Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
41 ଯେଉଁ ବ୍ୟକ୍ତି ଗରିବ ଲୋକମାନଙ୍କୁ ସାହାଯ୍ୟ କରେ, ସେ ଅନେକ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ।
ଯେତେବେଳେ ବିପଦ ଆସେ ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି।
2 ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି ଓ ତା’ର ଜୀବନ ବଞ୍ଚାନ୍ତି।
ସେହି ବ୍ୟକ୍ତି ପୃଥିବୀରେ ଆଶୀର୍ବାଦ ପାଏ।
ପରମେଶ୍ୱର ତା’ର ଶତ୍ରୁମାନଙ୍କ ଦ୍ୱାରା ତାକୁ ଧ୍ୱଂସ ହେବାକୁ ଦେବେ ନାହିଁ।
3 ସେହି ବ୍ୟକ୍ତିଟି ଯେତେବେଳେ ଅସୁସ୍ଥ ହୋଇ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି।
ସେହି ବ୍ୟକ୍ତି ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚୟ ଆରୋଗ୍ୟ କରନ୍ତି।
4 ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତେଣୁ ମୋତେ କ୍ଷମା ଦିଅ!ମୋ’ ପ୍ରାଣକୁ ସୁସ୍ଥ କର।”
5 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
ସେମାନେ କୁହନ୍ତି, “ସେ କେବେ ମରିବ ଓ ତାହାର ନାମ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବ।”
6 ଲୋକମାନେ ମୋ’ ନିକଟକୁ ଦେଖା କରିବାକୁ ଆସନ୍ତି, କିନ୍ତୁ ସେମାନେ କିଛି କହନ୍ତି ନାହିଁ।
ସେମାନେ କ’ଣ ସବୁ ପ୍ରକୃତରେ ଭାବନ୍ତି।
ସେମାନେ ମୋ’ ନିକଟକୁ କିଛି ଖବର ଆଶାରେ ଆସନ୍ତି,
ତା’ପରେ ସେମାନେ ଏଠାରୁ ଗ୍ଭଲିଯାଇ ନାନା ଗୁଜବ ପ୍ରଗ୍ଭର କରନ୍ତି।
7 ମୋର ଶତ୍ରୁମାନେ ଫୁସ୍ ଫୁସ୍ କରି ମୋ’ ବିଷୟରେ କଥା ହୁଅନ୍ତି।
ସେମାନେ ମୋ’ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।
8 ସେମାନେ କହନ୍ତି, “ସେ ବୋଧହୁଏ କିଛି ଖରାପ କାର୍ଯ୍ୟ କରିଛି
ଓ ସେଥିପାଇଁ ବେମାର ଅଛି।
ସେ ଆଉ ଭଲ ହେବ ନାହିଁ।”
9 ମୋର ଅନ୍ତରଙ୍ଗ ବନ୍ଧୁ ମୋ’ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ୱାସ କଲି।
କିନ୍ତୁ ଦେଖ, ସେ ଆଜି ମୋ’ ବିରୁଦ୍ଧରେ ଯାଉଛନ୍ତି।
10 ତେଣୁ ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୋତେ ସୁସ୍ଥ ହେବାକୁ ଦିଅ, ତହିଁରେ ମୁଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବି।
11 ହେ ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ମୋତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ।
ତାହାହେଲେ ମୁଁ ଜାଣିବି ଯେ ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ ଅଛ।
12 ମୁଁ ନିରପରାଧ ଥିଲି।
ତୁମ୍ଭେ ମୋତେ ସାହାଯ୍ୟ କରିଲ।
ତୁମ୍ଭେ ମୋତେ ଛିଡ଼ା ହେବାକୁ ସୁଯୋଗ ଦେଇ ତୁମ୍ଭର ଚିରଦିନ ସେବା କରିବାକୁ ସୁଯୋଗ ଦେଲ।
13 ହେ ସଦାପ୍ରଭୁ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର।
ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ, ତୁମ୍ଭେ ଧନ୍ୟ।
ଆମେନ୍, ଆମେନ୍।
ବାବିଲରୁ ଦୂତଗଣ
39 ସେହି ସମୟରେ ବାବିଲ ରାଜା ବଲ୍ଦନର ପୁତ୍ର ମରୋଦକ୍-ବଲ୍ଦନ୍ ହିଜକିୟ ନିକଟକୁ ପତ୍ର ଓ ଦର୍ଶନୀ ପଠାଇଲା। କାରଣ ହିଜକିୟଙ୍କର ଅସୁସ୍ଥତା ଓ ଆରୋଗ୍ୟ ଲାଭ ସେ ଶୁଣିଥିଲା। 2 ଏଥିରେ ହିଜକିୟ ଅତିଶୟ ସନ୍ତୁଷ୍ଟ ହୋଇ ନିଜର ବହୁମୂଲ୍ୟ ପଦାର୍ଥର ଗୃହ, ରୂପା, ସୁନା, ସୁଗନ୍ଧିତ ଦ୍ରବ୍ୟ, ବହୁମୂଲ୍ୟ ତୈଳ, ନିଜର ଅସ୍ତ୍ରାଗାର ଓ ଆପଣା ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲେ। ହିଜକିୟ ଯାହା ସେମାନଙ୍କୁ ନ ଦେଖାଇଲା ତାହା ତା’ର ଗୃହରେ କିମ୍ବା ସମଗ୍ର ରାଜ୍ୟରେ ନ ଥିଲା।
3 ସେତେବେଳେ ଭବିଷ୍ୟଦ୍ବକ୍ତା ଯିଶାଇୟ ରାଜା ହିଜକିୟ ନିକଟକୁ ଯାଇ ତାଙ୍କୁ ପଗ୍ଭରିଲେ, “ଏହି ଲୋକମାନେ କ’ଣ କହିଲେ? ସେମାନେ କେଉଁଠାରୁ ଆସିଲେ?”
ହିଜକିୟ କହିଲେ, “ସେମାନେ ଦୂରଦେଶ ବାବିଲରୁ ମୋତେ ଦେଖିବାକୁ ଆସିଛନ୍ତି।”
4 ଯିଶାଇୟ ପଗ୍ଭରିଲେ, “ସେମାନେ ତୁମ୍ଭ ଗୃହରେ କ’ଣ ଦେଖିଅଛନ୍ତି?”
ହିଜକିୟ ଉତ୍ତର କଲେ, “ମୋ’ ଗୃହରେ ଯାହାସବୁ ଥିଲା ମୁଁ ସେ ସମସ୍ତ ତାଙ୍କୁ ଦେଖାଇଲି। ଏପରି କୌଣସି ଜିନିଷ ମୋ’ ଭଣ୍ଡାରରେ ନାହିଁ ଯାହାକି ମୁଁ ତାଙ୍କୁ ଦେଖାଇ ନାହିଁ।”
5 ଏଥିରେ ଯିଶାଇୟ ହିଜକିୟଙ୍କୁ କହିଲେ, “ସଦାପ୍ରଭୁ ସର୍ବଶକ୍ତିମାନଙ୍କ କଥା ଶୁଣ। 6 ଦେଖ, ‘ଏକ ସମୟ ଆସୁଛି ଯେତେବେଳେ ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ସଞ୍ଚିତ ତୁମ୍ଭ ପୂର୍ବପୁରୁଷଙ୍କ ଦ୍ରବ୍ୟ ବାବିଲକୁ ନିଆଯିବ। ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି କୌଣସି ଦ୍ରବ୍ୟ ଛଡ଼ାଯିବ ନାହିଁ।’ 7 ତୁମ୍ଭ ଔରସରୁ ଜାତ ସନ୍ତାନମାନଙ୍କୁ ବାବିଲମାନେ ନେଇଯିବେ ଓ ସେମାନଙ୍କୁ ବାବିଲମାନେ ରାଜାଙ୍କ ଅଟ୍ଟାଳିକାରେ ନପୁଂସକ କରି ରଖିବେ।”
8 ସେତେବେଳେ ହିଜକିୟ ଯିଶାଇୟଙ୍କୁ କହିଲା, “ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ ତାହା ଉତ୍ତମ।” ସେ ପୁଣି କହିଲା, “କାରଣ ମୋ’ ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହେବ।”
ଯୀଶୁ ପିତରଙ୍କ ଶାଶୁକୁ ସୁସ୍ଥ କଲେ(A)
38 ଯୀଶୁ ସମାଜଗୃହ ଛାଡ଼ି ଶିମୋନଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା। ସେମାନେ ଯୀଶୁଙ୍କୁ, ତାହାଙ୍କୁ ସାହାଯ୍ୟ କରିବା ପାଇଁ କହିଲେ। 39 ଯୀଶୁ ତାହାଙ୍କର ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ। ତାହାଙ୍କର ଜ୍ୱର ଛାଡ଼ିଗଲା। ତା’ପରେ ସେ ଉଠି ସେମାନଙ୍କର ସେବାରେ ଲାଗିପଡ଼ିଲେ।
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ
40 ସୂର୍ଯ୍ୟ ଅସ୍ତ ହୋଇଯିବା ପରେ ଲୋକମାନେ ସେମାନଙ୍କର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନଙ୍କଠାରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସେମାନଙ୍କୁ ସୁସ୍ଥ କରିଦେଲେ। 41 ଆଉ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଅନେକଙ୍କ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, “ତୁମ୍ଭେ ପରମେଶ୍ୱରଙ୍କର ପୁତ୍ର।” କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠୋର ଆଜ୍ଞା ଦେଲେ। କାରଣ ସେହି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ୱୟଂ ଖ୍ରୀଷ୍ଟ।
2010 by World Bible Translation Center