Revised Common Lectionary (Semicontinuous)
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
110 ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ,
“ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ।
ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”
2 ସଦାପ୍ରଭୁ ତୁମ୍ଭର ରାଜ୍ୟ ସିୟୋନରୁ ବଢ଼ାଇବେ,
ଯେପରିକି ତୁମ୍ଭେ ଶତ୍ରୁଗଣର ରାଜ୍ୟକୁ ଶାସନ କର।
3 ତୁମ୍ଭ ପରାକ୍ରମର ଦିନରେ,
ଯେତେବେଳେ ତୁମ୍ଭର ସୈନ୍ୟବାହିନୀ ଏକତ୍ର ହେବେ,
ତୁମ୍ଭ ଲୋକମାନେ ସ୍ୱଇଚ୍ଛାରେ ମିଶିବେ।
ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସେମାନେ ମିଳିତ ହେବେ।
ସେହି ସମସ୍ତ ଯୁବକ ତୁମ୍ଭ ଗ୍ଭରିପଟେ ପଡ଼ିଆରେ
କାକର ଟୋପା ପରି ବେଢ଼ି ରହିବେ।
4 ସଦାପ୍ରଭୁ ପ୍ରତିଜ୍ଞା କଲେ,
ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ।
“ଯାଜକ ମଲ୍କୀଷେଦକଙ୍କ ପରି
ତୁମ୍ଭେ ଅନନ୍ତକାଳୀନ ଯାଜକ ହେବ।”
23 “ମୁଁ ଗ୍ଭହେଁ କେହି ଜଣେ ମନେରଖୁ ଯାହା ମୁଁ କହୁଛି ଓ ଯାହା ଗୋଟିଏ ବହିରେ ଲେଖିଛି।
ମୁଁ ଗ୍ଭହେଁ ମୋର କଥାସବୁ ପୁସ୍ତକରେ ଲିଖିତ ହୋଇରହୁ।
24 ମୋର ଲୁହା ଲେଖନୀ ଓ ସୀସା ଦ୍ୱାରା ମୋର ବାକ୍ୟସବୁ ଖୋଦିତ ହେବା ଉଚିତ୍।
ସେଗୁଡ଼ିକ ଚିରଦିନ ପାଇଁ ପ୍ରସ୍ତର ଉପରେ ଖୋଦିତ ହେବା ଉଚିତ୍।
25 ମୁଁ ଜାଣେ ମୋର ରକ୍ଷାକର୍ତ୍ତା ଜୀବିତ
ଏବଂ ଶେଷରେ ସେ ମୋତେ ରକ୍ଷା କରିବା ପାଇଁ ପୃଥିବୀରେ ଠିଆ ହେବେ।
26 ମୋର ଚମଡ଼ା ଧ୍ୱଂସ ହେଲା ପରି,
ବିନା ମାଂସରେ ମୁଁ ପରମେଶ୍ୱରଙ୍କୁ ଦେଖିବି।
27 ମୁଁ ପରମେଶ୍ୱରଙ୍କୁ ନିଜ ଆଖିରେ ଦେଖିବି।
ମୁଁ ମୋର ନିଜ ପାଇଁ ପରମେଶ୍ୱରଙ୍କୁ ଦେଖିବି।
ମୁଁ ଇଚ୍ଛାକରେ ମୋର ନିଜ ଆଖି ତାଙ୍କୁ ଦେଖିବ, ଅନ୍ୟ କାହାର ଆଖି ନୁହେଁ।
ମୋର ଅତିରିକ୍ତ ଅନୁଭବ ଦ୍ୱାରା, ମୁଁ କ୍ଳାନ୍ତ ହୋଇ ପଡ଼ିଛି।
ଆମ୍ଭ ଜୀବନର ରହସ୍ୟ
14 ମୁଁ ତୁମ୍ଭ ପାଖକୁ ଶୀଘ୍ର ଯିବି ବୋଲି ଆଶା କରେ। 15 କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତେବେ ମଧ୍ୟ ତୁମ୍ଭେମାନେ ଜାଣି ପାରିବ ଯେ ପରମେଶ୍ୱରଙ୍କ ପରିବାରରେ ଲୋକମାନେ କ’ଣ କ’ଣ କରିବା ଅବଶ୍ୟକ। ସେହି ପରିବାର ଜୀବିତ ପରମେଶ୍ୱରଙ୍କର ମଣ୍ଡଳୀ ଅଟେ। ପରମେଶ୍ୱରଙ୍କ ମଣ୍ଡଳୀ ସତ୍ୟର ଅବଲମ୍ବନ କରେ ଓ ମୂଳଦୁଆ ଅଟେ। 16 ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ,
ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ;
ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ
ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ;
ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା;
ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ;
ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।
2010 by World Bible Translation Center