Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 6

ପ୍ରଧାନ ବାଦ୍ୟକର ଉଦ୍ଦେଶ୍ୟରେ ତାରଯୁକ୍ତ ଯନ୍ତ୍ରରେ ଶିମିନୀତ ସ୍ୱରରେ ଦାଉଦଙ୍କର ଗୀତ।

ହେ ସଦାପ୍ରଭୁ, ତୁମ୍ଭେ କ୍ରୋଧିତ ହୋଇ ମୋତେ ଦଣ୍ଡିତ କର ନାହିଁ।
    ତୁମ୍ଭେ ବିରକ୍ତ ହୋଇ ମୋତେ ଦଣ୍ଡ ଦିଅ ନାହିଁ।
ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
    ମୁଁ ରୁ‌‌ଗ୍‌‌ଣ ଓ ଦୁର୍ବଳ।
ମୋତେ ସୁସ୍ଥ କର
    କାରଣ ମୋର ଅସ୍ଥିସବୁ କମ୍ପିତ ହେଉଅଛି।
    ମୋର ସମଗ୍ର ଶରୀର କମ୍ପୁଅଛି।
ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମୋତେ ସୁସ୍ଥ କରିବ।
ହେ ସଦାପ୍ରଭୁ, ତୁମ୍ଭେ ଫେରି ଆସ ଓ ମୋତେ ପୁନର୍ବାର ଅଧିକ ବଳଶାଳୀ କର।
    ତୁମ୍ଭେ ଅତ୍ୟନ୍ତ କରୁଣାରେ ମୋତେ ଉଦ୍ଧାର କର।
ମୃତ ଲୋକମାନେ ତୁମ୍ଭକୁ ସେମାନଙ୍କର କବରରେ କେବେ ମନେ ପକାନ୍ତି ନାହିଁ।
    ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
    ସେଥିପାଇଁ ମୋତେ ରକ୍ଷା କର।

ହେ ସଦାପ୍ରଭୁ,
    ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ମୋର ବିଛଣା ମୋର ଲୁହରେ ଭିଜିଗଲା।
    ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
ମୋର ଶତ୍ରୁମାନେ ମୋତେ ବହୁତ ଦୁଃଖ ଦେଇଛନ୍ତି, ଯାହାକି ମୋତେ ବହୁତ ଦୁଃଖୀ କରିଛି।
    ବର୍ତ୍ତମାନ ମୋର ଚକ୍ଷୁଦ୍ୱୟ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।

ହେ ଅଧର୍ମୀ ଲୋକସବୁ, ମୋ’ ନିକଟରୁ ଦୂର ହୋଇଯାଅ।
    କାରଣ ସଦାପ୍ରଭୁ ମୋର କ୍ରନ୍ଦନ ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି।
ସଦାପ୍ରଭୁ ମୋର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମୋର ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଛନ୍ତି।

10 ମୋର ସମସ୍ତ ଶତ୍ରୁମାନେ ଲଜ୍ଜିତ ଓ ବ୍ୟାକୁଳ ହେବେ।
    ଓ ସେମାନେ ସମସ୍ତେ ଲଜ୍ଜିତ ହୋଇ ଏ ସ୍ଥାନ ପରିତ୍ୟାଗ କରିବେ।

ରାଜାବଳୀର ଦ୍ୱିତୀୟ ପୁସ୍ତକ 7:3-10

କୁଷ୍ଠରୋଗୀମାନେ ଅରାମୀୟମାନଙ୍କ ତମ୍ବୁ ଶୂନ୍ୟ ଥିବାର ଦେଖନ୍ତି

ସେହି ସମୟରେ ନଗରଦ୍ୱାର ପ୍ରବେଶ ସ୍ଥାନରେ ଗ୍ଭରିଜଣ କୁଷ୍ଠୀ ଥିଲେ। ସେମାନେ ପରସ୍ପରକୁ କହିଲେ, “ଆମ୍ଭେମାନେ ମୃତ୍ୟୁକୁ ଅପେକ୍ଷା କରି ଏଠାରେ କାହିଁକି ବସିଅଛୁ? ଶମରିୟାରେ ଦୁର୍ଭିକ୍ଷ, ଆମ୍ଭେମାନେ ଯଦି ନଗର ଭିତରକୁ ଯିବା ତେବେ ମରିବା। ଯଦି ଏହି ସ୍ଥାନରେ ରହିବା, ତେବେ ବି ମରିବା। ତେଣୁ ଗ୍ଭଲ ଅରାମୀୟ ସୈନ୍ୟ ଶିବିରକୁ ଯିବା। ଯଦି ସେମାନେ ବଞ୍ଚାଇବେ, ତେବେ ଆମ୍ଭେ ବଞ୍ଚିବା। ଯେବେ ଆମ୍ଭକୁ ମାରିବେ, ତେବେ ଆମ୍ଭେମାନେ ମରିବା।”

ତେଣୁ ସେହି ଦିନ ସନ୍ଧ୍ୟାରେ ସେ ଗ୍ଭରିଜଣ କୁଷ୍ଠୀ ଅରାମୀୟ ଶିବିରକୁ ଗଲେ। ସେମାନେ ଅରାମୀୟ ଶିବିରର ବାହାର ସୀମାରେ ପହଞ୍ଚି ଦେଖିଲେ, ସେଠାରେ କୌଣସି ମନୁଷ୍ୟ ନାହିଁ। କାରଣ ସଦାପ୍ରଭୁ ଅରାମୀୟ ସୈନ୍ୟମାନଙ୍କୁ ରଥ ଶବ୍ଦ, ଅଶ୍ୱ ଶବ୍ଦ ଓ ବିପୁଳ ସୈନ୍ୟବାହିନୀର ଶବ୍ଦ ଶୁଣାଇଲେ। ତହିଁରେ ସେମାନେ ପରସ୍ପରକୁ କହିଲେ, “ଦେଖ, ଇସ୍ରାଏଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ହିତ୍ତୀୟ ଓ ମିଶରୀୟ ରାଜଗଣଙ୍କୁ ଆମ୍ଭ ବିରୁଦ୍ଧରେ ବେତନ ଦେଇ ନିଯୁକ୍ତ କରିଅଛି।”

ତେଣୁ ଅରାମୀୟ ସୈନ୍ୟମାନେ ଗୋଧୂଳି ସମୟରେ ଶିବିର ଛାଡ଼ି ପଳାୟନ କଲେ। ସେମାନେ ସେମାନଙ୍କର ତମ୍ବୁ, ଅଶ୍ୱ, ଗର୍ଦ୍ଦଭ ଆଦି ସମସ୍ତ ଜିନିଷ ଛାଡ଼ି ଜୀବନ ରକ୍ଷା କରିବାକୁ ପଳାୟନ କଲେ।

କୁଷ୍ଠୀମାନେ ଶତ୍ରୁ ଶିବିରରେ

ଏହା ପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସେମାନେ ସେହି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସେମାନଙ୍କ ପାଇଁ ନେଇ ପଳାଇଲେ ଏବଂ ସେହି ଜିନିଷଗୁଡ଼ିକୁ ଲୁଗ୍ଭଇ ରଖିଲେ। ତା’ପରେ ଶିବିରକୁ ଫେରି ଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ୟ ନେଇଯାଇ ତାକୁ ଲୁଗ୍ଭଇ ରଖିଲେ। ତା’ପରେ ଏହି କୁଷ୍ଠୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଆମ୍ଭେମାନେ ଭଲ କରୁ ନାହୁଁ, ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭେମାନେ ନୀରବ ରହୁଛୁ। ଯଦି ଆମ୍ଭେ ପ୍ରଭାତ ହେବା ପର୍ଯ୍ୟନ୍ତ ବିଳମ୍ବ କରିବା ତେବେ ଆମ୍ଭେମାନେ ଦଣ୍ତିତ ହେବା। ତେବେ ଆସ ଏ ସମ୍ବାଦ ରାଜଗୃହରେ ଦେବା।”

କୁଷ୍ଠୀମାନେ ସୁସମ୍ବାଦ ଦିଅନ୍ତି

10 ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ୱାରୀକୁ ଡାକିଲେ। ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟ ଛାଉଣିକୁ ଯାଇଥିଲୁ ଏବଂ ସେଠାରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ୟକ୍ତି ବିଷୟରେ ଶୁଣିଲୁ ନାହିଁ। କୌଣସି ମଣିଷ ନ ଥିଲେ, କାହାରି ଶବ୍ଦ ଶୁଣିଲୁ ନାହିଁ। ଅଶ୍ୱ ଗର୍ଦ୍ଦଭ ସେଠାରେ ବନ୍ଧା ହୋଇ ରହିଛନ୍ତି ଓ ତମ୍ବୁଗୁଡ଼ିକ ସେହିପରି ଅଛି।”

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:14-11:1

14 ତା’ହେଲେ ତୁମ୍ଭେମାନେ ସମସ୍ତ କିଛି ସହି ପାରିବ। ମୋର ପ୍ରିୟ ବନ୍ଧୁଗଣ! ଶେଷରେ ମୁଁ କହୁଛି ଯେ, ମୂର୍ତ୍ତି ପୂଜାରୁ ଦୂରରେ ରୁହ। 15 ତୁମ୍ଭେମାନେ ବୁଦ୍ଧିମାନ, ତେଣୁ ମୁଁ ଏହା କହୁଛି। ମୁଁ ଯାହା କହୁଛି, ତୁମ୍ଭେମାନେ ନିଜେ ପରୀକ୍ଷା କରି ଦେଖ। 16 ଯେଉଁ ଆଶୀର୍ବାଦର ପିଆଲା ପାଇଁ ଆମ୍ଭେ ଧନ୍ୟବାଦ ଅର୍ପଣ କରୁ, ତହିଁରେ ଆମ୍ଭେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ହେଉ ନାହୁଁ କି? ଯେଉଁ ରୋଟୀ ଆମ୍ଭେ ଭାଙ୍ଗୁ ତାହା ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ନୁହେଁ କି? 17 କେବଳ ଗୋଟିଏ ରୋଟୀ ମାତ୍ର ଆମ୍ଭେମାନେ ଅନେକ ଲୋକ। କିନ୍ତୁ ଆମ୍ଭେ ସମସ୍ତେ ସେହି ଗୋଟିଏ ରୋଟୀକୁ ଭାଗ ଭାଗ କରି ଖାଉ। ସେଥିପାଇଁ ଆମ୍ଭେ ପ୍ରକୃତରେ ଗୋଟିଏ ଶରୀର।

18 ଇସ୍ରାଏଲ ଲୋକମାନଙ୍କ କଥା ଭାବ। ସେମାନେ ବଳି ପ୍ରାପ୍ତ ପଶୁ ମାଂସ ଭୋଜନ କରି କ’ଣ ବେଦୀର ଅଂଶୀଦାର ନୁହନ୍ତି? 19 ମୁଁ କହୁ ନାହିଁ ଯେ ମୂର୍ତ୍ତି ବା ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଖାଦ୍ୟର ଗୁରୁତ୍ୱ ଅଛି। ଏବଂ ମୁଁ ଏହା ମଧ୍ୟ କହୁ ନାହିଁ ମୂର୍ତ୍ତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। 20 କିନ୍ତୁ ମୋ’ କହିବା କଥା ଯେ, ତୁମ୍ଭେମାନେ ଭୂତମାନଙ୍କ ସହିତ କୌଣସି କାର୍ଯ୍ୟରେ ଅଂଶ ଗ୍ରହଣ ନ କର। କିନ୍ତୁ ମୁଁ କୁହେ ଯାହା ମୂର୍ତ୍ତିଗୁଡ଼ିକୁ ବଳି ରୂପେ ଉତ୍ସର୍ଗ କରାଯାଇଥାଏ ତାହା ଶୟତାନକୁ ଉତ୍ସର୍ଗ କରାଯାଇଥାଏ, ପରମେଶ୍ୱରଙ୍କରୁ ନୁହେଁ। ଏବଂ ମୁଁ ଗ୍ଭହେଁ ତୁମ୍ଭେମାନେ ଶୟତାନ ସହିତ ଅଂଶୀଦାର ହୁଅ ନାହିଁ। 21 ତୁମ୍ଭେମାନେ ପ୍ରଭୁଙ୍କ ପିଆଲାରୁ [a] ଓ ଶୟତାନର ପିଆଲାରୁ ମଧ୍ୟ ପିଇ ପାରିବ ନାହିଁ। ସେହିପରି ପ୍ରଭୁଙ୍କ ମେଜ ଓ ଶୟତାନର ମେଜ ଉଭୟର ଅଂଶୀଦାର ହୋଇ ବସି ପାରିବ ନାହିଁ। 22 ଆମ୍ଭେ କ’ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ? ଆମ୍ଭେ କ’ଣ ତାହାଙ୍କଠାରୁ ଅଧିକ ବଳବାନ? ନା!

ପ୍ରଭୁଙ୍କର ଗୌରବ ପାଇଁ ନିଜ ସ୍ୱାଧୀନତାର ବ୍ୟବହାର କର

23 “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ ସବୁ ବିଷୟ ଭଲ ନୁହେଁ। “ଆମ୍ଭେ ସବୁ କରିବା ପାଇଁ ସ୍ୱାଧୀନତା ପାଇଛୁ।” କିନ୍ତୁ କେତେକ ବିଷୟ ଅନ୍ୟମାନଙ୍କ ବିଶ୍ୱାସକୁ ଦୃଢ଼ କରିବାରେ ସାହାଯ୍ୟ କରେ ନାହିଁ। 24 କୌଣସି ଲୋକ କେବଳ ନିଜର ସ୍ୱାର୍ଥ ପାଇଁ ଚିନ୍ତିତ ହେବା ଉଚିତ୍ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ୍।

25 ବଜାରରେ ଯାହା ବିକ୍ରି ହେଉଛି ସେସବୁ ମାଂସ ତୁମ୍ଭେ ଖାଇପାର। ନିଜ ବିବେକ ସକାଶେ ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ସେ ବିଷୟରେ କୌଣସି ପ୍ରଶ୍ନ ପଗ୍ଭର ନାହିଁ। 26 ତୁମ୍ଭେ ଖାଇପାର କାରଣ “ପୃଥିବୀ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ବିଷୟ ପ୍ରଭୁଙ୍କର ଅଟେ।” [b]

27 ଜଣେ ଅବିଶ୍ୱାସୀ ଲୋକ ତୁମ୍ଭମାନଙ୍କୁ ଭୋଜନ ପାଇଁ ଡାକିପାରେ। ଯଦି ତୁମ୍ଭେମାନେ ଯିବାକୁ ସ୍ଥିର କଲ, ଯାହା ତୁମ୍ଭମାନଙ୍କ ଆଗରେ ଥୁଆ ହୋଇଛି, ତାହା ଖାଅ। 28 ଏହା ଭଲ କି ମନ୍ଦ କୌଣସି ପ୍ରଶ୍ନ ନ କରି ଖାଦ୍ୟ ଭୋଜନ କର। କିନ୍ତୁ ଯଦି ତୁମ୍ଭମାନଙ୍କୁ ଜଣେ କୁହେ: “ଏହି ଖାଦ୍ୟ ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି।” ତାହାହେଲେ ସେ ଖାଦ୍ୟ ଖାଅ ନାହିଁ। ପ୍ରଥମ କାରଣ ହେଲା, ଯିଏ ଏହା କହିଛି ତା’ର ବିଶ୍ୱାସକୁ ତୁମ୍ଭେମାନେ ଆଘାତ ନ ଦେବା ପାଇଁ ଖାଅ ନାହିଁ ଓ ଦ୍ୱିତୀୟ କାରଣ ହେଲା ଏହି ମାଂସ ବା ପ୍ରସାଦ ଖାଇବା ଅନୁଚିତ୍ ବୋଲି କେତେକ ମତ ଦିଅନ୍ତି। 29 ତୁମ୍ଭେମାନେ ଏହାକୁ ଭୁଲ୍ ବିବେଚନା କର ବୋଲି ମୁଁ ତୁମ୍ଭମାନଙ୍କୁ କହୁ ନାହିଁ କିନ୍ତୁ ଅନ୍ୟ ଲୋକ ଏହାକୁ ବିବେଚନା କରୁ ଥିବାରୁ ମୁଁ ଏହାକୁ ଖାଇବି ନାହିଁ। ଅନ୍ୟର ମନୋଭାବ ହେତୁ ମୋ’ ନିଜର ସ୍ୱାଧୀନତାରେ ଆଞ୍ଚ ଆଣିବାକୁ ଇଚ୍ଛା କରୁ ନାହିଁ। 30 କାରଣ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସାରି ଭୋଜନ କରିଥିବା ଯୋଗୁଁ ମୁଁ ସମାଲୋଚିତ ହେବା ଅନୁଚିତ୍।

31 ଅତଏବ, ଯେତେବେଳେ ତୁମ୍ଭେମାନେ ଖାଅ, ପିଅ ବା ଅନ୍ୟ ଯାହାକିଛି କର, ପରମେଶ୍ୱରଙ୍କ ମହିମା ପାଇଁ କରିବା ଉଚିତ୍। 32 ଏଭଳି କୌଣସି କାମ କର ନାହିଁ, ଯାହାଦ୍ୱାରା ଯିହୂଦୀ ବା ଅଣଯିହୂଦୀ ଲୋକେ ବା ପରମେଶ୍ୱରଙ୍କ ମଣ୍ଡଳୀ ବାଧା ପାଇବେ। 33 ମୁଁ ଏହି ନୀତି ଅନୁସରଣ କରେ। ମୁଁ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରେ ନାହିଁ, ମାତ୍ର ପ୍ରତ୍ୟେକଙ୍କୁ ସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ କରିବାକୁ ଗ୍ଭହେଁ। ମୁଁ ଅନେକଙ୍କର ମଙ୍ଗଳ ଚିନ୍ତାକରେ ଯଦ୍ଦ୍ୱାରା ସେମାନେ ପରିତ୍ରାଣ ପାଇ ପାରିବେ।

11 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁସରଣ କରୁଛି, ତୁମ୍ଭେମାନେ ସେହିପରି ଅନୁସରଣ କର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center