Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 22:23-31

23 ଯେଉଁମାନେ ତାଙ୍କୁ ଉପାସନା କରୁଛ ସଦାପ୍ରଭୁଙ୍କର ଜୟଗାନ କର।
    ହେ ଯାକୁବର ବଂଶଧରଗଣ, ସଦାପ୍ରଭୁଙ୍କୁ ପ୍ରଶଂସା ପ୍ରଦର୍ଶନ କର।
    ଇସ୍ରାଏଲର ବଂଶଧରଗଣ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ ଦେଖାଅ।
24 କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ୟକ୍ତିମାନଙ୍କୁ ହିଁ ସାହାଯ୍ୟ କରନ୍ତି।
    ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।
ସେ ସେମାନଙ୍କୁ ଘୃଣା କରନ୍ତି ନାହିଁ।
    ଯଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାଯ୍ୟ ପ୍ରାର୍ଥନା କରନ୍ତି, ସେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖି ପାରିବେ ନାହିଁ।

25 ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜୟଗାନ କଲି ତାହା ତୁମ୍ଭ ପ୍ରେରଣାର ଫଳ।
    ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମୋର ନୈବେଦ୍ୟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବି ଯାହା ମୁଁ ପ୍ରତିଜ୍ଞା କରିଛି।
26 ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ।
    ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜୟଗାନ କର।
    ତୁମ୍ଭର ହୃଦୟ ଚିରଦିନ ପାଇଁ ଜୀବନ୍ତ ରହୁ।
27 ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ।
    ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।
28 କାରଣ ସେ ହେଉଛନ୍ତି ରାଜା।
    ସେ ସବୁ ରାଜ୍ୟକୁ ଶାସନ କରନ୍ତି।
29 ବଳଶାଳୀ, ସ୍ୱାସ୍ଥ୍ୟବାନ୍ ଲୋକମାନେ ଭୋଜନ କରି
    ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବେ।
ପ୍ରକୃତରେ ସବୁ ମଣିଷ ଯେଉଁମାନେ ମୃତ୍ୟୁବରଣ କରିବେ
    ଓ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ପରମେଶ୍ୱରଙ୍କ ସମ୍ମୁଖରେ ନତ ମସ୍ତକ ହେବେ।
30 ଏବଂ ଭବିଷ୍ୟତରେ ଆମ୍ଭର ବଂଶଧରମାନେ ସଦାପ୍ରଭୁଙ୍କ ସେବା କରିବେ।
    ଲୋକମାନେ ଚିରଦିନ ତାଙ୍କର ଗୁଣଗାନ କରିବେ।
31 ପ୍ରତ୍ୟେକ ପିଢ଼ି ତା’ର ପିଲାମାନଙ୍କୁ ଧାର୍ମିକତା ବିଷୟ କହିବେ,
    ଯାହାସବୁ ପରମେଶ୍ୱର କରିଛନ୍ତି।

ଆଦିପୁସ୍ତକ 16:7-15

ହାଗାରର ପୁତ୍ର ଇଶ୍ମାଏଲ

ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସେହି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖରେ ଥିଲା। ସଦାପ୍ରଭୁଙ୍କର ଦୂତ କହିଲେ, “ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?”

ହାଗାର ଉତ୍ତର ଦେଲା, “ମୁଁ ମୋର ମାଲିକାଣୀ ସାରୀ ପାଖରୁ ଦୌଡ଼ି ପଳାଇ ଯାଉଛି।”

ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, “ତୁମ୍ଭର ମାଲିକାଣୀ ପାଖକୁ ଫେରିଯାଅ ଓ ନିଜକୁ ତା’ର ପାଖରେ ସମର୍ପଣ କର।” 10 ସଦାପ୍ରଭୁଙ୍କର ଦୂତ ହାଗାରକୁ ପୁଣି କହିଲେ, “ତୁମ୍ଭର ଅନେକ ବଂଶଧର ଜନ୍ମ ହେବେ। ସେମାନଙ୍କୁ ଗଣି ହେବ ନାହିଁ।”

11 ସଦାପ୍ରଭୁଙ୍କର ଦୂତ ମଧ୍ୟ ଏପରି କହିଲେ,

“ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ।
    ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ।
ତୁମ୍ଭେ ତା’ର ନାମ ଇଶ୍ମାଏଲ ଦେବ।
    କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତେବେଳେ ଦୁଃଖ ପାଉଥିଲ।
12 ତୁମ୍ଭର ପୁତ୍ର ବନ୍ୟ ଗର୍ଦ୍ଦଭ ଭଳି
    ଜୀବନଯାପନ କରିବ।
ତା’ର ହସ୍ତ ସମସ୍ତଙ୍କ ବିରୁଦ୍ଧରେ
    ଓ ସମସ୍ତଙ୍କର ହସ୍ତ ତା’ର ବିରୁଦ୍ଧରେ ଥିବ।
    ଏବଂ ସେ ତା’ର ଭାଇମାନଙ୍କ ସମ୍ମୁଖରେ ବାସ କରିବ।”

13 ଏହା ପରେ ହାଗାର ସଦାପ୍ରଭୁଙ୍କର ଏହି ନାମ ରଖିଲା ଯଥା, “ଯେଉଁ ପରମେଶ୍ୱର ମୋତେ ଦେଖନ୍ତି” ସେ (ସ୍ତ୍ରୀ) ଏହା କହିଲା, କାରଣ ସେ ଚିନ୍ତା କଲା, “ମୁଁ କ’ଣ ପ୍ରକୃତରେ ତାଙ୍କୁ ଏଠାରେ ଦେଖିଲି ଯିଏ ମୋତେ ଦେଖନ୍ତି?” [a] 14 ତେଣୁ ସେହି କୂପର ନାମ ବେରଲହୟ-ରୋୟୀ ରଖିଲା। ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି।

15 ହାଗାର ଅବ୍ରାମଙ୍କର ପୁତ୍ରକୁ ଜନ୍ମ ଦେଲା ଏବଂ ଅବ୍ରାମ ତା’ର ନାମ ଇଶ୍ମାଏଲ ଦେଲେ।

ମାର୍କ ଲିଖିତ ସୁସମାଗ୍ଭର 8:27-30

ପିତର କହନ୍ତି ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ(A)

27 ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରୀଆ ଫିଲି‌ପ୍‌ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ କହୁଛନ୍ତି?”

28 ସେମାନେ କହିଲେ, “କେତେକ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଅନ୍ୟମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତେକ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ୟରୁ ଜଣେ।”

29 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?”

ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ।”

30 ତା’ପରେ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କାହାରିକୁ କିଛି କୁହ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center