Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ।
103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
2 ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
3 ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
4 ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
5 ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
ଯୁବକ କରନ୍ତି।
6 ସଦାପ୍ରଭୁ ନ୍ୟାୟବାନ୍।
ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
7 ପରମେଶ୍ୱର ମୋଶାଙ୍କୁ ଆପଣା ପଥ
ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
8 ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।
9 ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ,
କିଅବା ସେ ଚିରଦିନ ପାଇଁ କ୍ରୋଧିତ ରହିବେ ନାହିଁ।
10 ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ।
କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦେଇ ନାହାନ୍ତି, ଯାହା ଆମ୍ଭେ ପାଇବା କଥା।
11 ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ
ସେହିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରେମ ମହାନ।
12 ପୂର୍ବରୁ ପଶ୍ଚିମ ଯେତେ ଦୂର, ପରମେଶ୍ୱର ଆମ୍ଭମାନଙ୍କଠାରୁ
ଆମ୍ଭମାନଙ୍କ ପାପ ସେତିକି ଦୂରେଇ ନେଇଛନ୍ତି।
13 ଯେପରି ଜଣେ ପିତା ତା’ର ସନ୍ତାନ ପ୍ରତି ପ୍ରେମ କରେ,
ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସେପରି ଦୟା କରନ୍ତି।
22 ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ୟର ସର୍ବତ୍ର,
ସମସ୍ତେ ତାଙ୍କର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।
44 “ଯେଉଁ ଲୋକମାନେ ପ୍ରବଚନ ବ୍ୟବହାର କରନ୍ତି, ତୁମ୍ଭ ଉପରେ ଏହା ପ୍ରୟୋଗ କରିବେ। ‘ମା ଗୁଣେ ଝିଅ।’ 45 ତୁମ୍ଭେ ପ୍ରକୃତରେ ତୁମ୍ଭ ମାତାର କନ୍ୟା। ସେ ଆପଣା ସ୍ୱାମୀକି ଓ ସନ୍ତାନକୁ ଘୃଣା କରେ। ତୁମ୍ଭେ ଠିକ୍ ତୁମ୍ଭ ଭଉଣୀମାନଙ୍କ ପରି। ସେମାନେ ସେମାନଙ୍କର ସ୍ୱାମୀକି ଓ ସନ୍ତାନକୁ ଘୃଣା କରନ୍ତି। ତୁମ୍ଭେ ବାସ୍ତବରେ ତୁମ୍ଭ ପିତାମାତାଙ୍କ ସଦୃଶ। ତୁମ୍ଭର ମାତା ଜଣେ ହିତ୍ତୀୟା ଓ ତୁମ୍ଭ ପିତା ଜଣେ ଇମୋରୀୟ ଥିଲେ। 46 ଏବଂ ତୁମ୍ଭର ବଡ଼ ଭଉଣୀ ଶମରିୟା, ସେ ଆପଣା କନ୍ୟାଗଣ ସହିତ ତୁମ୍ଭର ବାମ ଦିଗରେ ବାସ କରେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ୟାଗଣ ତୁମ୍ଭର ଦକ୍ଷିଣ ଦିଗରେ ବାସ କରନ୍ତି। 47 ତୁମ୍ଭେ କେବଳ ସେମାନଙ୍କର ଘୃଣ୍ୟ ପ୍ରଥାକୁ ଅନୁସରଣ କଲ ନାହିଁ। କିନ୍ତୁ ସତେ ଯେପରି ଏହା ମନ୍ଦ ନୁହେଁ। ତୁମ୍ଭେ ସେମାନଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟାଗ୍ଭର କରିଛ। 48 ମୋର ସଦାପ୍ରଭୁ କହନ୍ତି, ମୁଁ ଜୀବିତ ଅଛି ଏବଂ ମୋର ଜୀବନର ପ୍ରତିଜ୍ଞା କରି କହୁଅଛି, ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ୟାଗଣ ତୁମ୍ଭପରି ଓ ତୁମ୍ଭ କନ୍ୟାଗଣ ପରି କୁକର୍ମ କରି ନାହାନ୍ତି।”
49 ପରମେଶ୍ୱର କହନ୍ତି, “ତୁମ୍ଭର ଭଉଣୀ ସଦୋମ ଓ ତାହାର ଭଉଣୀମାନେ ସେମାନଙ୍କର ଅହଂକାର ପାଇଁ ଦୋଷୀ ହେଲେ। ଯଦିଓ ସେମାନଙ୍କର ଯଥେଷ୍ଟ ଖାଦ୍ୟ ଓ ସୌଭାଗ୍ୟ ଜନିତ ଶାନ୍ତି ଥିଲେ ମଧ୍ୟ ସେମାନେ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରୁ ନ ଥିଲେ। 50 ଏବଂ ସେମାନେ ଅହଙ୍କାରିଣୀ ଥିଲେ ଓ ମୁଁ ଯାହା ତୀବ୍ର ଭାବରେ ଘୃଣା କରେ, ସେମାନେ ତାହା କଲେ। ତେଣୁ ମୋ’ ଦୃଷ୍ଟିରେ ମୁଁ ସେମାନଙ୍କୁ ଉଚିତ୍ ଦଣ୍ଡ ଦେଲି।”
51 ପରମେଶ୍ୱର କହିଲେ, “ଶମରିୟା ତୁମ୍ଭ ପାପସବୁର ଅର୍ଦ୍ଧେକ ପାପ କରି ନାହିଁ। ତୁମ୍ଭର ବ୍ୟବହାର ତା’ (ସ୍ତ୍ରୀ) ଅପେକ୍ଷା ଅଧିକ ଖରାପ, ଯେଉଁସବୁ ଘୃଣ୍ୟ କର୍ମ ତୁମ୍ଭର ଭଉଣୀକୁ ଧାର୍ମିକ ଆବିର୍ଭାବ କରିବା ପାଇଁ କଲ। 52 ତେଣୁ ବର୍ତ୍ତମାନ ତୁମ୍ଭର ପାପ ସହିତ ଅପମାନକୁ ମଧ୍ୟ ବହନ କର। ଯେଉଁଗୁଡ଼ାକ ସେମାନଙ୍କର ଅପେକ୍ଷା ଅଧିକ। ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କିଛି କ୍ଷମା କଲ ଯେଉଁମାନେ କି ତୁମ୍ଭ ଅପେକ୍ଷା ବେଶୀ ଧାର୍ମିକ ଥିଲେ। ତେଣୁ ବର୍ତ୍ତମାନ ତୁମ୍ଭକୁ ଧିକ୍। ତୁମ୍ଭର ଭଉଣୀମାନଙ୍କୁ ନ୍ୟାୟ ଦେବା ସକାଶେ ଅପମାନ ବହନ କର।”
1 ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ, ଶିମିୟୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ୱାସ ଅତି ବହୁମୂଲ୍ୟ, ଏହି ପତ୍ରଟି ଲେଖୁଅଛି।
ଆମ୍ଭର ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ତୁମ୍ଭେମାନେ ଏହି ବିଶ୍ୱାସ ପାଇଅଛ। ପରମେଶ୍ୱର ଯାହା ଉତ୍ତମ, ତାହା କରନ୍ତି।
2 ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ।
ପରମେଶ୍ୱର ସବୁ ଆବଶ୍ୟକୀୟ ବିଷୟ ଦେଇଛନ୍ତି
3 ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଆମ୍ଭର ଜୀବନଯାପନ ପାଇଁ ଓ ପରମେଶ୍ୱରଙ୍କୁ ସେବା କରିବା ପାଇଁ ଯାହାକିଛି ଦରକାର ସେ ସବୁ ଆପଣା ଶକ୍ତିରେ ଆମ୍ଭକୁ ଦେଇଛନ୍ତି। ଆମ୍ଭେ ତାହାଙ୍କୁ ଜାଣିଛୁ ବୋଲି ଏହାସବୁ ପାଇଛୁ। ଯୀଶୁ ଆପଣା ମହିମା ଓ ଉତ୍ତମତାରେ ଆମ୍ଭମାନଙ୍କୁ ଡାକିଛନ୍ତି। 4 ଯୀଶୁ ନିଜ ମହିମା ଓ ଉତ୍ତମତା ହେତୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ୟବାନ୍ ଓ ମହତ ବିଷୟ ଗୁଡ଼ିକ ଆମ୍ଭକୁ ଦେଇଛନ୍ତି। ସେହି ଦାନଗୁଡ଼ିକ ସାହାଯ୍ୟରେ ତୁମ୍ଭେ ପରମେଶ୍ୱରଙ୍କ ଆଚରଣର ଅଂଶ ହୋଇପାରିବ। ଏହା ଦ୍ୱାରା ଜଗତରେ ଥିବା ମନ୍ଦ ବିଷୟ ଗୁଡ଼ିକ ତୁମ୍ଭକୁ ନଷ୍ଟ କରି ପାରିବ ନାହିଁ।
5 ଯେହେତୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠାରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ଯ୍ୟନ୍ତ ପରିଶ୍ରମ କରିବା ଉଚିତ୍। ନିଜ ବିଶ୍ୱାସରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣରେ ଜ୍ଞାନ, 6 ଜ୍ଞାନରେ ଆତ୍ମସଂଯମତା, ଆତ୍ମସଂଯମତାରେ ଧୈର୍ଯ୍ୟ ଓ ଧୈର୍ଯ୍ୟରେ ପରମେଶ୍ୱରଙ୍କ ସେବା, 7 ପରମେଶ୍ୱରଙ୍କ ସେବାରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟାରେ ପ୍ରେମକୁ ଯୋଗ କର। 8 ଯଦି ଏସମସ୍ତ ବିଷୟ ତୁମ୍ଭ ଭିତରେ ଅଛି ଓ ବୃଦ୍ଧି ପାଇ ଗ୍ଭଲିଛି, ତା’ହେଲେ ତୁମ୍ଭେ କେବେ ହେଲେ ଶିଥିଳ ହେବ ନାହିଁ। ସେଗୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ପାଇବା ପାଇଁ କେବେ ହେଲେ ତୁମ୍ଭକୁ ମୂଲ୍ୟହୀନ ହେବାକୁ ଦେବ ନାହିଁ। 9 ଯଦି କୌଣସି ଲୋକଠାରେ ଏଗୁଡ଼ିକ ନାହିଁ, ତା’ହେଲେ ସେ ସ୍ପଷ୍ଟ ଭାବେ ଦେଖି ପାରିବ ନାହିଁ। ସେ ଲୋକ ଅନ୍ଧ। ସେ ପୂର୍ବକୃତ ପାପରୁ କ୍ଷମା ପାଇଅଛି ବୋଲି ଭୁଲିଯାଇଛି।
10 ମୋ’ ଭାଇ ଭଉଣୀମାନେ, ପରମେଶ୍ୱର ତୁମ୍ଭକୁ ଡାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଡକା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ଯ୍ୟ କଲେ ତୁମ୍ଭେ କେବେ ହେଲେ ଝୁଣ୍ଟିବ ନାହିଁ। 11 ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ରାଜ୍ୟରେ ତୁମ୍ଭକୁ ସ୍ୱାଗତ କରାଯିବ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ଅଟେ।
2010 by World Bible Translation Center