Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
25 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି।
2 ହେ ମୋର ପରମେଶ୍ୱର, ମୁଁ ତୁମ୍ଭର ଶରଣାଗତ
ଓ ମୁଁ କେବେ ନିରାଶ ହେବି ନାହିଁ।
ମୋତେ ମୋର ଶତ୍ରୁମାନେ ଦେଖି କେବେ ହସିବେ ନାହିଁ।
3 ହଁ, ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସେମାନେ ନିରାଶ ହେବେ ନାହିଁ।
କିନ୍ତୁ ବିଶ୍ୱାସଘାତକମାନେ ନିରାଶ ହେବେ।
ସେମାନେ କିଛି ପାଇବେ ନାହିଁ।
4 ହେ ସଦାପ୍ରଭୁ, ମୋତେ ତୁମ୍ଭର ପଥରେ ଗ୍ଭଲିବାକୁ ସାହାଯ୍ୟ କର।
ତୁମ୍ଭର ମାର୍ଗରେ ଗ୍ଭଲିବାକୁ ଶିକ୍ଷା ପ୍ରଦାନ କର।
5 ତୁମ୍ଭର ସତ୍ୟ ମାର୍ଗରେ ଗ୍ଭଲିବାକୁ ମୋତେ କଢ଼ାଇ ନିଅ ଓ ଶିକ୍ଷା ଦିଅ।
ତୁମ୍ଭେ ମୋର ପରିତ୍ରାଣର ପରମେଶ୍ୱର ଅଟ।
ମୁଁ ପ୍ରତିଦିନ ତୁମ୍ଭ ଉପରେ ଭରସା ରଖେ।
6 ହେ ସଦାପ୍ରଭୁ, ମୋ’ ପ୍ରତି ଦୟା ଦେଖାଇବାକୁ ସ୍ମରଣ କର।
ମୋତେ ଠିକ୍ ସେହିପରି ସ୍ନେହପୂର୍ଣ୍ଣ କରୁଣା ଦେଖାଅ, ଯାହାକି ତୁମ୍ଭେ ସର୍ବଦା ଦେଖାଇଅଛ।
7 ମୁଁ ଯୁବା ବେଳେ କରିଥିବା ପାପ ଓ ଅପରାଧକୁ ଭୁଲି ଯାଅ।
ତୁମ୍ଭର ପବିତ୍ର ନାମର ସାର୍ଥକତା ପାଇଁ, ହେ ସଦାପ୍ରଭୁ ମୋତେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାରେ ବାନ୍ଧି ରଖ।
8 ସଦାପ୍ରଭୁ ହିଁ ପ୍ରକୃତରେ ମହାନ।
ସେ ପାପୀକୁ ଉଚିତ୍ ମାର୍ଗରେ ଗ୍ଭଲିବାକୁ ନିର୍ଦ୍ଦେଶ ଦିଅନ୍ତି।
9 ସେ ଶୋଚନୀୟ ଲୋକକୁ ବିଗ୍ଭର ମାର୍ଗ ଦେଖାନ୍ତି
ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଗ୍ଭଲିବାକୁ ପ୍ରେରିତ କରନ୍ତି।
10 ସଦାପ୍ରଭୁ ସେହିମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି,
ଯେଉଁମାନେ ତାଙ୍କର ନିୟମ ଓ ପ୍ରତିଜ୍ଞା ମାନି ଚଳନ୍ତି।
ଦାନିୟେଲଙ୍କ ପ୍ରାର୍ଥନା
9 ଦାରିୟାବସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଏହିସବୁ ଘଟଣାମାନ ଘଟିଲା। ଦାରିୟାବସ୍ ମାଦୀୟ ବଂଶର ଉତ୍ତରାଧିକାରୀ ଥିଲେ। ତାଙ୍କର ପିତା ଅକ୍ଷଶ୍ୱେରସର ଥିଲେ। ସେ କଲ୍ଦୀୟର ରାଜା ପଦରେ ଉପଯୋଗୀ ହେଲେ। 2 ଦାରିୟାବସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ମୁଁ ଦାନିୟେଲ, କେତେକ ଗ୍ରନ୍ଥ ପାଠକରି ଜାଣିଲି ଯେ, ଯିରିମିୟ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କଠାରୁ ବୁଝିଲେ ଯିରୁଶାଲମର ପୁନଃନିର୍ମାଣ ପ୍ରଳୟର ସତୁରି ବର୍ଷ ପରେ ଘଟିଲା।
3 ଏଣୁ ମୁଁ ଉପବାସ, ଚଟବସ୍ତ୍ର ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ତାଙ୍କ ପ୍ରତି ଦୃଷ୍ଟି ଦେଲି। 4 ପୁଣି ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମୋର ପାପ ସ୍ୱୀକାର କରି କହିଲି,
“ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ଦୟା ଓ ନିୟମ କରିଥାଅ।
5 “ମାତ୍ର, ହେ ସଦାପ୍ରଭୁ, ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ। ଆଉ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ। ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ୟାଗ କରିଅଛୁ। 6 ତୁମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କ ପ୍ରତି ଆମ୍ଭେ କର୍ଣ୍ଣପାତ କରି ନାହୁଁ। ସେମାନେ ଆମ୍ଭର ରାଜାମାନଙ୍କୁ, ଆମ୍ଭର ନେତାମାନଙ୍କୁ, ଆମ୍ଭର ପିତୃପୁରୁଷଗଣଙ୍କୁ ଏବଂ ଇସ୍ରାଏଲକୁ ତୁମ୍ଭର ନାମରେ କହିଥିଲେ।
7 “ହେ ସଦାପ୍ରଭୁ, ତୁମ୍ଭେ ପରମ ଧାର୍ମିକ ଓ ଧାର୍ମିକତା ତୁମ୍ଭର ଅଟେ। ମାତ୍ର ଆଜିକାର ନ୍ୟାୟରେ ଆମ୍ଭେମାନେ ଲଜ୍ଜାର ପାତ୍ର। ଆଉ ତୁମ୍ଭ ବିରୁଦ୍ଧରେ ସତ୍ୟ ଲଙ୍ଘନ ଯୋଗୁଁ ଯିହୁଦାର ଲୋକ ଓ ଯିରୁଶାଲମ ନିବାସୀ, ତୁମ୍ଭ ଦ୍ୱାରା ବିତାଡ଼ିତ ସମସ୍ତ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ ଲଜ୍ଜାର ପାତ୍ର।
8 “ହେ ସଦାପ୍ରଭୁ, ଆମ୍ଭେମାନେ ଲଜ୍ଜିତ ହେବା ଉଚିତ୍, ଆଉ ଆମ୍ଭର ସମସ୍ତ ଅଧିପତିଗଣ, ସମସ୍ତ ରାଜଗଣ ଓ ସମସ୍ତ ପୂର୍ବପୁରୁଷଗଣ ଲଜ୍ଜିତ ହେବା ଉଚିତ୍। କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।
9 “ହେ ସଦାପ୍ରଭୁ, ତୁମ୍ଭେ ଦୟାଳୁ ଏବଂ କ୍ଷମାବାନ। କିନ୍ତୁ ପ୍ରକୃତରେ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛୁ। 10 ଆମ୍ଭେମାନେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କୁ ଅବମାନନା କରିଅଛୁ। ଯାହାକି ଆପଣା ଦାସ, ଭବିଷ୍ୟଦ୍ବକ୍ତାଗଣ ମାଧ୍ୟମରେ ଯେଉଁ ବ୍ୟବସ୍ଥା ସକଳ ରଖିଲେ ତାହା ସବୁ ଆମ୍ଭେମାନେ ପାଳନ କରି ନାହୁଁ। 11 ଆଉ ସମଗ୍ର ଇସ୍ରାଏଲ ତୁମ୍ଭର ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି। ସେମାନେ ତୁମ୍ଭ ପ୍ରତି ବିମୁଖ ହୋଇଅଛନ୍ତି। ଏହି କାରଣରୁ ଅଭିଶାପ ଓ ପରମେଶ୍ୱରଙ୍କ ସେବକ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ପ୍ରତିଜ୍ଞା ଆମ୍ଭମାନଙ୍କ ଉପରେ ଢଳା ଯାଇଅଛି। କାରଣ ଆମ୍ଭେମାନେ ତାଙ୍କ ବିରୁଦ୍ଧରେ ପାପ କରିଅଛୁ।
12 “ତାଙ୍କ କାରଣରୁ ଆମ୍ଭମାନଙ୍କୁ ଓ ଯେଉଁମାନେ ଆମ୍ଭଙ୍କୁ ବିଗ୍ଭର ଦେଲେ, ସେମାନଙ୍କ ବିରୁଦ୍ଧରେ ମହା ଅମଙ୍ଗଳ ଘଟାଇଛନ୍ତି। ଏହି କାରଣରୁ କୌଣସି ନଗର ଯିରୁଶାଲମ ପରି ଦୁଃଖ ଭୋଗ କରି ନାହିଁ। 13 ମୋଶାଙ୍କ ଲିଖିତ ବ୍ୟବସ୍ଥାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି। ତଥାପି ଆମ୍ଭେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରି ନାହୁଁ କି ପାପରୁ ବିରତ ହୋଇ ନାହୁଁ ଓ ତାଙ୍କର ସତ୍ୟତା ପ୍ରତି ଧ୍ୟାନ ଦେଇ ନାହୁଁ। 14 ସଦାପ୍ରଭୁ ଆମ୍ଭମାନଙ୍କ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଏହି ସମସ୍ତ ଘଟାଇ ଅଛନ୍ତି। ଆମ୍ଭେମାନେ କରିଥିବା ସମସ୍ତ ପାପ ପାଇଁ ଆମ୍ଭକୁ ଦଣ୍ତିତ କରିବା ଯଥାର୍ଥତା ଅଟେ। ମାତ୍ର ଆମ୍ଭେମାନେ ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଇ ନାହୁଁ।
3 ବର୍ତ୍ତମାନ ତୁମ୍ଭମାନଙ୍କୁ ସେହି ସମ୍ବନ୍ଧରେ କହିବୁ ଯାହା ଆମ୍ଭେମାନେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ୱାରା ତୁମ୍ଭେମାନେ ଆମ୍ଭର ସହଭାଗୀ ହୋଇପାରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ୟ ସହଭାଗୀ। 4 ଆମ୍ଭମାନଙ୍କର ଆନନ୍ଦର ପରିପୂର୍ଣ୍ଣତା ପାଇଁ ଆମ୍ଭେ ଏସବୁ ତୁମ୍ଭମାନଙ୍କୁ ଲେଖୁଛୁ।
ପରମେଶ୍ୱର ଆମ୍ଭର ପାପ କ୍ଷମା କରନ୍ତି
5 ଆମ୍ଭେ ପରମେଶ୍ୱରଙ୍କଠାରୁ ଯେଉଁ ସତ୍ୟଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ୱର ଜ୍ୟୋତିଃସ୍ୱରୂପ। ଆଉ ତାହାଙ୍କଠାରେ ଆଦୌ ଅନ୍ଧକାର ନାହିଁ। 6 ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ୱରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାରରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ୟାବାଦୀ ଓ ସତ୍ୟର ଅନୁସରଣ କରୁ ନାହୁଁ। 7 ପରମେଶ୍ୱର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ୟ ଆଲୋକରେ ବାସ କରିବା ଉଚିତ୍। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତେବେ ଆମ୍ଭେ ପରସ୍ପର ସହଭାଗୀ ହୋଇପାରିବା। ଯଦି ଆମ୍ଭେମାନେ ଆଲୋକରେ ରହୁ, ତେବେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।
8 ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତେବେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠାରେ ସତ୍ୟ ନାହିଁ। 9 ଯଦି ଆମ୍ଭେ ନିଜ ନିଜର ପାପ ସ୍ୱୀକାର କରୁ ତେବେ ପରମେଶ୍ୱର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ। 10 ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତେବେ ଆମ୍ଭେ ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରୁ ଏବଂ ତାହାଙ୍କ ସତ୍ୟଶିକ୍ଷା ଆମ୍ଭେମାନେ ଗ୍ରହଣ କରି ନାହୁଁ।
2010 by World Bible Translation Center