Revised Common Lectionary (Semicontinuous)
ଦାଉଦଙ୍କ ସ୍ମରଣୀୟ ଗୀତ।
38 ହେ ସଦାପ୍ରଭୁ, ମୋତେ ଆପଣା କୋପରେ ଅନୁଯୋଗ କର ନାହିଁ।
କିଅବା ମୋତେ ତୁମ୍ଭେ କ୍ରୋଧାନ୍ୱିତ ହୋଇ ଦଣ୍ଡ ଦିଅ ନାହିଁ।
2 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଘାତ କରିଛ।
ତୁମ୍ଭର ତୀର ମୋର ଅନ୍ତଃସ୍ଥଳକୁ ବିଦ୍ଧ କରିଛି।
3 ତୁମ୍ଭେ ମୋତେ ଦଣ୍ଡ ଦେଲ।
ବର୍ତ୍ତମାନ ମୋର ସମସ୍ତ ଶରୀର କମ୍ପୁଅଛି।
ମୋର ପାପ ଲାଗି ତୁମ୍ଭେ ମୋତେ ଦଣ୍ଡ ଦେଲ, ତେଣୁ ମୋର ଅସ୍ଥିରେ କିଛି ଆରାମ ନାହିଁ।
4 ମୁଁ ପାପ କରିଛି, ମନ୍ଦକାର୍ଯ୍ୟ କରି ସେହି ପାପ ମୋତେ ଓଜନ ଲାଗୁଛି।
ମୁଁ ଅତ୍ୟନ୍ତ ଲଜ୍ଜିତ।
ମୁଁ ମୁଣ୍ଡ ଉପରକୁ ଟେକିପାରୁ ନାହିଁ।
5 ମୁଁ ଏକ ମୂର୍ଖାମୀ କାର୍ଯ୍ୟ କରିଛି।
ମୋର ଅଜ୍ଞାନତା ଯୋଗୁଁ ମୋର କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହୋଇଛି।
6 ମୁଁ ଆଜି ନଇଁ ଯାଇଛି।
ଭାଙ୍ଗି ପଡ଼ିଛି, ସାରାଦିନ ମୁଁ ବ୍ୟଥିତ ହୋଇଛି।
7 ମୋର ଶରୀର ଜ୍ୱାଳାରେ ପରିପୂର୍ଣ୍ଣ ଥିଲା।
ମୋର ସମସ୍ତ ଶରୀର ଯନ୍ତ୍ରଣାରେ ଛଟପଟ ହେଉଥିଲା।
8 ମୋତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି।
ମୁଁ ହୃଦୟର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରୁଥିଲି।
9 ହେ ମୋର ପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ।
ତୁମ୍ଭେ ମୋର ଆର୍ତ୍ତନାଦ ଶୁଣିଲ।
10 ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି।
ମୋର ବଳସବୁ କ୍ଷୀଣ ହୋଇଗଲାଣି ଓ ମୁଁ ଅନ୍ଧ ହୋଇଯାଉଛି।
11 ମୋର ରୋଗ ଯୋଗୁଁ ମୋର ବନ୍ଧୁ ଓ ପଡ଼ୋଶୀମାନେ ମୋତେ ଦେଖା କରିବାକୁ ଆସନ୍ତି ନାହିଁ।
ମୋର ପରିବାରବର୍ଗ ମୋ’ଠାରୁ ଦୂରେଇ ରହନ୍ତି।
12 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
ସେମାନେ ମିଛ ଓ ଗୁଜବ ସୃଷ୍ଟି କରନ୍ତି।
ସେମାନେ ସବୁବେଳେ ମୋ’ ବିଷୟରେ ଆଲୋଚନା କରନ୍ତି।
13 ମୁଁ ଏକ ବଧିର ବ୍ୟକ୍ତି ତୁଲ୍ୟ, ଯିଏ ଶୁଣିପାରେ ନାହିଁ।
ମୁଁ ଏକ ମୂକ ବ୍ୟକ୍ତି ତୁଲ୍ୟ, ଯିଏ କଥା କହିପାରେ ନାହିଁ।
14 ମୁଁ ଜଣେ ବଧିର ବ୍ୟକ୍ତି ପରି ଯିଏ, ପ୍ରତ୍ୟେକ ଲୋକମାନେ ଯାହା କରନ୍ତି ସର୍ବଦା ଶୁଣିପାରେ ନାହିଁ।
ମୁଁ ସେମାନଙ୍କ ସହିତ ଯୁକ୍ତି ଏବଂ ପ୍ରମାଣ କରି ପାରିବି ନାହିଁ, କାରଣ ମୋର ଶତ୍ରୁମାନେ ଭୁଲ୍ କରୁଛନ୍ତି।
15 ତେଣୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ନିଶ୍ଚୟ ସହାୟ ହେବ।
ହେ ପରମେଶ୍ୱର ମୋର ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଶ୍ଚୟ କହିବ।
16 “ଯଦି ମୁଁ କିଛି କହେ, ମୋର ଶତ୍ରୁମାନେ ମୋତେ ପରିହାସ କରିବେ।
ସେମାନେ ଦେଖିବେ ଯେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି।
ସେମାନେ କହିବେ, ପରମେଶ୍ୱର ମୋତେ ଦଣ୍ଡ ଦେଉଛନ୍ତି।”
17 ମୁଁ ଜାଣେ ମୁଁ ପାପର ଶାସ୍ତି ଭୋଗୁଛି,
ମୁଁ ମୋର ଯନ୍ତ୍ରଣାକୁ ଭୁଲିପାରିବି ନାହିଁ।
18 ହେ ସଦାପ୍ରଭୁ, ମୁଁ କହେ, ମୁଁ ଯେଉଁ ମନ୍ଦକାର୍ଯ୍ୟ କରିଛି, ମୁଁ ସ୍ୱୀକାର କରେ ଯାହା ପାପ ମୁଁ କରିଛି।
ମୁଁ ମୋର ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।
19 ମୋର ଶତ୍ରୁମାନେ ସତେଜ ଓ ବଳବାନ ଅଟନ୍ତି।
ସେମାନେ ଅନେକ ଥର ମିଥ୍ୟା କହିଛନ୍ତି।
20 ମୋର ଶତ୍ରୁମାନେ ମୋ’ ପ୍ରତି ମନ୍ଦ ଆଚରଣ କରନ୍ତି।
କିନ୍ତୁ ମୁଁ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରେ।
ମୁଁ ସବୁବେଳେ ଉତ୍ତମ କାର୍ଯ୍ୟ କରିବାକୁ ଚେଷ୍ଟା କରେ।
ତଥାପି ସେହି ଲୋକମାନେ ମୋ’ ବିରୁଦ୍ଧରେ ଯାଆନ୍ତି।
21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ।
ହେ ମୋର ପରମେଶ୍ୱର ମୋର ନିକଟରେ ରୁହ।
22 ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
ହେ ମୋର ପରମେଶ୍ୱର ମୋତେ ଉଦ୍ଧାର କର।
ପରମେଶ୍ୱର ତାଙ୍କର ସନ୍ତାନଙ୍କୁ ସାହାଯ୍ୟ କରିବେ
18 ସେଥି ସକାଶେ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ୟ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହେବେ। କାରଣ ସଦାପ୍ରଭୁ ନ୍ୟାୟ ବିଗ୍ଭରକାରୀ ପରମେଶ୍ୱର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ୟ।
19 ସଦାପ୍ରଭୁଙ୍କର ସନ୍ତାନଗଣ ଯିରୁଶାଲମର ସିୟୋନ ପର୍ବତରେ ବାସ କରିବେ। ତୁମ୍ଭେମାନେ ଆଉ କ୍ରନ୍ଦନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ରୋଦନ ଶୁଣିବେ ଓ ତୁମ୍ଭମାନଙ୍କୁ ଅନୁଗ୍ରହ କରିବେ। ସେ ଶୁଣିବା ମାତ୍ରେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ।
ପରମେଶ୍ୱର ତାଙ୍କର ସନ୍ତାନଙ୍କୁ ସାହାଯ୍ୟ କରିବେ
20 ମୋର ପ୍ରଭୁ ପରମେଶ୍ୱର ଯଦିଓ ତୁମ୍ଭମାନଙ୍କୁ ଦୁଃଖରୂପକ ଖାଦ୍ୟ ଓ କ୍ଳେଶରୂପକ ଜଳ ଦେଇଥିଲେ ତଥାପି ସେ ତୁମ୍ଭମାନଙ୍କର ଶିକ୍ଷକ। ସେ ଆଉ ତୁମ୍ଭମାନଙ୍କ ନିକଟରେ ଲୁଚି ରହିବେ ନାହିଁ। ତୁମ୍ଭେମାନେ ତୁମ୍ଭର ଖାଲି ଚକ୍ଷୁରେ ତାଙ୍କର ଦର୍ଶନ ପାଇବ। 21 ପୁଣି ତୁମ୍ଭେମାନେ ଯଦି ଭୁଲ୍ କର କିମ୍ବା ଭୁଲ୍ ବାଟରେ ଯାଅ, ଦକ୍ଷିଣକୁ କିମ୍ବା ବାମରେ ଗଲାବେଳେ ପଛରୁ ଏକ ସ୍ୱର ଶୁଣିବ, “ଏ ହେଉଛି ପଥ, ଏହି ପଥରେ ଗମନ କର।”
22 ତୁମ୍ଭମାନଙ୍କର ରୌପ୍ୟ ଓ ସୁବର୍ଣ୍ଣ ଆଚ୍ଛାଦିତ ପ୍ରତିମାଗୁଡ଼ିକ ତୁମ୍ଭମାନଙ୍କୁ ପାପାଶକ୍ତି ବା ଅଶୁଚି କରିଦେଇଛନ୍ତି। ମାତ୍ର ତୁମ୍ଭେମାନେ ସେହି ମିଥ୍ୟା ପ୍ରଭୁଙ୍କୁ ଆଉ ସେବା କରିବ ନାହିଁ। ଆଉ ତୁମ୍ଭେମାନେ ସେଗୁଡ଼ିକୁ ଅଶୁଚି ବସ୍ତୁ ତୁଲ୍ୟ ଫିଙ୍ଗି ଦେବ ଏବଂ କହିବ “ଏଠାରୁ ବାହାରି ଯାଅ।”
23 ସେହି ସମୟରେ ସଦାପ୍ରଭୁ ତୁମ୍ଭ ଭୂମିରେ ବୀଜ ବୁଣିବା ପାଇଁ ବୃଷ୍ଟି ଦେବେ। ତୁମ୍ଭେମାନେ ଶସ୍ୟ ବୁଣିବ ଓ ଭୂମିରେ ପ୍ରଚୁର ଖାଦ୍ୟ ଉତ୍ପନ୍ନ ହେବ। ତୁମ୍ଭମାନଙ୍କର ପଶୁପଲ ପାଇଁ ବିସ୍ତୃତ ଗ୍ଭରଣଭୂମି ହେବ। 24 ତୁମ୍ଭମାନଙ୍କର ଗ୍ଭଷ କରୁଥିବା ବଳଦ ଓ ଗର୍ଦ୍ଦଭମାନେ ଗ୍ଭଲୁଣି ଓ କୁଲାରେ ପରିଷ୍କୃତ ସୁମିଶ୍ରିତ ଖାଦ୍ୟ ଖାଇବେ। 25 ଯେଉଁଦିନ ଗଣହତ୍ୟା ହେବ ଓ ଦୁର୍ଗସବୁ ପତିତ ହେବ। ସେହି ଦିନ ଉଚ୍ଚ ପର୍ବତ ଓ ପାହାଡ଼ମାନଙ୍କରେ ଝରଣା ଓ ଜଳସ୍ରୋତ ପ୍ରବାହିତ ହେବ।
26 ଯେଉଁ ଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର କ୍ଷତ ସ୍ଥାନରେ ପଟି ବାନ୍ଧିବେ ଓ ପ୍ରହାର ଜନିତ ଆଘାତରୁ ସୁସ୍ଥ କରିବେ। ସେହି ଦିନ ଚନ୍ଦ୍ରର ଦୀପ୍ତି ସୂର୍ଯ୍ୟର ଦୀପ୍ତିପରି ଉଜ୍ଜ୍ୱଳ ହେବ। ପୁଣି ସୂର୍ଯ୍ୟର ଦୀପ୍ତି ସାତ ଦିନର ଦୀପ୍ତିତୁଲ୍ୟ ସାତଗୁଣ ଉଜ୍ଜ୍ୱଳ ଦେଖାଯିବ।
ଲୁସ୍ତ୍ରା ଓ ଦର୍ବୀରେ ପାଉଲ
8 ଲୁସ୍ତ୍ରାରେ ଗୋଟିଏ ଛୋଟା ଥିଲା। ସେ ଲୋକଟି ଜନ୍ମରୁ ଛୋଟା ଥିଲା। ସେ କେବେ ଗ୍ଭଲି ପାରୁ ନ ଥିଲା। 9 ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହୋଇପାରିବ ବୋଲି ତା’ର ବିଶ୍ୱାସ ଅଛି। 10 ସେ ଖୁବ୍ ଜୋର୍ରେ କହିଲେ, “ପାଦରେ ଭରା ଦେଇ ସିଧା ଠିଆ ହୁଅ।” ସେ ଛୋଟା ଲୋକଟି ଡେଇଁ ପଡ଼ିଲା ଓ ଗ୍ଭଲିବାକୁ ଆରମ୍ଭ କଲା।
11 ଲୋକମାନେ ପାଉଲଙ୍କର ଏ କାମ ଦେଖି ଲୁକାୟନିଆ ଭାଷାରେ ଖୁବ୍ ଜୋର୍ରେ କହିଲେ, “ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭ ପାଖକୁ ଆସିଛନ୍ତି।” 12 ଲୋକମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ଓ ପାଉଲ ପ୍ରଧାନ ବକ୍ତା ହେବାରୁ ତାହାଙ୍କୁ ବୁଧ ବୋଲି କହିଲେ। 13 ସେହି ନଗର ସାମନାରେ ସ୍ଥାପିତ ବୃହସ୍ପତି ମନ୍ଦିରର ଯାଜକ କେତୋଟି ବଳଦ ଓ ଫୁଲମାଳ ଆଣି ପହଞ୍ଚିଲେ। ଯାଜକ ଓ ଲୋକମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଏହା ଉତ୍ସର୍ଗ କରିବା ପାଇଁ ଇଚ୍ଛା କରୁଥିଲେ।
14 କିନ୍ତୁ ବର୍ଣ୍ଣବ୍ବା ଓ ପାଉଲ ଏହା ଶୁଣି ନିଜ ବସ୍ତ୍ର ଚିରି ପକାଇଲେ। ସେମାନେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ: 15 “ହେ ଲୋକମାନେ ତୁମ୍ଭେମାନେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କେବଳ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ୟହୀନ ବିଷୟ ଗୁଡ଼ିକଠାରୁ ଦୂରେଇ ରହି ଜୀବନ୍ତ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା ପାଇଁ ଆମ୍ଭେ ଆସିଛୁ। ସେହି ପରମେଶ୍ୱର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି।
16 “ଅତୀତରେ ସବୁ ଜାତିର ଲୋକମାନଙ୍କୁ ନିଜ ନିଜ ରାସ୍ତାରେ ଗ୍ଭଲିବା ପାଇଁ ସେ ଅନୁମତି ଦେଇଥିଲେ। 17 କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ୟ ଦେଇ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ୱର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ୟ ଦେଇଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦରେ ଭରି ଦିଅନ୍ତି।”
18 ଏସବୁ କଥା କହି ପାଉଲ ଓ ବର୍ଣ୍ଣବ୍ବା ଅତି କଷ୍ଟରେ ସେମାନଙ୍କର ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବାରୁ ଲୋକମାନଙ୍କୁ ବନ୍ଦ କଲେ।
2010 by World Bible Translation Center