Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 77

ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୁଥୂନର ରୀତିନୁସାରେ ଆସଫର ଗୀତ।

77 ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି।
    ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
ବିପଦ ସମୟରେ ମୁଁ ମୋର ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଗ୍ଭହିଁଅଛି।
    ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି।
    କିନ୍ତୁ ମୁଁ ଆଶ୍ୱାସନା ପାଇଲି ନାହିଁ।
ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି, ତାଙ୍କୁ ମୋର ଅନୁଭୂତି କହିବାକୁ ଚେଷ୍ଟା କରିଛି।
    କିନ୍ତୁ ମୁଁ ପାରୁ ନାହିଁ।
ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ।
    ମୁଁ ଏମନ୍ତ ବ୍ୟାକୁଳ ଯେ କଥା କହିପାରୁ ନାହିଁ।
ବହୁତ ଆଗରୁ ଘଟିଯାଇଥିବା ଘଟଣା ବିଷୟରେ
    ମୁଁ ଚିନ୍ତା କରେ।
ରାତିରେ ମୁଁ ନିଜ ଗୀତ ବିଷୟରେ ଭାବିଲି।
    ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ।
    ମୋର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
ମୁଁ ଆଶ୍ଚର୍ଯ୍ୟ ହେଲି, “ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ୟାଗ କରିଛନ୍ତି କି?
    ଆଉ ସେ କ’ଣ ସୁପ୍ରସନ୍ନ ହେବେ ନାହିଁ?
ପରମେଶ୍ୱରଙ୍କ ଦୟା କ’ଣ ଚିରକାଳ ପାଇଁ ଲୁପ୍ତ ହୋଇଛି?
    ତାଙ୍କର ପ୍ରତିଜ୍ଞା କ’ଣ ଚିରକାଳ ପାଇଁ ବିଫଳ ହୋଇଛି?
ପରମେଶ୍ୱର କ’ଣ କୃପା କରିବାକୁ ପାସୋରି ଅଛନ୍ତି?
    ତାଙ୍କର ଦୟା କ’ଣ କ୍ରୋଧରେ ପରିଣତ ହୋଇଅଛି?”

10 ଏହା ପରେ ମୁଁ ଚିନ୍ତା କଲି, “ଏସବୁ ମୋତେ ବିବ୍ରତ କରୁଅଛି,
    ‘ସର୍ବୋପରିସ୍ଥ ପରମେଶ୍ୱର କ’ଣ ତାଙ୍କର ଶକ୍ତି ହରାଇ ଅଛନ୍ତି?”

11 ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ।
    ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ମୁଁ ମନେ ପପାଏ।
12 ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ
    ଏବଂ କାର୍ଯ୍ୟକୁ ଅନୁଧ୍ୟାନ କରେ।
13 ହେ ପରମେଶ୍ୱର, ତୁମ୍ଭର ପଥସବୁ ପବିତ୍ର।
    ତୁମ୍ଭପରି ମହାନ କେହି ପରମେଶ୍ୱର ନାହାନ୍ତି।
14 ତୁମ୍ଭେ ହେଉଛ ପରମେଶ୍ୱର ଯିଏକି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି।
    ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
15 ତୁମ୍ଭର ଶକ୍ତିଦ୍ୱାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ।
    ଯାକୁବ ଓ ଯୋଷେଫର ସନ୍ତାନଗଣକୁ ରକ୍ଷା କରିଅଛ।

16 ହେ ପରମେଶ୍ୱର, ତୁମ୍ଭକୁ ଦେଖି ଜଳରାଶି ଡରିଗଲା।
    ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
17 ମେଘମାଳା ସେମାନଙ୍କର ଜଳବୃଷ୍ଟି କଲେ।
    ଆକାଶରେ ମେଘର ଘୋର ଗର୍ଜନ ଲୋକମାନେ ଶୁଣିଲେ।
    ତା’ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।
18 ଘୂର୍ଣ୍ଣିବାତ୍ୟାରେ ତୁମ୍ଭର ବଜ୍ରଧ୍ୱନି ସ୍ୱର ଶୁଣାଗଲା।
    ବିଜୁଳି ଜଗତକୁ ଆଲୋକମୟ କଲା।
    ପୃଥିବୀ କମ୍ପିତ ହେଲା।
19 ହେ ପରମେଶ୍ୱର, ସମୁଦ୍ରରେ ତୁମ୍ଭେ ପାଦରେ ଗ୍ଭଲି ପାର
    କିନ୍ତୁ ତୁମ୍ଭର ପାଦ ଚିହ୍ନ ଦେଖାଗଲା ନାହିଁ।
20 ତୁମ୍ଭେ ମୋଶା ଓ ହାରୋଣକୁ ବ୍ୟବହାର କରି
    ଆପଣା ଲୋକମାନଙ୍କୁ ମେଷପଲ ପରି ଚଳାଇଲ।

ଆୟୁବ ପୁସ୍ତକ 5:8-27

କିନ୍ତୁ ଆୟୁବ ମୁଁ ଯଦି ତୁମ୍ଭ ଜାଗାରେ ଥା’ନ୍ତି
    ନିଶ୍ଚୟ ପରମେଶ୍ୱରଙ୍କୁ ଡାକି ନିଜର ସମସ୍ତ ଦୁଃଖ ତାଙ୍କୁ ଜଣାନ୍ତି।
ଲୋକେ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟକର୍ମକୁ ବୁଝିପାରନ୍ତି ନାହିଁ,
    କି ତାଙ୍କର ଅଲୌକିକ କାର୍ଯ୍ୟର ମଧ୍ୟ ଅନ୍ତ ନାହିଁ।
10 ପରମେଶ୍ୱର ପୃଥିବୀରେ ବର୍ଷା କରାନ୍ତି
    ଓ ଶସ୍ୟକ୍ଷେତ୍ରକୁ ଜଳ ପ୍ରଦାନ କରନ୍ତି।
11 ପରମେଶ୍ୱର ନମ୍ର ଲୋକକୁ ଉପରକୁ ଉଠାନ୍ତି
    ଏବଂ ଯେଉଁମାନେ ଅତି ଦୁଃଖୀ ସେମାନଙ୍କୁ ଖୁସୀ କରାନ୍ତି।
12 ପରମେଶ୍ୱର ମନ୍ଦ ଓ ଚତୁର ଲୋକର କାମନାକୁ ବ୍ୟର୍ଥ କରନ୍ତି
    ଏବଂ ସେମାନଙ୍କୁ ସଫଳତା ଦିଅନ୍ତି ନାହିଁ।
13 ପରମେଶ୍ୱର ଚତୁର ଲୋକମାନଙ୍କୁ ମଧ୍ୟ ତାଙ୍କ ଫାନ୍ଦରେ ଧରନ୍ତି,
    ସେମାନଙ୍କର ଚତୁର ଯୋଜନା ସଫଳ କରାନ୍ତି ନାହିଁ।
14 ସେହି ଚତୁର ଲୋକମାନେ ଦିନ ବେଳେ ଝୁଣ୍ଟି ପଡ଼ନ୍ତି, ଯେପରି କି ତାହା ଅନ୍ଧକାର,
    ମଧ୍ୟାହ୍ନରେ ମଧ୍ୟ ସେମାନେ ଏପରି ଲୋକପରି ରାସ୍ତା ଅଣ୍ଡାଳି ହୁଅନ୍ତି, ଯେପରି କି ତାହା ମଧ୍ୟରାତ୍ରି।
15 ପରମେଶ୍ୱର ଗରିବ ଲୋକମାନଙ୍କୁ ସେହି ଚତୁର ଲୋକଙ୍କର କଟୁବାକ୍ୟରୁ ରକ୍ଷା କରନ୍ତି।
    ସେ ଗରିବ ଲୋକଙ୍କୁ ପରାକ୍ରମୀ ଲୋକ କବଳରୁ ଉଦ୍ଧାର କରନ୍ତି।
16 ସେଥିପାଇଁ ଗରିବ ଲୋକଙ୍କ ପାଇଁ ଭରସା ଅଛି
    ଓ ଅନ୍ୟାୟକାରୀ ନିଶ୍ଚୟ ନୀରବ ରହିବ।

17 ଯେଉଁ ମନୁଷ୍ୟକୁ ପରମେଶ୍ୱର ସଂଶୋଧନ କରନ୍ତି, ସେ ଭାଗ୍ୟବାନ୍।
    ତେଣୁ ସେହି ସର୍ବଶକ୍ତିମାନ ପରମେଶ୍ୱର ଯେତେବେଳେ ତୁମ୍ଭକୁ ଦଣ୍ଡ ଦିଅନ୍ତି, ତାଙ୍କ ବିରୁଦ୍ଧରେ ଅଭିଯୋଗ କର ନାହିଁ।
18 ପରମେଶ୍ୱରଙ୍କ ଦଣ୍ଡରେ ଯେଉଁ କ୍ଷତ ହୁଏ ପୁଣି ସେ ନିଜେ ସେମାନଙ୍କର କ୍ଷତରେ ପଟି ବାନ୍ଧନ୍ତି।
    ପରମେଶ୍ୱର ହୁଏତ ଜଣକୁ ଆଘାତ କରନ୍ତି, କିନ୍ତୁ ତାଙ୍କ ହାତ ସୁସ୍ଥତା ମଧ୍ୟ ଆଣେ।
19 ସେ ତୁମ୍ଭକୁ ବିପଦରୁ ଉଦ୍ଧାର କରି ପାରିବେ।
    ହଁ, ଦରକାର ପଡ଼ିଲେ ବିନା ଆଘାତରେ ସାତୋଟି ଦୁର୍ବିପାକରୁ ରକ୍ଷା କରି ପାରିବେ।
20 ଦୁର୍ଭିକ୍ଷ ସମୟରେ ପରମେଶ୍ୱର
    ତୁମ୍ଭକୁ ମୃତ୍ୟୁ ମୁଖରୁ ରକ୍ଷା କରି ପାରିବେ।
ଯୁଦ୍ଧ ସମୟରେ ତୁମ୍ଭକୁ
    ‌‌ଖ‌ଡ଼୍‌ଗ ମୁଖରୁ ବଞ୍ଚାଇ ପାରିବେ।
21 ପରମେଶ୍ୱର ତୁମ୍ଭକୁ ଲୋକଙ୍କ ଜିହ୍ୱାର ଅନିଷ୍ଟକର ବାକ୍ୟରୁ ଉଦ୍ଧାର କରି ପାରିବେ।
    ପରମେଶ୍ୱର ତୁମ୍ଭକୁ ରକ୍ଷା କରିବେ,
    ତେଣୁ ଯେତେବେଳେ ବିପଦ ଆସୁଛି, ତୁମ୍ଭେ ଭୟଭୀତ ହୁଅ ନାହିଁ।
22 ବିନାଶ ଓ ଦୁର୍ଭିକ୍ଷ ପ୍ରତି ତୁମ୍ଭେ ହସିପାର।
    ତୁମ୍ଭେ ବଣୁଆ ହିଂସ୍ର ଜନ୍ତୁକୁ ଭୟ କର ନାହିଁ।
23 ତୁମ୍ଭର ପରମେଶ୍ୱରଙ୍କ ସହିତ ଚୁକ୍ତି ହୋଇଛି।
    ତେଣୁ କ୍ଷେତର ପଥର ଏପରିକି ବଣର ହିଂସ୍ର ଜନ୍ତୁ ମଧ୍ୟ ତୁମ୍ଭ ସହିତ ଶାନ୍ତିରେ ରହିବେ।
24 ତୁମ୍ଭେ ଶାନ୍ତିରେ ରହିପାରିବ କାରଣ ତୁମ୍ଭର ତମ୍ବୁ ସୁରକ୍ଷିତ ଅଛି।
    ତୁମ୍ଭେ ତୁମ୍ଭର ସମ୍ପତ୍ତିକୁ ଗଣି ପାରିବ ଏବଂ ଦେଖିବ କିଛି ହଜିଯାଇ ନାହିଁ।
25 ତୁମ୍ଭର ଅନେକ ସନ୍ତାନସନ୍ତତି ହେବେ,
    ଏତେ ଅଧିକ ଯେପରି କି ପୃଥିବୀ ଉପରେ ଘାସର ଝାଡ଼ ପରି।
26 ତୁମ୍ଭେ ଗହମ କ୍ଷେତ୍ରରେ ଗହମ ସଦୃଶ ଯିଏ ଅମଳ ସମୟ ପର୍ଯ୍ୟନ୍ତ ବୃଦ୍ଧି ପାଇବ।
    ହଁ ତୁମ୍ଭେ ଅତ୍ୟଧିକ ବୃଦ୍ଧି ହେଲା ପର୍ଯ୍ୟନ୍ତ ବଞ୍ଚି ରହିବ।

27 ଆୟୁବ, ଦେଖ ଆମ୍ଭେମାନେ ଏସବୁ ଜିନିଷ ଅନୁସନ୍ଧାନ କରି ସେମାନଙ୍କୁ ଜାଣିଛୁ ଏବଂ ଏସବୁ ସତ୍ୟ ବୋଲି ମଧ୍ୟ ଜାଣିଛୁ।
    ତେଣୁ ଆମ୍ଭ କଥା ଶୁଣ ଏବଂ ସେଗୁଡ଼ିକ ଆପଣା ମଙ୍ଗଳ ନିମନ୍ତେ ଶିକ୍ଷା କର।”

ପିତରଙ୍କ ପ୍ରଥମ ପତ୍ର 3:8-18

ସ‌‌‌‌‌ତ୍‌‌‌‌‌କର୍ମ ପାଇଁ ଦୁଃଖ ଭୋଗ

ଅତଏବ ସମସ୍ତେ ମିଳିମିଶି ଶାନ୍ତିରେ ରହିବା ଉଚିତ୍। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ। ତୁମ୍ଭ ପ୍ରତି ମନ୍ଦ କାମ କରିଥିବା ଲୋକକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ କୌଣସି ଲୋକ ପ୍ରତି ମନ୍ଦ କାମ କର ନାହିଁ। ବା ତୁମ୍ଭକୁ ଖରାପ କଥା କହିଥିବା ଯୋଗୁଁ କୌଣସି ଲୋକକୁ ତା’ ବଦଳରେ ମନ୍ଦ କଥା କୁହ ନାହିଁ। ତା’ ବଦଳରେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର ଯେ, ସେ ତାକୁ ଆଶୀର୍ବାଦ କରିବେ। ତୁମ୍ଭେ ନିଜେ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଆହ୍ୱାନ ପାଇଥିବାରୁ ଏପରି କର। 10 ଶାସ୍ତ୍ର କୁହେ:

“ଯେଉଁ ଲୋକ ଜୀବନକୁ ଭଲ ପାଇବାକୁ ଗ୍ଭହେଁ
    ଓ ଭଲ ଦିନଗୁଡ଼ିକୁ ଉପଭୋଗ କରିବାକୁ ଗ୍ଭହେଁ
ସେ ମନ୍ଦକଥା କହିବା
    ଓ ମିଛ କଥା କହିବା ବନ୍ଦ କରିବା ଉଚିତ୍।
11 ସେ ମନ୍ଦ କାର୍ଯ୍ୟ ନିଶ୍ଚୟ ବନ୍ଦ କରୁ ଓ ଭଲ କାମ କରୁ।
    ସେ ଶାନ୍ତି ପାଇବା ପାଇଁ ଲକ୍ଷ୍ୟ ରଖି ଚେଷ୍ଟା କରିବା ଉଚିତ୍।
12 ଭଲ ଲୋକମାନଙ୍କୁ ପ୍ରଭୁ ଦେଖନ୍ତି,
    ସେମାନଙ୍କର ପ୍ରାର୍ଥନା ସବୁ ସେ ଶୁଣନ୍ତି।
କିନ୍ତୁ ମନ୍ଦ କାମ କରୁଥିବା ଲୋକଙ୍କର ସେ ବିରୋଧୀ ଅଟନ୍ତି।” (A)

13 ଯଦି ତୁମ୍ଭେ ସବୁବେଳେ ଭଲ କରିବା ପାଇଁ ଚେଷ୍ଟା କରୁଥାଅ, ତା’ହେଲେ କୌଣସି ଲୋକ ତୁମ୍ଭକୁ ଆଘାତ କରି ପାରିବ ନାହିଁ। 14 କିନ୍ତୁ ତୁମ୍ଭେ ଭଲ କାମ ପାଇଁ ଦୁଃଖ ଭୋଗିପାର। ଯଦି ଏପରି ଘଟେ, ତା’ହେଲେ ତୁମ୍ଭେ ହେଉଛ ଆଶୀର୍ବାଦର ପାତ୍ର। “ଯେଉଁ ଲୋକମାନେ ତୁମ୍ଭକୁ ଯାତନା ଦିଅନ୍ତି ସେମାନଙ୍କୁ ଭୟ କର ନାହିଁ, କିଅବା ଚିନ୍ତିତ ହୁଅ ନାହିଁ।” [a] 15 କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟରେ କେହି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ। 16 କିନ୍ତୁ ତୁମ୍ଭେ ସେମାନଙ୍କୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ୍ ଯେ, ତୁମ୍ଭେ ଠିକ୍ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧରେ ମନ୍ଦ କଥା କହୁଛନ୍ତି, ସେମାନେ ଲଜ୍ଜିତ ହେବେ। ତୁମ୍ଭେ ଖ୍ରୀଷ୍ଟଙ୍କଠାରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସେମାନେ ମନ୍ଦ କଥାଗୁଡ଼ିକ କୁହନ୍ତି। ସେମାନେ ତୁମ୍ଭ ବିଷୟରେ ମନ୍ଦ କଥା କହିଥିବା ହେତୁ ଲଜ୍ଜିତ ହେବେ।

17 ଭଲ କାମ କରି ଯାତନା ସହିବା ମନ୍ଦ କାମ କରିବାଠାରୁ ଉତ୍ତମ। ଏହା ଯଦି ପରମେଶ୍ୱରଙ୍କର ଇଚ୍ଛା, ତେବେ ଏହା ହିଁ ଭଲ।

18 ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ।
    ସେହି ମୂଲ୍ୟ ତୁମ୍ଭର ପାପ ପାଇଁ ମୂଲ୍ୟ ଦେଲା।
ସେ ନିଜେ ଦୋଷୀ ନ ଥିଲେ
    କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ୟୁ ବରଣ କଲେ।
    ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ।
ତାହାଙ୍କର ଶରୀରକୁ ବଧ କରାଗଲା,
    କିନ୍ତୁ ଆତ୍ମାରେ ସେ ପୁନର୍ଜୀବିତ ହେଲେ,

Odia Holy Bible: Easy-to-Read Version (ERV-OR)

2010 by World Bible Translation Center