Revised Common Lectionary (Semicontinuous)
6 ପରମେଶ୍ୱର, [a] ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ବିରାଜମାନ କରିବେ।
ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।
7 ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର।
ପରମେଶ୍ୱର ତୁମ୍ଭର ବନ୍ଧୁମାନଙ୍କ ମଧ୍ୟରୁ
ତୁମ୍ଭକୁ ରାଜା ହେବାକୁ ମନୋନୀତ କଲେ।
8 ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିଯୁକ୍ତ ଅଗୁରୁ ଡାଲ୍ଚିନି ମସଲାର ବାସନା ଭାସି ଆସୁଛି।
ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।
9 ତୁମ୍ଭ ବିବାହରେ ଯୋଗ ଦେଇଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି।
ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ
ଓ ପୋଷାକ ପିନ୍ଧି ଛିଡ଼ା ହୋଇଛନ୍ତି।
10 ହେ ରାଜକୁମାରୀ, ଶୁଣ।
ଯଦି ତୁମ୍ଭେ ମନଦେଇ ଶୁଣ, ତେବେ ସବୁ ବୁଝିପାରିବ,
ଓ ତୁମ୍ଭର ପରିବାରକୁ ଭୁଲିଯାଅ।
11 ତୁମ୍ଭର ସୌନ୍ଦର୍ଯ୍ୟରେ ରାଜା ମୁଗ୍ଧ ହେବେ।
ସେ ତୁମ୍ଭର ନୂତନ ପତି ହେବେ,
ତେଣୁ ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବା ଉଚିତ୍।
12 ସୋର ଦେଶର ଧନଶାଳୀ ବ୍ୟକ୍ତିମାନେ ତୁମ୍ଭକୁ ଉପହାର ଦେବାକୁ ଉପସ୍ଥିତ ହେବେ।
ସେମାନେ ତୁମ୍ଭର ପକ୍ଷପାତ ଲୋଡ଼ିବେ।
13 ତା’ର ସମସ୍ତ ମହିମାରେ,
ମୁକ୍ତା ସୁବର୍ଣ୍ଣରେ ଖଚିତ ହେବାପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦେଖାଯା’ନ୍ତି।
14 ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ ସେ ରାଜାଙ୍କ ନିକଟକୁ ଆଗେଇ ଯାଏ,
ତା’ର ସଖିମାନେ ତା’ ପଛରେ ଅନୁସରଣ କରନ୍ତି।
15 ସେମାନେ ଆନନ୍ଦ ଉଲ୍ଲାସରେ ଆସିବେ।
ସେମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ।
16 ସେମାନଙ୍କର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହେବେ।
ସାରା ଦେଶରେ ତୁମ୍ଭେ ସେମାନଙ୍କୁ ଶାସନ କରିବ।
17 ତୁମ୍ଭେ ପୁରୁଷାନୁକ୍ରମେ ବିଖ୍ୟାତ ହେବ।
ଲୋକମାନେ ଅନନ୍ତକାଳାବଧି ତୁମ୍ଭକୁ ପ୍ରଶଂସା କରିବେ।
ସଦାପ୍ରଭୁଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ
14 ଇସ୍ରାଏଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲ। ତେଣୁ ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। 2 କ’ଣ କହିବ ସେ ବିଷୟରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫେରି ଆସ। ତାଙ୍କୁ କୁହ,
“ଆମ୍ଭର ପାପକୁ ନେଇଯାଅ।
ଆମ୍ଭେ କରିଥିବା ଉତ୍ତମ କର୍ମକୁ ଗ୍ରହଣ କର।
ଆମ୍ଭେ ଆମ୍ଭର ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରୁଛୁ।
3 ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ।
ଆମ୍ଭେମାନେ ଯୁଦ୍ଧ ଅଶ୍ୱରେ ଆରୋହଣ କରିବୁ ନାହିଁ।
ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡ଼ିକୁ ‘ଆମ୍ଭର ପରମେଶ୍ୱର’ ବୋଲି
ଆମ୍ଭେ ପୁଣି କହିବୁ ନାହିଁ।
କାରଣ ତୁମ୍ଭେ ହେଉଛ ସେହି ପରମେଶ୍ୱର ଯିଏ କି ଅନାଥକୁ ଦୟା ଦେଖାଅ
ଏବଂ ଆମ୍ଭମାନଙ୍କୁ ଦୟା କରିବ।”
ସଦାପ୍ରଭୁ ଇସ୍ରାଏଲକୁ କ୍ଷମା ଦେବେ
4 ସଦାପ୍ରଭୁ କହନ୍ତି,
“ଆମ୍ଭେ ସେମାନଙ୍କୁ ପୁରାତନ ମାର୍ଗରୁ ସୁସ୍ଥ କରିବା।
ଆମ୍ଭେ ସେମାନଙ୍କୁ ସ୍ୱାଧୀନ ଭାବରେ ଭଲ ପାଇବା,
କାରଣ ଆମ୍ଭେ ଆମ୍ଭର କ୍ରୋଧଭାବ ତ୍ୟାଗ କରିଛୁ।
5 ଇସ୍ରାଏଲ ପାଇଁ ଆମ୍ଭେ କୁହୁଡ଼ି ପରି ହେବା।
ଇସ୍ରାଏଲ କଇଁଫୁଲ ପରି ଫୁଟିବ।
ସେ ଲିବାନୋନ୍ର ଦେବଦାରୁ ଗଛପରି ବଢ଼ିବ।
6 ଇସ୍ରାଏଲ ଶାଖାଗୁଡ଼ିକ ବଢ଼ିବେ
ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହେବ।
ଲିବାନୋନ୍ର ଦେବଦାରୁ ଗଛଗୁଡ଼ିକ
ସୁବାସ ବିତରଣ କଲାପରି ସେ ହେବ।
7 ଇସ୍ରାଏଲ ଲୋକମାନେ ପୁନର୍ବାର ମୋର ସୁରକ୍ଷାରେ ବଞ୍ଚିବେ।
ସେମାନେ ଶସ୍ୟ ସଦୃଶ ବଢ଼ିବେ,
ସେମାନେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ।
ସେମାନେ ଲିବାନୋନ୍ର ଦ୍ରାକ୍ଷାରସ ପରି ସମୃଦ୍ଧ ହେବେ।
ପ୍ରତିମା ବିଷୟରେ ଇସ୍ରାଏଲକୁ ସଦାପ୍ରଭୁଙ୍କର ସତର୍କବାଣୀ
8 “ଇଫ୍ରୟିମ କହିବ, ପ୍ରତିମାଗୁଡ଼ିକରେ ମୋର କିଛି କରିବାର ନାହିଁ।
ଆମ୍ଭେ ଉତ୍ତର ଦେବା, ଆମ୍ଭେ ସେହି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପରେ ଦୃଷ୍ଟି ରଖୁ।
ଆମ୍ଭେ ଗୋଟିଏ ଦେବଦାରୁ ଗଛପରି ଚିର ସବୁଜ।
ତୁମ୍ଭର ଫଳ ଆମ୍ଭଠାରୁ ଆସେ।”
ଶେଷ ଉପଦେଶ
9 ଜଣେ ଜ୍ଞାନୀ ବ୍ୟକ୍ତି ଏହି ଜିନିଷଗୁଡ଼ିକୁ ବୁଝେ।
ଜଣେ କର୍ମଠ ବ୍ୟକ୍ତି ଏହିସବୁ ଜିନିଷଗୁଡ଼ିକୁ ଶିକ୍ଷା କରିବା ଉଚିତ୍।
ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍।
ଉତ୍ତମଲୋକ ସେହି ମାର୍ଗ ଦ୍ୱାରା ବଞ୍ଚିବେ
ଓ ପାପୀମାନେ ତା’ ଦ୍ୱାରା ମୃତ୍ୟୁବରଣ କରିବେ।
ପାଉଲ ଓ ଭଣ୍ଡ ପ୍ରେରିତ
11 ତୁମ୍ଭେମାନେ ମୋହର ଟକିଏ ମୂର୍ଖତା ସହି ନେଇଥିଲେ ଭଲ ହୋଇଥା’ନ୍ତା। କିନ୍ତୁ ତୁମ୍ଭେ ସତରେ ମୋ’ ପ୍ରତି ସହିଷ୍ଣୁ ଅଛ। 2 ମୁଁ ତୁମ୍ଭ ପ୍ରତି ଈର୍ଷା କରିଲି, ଏହା ପରମେଶ୍ୱରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ୟା ହେବା ପାଇଁ ତାହାଙ୍କଠାରେ ସମର୍ପିତ କରିବି। 3 ସେ କେବଳ ତୁମ୍ଭମାନଙ୍କର ସ୍ୱାମୀ ହେବେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବା ସର୍ପର ପ୍ରବଞ୍ଚନା ଦ୍ୱାରା ପ୍ରଭାବିତ ହୋଇଥିଲା, ସେହିଭଳି ତୁମ୍ଭମାନଙ୍କ ମନ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରତି ସତ୍ୟ ଓ ପବିତ୍ର ସମର୍ପଣଠାରୁ ଦୂରକୁ ଗ୍ଭଲି ଯିବ। 4 କାରଣ ଆମ୍ଭେ ଯେଉଁ ଯୀଶୁଙ୍କ ପ୍ରଗ୍ଭର କରିଛୁ, ତାହାଠାରୁ ଭିନ୍ନ କଥା କେହି ଯୀଶୁଙ୍କର ବିଷୟରେ ପ୍ରଗ୍ଭର କଲେ, ଅଥବା ଆମ୍ଭଠାରୁ ଯେଉଁ ପବିତ୍ରଆତ୍ମା ବା ସୁସମାଗ୍ଭର ବିଷୟରେ ତୁମ୍ଭେମାନେ ଶୁଣିଛ, ତା’ଠାରୁ ଭିନ୍ନ ଅନ୍ୟ ଆତ୍ମା ବା ସୁସମାଗ୍ଭର ବିଷୟରେ ଯେତେବେଳେ ସେମାନେ କୁହନ୍ତି, ସେତେବେଳେ ତୁମ୍ଭେମାନେ ଧୈର୍ଯ୍ୟ ପୂର୍ବକ ସେମାନଙ୍କଠାରୁ ଶୁଣୁଛ।
5 ମୁଁ ଭାବୁ ନାହିଁ ଯେ, ସେହି “ମହାନ ପ୍ରେରିତମାନେ” ମୋ’ଠାରୁ କୌଣସି ଗୁଣରେ ଅଧିକ। 6 ଏହା ସତ୍ୟ ଯେ ମୁଁ ପ୍ରଶିକ୍ଷିତ ବକ୍ତା ନୁହେଁ, କିନ୍ତୁ ମୋର ଜ୍ଞାନ ଅଛି। ଆମ୍ଭେ ଏହି କଥାଟିକୁ ତୁମ୍ଭମାନଙ୍କୁ ସବୁ ପ୍ରକାରେ ସ୍ପଷ୍ଟ ଭାବରେ ଦେଖାଇ ଦେଇଛୁ।
7 ମୁଁ ତୁମ୍ଭମାନଙ୍କୁ ବିନା ମୂଲ୍ୟରେ ପରମେଶ୍ୱରଙ୍କ ସୁସମାଗ୍ଭର ଦେଇଛି। ତୁମ୍ଭମାନଙ୍କୁ ମହତପୂର୍ଣ୍ଣ କରିବା ପାଇଁ ମୁଁ ନମ୍ର ହୋଇ ଯାଇଥିଲି। ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଭୁଲ୍ କରିଥିଲି? 8 ମୁଁ ତୁମ୍ଭମାନଙ୍କ ସେବାକାର୍ଯ୍ୟ ପାଇଁ ଅନ୍ୟ ମଣ୍ଡଳୀମାନଙ୍କଠାରୁ ଅର୍ଥ (ବା ସେମାନେ ଦରିଦ୍ର ହେଲେ ମଧ୍ୟ ସେମାନଙ୍କଠାରୁ ଅର୍ଥ ଗ୍ରହଣ କରିବା) ଗ୍ରହଣ କରିଛି। 9 ତୁମ୍ଭମାନଙ୍କ ସହିତ ଥିବା ବେଳେ, ମୋର ଆବଶ୍ୟକତା ଗୁଡ଼ିକ ପାଇଁ ମୁଁ ତୁମ୍ଭମାନଙ୍କୁ ହଇରାଣ କରି ନାହିଁ। ଯେଉଁ ଭାଇମାନେ ମାକିଦନିଆରୁ ଆସିଥିଲେ ସେମାନେ ମୋର ସମସ୍ତ ଆବଶ୍ୟକତା ଗୁଡ଼ିକୁ ପୂରଣ କଲେ। ମୁଁ କୌଣସି ପ୍ରକାର ତୁମ୍ଭମାନଙ୍କ ଉପରେ ବୋଝ ହୋଇ ନାହିଁ ଓ ଭବିଷ୍ୟତରେ ମଧ୍ୟ କଦାପି ହେବି ନାହିଁ। 10 ମୁଁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଇ ସତ୍ୟକହୁଛି, ସେହି ବିଷୟରେ ଗର୍ବ ପୂର୍ବକ କହିବା ପାଇଁ ମୋତେ ସମଗ୍ର ଆଖାୟାରେ କେହି ଅଟକାଇ ପାରିବ ନାହିଁ। 11 ମୁଁ କାହିଁକି ତୁମ୍ଭମାନଙ୍କ ପାଇଁ ବୋଝ ହେଉ ନାହିଁ? ଏହା କ’ଣ ଏଥିପାଇଁ ଯେ ମୁଁ ତୁମ୍ଭମାନଙ୍କୁ ଭଲ ପାଏ ନାହିଁ? ନା, ପରମେଶ୍ୱର ଜାଣନ୍ତି ଯେ, ମୁଁ ତୁମ୍ଭମାନଙ୍କୁ ଭଲ ପାଏ।
12 ମୁଁ ଯାହା କରୁଛି, ତାହା କରି ଗ୍ଭଲି ଥିବି। ସେହି ଲୋକମାନଙ୍କର ଗର୍ବ କରିବା ପାଇଁ ଯେପରି କୌଣସି କାରଣ ରହିବ ନାହିଁ, ସେଥିପାଇଁ ମୁଁ ଏପରି କରିଗ୍ଭଲିଥିବି। 13 ସେମାନେ ସବୁବେଳେ ଦେଖାଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସେମାନେ ମଧ୍ୟ ସେଥିପାଇଁ ଗର୍ବ କରନ୍ତି। ସେମାନେ ଭଣ୍ଡ ପ୍ରେରିତ। ସେମାନେ ପ୍ରତାରକ। ଲୋକେ ଯେପରି ସେମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରେରିତ ବୋଲି ଭାବିବେ, ଏଥିପାଇଁ ସେମାନେ ନିଜର ବେଶ ବଦଳାଇଥା’ନ୍ତି। 14 ଏହା ଆମ୍ଭକୁ ଆଶ୍ଚର୍ଯ୍ୟ ଲାଗୁ ନାହିଁ। କାରଣ ଏପରି କି ଶୟତାନ ନିଜେ ମଧ୍ୟ ତେଜସ୍ୱୀ ସ୍ୱର୍ଗଦୂତର ରୂପ ଧାରଣ କରେ। 15 ଅତଏବ, ତା’ର ସେବକମାନେ ଯଦି ଧାର୍ମିକତାର ସେବକରୂପ ଧାରଣ କରନ୍ତି, ଏହା କ’ଣ ଆଶ୍ଚର୍ଯ୍ୟର କଥା? କିନ୍ତୁ ଶେଷରେ ସେମାନେ ତାଙ୍କ କର୍ମ ପାଇଁ ଅବଶ୍ୟ ଦଣ୍ଡ ପାଇବେ।
2010 by World Bible Translation Center