Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 50:1-6

ଆସ‌ଫ୍‌ର ଗୋଟିଏ ଗୀତ।

50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
    ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
ପରମ ସୌନ୍ଦର୍ଯ୍ୟମୟୀ [a] ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
    ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
    ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
    ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
    ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।”

ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
    ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ।

ରାଜାବଳୀର ପ୍ରଥମ ପୁସ୍ତକ 11:26-40

26 ତା’ପରେ ଶଲୋମନଙ୍କର ଦାସ ଯାରବିୟାମ ମଧ୍ୟ ରାଜାଙ୍କର ବିପକ୍ଷରେ ବିଦ୍ରୋହ କଲେ। ସେ ସରେଦା ନଗର ନିବାସୀ ଇଫ୍ରୟିମଙ୍କ ପରିବାରବର୍ଗ ଥିଲେ। ତାଙ୍କର ମାତାଙ୍କର ନାମ ସରୁୟା, ସେ ଜଣେ ବିଧବା ଥିଲେ।

27 ଏଠାରେ କୈଫିୟତ ଯୋଗ୍ୟ ଅଟେ ଯେ, କିପରି ଓ କାହିଁକି ଯାରବିୟାମ, ରାଜାଙ୍କ ବିରୁଦ୍ଧରେ ଉଠିଲେ। ସେହି ଦିନଗୁଡ଼ିକରେ ଶଲୋମନ ମିଲ୍ଲୋ ଦୃଢ଼ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ପ୍ରାଚୀର ନିର୍ମାଣ କରୁଥିଲେ। 28 ସେ ସମୟରେ ଯାରବିୟାମ ମହାବିକ୍ରମଶାଳୀ ଯୁବକ ଥିଲେ। ସେହିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷେଫ ବଂଶୀୟ ଲୋକମାନଙ୍କ ସମୁଦାୟ କର୍ମଭାର ତାଙ୍କ ଉପରେ ନ୍ୟସ୍ତ କଲେ। 29 ଥରେ ଯାରବିୟାମ ଯିରୁଶାଲମ ବାହାରକୁ ଯାଉଥିଲା ବେଳେ ଶୀଲୋର ଭବିଷ୍ୟ‌ଦ୍‌ବକ୍ତା ଅହିୟଙ୍କ ସହିତ ତାଙ୍କର ବାଟରେ ଦେଖା ହେଲା। ଅହିୟ ଏକ ନୂତନ ବସ୍ତ୍ର ପରିଧାନ କରିଥିଲେ ଓ କ୍ଷେତ୍ରରେ କେବଳ ସେ ଦୁହେଁ ଥିଲେ।

30 ତା’ପରେ ଅହିୟ ଆପଣା ଦେହର ନୂତନ ବସ୍ତ୍ରକୁ ବାରଖଣ୍ତ କରି ଚିରିଲା। 31 ତତ୍ପରେ ଅହିୟ ଯାରବିୟାମଙ୍କୁ କହିଲା, “ତୁମ୍ଭ ନିଜ ପାଇଁ ଦଶଖଣ୍ତ ନିଅ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ୟ ଚିରିଦେବା ତୁମ୍ଭକୁ ଦଶ ଗୋଷ୍ଠୀ ଦେବା। 32 ମୋର ସେବକ ଦାଉଦ ସକାଶେ ଓ ମୋର ପ୍ରିୟ ଯିରୁଶାଲମ ନଗରୀ ସକାଶେ ଯେଉଁଟାକି ସମଗ୍ର ଇସ୍ରାଏଲ ପରିବାରବର୍ଗରୁ ପସନ୍ଦ କରିଛି। ଏକ ପରିବାରବର୍ଗରେ ମୁଁ ଦାଉଦର ବଂଶକୁ ଶାସନ କରିବା ପାଇଁ ଦେବି। 33 ଆମ୍ଭେ ଶଲୋମନର ରାଜ୍ୟ କାଢ଼ି ନେବାର କାରଣ ହେଉଛି, ସେ ଆମ୍ଭର ପଶ୍ଚା‌ଦ୍‌ଗାମୀ ହେଲା ନାହିଁ। ସେ ମୋତେ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବତା, ମୋୟାବର କମୋଶ୍ ଦେବତାକୁ ଓ ଅମ୍ମୋନୀୟମାନଙ୍କର ମି‌ଲ୍‌‌‌କମ୍ ଦେବତାକୁ ପ୍ରଣାମ କରିଅଛି। ମୋ’ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା’ର ପିତା ଦାଉଦ ପରି ସେ ମୋର ନିର୍ଦ୍ଦେଶ ଓ ନିୟମ ଆଜ୍ଞା ମାନିଲା ନାହିଁ। 34 ମୁଁ ଶଲୋମନର ପରିବାରରୁ ରାଜ୍ୟ ଛଡ଼େଇ ନେବି। କିନ୍ତୁ ମୋର ସେବକ ଦାଉଦ ନିମନ୍ତେ ଯିଏ କି ମୋର ଆଜ୍ଞା ଓ ବିଧି ପାଳନ କଲା। ମୁଁ ଶଲୋମନକୁ ତା’ର ମୃତ୍ୟୁ ପର୍ଯ୍ୟନ୍ତ ଶାସନ କରିବାକୁ ଦେବି। 35 ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ୟ କାଢ଼ି ନେବା ଆଉ ଯାରବିୟାମ, ତୁମ୍ଭେ ଦଶ ଗୋଷ୍ଠୀର ଶାସନ ଭାର ନେବ। 36 ତା’ର ଗୋଟିଏ ପୁତ୍ରର ପରିବାରକୁ ମୁଁ ଶାସନ କରିବା ପାଇଁ ଦେବି। ଯାହା ଫଳରେ ମୋର ସେବକ ଦାଉଦର ବଂଶ ଯିରୁଶାଲମରେ ମୋ’ ଆଗରେ ରାଜତ୍ୱ କରିବ। ସେହି ସହରରେ ମୋର ନାମ ସ୍ଥାପନ ପାଇଁ ପସନ୍ଦ କରିଅଛି। 37 ତୁମ୍ଭର ମହା ସନ୍ତୋଷାନୁଯାୟୀ ମୁଁ ତୁମ୍ଭକୁ ଇସ୍ରାଏଲ ଉପରେ ଶାସନ କରାଇବି। 38 ଆଉ ଯଦି ତୁମ୍ଭେ ମୋର ଦାସ ଦାଉଦଙ୍କ ପରି ମୋର ବିଧି ଓ ଆଜ୍ଞା ପାଳନ କରିବ, ମୋ’ ପଥରେ ଗ୍ଭଲିବ ଓ ଠିକ୍ ଭାବରେ ଜୀବନଯାପନ କରିବ, ତେବେ ମୁଁ ତୁମ୍ଭ ସହିତ ରହିବି ଓ ମୁଁ ତୁମ୍ଭ ପାଇଁ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରିବି ଓ ଦାଉଦ ପରି ତୁମ୍ଭକୁ ଇସ୍ରାଏଲରେ ଶାସନ କରିବାକୁ ଦେବି। 39 ଆମ୍ଭେ ଏହି କର୍ମ ସକାଶୁ ଦାଉଦ ବଂଶକୁ କ୍ଳେଶ ଦେବା, ମାତ୍ର ତାହା ଚିରକାଳ ନୁହେଁ।’”

ଶଲୋମନଙ୍କର ମୃତ୍ୟୁ

40 ଏହି କାରଣରୁ ଶଲୋମନ ଯାରବିୟାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ଯାରବିୟାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମିଶରରେ ରହିଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:12-17

ତ୍ରୋୟାରେ ପାଉଲଙ୍କର ଉଦ୍‌‌ବେଗ

12 ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ତ୍ରୋୟା ନଗରକୁ ଯାଇଥିଲି। ପ୍ରଭୁ ସେଠାରେ ମୋତେ ଭଲ ସୁଯୋଗଟିଏ ଦେଲେ। 13 ସେଠାରେ ମୋ’ ଭାଇ ତୀତସକୁ ନ ପାଇ ମୁଁ ମୋ’ ମନରେ ଶାନ୍ତି ହରାଇଲି। ସେଥିପାଇଁ ସେମାନଙ୍କଠାରୁ ବିଦାୟ ନେଇ ମୁଁ ମାକିଦନିଆକୁ ଗଲି।

14 ପରମେଶ୍ୱର ହେଉଛନ୍ତି ଧନ୍ୟ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭ ବିଜୟ ଅଭିଯାନରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ୟମରେ ସେ ପ୍ରତ୍ୟେକ ସ୍ଥାନରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି। 15 ଆମ୍ଭର ଉତ୍ସର୍ଗ ବଳି ପରମେଶ୍ୱରଙ୍କ ପାଇଁ ହେଉଛି ଏହା: ଯେଉଁ ଲୋକମାନେ ଉଦ୍ଧାର ପାଇଛନ୍ତି ଏବଂ ଯେଉଁମାନେ ପାଇ ନାହାନ୍ତି, ସେମାନଙ୍କ ପାଇଁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି। 16 ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି ଆମ୍ଭେମାନେ ମୃତ୍ୟୁର ଦୁର୍ଗନ୍ଧ ସ୍ୱରୂପ ଅଟୁ। କିନ୍ତୁ ଯେଉଁମାନେ ଉଦ୍ଧାର ପାଇଛନ୍ତି, ଆମ୍ଭେ ସେମାନଙ୍କ ଲାଗି ଜୀବନର ସୁଗନ୍ଧି ଅଟୁ। ଅତଏବ ପ୍ରଶ୍ନ ଏହା ଯେ, ଏହି କାମ କରିବା ପାଇଁ କିଏ ସମର୍ଥ? 17 ଅନେକ ଯେପରି କରନ୍ତି, ସେହିପରି ଆମ୍ଭେ ନିଜ ଲାଭ ପାଇଁ ପରମେଶ୍ୱରଙ୍କ ବାକ୍ୟ ବିକ୍ରୀ କରୁ ନାହୁଁ, କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟ କହୁ। ପରମେଶ୍ୱରଙ୍କ ପ୍ରେରିତ ଲୋକ ଭଳି କଥା କହୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center