Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 2:1-12

ସଦାପ୍ରଭୁ ଏଲିୟଙ୍କୁ ନେବାକୁ ଯୋଜନା କରନ୍ତି

ଅନନ୍ତର ସଦାପ୍ରଭୁ ଏଲିୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ୱର୍ଗକୁ ଘେନିଯିବାକୁ ଉଦ୍ୟତ ଥିଲେ, ଏଲିୟ ଓ ଇଲୀଶାୟ ଗି‌ଲ୍‌‌‌ଗ‌‌ଲ୍‌‌ଠାରୁ ସେମାନଙ୍କର ରାସ୍ତାରେ ଥିଲେ।

ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ଏଠାରେ ରୁହନ୍ତୁ, କାରଣ ସଦାପ୍ରଭୁ ମୋତେ ବୈଥେ‌ଲ୍‌କୁ ଯିବାକୁ କହିଛନ୍ତି।”

ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ଓ ତୁମ୍ଭେ ଜୀବତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ବୈଥେ‌ଲ୍‌କୁ ଗଲେ।

ବୈଥେ‌ଲ୍‌ର ଦଳେ ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, “ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନେଇଯିବେ ବୋଲି ତୁମ୍ଭେ କ’ଣ ଜାଣ ନାହିଁ?”

ଇଲୀଶାୟ କହିଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ତୁନି ହୁଅ।”

ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ତୁମ୍ଭେ ଏଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଛନ୍ତି।”

ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଯିରୀହୋକୁ ଗଲେ।

ଯିରୀହୋର ଦଳେ ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜି ନେଇଯିବେ?”

ଇଲୀଶାୟ ଉତ୍ତର କଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ନୀରବ ହୁଅ।”

ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି, ତୁମ୍ଭେ ଏହିଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନ ନଦୀକୁ ପଠାଇଛନ୍ତି।”

ଇଲୀଶାୟ ଉତ୍ତର କଲେ, “ମୁଁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପ୍ରମାଣେ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଆଗକୁ ଅଗ୍ରସର ହେଲେ।

ପୁନଶ୍ଚ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ ପଗ୍ଭଶ୍ ଜଣ ତାଙ୍କର ପଶ୍ଚା‌ତ୍‌ଧାବନ କଲେ। ଏଲିୟ ଓ ଇଲୀଶାୟ ଯର୍ଦ୍ଦନ ନଦୀ ନିକଟକୁ ଯାଇ ଠିଆ ହେଲେ। ଆଉ ସେ ପଗ୍ଭଶ୍ ଲୋକ ସେମାନଙ୍କଠାରୁ ଦୂରରେ ଛିଡ଼ା ହେଲେ। ଏଲିୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଠିଆ ହୋଇ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଓ ସେ ଦୁହେଁ ଶୁଷ୍କ ଭୂମି ଦେଇ ନଦୀ ପାର ହେଲେ।

ନଦୀ ପାରି ହେଲା ପରେ ଏଲିୟ ଇଲୀଶାୟଙ୍କୁ କହିଲେ, “ପରମେଶ୍ୱର ମୋତେ ତୁମ୍ଭଠାରୁ ନେବା ପୂର୍ବରୁ, ମୋ’ଠାରୁ ତୁମ୍ଭେ କ’ଣ ଗ୍ଭହୁଁଛ ମାଗ।”

ଇଲୀଶାୟ କହିଲେ, “ମୁଁ ପ୍ରାର୍ଥନା କରେ, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋ’ ଉପରେ ବର୍ତ୍ତୁ।”

10 ଏଲିୟ କହିଲେ, “ତୁମ୍ଭେ ଏକ କଷ୍ଟକର ବିଷୟ ମାଗିଲ। ତଥାପି ମୁଁ ତୁମ୍ଭ ନିକଟରୁ ନେଇଯିବା ବେଳେ, ତୁମ୍ଭେ ଯଦି ମୋତେ ଦେଖିବ ତେବେ ତୁମ୍ଭ ପ୍ରତି ତାହା ଘଟିବ, କିନ୍ତୁ ତୁମ୍ଭେ ଯଦି ମୋତେ ଦେଖିବ ନାହିଁ, ତାହାହେଲେ ସେପରି ଘଟିବ ନାହିଁ।”

ପରମେଶ୍ୱର ଏଲିୟଙ୍କୁ ସ୍ୱର୍ଗକୁ ନେଲେ

11 ଏହିପରି ସେ ଦୁହେଁ ଏକତ୍ର କଥାବାର୍ତ୍ତା ହୋଇ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ କଲେ। ତା’ପରେ ଏଲିୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ।

12 ଇଲୀଶାୟ ତାହା ଦେଖି ଉଚ୍ଚ ସ୍ୱରରେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!”

ତା’ପରେ ଇଲୀଶାୟ ଏଲିୟଙ୍କୁ ଆଉ ଦେଖି ପାରିଲେ ନାହିଁ। ଏଣୁ ସେ ଦୁଃଖର ପ୍ରତୀକ ସ୍ୱରୂପ ନିଜର ବସ୍ତ୍ରକୁ ଚିରି ଦୁଇଖଣ୍ତ କରିଦେଲେ।

ଗୀତସଂହିତା 50:1-6

ଆସ‌ଫ୍‌ର ଗୋଟିଏ ଗୀତ।

50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
    ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
ପରମ ସୌନ୍ଦର୍ଯ୍ୟମୟୀ [a] ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
    ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
    ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
    ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
    ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।”

ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
    ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:3-6

ସୁସମାଗ୍ଭର ଯଦି ଆଚ୍ଛାଦିତ ହୋଇଥାଏ, ତେବେ ସେହି ଆଚ୍ଛାଦନ କେବଳ ସେହିମାନଙ୍କ ପାଇଁ ଯେଉଁମାନେ ବିନାଶ ମାର୍ଗରେ ରହିଛନ୍ତି। ଅବିଶ୍ୱାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦେଇଛି। ତେଣୁ ସେମାନେ ଖ୍ରୀଷ୍ଟଙ୍କର ସୁସମାଗ୍ଭରର ଆଲୋକ ଦେଖି ପାରନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପରମେଶ୍ୱରଙ୍କ ସାକ୍ଷାତ ପ୍ରତିରୂପ। ଆମ୍ଭେ ନିଜର ପ୍ରଗ୍ଭର କରୁ ନାହୁଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ରୂପେ ପ୍ରଗ୍ଭର କରୁଛୁ। ନିଜ ବିଷୟରେ ଆମ୍ଭେ କହୁ ଯେ, ଯୀଶୁଙ୍କ ପାଇଁ ଆମ୍ଭେ ତୁମ୍ଭମାନଙ୍କ ସେବକ। ଥରେ ପରମେଶ୍ୱର କହିଲେ: ‘‘ଅନ୍ଧକାର ମଧ୍ୟରୁ ଆଲୋକ ପ୍ରକାଶିତ ହେବ।” ସେହି ପରମେଶ୍ୱର ଆମ୍ଭମାନଙ୍କ ହୃଦୟରେ ତାହାଙ୍କର ଆଲୋକ ଦେଖାଇଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ମୁହଁରେ ପରମେଶ୍ୱରଙ୍କ ଯେଉଁ ଗୌରବମୟ ଆଲୋକ ଦେଖିବାକୁ ମିଳେ ସେହି ଆଲୋକ ସେ ଆମକୁ ଦେଲେ।

ମାର୍କ ଲିଖିତ ସୁସମାଗ୍ଭର 9:2-9

ଯୀଶୁଙ୍କ ସହିତ ମୋଶା ଓ ଏଲିୟ(A)

ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗରେ ନେଇ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ କେବଳ ସେହିମାନେ ଥିଲେ। ସେଠାରେ ଶିଷ୍ୟମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ୱରୂପ ପରିବର୍ତ୍ତନ ହୋଇ ଗଲା। ଯୀଶୁଙ୍କ ବସ୍ତ୍ର ଧଳା ଚକ୍ ଚକ୍ ହୋଇଗଲା। ତାହା ଏତେ ଉଜ୍ଜ୍ୱଳ ଓ ଧଳା ଥିଲା ଯେ, ପୃଥିବୀର କୌଣସି ଲୋକ ଏତେ ଧଳା କରି ପାରିବ ନାହିଁ। ଏଲିୟ ଓ ମୋଶା [a] ଯୀଶୁଙ୍କ ସହିତ ପ୍ରକାଶିତ ହେଲେ। ସେମାନେ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ।

ପିତର ଯୀଶୁଙ୍କୁ କହିଲେ, “ଗୁରୁ, ବହୁତ ଭଲ ହେଲା ଯେ ଆମ୍ଭେ ଏଠାରେ ଅଛୁ। ଆମ୍ଭେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ, ଗୋଟିଏ ତୁମ୍ଭ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” ପିତର ଜାଣି ପାରୁ ନ ଥିଲେ ଯେ କ’ଣ କହିବାକୁ ହେବ। କାରଣ ସେ ଓ ଅନ୍ୟ ଦୁଇଜଣ ଶିଷ୍ୟ ବହୁତ ଡରି ଯାଇଥିଲେ।

ତା’ପରେ ଖଣ୍ଡେ ମେଘ ଭାସି ଆସିଲା ଓ ସମସ୍ତଙ୍କୁ ଘୋଡ଼ାଇ ପକାଇଲା। ମେଘ ଭିତରୁ ଏହିଭଳି ବାଣୀ ଶୁଣା ଗଲା, “ଏ ମୋର ପୁତ୍ର, ମୁଁ ତାହାଙ୍କୁ ପ୍ରେମ କରେ। ତୁମ୍ଭେମାନେ ତାହାଙ୍କ କଥା ମାନ!”

ଏବଂ ସେହି ସମୟରେ ପିତର, ଯାକୁବ ଓ ଯୋହନ ଗ୍ଭରିଆଡ଼କୁ ଗ୍ଭହିଁଲେ କିନ୍ତୁ ସେଠାରେ ସେମାନେ ତାହାଙ୍କ ସହିତ କେବଳ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ।

ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲେଇ ଆସୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ। ଯେ ସେମାନେ ପର୍ବତ ଉପରେ ଯାହାସବୁ ଦେଖିଲେ ତାହା କାହାରି ଆଗରେ ପ୍ରକାଶ କରିବେ ନାହିଁ ଓ ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁ‌ତ୍‌ଥିତ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ତା’ପରେ ସେମାନେ ଲୋକଙ୍କ ଆଗରେ ତାହା ପ୍ରକାଶ କରି ପାରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center