙ୍କୁ ପରମେଶ୍ୱରଙ୍କର ଆଜ୍ଞା ସମସ୍ତ କହିଲେ। ସମସ୍ତ ଲୋକେ ଏକ ସମୟରେ କହିଲେ, “ଆମ୍ଭେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମାନିବୁ।”

ଏହା ପରେ ମୋଶା ପୁନରାୟ ପର୍ବତ ଉପରକୁ ପରମେଶ୍ୱରଙ୍କର ନିକଟକୁ ଗଲେ। ମୋଶା ପରମେଶ୍ୱରଙ୍କୁ କହିଲେ, ଲୋକମାନେ ଆପଣଙ୍କର ସମସ୍ତ ଆଜ୍ଞା ମାନିବେ। ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସିବି। ମୁଁ ତୁମ୍ଭକୁ ଏକଥା କହିବି ଯେପରି ସମସ୍ତେ ଶୁଣି ପାରିବେ। ମୁଁ ଏପରି କରିବି କାରଣ ସମସ୍ତ ଲୋକ ତୁମ୍ଭ ଉପରେ ବିଶ୍ୱାସ ରଖିବେ। ତୁମ୍ଭେ ସେମାନଙ୍କୁ ଯାହା କହିବ ସେମାନେ ତାହା ବିଶ୍ୱାସ କରିବେ।”

ଏହା ପରେ ମୋଶା ପରମେଶ୍ୱରଙ୍କୁ ଲୋକମାନଙ୍କର ସମସ୍ତ କଥା କହିଲେ।

ପିତରଙ୍କ ପ୍ରଥମ ପତ୍ର 2:4-10

ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ “ପଥର”। ଜଗତର ଲୋକମାନେ ସେହି ପଥରଟି ଅଗ୍ରାହ୍ୟ କଲେ। କିନ୍ତୁ ପରମେଶ୍ୱର ସେହି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ୱରଙ୍କ ପାଇଁ ତାହାଙ୍କ ମୂଲ୍ୟ ଅଧିକ। ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର। ଶାସ୍ତ୍ର କୁହେ:

“ଦେଖ, ସିୟୋନଠାରେ, ଗୋଟିଏ ମୂଲ୍ୟବାନ କୋଣ-ପଥର ବାଛି
    ମୁଁ ରଖିଛି;
ଯେଉଁ ଲୋକ ଏହାକୁ ବିଶ୍ୱାସ କରିବ ସେ କେବେ ହେଲେ ଲଜ୍ଜିତ ହେବ ନାହିଁ।” (A)

ତୁମ୍ଭ ଭଳି ବିଶ୍ୱାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ୟବାନ। କିନ୍ତୁ ଯୀଶୁ ଅବିଶ୍ୱାସୀମାନଙ୍କ ଲାଗି:

“ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଗ୍ରାହ୍ୟ କଲେ
    ସେହି ପଥରଟି ଅତି ବହୁମୂଲ୍ୟ ପଥର ହୋଇଗଲା।” (B)

ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଲାଗି:

“ସେହି ପଥର ଲୋକଙ୍କ ଝୁଣ୍ଟିବା କାରଣ ହୁଏ
    ସେହି ପଥର ଲୋକଙ୍କ ପତନର କାରଣ ହୁଏ।” (C)

ପରମେଶ୍ୱରଙ୍କ କଥା ଅବମାନନା କରିବା ହେତୁ ଲୋକେ ଝୁଣ୍ଟନ୍ତି। ସେହି ଲୋକମାନଙ୍କ ନିମନ୍ତେ ପରମେଶ୍ୱର ଏପରି ଯୋଜନା କରିଥିଲେ।

କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି।

10 ଅତୀତରେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ନ ଥିଲ।
    କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ଅଟ।
ଅତୀତରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ।
    କିନ୍ତୁ ଏବେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଲାଭ କରିଛ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center