Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 5:1-14

ନାମାନଙ୍କ ସମସ୍ୟା

ଅରାମୀୟ ରାଜାଙ୍କର ନାମାନ୍ ନାମରେ ଜଣେ ସେନାପତି ଥିଲେ। ସେ ତା’ର ମୁନିବ ପ୍ରତି ମହତ୍ତ୍ୱପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାଯ୍ୟରେ ଅରାମୀୟମାନଙ୍କୁ ବିଜୟ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ଼ ଚର୍ମ ରୋଗରେ ଆକ୍ରାନ୍ତ ଥିଲେ।

ଅରାମୀୟମାନେ ସୈନ୍ୟଦଳ ଦ୍ୱାରା ଇସ୍ରାଏଲ ବିରୁଦ୍ଧରେ ଲଢ଼ୁଥିଲେ। ସେମାନେ ସେମାନଙ୍କର ଦାସ କରିବାକୁ ଇସ୍ରାଏଲରୁ ଘେନି ଆସୁଥିଲେ। ଏକ ସମୟରେ ସେମାନେ ଗୋଟିଏ ଛୋଟ ବାଳିକା ନେଇ ଆସିଥିଲେ। ସେହି ବାଳିକାଟି ନାମା‌ନଙ୍କ ଭାର୍ଯ୍ୟାର ଦାସୀ ହେଲା। ଅନନ୍ତର ସେହି ବାଳିକା ନିଜର କର୍ତ୍ତାଙ୍କୁ କହିଲା, “ମୁଁ ଆଶା କରୁଛି ମୋର ମହାଶୟ ନାମା‌ନ୍‌ ଯଦି ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟଙ୍କୁ ସାକ୍ଷାତ୍ କରନ୍ତି, ଯେ ବର୍ତ୍ତମାନ ଶମରିୟାରେ ବାସ କରୁଛନ୍ତି। ସେ ନିଶ୍ଚୟ ତାଙ୍କୁ ଏହି କୁଷ୍ଠରୋଗରୁ ଆରୋଗ୍ୟ କରିବେ।”

ନାମାନ୍ ନିଜର ପ୍ରଭୁ ଅରା‌ମ୍‌ର ରାଜାଙ୍କ ନିକଟକୁ ଯାଇ ଇସ୍ରାଏଲୀୟ ବାଳିକା ଯାହା କହିଥିଲେ ସବୁ କହିଲେ।

ତା’ପରେ ଅରା‌ମ୍‌ର ରାଜା କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ପତ୍ର ପଠାଇବି।”

ତହୁଁ ସେ ଗଲାବେଳେ ଦଶ ତାଳନ୍ତ ରୂପା 6000 ସୁନା ଖଣ୍ତ ଓ ଦଶ ସାଜ ପୋଷାକ ଉପହାର ସ୍ୱରୂପ ସଙ୍ଗରେ ନେଲେ। ନାମାନ୍ ଇସ୍ରାଏଲର ରାଜାଙ୍କ ନିକଟକୁ ଅରାମ୍ ରାଜାଙ୍କଠାରୁ ଖଣ୍ଡେ ପତ୍ର ନେଲେ। ଚିଠିରେ ଲେଖାଥିଲା, “ମୁଁ ମୋର ଦାସ ନାମା‌ନଙ୍କୁ ତୁମ୍ଭ ପାଖକୁ ପଠାଇଲି। ଦୟାକରି ତାକୁ ଚର୍ମ ରୋଗରୁ ଆରୋଗ୍ୟ କର।”

ଇସ୍ରାଏଲର ରାଜା ଯେତେବେଳେ ଚିଠିଟି ପାଠ କଲେ ସେ ଦୁଃଖରେ ନିଜର ବସ୍ତ୍ରକୁ ଚିରି କହିଲେ, “ମୁଁ ସଦାପ୍ରଭୁ ଯିଏ ମୃତ ଓ ଜନ୍ମ ଦେବା ମୋର ଅଧୀନରେ ଅଟେ କି? କାହିଁକି ଚର୍ମ ରୋଗରୁ ଆରୋଗ୍ୟ ହେବ ବୋଲି ଅରାମ୍ ରାଜା ମୋ’ ପାଖକୁ ଜଣେ ଲୋକ ପଠାଇଛି? ତେଣୁ ମୁଁ ବିନୟ କରୁଛି, ତୁମ୍ଭେମାନେ ବିଗ୍ଭର କର। ସେ କିପରି ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗୋଟିଏ ତୃଟି ପାଇବାକୁ ଚେଷ୍ଟା କରୁଅଛି।”

ଏହା ପରେ ପରମେଶ୍ୱରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇସ୍ରାଏଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, “ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମୋ’ ନିକଟକୁ ଆସୁ, ତାହାହେଲେ ଇସ୍ରାଏଲରେ ଭବିଷ୍ୟ‌ଦ୍‌ବକ୍ତା ଅଛନ୍ତି, ସେ ଜାଣିବ।”

ତେଣୁ ନାମାନ୍ ନିଜର ଅଶ୍ୱ ଓ ରଥାଦି ସହିତ ଇଲୀଶାୟଙ୍କ ଗୃହକୁ ଆସିଲେ। ସେ ଦ୍ୱାର ନିକଟରେ ଠିଆ ହେଲେ। 10 ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, “ଯାଅ, ଯର୍ଦ୍ଦନ ନଦୀରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।”

11 ମାତ୍ର ନାମାନ୍ କ୍ରୁଦ୍ଧ ହୋଇ ଗ୍ଭଲିଗଲେ। ସେ କହିଲେ “ମୁଁ ଭାବିଥିଲି ସେ ବାହାରି ଆସି ଥା’ନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମରେ ଡାକି ଥା’ନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମୋତେ ଆରୋଗ୍ୟ କରିଥା’ନ୍ତା। 12 ଇସ୍ରାଏଲର ସମସ୍ତ ଜଳ ଅପେକ୍ଷା ଦମ୍ମେଶକର ଅବାନା ଓ ପର୍ପର ନଦୀଗଣର ଜଳ ଅଧିକ ଭଲ ନୁହେଁ କି? ମୁଁ ଦମ୍ମେଶକର ସେ ନଦୀରେ ସ୍ନାନ କରି କାହିଁକି ଶୁଚି ନ ହେବି?” ତେଣୁ ସେ ରାଗି ଗ୍ଭଲିଗଲେ।

13 କିନ୍ତୁ ନାମା‌ନ୍‌ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, “ହେ ପିତା, ଯଦି ଭବିଷ୍ୟ‌ଦ୍‌ବକ୍ତା କିଛି ବଡ଼ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ’ଣ ତାହା କରି ନ ଥା’ନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ ‘ସ୍ନାନ କର ଏବଂ ଶୁଚି ହୁଅ।’”

14 ତେଣୁ ନାମାନ୍ ପରମେଶ୍ୱରଙ୍କ ଲୋକର ବାକ୍ୟାନୁସାରେ ଗଲେ ଓ ଯର୍ଦ୍ଦନ ନଦୀରେ ନିଜକୁ ସାତଥର ବୁଡ଼ାଇଲେ। ଏଥିରେ ତାଙ୍କର ଶରୀର ଶୁଚି ହେଲା ଓ ତାଙ୍କର ମାଂସ ବାଳକର ମାଂସ ତୁଲ୍ୟ କୋମଳ ହେଲା।

ଗୀତସଂହିତା 30

ଦାଉଦଙ୍କର ଏକ ଗୀତ, ଏହି ଗୀତଟି ଈଶ୍ୱରଙ୍କ ମନ୍ଦିର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ।

30 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ।
    ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ।
    ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି
    ଓ ତହିଁରେ ତୁମ୍ଭେ ମୋତେ ସୁସ୍ଥ କରିଅଛ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ।
    ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ।

ହେ ପରମେଶ୍ୱରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର।
    ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର।
ପରମେଶ୍ୱର କ୍ରୋଧିତ ହୁଅନ୍ତି।
ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”।
    କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି।
ସାରା ରାତି ମୁଁ କାନ୍ଦୁଥିଲି।
    ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି।

ମୁଁ ସେତେବେଳେ ନିରାପଦରେ ନିଶ୍ଚିତ ଥିଲି,
    ମୁଁ ଭାବୁଥିଲି ମୋର କିଛି କ୍ଷତି ହେବ ନାହିଁ।
ହଁ, ସଦାପ୍ରଭୁ, ଯେତେବେଳେ ତୁମ୍ଭେ ମୋ’ ପ୍ରତି ଦୟା କଲ,
    ମୁଁ ସେତେବେଳେ ଭାବିଲି, କେହି ମୋତେ ପରାସ୍ତ କରି ପାରିବେ ନାହିଁ।
କିନ୍ତୁ ତୁମ୍ଭେ ଯେତେବେଳେ ମୋ’ ପାଖରୁ ଦୂରେଇ ଗଲ,
    ମୁଁ ସେତେବେଳେ ବ୍ୟାକୁଳ ହୋଇ ଭୟରେ ଥରି ଉଠିଲି।
ତେଣୁ ହେ ପରମେଶ୍ୱର,
    ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି।
ମୁଁ କହିଲି, “ହେ ପ୍ରଭୁ କ’ଣ ଭଲ ହେବ ଯଦି ମୁଁ ମରିଯାଏ?
    ମୁଁ କବର ଭିତରକୁ ଗଲେ କ’ଣ ଲାଭ?
ମୃତ ଲୋକମାନେ ସେହି ମାଟିର କବରରେ ଶୋଇ ରହନ୍ତି।
    ସେମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
    ସେମାନେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭେମାନେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
10 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ’ ପ୍ରତି କରୁଣା ପ୍ରଦର୍ଶନ କର।
    ହେ ସଦାପ୍ରଭୁ ମୋର ସହାୟ ହୁଅ।”

11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ତୁମ୍ଭେ ମୋତେ ସାହାଯ୍ୟ କଲ।
    ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ।
    ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ।
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କେବେ ନୀରବରେ ବସି ରହିବି ନାହିଁ।
    ତେଣୁ ସବୁବେଳେ କେହି ନା କେହି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:24-27

24 ତୁମ୍ଭେମାନେ ଜାଣ ଯେ, ଦୌଡ଼ ପ୍ରତିଯୋଗିତାରେ ସମସ୍ତେ ଦୌଡ଼ନ୍ତି, କିନ୍ତୁ ତାଙ୍କ ଭିତରୁ ମାତ୍ର ଜଣକୁ ପୁରସ୍କାର ମିଳେ। ତୁମ୍ଭେମାନେ ଯେପରି ଜିତିବ, ସେପ୍ରକାର ଦୌଡ଼। 25 ଖେଳରେ ପ୍ରତ୍ୟେକ ପ୍ରତି ଯୋଗୀକୁ କଠୋର ପ୍ରଶିକ୍ଷଣ ନେବାକୁ ହୁଏ। ସେମାନେ ମୁକୁଟ ପାଇବା ପାଇଁ ଏହା କରନ୍ତି। ଏହି ମୁକୁଟ ଏକ ଜାଗତିକ ଓ କ୍ଷଣକାଳସ୍ଥାୟୀ ବିଷୟ। କିନ୍ତୁ ଆମ୍ଭେ ଅକ୍ଷୟ ମୁକୁଟ ପାଇବା ପାଇଁ ଏପରି କରୁ। 26 ସେଥିପାଇଁ ମୁଁ ଏକ ଲକ୍ଷ୍ୟରେ ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛି। ମୁଁ ମୁଷ୍ଟି ଯୁଦ୍ଧ କଲାପରି ଯୁଦ୍ଧ କରୁଛି, ବାୟୁ ସଙ୍ଗେ ଯୁଦ୍ଧ କରୁ ନାହିଁ। 27 ମୁଁ ମୋର ନିଜ ଶରୀରକୁ ଆଘାତ କରୁଛି। ମୁଁ ଏହାକୁ ମୋର କ୍ରୀତଦାସ କରୁଛି। ମୁଁ ଏହା କରୁଛି ଯେପରି ମୁଁ ସୁସମାଗ୍ଭର ପ୍ରଗ୍ଭର କରିବା ପରେ ନିଜେ ଯେପରି ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ନ ହୁଏ। ଅନ୍ୟ ଲୋକମାନଙ୍କୁ ଉପଦେଶ ଦେଲା ପରେ ଯେପରି ମୁଁ ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ନ ହୁଏ, ସେଥିପାଇଁ ମୁଁ ମୋ’ ଶରୀରକୁ ବଶରେ ରଖୁଅଛି।

ମାର୍କ ଲିଖିତ ସୁସମାଗ୍ଭର 1:40-45

ଗୋଟିଏ କୁଷ୍ଠରୋଗୀକୁ ଯୀଶୁ ସୁସ୍ଥ କଲେ(A)

40 ଗୋଟିଏ କୁଷ୍ଠରୋଗୀ ଯୀଶୁଙ୍କ ପାଖକୁ ଆସିଲା। ସେ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲା, “ତୁମ୍ଭେ ଇଚ୍ଛା କଲେ ମୋତେ ଭଲ କରି ଦେଇ ପାରିବ। ସେହି ଶକ୍ତି ତୁମ୍ଭର ଅଛି।”

41 ସେହି ଲୋକଟି ଉପରେ ଯୀଶୁଙ୍କର କରୁଣା ଜାତ ହେଲା। ସେ ହାତ ବଢ଼େଇ ଲୋକଟିକୁ ଛୁଇଁଦେଲେ ଓ କହିଲେ, “ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଗ୍ଭହୁଁଛି, ତୁମ୍ଭେ ସୁସ୍ଥ ହୋଇଯାଅ।” 42 ତା’ର କୁଷ୍ଠରୋଗ ତ‌ତ୍‌କ୍ଷଣାତ୍ ଛାଡ଼ିଗଲା ଓ ସେ ସୁସ୍ଥ ହୋଇଗଲା।

43 ଯୀଶୁ ଲୋକଟିକୁ ଗ୍ଭଲି ଯିବାକୁ କହିଲେ, କିନ୍ତୁ ତାକୁ ଚେତାବନୀ ଦେଇ କହିଲେ, 44 “ମୁଁ ତୁମ୍ଭ ପାଇଁ ଯାହା କଲି ସେହି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦେହ ଦେଖାଅ। ତୁମ୍ଭେ ସୁସ୍ଥ ହୋଇ ଥିବାରୁ ମୋଶାଙ୍କ ଆଜ୍ଞା ଅନୁସାରେ, ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କର। ତୁମ୍ଭେ ସୁସ୍ଥ ହୋଇ ଯାଇଛ ବୋଲି ଲୋକମାନଙ୍କ ଆଗରେ ପ୍ରମାଣ ରହିବ।” 45 ଲୋକଟି ସେହି ସ୍ଥାନ ଛାଡ଼ି ଗ୍ଭଲିଗଲା ଓ ଯାହାକୁ ଦେଖିଲା ତାହାକୁ କହିଲା ଯେ, ଯୀଶୁ ତାହାକୁ ସୁସ୍ଥ କରି ଦେଇଛନ୍ତି। ତେଣୁ ଯୀଶୁଙ୍କ ବିଷୟରେ ଖବର ଗ୍ଭରିଆଡ଼େ ବ୍ୟାପିବାକୁ ଲାଗିଲା। ଫଳରେ ଲୋକେ କାଳେ ଦେଖି ପକାଇବେ, ତେଣୁ ଯୀଶୁ କୌଣସି ନଗର ଭିତରକୁ ଆଉ ଯାଇ ପାରିଲେ ନାହିଁ। ସେ ଲୋକେ ରହୁ ନ ଥିବା ନିଛାଟିଆ ଜାଗାମାନଙ୍କରେ ରହିବାକୁ ଲାଗିଲେ। କିନ୍ତୁ ସମସ୍ତ ନଗରରୁ ଲୋକମାନେ ଯୀଶୁ ରହୁଥିବା ସ୍ଥାନକୁ ଆସିବାକୁ ଲାଗିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center