Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 38

ଦାଉଦଙ୍କ ସ୍ମରଣୀୟ ଗୀତ।

38 ହେ ସଦାପ୍ରଭୁ, ମୋତେ ଆପଣା କୋପରେ ଅନୁଯୋଗ କର ନାହିଁ।
    କିଅବା ମୋତେ ତୁମ୍ଭେ କ୍ରୋଧାନ୍ୱିତ ହୋଇ ଦଣ୍ଡ ଦିଅ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଘାତ କରିଛ।
    ତୁମ୍ଭର ତୀର ମୋର ଅନ୍ତଃସ୍ଥଳକୁ ବିଦ୍ଧ କରିଛି।
ତୁମ୍ଭେ ମୋତେ ଦଣ୍ଡ ଦେଲ।
ବର୍ତ୍ତମାନ ମୋର ସମସ୍ତ ଶରୀର କମ୍ପୁଅଛି।
    ମୋର ପାପ ଲାଗି ତୁମ୍ଭେ ମୋତେ ଦଣ୍ଡ ଦେଲ, ତେଣୁ ମୋର ଅସ୍ଥିରେ କିଛି ଆରାମ ନାହିଁ।
ମୁଁ ପାପ କରିଛି, ମନ୍ଦକାର୍ଯ୍ୟ କରି ସେହି ପାପ ମୋତେ ଓଜନ ଲାଗୁଛି।
    ମୁଁ ଅତ୍ୟନ୍ତ ଲଜ୍ଜିତ।
    ମୁଁ ମୁଣ୍ଡ ଉପରକୁ ଟେକିପାରୁ ନାହିଁ।
ମୁଁ ଏକ ମୂର୍ଖାମୀ କାର୍ଯ୍ୟ କରିଛି।
    ମୋର ଅଜ୍ଞାନତା ଯୋଗୁଁ ମୋର କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହୋଇଛି।
ମୁଁ ଆଜି ନଇଁ ଯାଇଛି।
    ଭାଙ୍ଗି ପଡ଼ିଛି, ସାରାଦିନ ମୁଁ ବ୍ୟଥିତ ହୋଇଛି।
ମୋର ଶରୀର ଜ୍ୱାଳାରେ ପରିପୂର୍ଣ୍ଣ ଥିଲା।
    ମୋର ସମସ୍ତ ଶରୀର ଯନ୍ତ୍ରଣାରେ ଛଟପଟ ହେଉଥିଲା।
ମୋତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି।
    ମୁଁ ହୃଦୟର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରୁଥିଲି।
ହେ ମୋର ପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ।
    ତୁମ୍ଭେ ମୋର ଆର୍ତ୍ତନାଦ ଶୁଣିଲ।
10 ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି।
    ମୋର ବଳସବୁ କ୍ଷୀଣ ହୋଇଗଲାଣି ଓ ମୁଁ ଅନ୍ଧ ହୋଇଯାଉଛି।
11 ମୋର ରୋଗ ଯୋଗୁଁ ମୋର ବନ୍ଧୁ ଓ ପଡ଼ୋଶୀମାନେ ମୋତେ ଦେଖା କରିବାକୁ ଆସନ୍ତି ନାହିଁ।
    ମୋର ପରିବାରବର୍ଗ ମୋ’ଠାରୁ ଦୂରେଇ ରହନ୍ତି।
12 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
    ସେମାନେ ମିଛ ଓ ଗୁଜବ ସୃଷ୍ଟି କରନ୍ତି।
    ସେମାନେ ସବୁବେଳେ ମୋ’ ବିଷୟରେ ଆଲୋଚନା କରନ୍ତି।
13 ମୁଁ ଏକ ବଧିର ବ୍ୟକ୍ତି ତୁଲ୍ୟ, ଯିଏ ଶୁଣିପାରେ ନାହିଁ।
    ମୁଁ ଏକ ମୂକ ବ୍ୟକ୍ତି ତୁଲ୍ୟ, ଯିଏ କଥା କହିପାରେ ନାହିଁ।
14 ମୁଁ ଜଣେ ବଧିର ବ୍ୟକ୍ତି ପରି ଯିଏ, ପ୍ରତ୍ୟେକ ଲୋକମାନେ ଯାହା କରନ୍ତି ସର୍ବଦା ଶୁଣିପାରେ ନାହିଁ।
    ମୁଁ ସେମାନଙ୍କ ସହିତ ଯୁକ୍ତି ଏବଂ ପ୍ରମାଣ କରି ପାରିବି ନାହିଁ, କାରଣ ମୋର ଶତ୍ରୁମାନେ ଭୁଲ୍ କରୁଛନ୍ତି।
15 ତେଣୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ନିଶ୍ଚୟ ସହାୟ ହେବ।
    ହେ ପରମେଶ୍ୱର ମୋର ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଶ୍ଚୟ କହିବ।
16 “ଯଦି ମୁଁ କିଛି କହେ, ମୋର ଶତ୍ରୁମାନେ ମୋତେ ପରିହାସ କରିବେ।
    ସେମାନେ ଦେଖିବେ ଯେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି।
    ସେମାନେ କହିବେ, ପରମେଶ୍ୱର ମୋତେ ଦଣ୍ଡ ଦେଉଛନ୍ତି।”
17 ମୁଁ ଜାଣେ ମୁଁ ପାପର ଶାସ୍ତି ଭୋଗୁଛି,
    ମୁଁ ମୋର ଯନ୍ତ୍ରଣାକୁ ଭୁଲିପାରିବି ନାହିଁ।
18 ହେ ସଦାପ୍ରଭୁ, ମୁଁ କହେ, ମୁଁ ଯେଉଁ ମନ୍ଦକାର୍ଯ୍ୟ କରିଛି, ମୁଁ ସ୍ୱୀକାର କରେ ଯାହା ପାପ ମୁଁ କରିଛି।
    ମୁଁ ମୋର ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।
19 ମୋର ଶତ୍ରୁମାନେ ସତେଜ ଓ ବଳବାନ ଅଟନ୍ତି।
    ସେମାନେ ଅନେକ ଥର ମିଥ୍ୟା କହିଛନ୍ତି।
20 ମୋର ଶତ୍ରୁମାନେ ମୋ’ ପ୍ରତି ମନ୍ଦ ଆଚରଣ କରନ୍ତି।
    କିନ୍ତୁ ମୁଁ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରେ।
ମୁଁ ସବୁବେଳେ ଉତ୍ତମ କାର୍ଯ୍ୟ କରିବାକୁ ଚେଷ୍ଟା କରେ।
    ତଥାପି ସେହି ଲୋକମାନେ ମୋ’ ବିରୁଦ୍ଧରେ ଯାଆନ୍ତି।
21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ।
    ହେ ମୋର ପରମେଶ୍ୱର ମୋର ନିକଟରେ ରୁହ।
22 ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
    ହେ ମୋର ପରମେଶ୍ୱର ମୋତେ ଉଦ୍ଧାର କର।

ଯିରିମିୟଙ୍କ ବିଳାପ 5

ସଦାପ୍ରଭୁଙ୍କୁ ଏକ ବିନତି

ହେ ସଦାପ୍ରଭୁ! ଆମ୍ଭମାନଙ୍କ ପ୍ରତି ଯାହା ଘଟିଗଲା, ତାହା ସ୍ମରଣ କର।
    ଆମ୍ଭମାନଙ୍କ ପ୍ରତି ହୋଇଥିବା ଅପମାନକୁ ଅବଲୋକନ କର।
ଆମ୍ଭମାନଙ୍କର ଦେଶ ବିଦେଶୀୟମାନଙ୍କର ହସ୍ତଗତ ହୋଇଅଛି।
    ଆମ୍ଭମାନଙ୍କର ଗୃହସବୁ ପରଦେଶୀୟମାନେ ଅଧିକାର କରିଛନ୍ତି।
ଆମ୍ଭେମାନେ ଅନାଥ
    ଓ ପିତୃହୀନ ହୋଇଅଛୁ।
    ଆମ୍ଭମାନଙ୍କ ମାମାନେ ବିଧବା ତୁଲ୍ୟ ହୋଇଛନ୍ତି।
ଆମ୍ଭେମାନେ ଆମ୍ଭମାନଙ୍କର ନିଜ ଜଳକୁ ରୂପା ଦେଇ ପାନ କରିଅଛୁ
    ଓ ଆମ୍ଭେମାନେ କାଠ କିଣି ବ୍ୟବହାର କରିଅଛୁ।
ଆମ୍ଭମାନଙ୍କ ସ୍କନ୍ଧରେ ବଳପୂର୍ବକ ଯୁଆଳି ରଖା ଯାଇଛି।
    ଆମ୍ଭେମାନେ କ୍ଳାନ୍ତ ହୋଇଅଛୁ ଓ ଆମ୍ଭମାନଙ୍କର ବିଶ୍ରାମ ନାହିଁ।
ଆମ୍ଭେମାନେ ଖାଦ୍ୟରେ ତୃପ୍ତ ହେବା ନିମନ୍ତେ, ମିଶରୀୟ
    ଓ ଅଶୂରୀୟମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇଅଛୁ।
ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସେମାନେ ନାହାନ୍ତି।
    ମାତ୍ର ସେମାନଙ୍କର ପାପର ଭାର ଆମ୍ଭେମାନେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।
ଦାସମାନେ ଆମ୍ଭମାନଙ୍କର ଶାସକ ହୋଇଛନ୍ତି।
    ସେମାନଙ୍କ ହସ୍ତରୁ ଉଦ୍ଧାର କରିବାକୁ କେହି ନାହିଁ।
ପ୍ରାନ୍ତରରେ ‌‌ଖ‌ଡ଼୍‌ଗ ଥିବାରୁ
    ଆମ୍ଭେମାନେ ଆମ୍ଭମାନଙ୍କର ଜୀବନକୁ ସଙ୍କଟାପନ୍ନ କରି ଖାଦ୍ୟ ପାଇଅଛୁ।
10 କ୍ଷୁଧାର ତାଡ଼ନାରେ ଆମ୍ଭେମାନେ ଭୟଙ୍କର ଜ୍ୱରରେ ଆକ୍ରାନ୍ତ।
    ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି କଳା ହୋଇଅଛି।
11 ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର
    ସ୍ତ୍ରୀଲୋକମାନଙ୍କୁ ଧର୍ଷଣ କଲେ।
12 ସେମାନେ ଆମ୍ଭମାନଙ୍କ ଅଧିପତିମାନଙ୍କୁ ଫାଶି ଦେଲେ।
    ଆମ୍ଭମାନଙ୍କ ପ୍ରାଚୀନବର୍ଗଙ୍କୁ ସମ୍ମାନ ଦେଲେ ନାହିଁ।
13 ଯିହୁଦାର ଯୁବକଗଣ ଚକି ବହନ କଲେ।
    ଆଉ ପିଲାମାନେ କାଠ ଭାରରେ ଝୁଣ୍ଟି ପଡ଼ିଲେ।
14 ପ୍ରାଚୀନବର୍ଗ ନଗରଦ୍ୱାରରେ ଆଉ ବସୁ ନାହାନ୍ତି
    ଓ ଯୁବକମାନେ ଆପଣା ସଂଗୀତରୁ ନିବୃତ୍ତ ହୋଇଅଛନ୍ତି।
15 ଆମ୍ଭମାନଙ୍କ ହୃଦୟରୁ ଆନନ୍ଦ ଗ୍ଭଲି ଯାଇଛି।
    ଆମ୍ଭମାନଙ୍କ ନୃତ୍ୟ ଶୋକରେ ପରିଣତ ହୋଇଅଛି।
16 ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି।
    ଆମ୍ଭମାନଙ୍କ ଅବସ୍ଥା ଶୋଚନୀୟ ହୋଇଅଛି, କାରଣ ଆମ୍ଭେମାନେ ପାପ କରିଅଛୁ।
17 ଏହିସବୁ କାରଣରୁ ଆମ୍ଭମାନଙ୍କ ଅନ୍ତର କ୍ଷୀଣ ହୋଇଅଛି
    ଓ ଆମ୍ଭମାନଙ୍କ ଚକ୍ଷୁ ଜଳକା ହୋଇଅଛି।
18 ସିୟୋନ ପର୍ବତ ଅନାଥା ସ୍ଥାନ ହୋଇଅଛି।
    କୋକିଶିଆଳିମାନେ ତା’ ଉପରେ ଭ୍ରମଣ କରନ୍ତି।
19 ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ନିତ୍ୟସ୍ଥାୟୀ।
    ତୁମ୍ଭ ରାଜ ସିଂହାସନ ପୁରୁଷାନୁକ୍ରମେ ଚିରକାଳ ଥାଏ।
20 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ?
    ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ୟାଗ କରିଅଛ?
21 ହେ ସଦାପ୍ରଭୁ! ଆମ୍ଭମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ନିଅ।
    ତହିଁରେ ଆମ୍ଭେମାନେ ଆନନ୍ଦର ସହିତ ତୁମ୍ଭ ନିକଟକୁ ଫେରି ଆସିବୁ।
    ପୂର୍ବକାଳ ପରି ଆମ୍ଭର ଜୀବନକୁ ନୂତନ କର।
22 ମାତ୍ର ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇଅଛ।
    ଆଉ ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ?

ଯୋହନ ଲିଖିତ ସୁସମାଗ୍ଭର 5:19-29

ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି

19 କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ପୁତ୍ର ଏକାକୀ କିଛି କରି ପାରନ୍ତି ନାହିଁ। ଯାହା ତାହାଙ୍କ ପିତା କରୁଥିବା ପୁତ୍ର ଦେଖନ୍ତି, ସେ ତାହା ହିଁ କରନ୍ତି କାରଣ ପିତା ଯାହା କରନ୍ତି ପୁତ୍ର ମଧ୍ୟ ସେହିସବୁ କରନ୍ତି। 20 ପିତା ପୁତ୍ରକୁ ପ୍ରେମ କରନ୍ତି। ପିତା ନିଜେ କରିଥିବା ପ୍ରତ୍ୟେକ କାର୍ଯ୍ୟ ପୁତ୍ରକୁ ଦେଖାନ୍ତି। ଏହି ରୋଗୀଟି ସୁସ୍ଥ ହୋଇଗଲା। ଆଉ ତୁମ୍ଭେମାନେ ଯେପରି ଆଶ୍ଚର୍ଯ୍ୟାନ୍ୱିତ ହୁଅ, ଏ ନିମନ୍ତେ ପିତା ପୁତ୍ରଙ୍କୁ ଏହାଠାରୁ ଆହୁରି ମହତ୍ କର୍ମ ଦେଖାଇବେ। 21 ପରମପିତା ମୃତ ଲୋକଙ୍କୁ ଉଠାନ୍ତି ଓ ସେମାନଙ୍କୁ ଜୀବନ ଦାନ କରନ୍ତି। ଠିକ୍ ସେହିପରି ପୁତ୍ର ମଧ୍ୟ ନିଜ ଇଚ୍ଛାନୁସାରେ ଲୋକଙ୍କୁ ଜୀବନ ଦାନ କରନ୍ତି।

22 “ପିତା କାହାର ବିଗ୍ଭର କରନ୍ତି ନାହିଁ। କିନ୍ତୁ ସେ ପୁତ୍ରଙ୍କୁ ବିଗ୍ଭର କରିବାର ସମସ୍ତ କ୍ଷମତା ଅର୍ପଣ କରିଛନ୍ତି। 23 ଈଶ୍ୱର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସେହିପରି ପୁତ୍ରଙ୍କୁ ମଧ୍ୟ ସମ୍ମାନ ଦେବେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତେବେ ସେ ପିତାଙ୍କୁ ମଧ୍ୟ ସମ୍ମାନ ଦିଏ ନାହିଁ। ପିତା ପୁତ୍ରକୁ ପଠାଇଛନ୍ତି।

24 “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ଯଦି କୌଣସି ବ୍ୟକ୍ତି ମୋର କହିବା କଥା ଶୁଣେ ଓ ମୋତେ ଯିଏ ପଠାଇଛନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତେବେ ସେ ବ୍ୟକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ ନାହିଁ। ସେ ମୃତ୍ୟୁକୁ ପାର ହୋଇ ଜୀବନ ଭିତରେ ପ୍ରବେଶ କରି ସାରିଛି। 25 ମୁଁ ତୁମ୍ଭକୁ ସତ୍ୟ କହୁଛି, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୟ ଆସୁଛି। ସେ ସମୟ ଆସି ଗଲାଣି । ପାପ ଦ୍ୱାରା ମୃତ ଲୋକମାନେ ଈଶ୍ୱରଙ୍କ ପୁତ୍ରଙ୍କର ସ୍ୱର ଶୁଣିବେ। ପୁତ୍ରଙ୍କର ସ୍ୱର ଶୁଣି ଗ୍ରହଣ କରିଥିବା ଲୋକମାନେ ଅନନ୍ତ ଜୀବନ ଲାଭ କରିବେ। 26 ସ୍ୱୟଂ ପରମପିତା ହେଉଛନ୍ତି ଜୀବନର ଉତ୍ସ। ଅତଏବ ସେ ପୁତ୍ରଙ୍କୁ ଜୀବନ ଦାନ କରିବା ପାଇଁ ଅନୁମତି ଦେଇଛନ୍ତି। 27 ଲୋକଙ୍କର ବିଗ୍ଭର କରିବା ପାଇଁ ସେ ପୁତ୍ରଙ୍କୁ କ୍ଷମତା ଦେଇଛନ୍ତି। କାରଣ ସେ ମନୁଷ୍ୟପୁତ୍ର [a] ଅଟନ୍ତି।

28 “ତୁମ୍ଭେ ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ। ଏପରି ସମୟ ଆସୁଛି, ଯେତେବେଳେ ସମାଧିସ୍ଥ ସମସ୍ତ ମୃତ ଲୋକମାନେ ତାହାଙ୍କର ସ୍ୱର ଶୁଣିବେ। 29 ସେମାନେ ସେମାନଙ୍କର ସମାଧିରୁ ବାହାରିବେ। ଜୀବନରେ ସତ୍ କାର୍ଯ୍ୟ କରିଥିବା ଲୋକମାନେ ଉଠିବେ ଓ ଅନନ୍ତ ଜୀବନ ପାଇବେ। କିନ୍ତୁ କୁକାର୍ଯ୍ୟ କରିଥିବା ଲୋକମାନେ ଦୋଷୀ ଭାବରେ ବିଗ୍ଭରିତ ହେବା ପାଇଁ ଉଠିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center