Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 50:1-6

ଆସ‌ଫ୍‌ର ଗୋଟିଏ ଗୀତ।

50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
    ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
ପରମ ସୌନ୍ଦର୍ଯ୍ୟମୟୀ [a] ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
    ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
    ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
    ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
    ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।”

ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
    ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ।

ରାଜାବଳୀର ପ୍ରଥମ ପୁସ୍ତକ 16:1-7

16 ଅନନ୍ତର ବାଶାଙ୍କ ବିରୁଦ୍ଧରେ ସଦାପ୍ରଭୁ ହନାନିର ପୁତ୍ର ଯେହୂଙ୍କୁ କହିଲେ, “ମୁଁ ତୁମ୍ଭକୁ ଧୂଳିରୁ ଉଠାଇ ଆଣି ମୋର ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜା କଲି। ମାତ୍ର ତୁମ୍ଭେ ଯାରବିୟାମଙ୍କ ପଥ ଅନୁସରଣ କଲ ଏବଂ ମୋର ଲୋକ ଇସ୍ରାଏଲୀୟମାନଙ୍କୁ ପାପ କରାଇଲ। ସେମାନଙ୍କ ପାପରେ ଆମ୍ଭେ କ୍ରୋଧିତ ହେଲୁ। ତେଣୁ ହେ ବାଶା, ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ବିନାଶ କରିବି। ଯେପରି ନବାଟର ପୁତ୍ର ଯାରବିୟାମର ପରିବାରକୁ ଧ୍ୱଂସ କରିଥିଲି। ବାଶାର କେହି ଯଦି ନଗରରେ ମଲେ କୁକୁରମାନେ ତାକୁ ଖାଇବେ ଓ ଯେଉଁମାନେ କ୍ଷେତ୍ରରେ ମରିବେ ପକ୍ଷିମାନେ ସେମାନଙ୍କୁ ଖାଇବେ।”

ବାଶାଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ପରାକ୍ରମ କାର୍ଯ୍ୟକଳାପ ଇସ୍ରାଏଲର ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଛି। ବାଶା ମୃତ୍ୟୁବରଣ କଲେ ଓ ନିଜ ପିତୃଗଣଙ୍କ କବର ତିର୍ସାରେ କବର ପାଇଲେ। ତାଙ୍କ ପଦରେ ତାଙ୍କର ପୁତ୍ର ଏଲା ରାଜା ହେଲେ।

ସଦାପ୍ରଭୁ, ବାଶା ଓ ତା’ର ପରିବାରର ବିପକ୍ଷରେ ଭବିଷ୍ୟ‌ଦ୍‌ବକ୍ତା ହନାନିୟଙ୍କ ପୁତ୍ର ଯେହୂଙ୍କ ନିକଟକୁ ଏକବାର୍ତ୍ତା ପଠାଇଲେ। ବାଶା ଘୃଣିତ କାର୍ଯ୍ୟଦ୍ୱାରା ସଦାପ୍ରଭୁଙ୍କୁ କ୍ରୋଧିତ କଲେ। ଯାରବିୟାମର ପରିବାର ପୂର୍ବରୁ ଯାହା କରିଥିଲେ, ସେ ଠିକ୍ ସେଇ କାର୍ଯ୍ୟ କଲେ। ସଦାପ୍ରଭୁ ମଧ୍ୟ କ୍ରୋଧିତ ଥିଲେ କାରଣ ସେ ସମସ୍ତ ଯାରବିୟାମ ପରିବାରକୁ ହତ୍ୟା କଲେ।

ଲୂକ ଲିଖିତ ସୁସମାଗ୍ଭର 19:41-44

ଯିରୁଶାଲମ ପାଇଁ ଯୀଶୁଙ୍କର କ୍ରନ୍ଦନ

41 ଯୀଶୁ ଯିରୁଶାଲମ ପାଖରେ ପହଞ୍ଚିଲେ। ଯୀଶୁ ଯିରୁଶାଲମ ନଗରକୁ ଦେଖି ତା’ ପାଇଁ କାନ୍ଦି ପକାଇଲେ। 42 ଯୀଶୁ ଯିରୁଶାଲମକୁ କହିଲେ, “ତୁମ୍ଭକୁ କିପରି ଶାନ୍ତି ମିଳି ପାରିବ, ତାହା ତୁମ୍ଭେମାନେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭେମାନେ ଜାଣି ପାରିବ ନାହିଁ। କାରଣ ତାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି। 43 ତୁମ୍ଭ ସକାଶେ ଏପରି ସମୟ ଆସୁଛି। ଯେତେବେଳେ କି ତୁମ୍ଭର ଶତ୍ରୁମାନେ ତୁମ୍ଭ ଗ୍ଭରିପଟେ ଗୋଟିଏ ପାଚେରୀ ତିଆରି କରିଦେବେ। ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଫେରିଯାଇ ଅବରୋଧ କରିବେ। 44 ସେମାନେ ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ନଷ୍ଟ କରିଦେବେ। ତୁମ୍ଭ କୋଠାଗୁଡ଼ିକର ଗୋଟିଏ ହେଲେ ପଥର ଅନ୍ୟ ପଥରଟି ଉପରେ ସେମାନେ ରଖେଇ ଦେବେ ନାହିଁ। ଏସବୁ ଘଟିବ। କାରଣ ତୁମ୍ଭକୁ ଉଦ୍ଧାର କରିବା ପାଇଁ ପରମେଶ୍ୱର ଯେତେବେଳେ ଆସିଥିଲେ, ସେ ସମୟଟିକୁ ତୁମ୍ଭେ ଚିହ୍ନି ପାରିଲ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center