Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 30

ଦାଉଦଙ୍କର ଏକ ଗୀତ, ଏହି ଗୀତଟି ଈଶ୍ୱରଙ୍କ ମନ୍ଦିର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ।

30 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ।
    ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ।
    ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି
    ଓ ତହିଁରେ ତୁମ୍ଭେ ମୋତେ ସୁସ୍ଥ କରିଅଛ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ।
    ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ।

ହେ ପରମେଶ୍ୱରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର।
    ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର।
ପରମେଶ୍ୱର କ୍ରୋଧିତ ହୁଅନ୍ତି।
ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”।
    କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି।
ସାରା ରାତି ମୁଁ କାନ୍ଦୁଥିଲି।
    ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି।

ମୁଁ ସେତେବେଳେ ନିରାପଦରେ ନିଶ୍ଚିତ ଥିଲି,
    ମୁଁ ଭାବୁଥିଲି ମୋର କିଛି କ୍ଷତି ହେବ ନାହିଁ।
ହଁ, ସଦାପ୍ରଭୁ, ଯେତେବେଳେ ତୁମ୍ଭେ ମୋ’ ପ୍ରତି ଦୟା କଲ,
    ମୁଁ ସେତେବେଳେ ଭାବିଲି, କେହି ମୋତେ ପରାସ୍ତ କରି ପାରିବେ ନାହିଁ।
କିନ୍ତୁ ତୁମ୍ଭେ ଯେତେବେଳେ ମୋ’ ପାଖରୁ ଦୂରେଇ ଗଲ,
    ମୁଁ ସେତେବେଳେ ବ୍ୟାକୁଳ ହୋଇ ଭୟରେ ଥରି ଉଠିଲି।
ତେଣୁ ହେ ପରମେଶ୍ୱର,
    ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି।
ମୁଁ କହିଲି, “ହେ ପ୍ରଭୁ କ’ଣ ଭଲ ହେବ ଯଦି ମୁଁ ମରିଯାଏ?
    ମୁଁ କବର ଭିତରକୁ ଗଲେ କ’ଣ ଲାଭ?
ମୃତ ଲୋକମାନେ ସେହି ମାଟିର କବରରେ ଶୋଇ ରହନ୍ତି।
    ସେମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
    ସେମାନେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭେମାନେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
10 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ’ ପ୍ରତି କରୁଣା ପ୍ରଦର୍ଶନ କର।
    ହେ ସଦାପ୍ରଭୁ ମୋର ସହାୟ ହୁଅ।”

11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ତୁମ୍ଭେ ମୋତେ ସାହାଯ୍ୟ କଲ।
    ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ।
    ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ।
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କେବେ ନୀରବରେ ବସି ରହିବି ନାହିଁ।
    ତେଣୁ ସବୁବେଳେ କେହି ନା କେହି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।

ଲେବୀୟ ପୁସ୍ତକ 14:1-20

କୁଷ୍ଠରୋଗୀ ଶୁଚି ହେବାର ବିଧି

14 ସଦାପ୍ରଭୁ ମୋଶାଙ୍କୁ କହିଲେ, “କୁଷ୍ଠରୋଗୀର ଶୁଚି ହେବା ଦିନରେ ତାହାର ଏହି ବ୍ୟବସ୍ଥା,

“ସେ ଯାଜକ ନିକଟକୁ ଆସିବ ଓ ଯାଜକ ତାକୁ ଦେଖିବ। ତହୁଁ ଯାଜକ ଛାଉଣିର ବାହାରକୁ ଯିବ, ପୁଣି ଯାଜକ ଦେଖିବ ଯଦି ଘା’ ସୁସ୍ଥ ହୋଇଥାଏ। ଯଦି ଲୋକଟି ସୁସ୍ଥ ତେବେ ଯାଜକ ତାହା ପାଇଁ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, କିଛି ଏରସ୍ କାଠ, ସିନ୍ଦୁରବର୍ଣ୍ଣ (ଲୋମ) ଓ ବନସ୍ପତିର ପତ୍ର ନେବା ପାଇଁ ଆଜ୍ଞା ଦେବ। ପୁଣି ଯାଜକ ମୃତ୍ତିକାପାତ୍ରସ୍ଥିତ ସ୍ରୋତଜଳ ଉପରେ ଏକ ପକ୍ଷୀକି ବଧ କରିବାକୁ ଆଦେଶ ଦେବ। ତା’ପରେ ସେ ସେହି ଜୀଅନ୍ତା ପକ୍ଷୀ, ଏରସ କାଠ, ସିନ୍ଦୁରବର୍ଣ୍ଣ (ଲୋମ) ଓ ବନସ୍ପତି ବୃକ୍ଷର ପତ୍ର ନେଇ ସେହି ସ୍ରୋତଜଳ ଉପରେ ବଧ କରାଯାଇଥିବା ପକ୍ଷୀର ରକ୍ତରେ ସେହିସବୁକୁ ବଡ଼ାଇବ। ପୁଣି ଯାଜକ ସେହି କୁଷ୍ଠରୋଗୀ ଉପରେ ସାତଥର ରକ୍ତ ଛିଞ୍ଚିବ ଓ ଶୁଚି ହେଲା ବୋଲି ପ୍ରକାଶ କରିବ। ଆଉ ଅନ୍ୟ ଜୀଅନ୍ତା ପକ୍ଷୀଟିକୁ ନେଇ କ୍ଷେତ୍ରଆଡ଼େ ଛାଡ଼ିଦେବ।

“ତା’ପରେ ସେ ଶୁଚି ଲୋକ ନିଜର ବସ୍ତ୍ର ଧୌତ କରି, ସମସ୍ତ କେଶ କ୍ଷୌର କରି ଜଳରେ ସ୍ନାନ କରିବ, ତଦ୍ଦ୍ୱାରା ସେ ଶୁଚି ହେବ। ତା’ପରେ ସେ ଛାଉଣି ଭିତରକୁ ଆସିବ। ମାତ୍ର ସେ ସାତ ଦିନ ନିଜର ତମ୍ବୁର ବାହାରେ ରହିବ। ସପ୍ତମ ଦିନରେ ସେ ନିଜର ସମସ୍ତ କେଶ ଅର୍ଥାତ୍ ମସ୍ତକର ଦାଢ଼ିରେ ଓ ଭ୍ରୂଲତାର ସମସ୍ତ କେଶ କ୍ଷୌର କରିବ। ପୁଣି ନିଜର ବସ୍ତ୍ର ଧୌଇ ଜଳରେ ସ୍ନାନ କରି ଶୁଚି ହେବ।

10 “ଅଷ୍ଟମ ଦିନରେ ସେ କୁଷ୍ଠରୋଗୀ ଦୁଇ ନିଖୁଣ ମେଷବତ୍ସ, ଏକବର୍ଷୀୟା ଏକ ନିଖୁଣ ମେଷବତ୍ସା, ଶସ୍ୟ ନୈବେଦ୍ୟ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋ‌‌‌‌ଗ୍‌‌‌‌ ତୈଳ ନେବ। 11 ତହୁଁ ଶୁଚିକାରୀ ଯାଜକ ସେହି ଶୋଧନୀୟ ଲୋକକୁ ଓ ସେହିସବୁ ଦ୍ରବ୍ୟ ନେଇ ସମାଗମ-ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସ୍ଥାପନ କରିବ। 12 ଆଉ ଯାଜକ ଗୋଟିଏ ଅଣ୍ଡିରା ମେଷବତ୍ସ ଓ ସେହି ଏକ ଲୋ‌‌‌‌ଗ୍‌‌‌‌ ତୈଳ ନେଇ ଦୋଷାର୍ଥକ ବଳିରୂପେ ଉତ୍ସର୍ଗ କରିବ, ଆଉ ଦୋଳନୀୟ ନୈବେଦ୍ୟ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେସବୁ ଦୋଳନୀୟ କରାଯିବ। 13 ତା’ପରେ ସେ ଯାଜକ ଯେଉଁ ସ୍ଥାନରେ ପାପାର୍ଥକ ଓ ହୋମବଳି ବଧ କରାଯାଏ ସେହି ପବିତ୍ର ସ୍ଥାନରେ ସେହି ମେଷବତ୍ସ ବଧ କରିବ। ପାପାର୍ଥକ ବଳିପରି ଦୋଷାର୍ଥକ ବଳି ମଧ୍ୟ ଯାଜକର ଅଟେ। ତାହା ମହାପବିତ୍ର ଅଟେ।

14 “ତା’ପରେ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେବ, ପୁଣି ଯାଜକ ସେହି ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣର ପ୍ରାନ୍ତରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ। 15 ଆଉ ଯାଜକ ସେହି ଏକ ଲୋଗ୍ ତୈଳରୁ କିଛି ନେଇ ନିଜର ବାମ ହସ୍ତର ପାପୁଲିରେ ଢାଳିବ। 16 ତା’ପରେ ଯାଜକ ସେହି ବାମ ହସ୍ତର ପାପୁଲିସ୍ଥିତ ତୈଳରେ ଆପଣା ଦକ୍ଷିଣ ଅଙ୍ଗୁଳି ବୁଡ଼ାଇ ଅଙ୍ଗୁଳି ଦ୍ୱାରା ସେହି ତୈଳରୁ କିଛି ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସାତଥର ଛିଞ୍ଚିବ। 17 ପୁଣି ଯାଜକ ଆପଣା ବାମ ପାପୁଲିରେ ଅବଶିଷ୍ଟ ତୈଳ ନେଇ ସେହି ଶୋଧନୀୟ ଲୋକର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ। ଯେଉଁଠାରେ ଦୋଷାର୍ଥକ ବଳିର ରକ୍ତ ଆଗରୁ ଲଗାଇଥିଲା। 18 ଆଉ ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ସେହି ଶୋଧନୀୟ ଲୋକର ମସ୍ତକରେ ଲଗାଇବ। ପୁଣି ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ତାହାପାଇଁ ପ୍ରାୟଶ୍ଚିତ କରିବ।

19 “ତା’ପରେ ଯାଜକ ପାପାର୍ଥକ ବଳି ଉତ୍ସର୍ଗ କରିବ ଓ ସେହି ଶୋଧନୀୟ ଲୋକର ଅଶୌଚ ହେତୁ ପ୍ରାୟଶ୍ଚିତ କରିବ। ଏହା ପରେ ସେ ହୋମବଳି ବଧ କରିବ। 20 ତତ୍ପରେ ଯାଜକ ହୋମବଳି ଓ ଶସ୍ୟ ନୈବେଦ୍ୟ ଆଣି ଯଜ୍ଞବେଦିରେ ଉତ୍ସର୍ଗ କରିବ। ଏହିପରି ଯାଜକ ତାହା ପାଇଁ ପ୍ରାୟଶ୍ଚିତ କରିବ ଓ ସେ ଶୁଚି ହେବ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 19:11-20

ସ୍କୋବାଙ୍କ ପୁତ୍ରମାନେ

11 ପରମେଶ୍ୱର ପାଉଲଙ୍କ ମାଧ୍ୟମରେ ଅତି ଅସାଧାରଣ କାର୍ଯ୍ୟମାନ କରୁଥିଲେ। 12 ତେଣୁ ପାଉଲ ସ୍ପର୍ଶ କରୁଥିବା ରୁମାଲ ଓ ଗାମୁଛା ନେଇ ରୋଗୀମାନଙ୍କ ଉପରେ ପକାଇ ଦେଉଥିଲେ ଓ ଏହିଭଳି ସେମାନେ ରୋଗରୁ ସୁସ୍ଥ ହୋଇଯାଉଥିଲେ। ସେମାନଙ୍କ ମଧ୍ୟରୁ ଭୂତାତ୍ମା ମଧ୍ୟ ଗ୍ଭଲିଯାଉଥିଲା।

13 ଭୂତାତ୍ମାକୁ ଦୂର କରିବା ପାଇଁ ଏଣେତେଣେ ବୁଲୁଥିବା କେତେକ ଯିହୂଦୀୟମାନେ ମଧ୍ୟ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ୟବହାର କରିବା ପାଇଁ ଚେଷ୍ଟା କଲେ। ସେମାନେ କହିଲେ, “ଯେଉଁ ଯୀଶୁଙ୍କୁ ପାଉଲ ପ୍ରଗ୍ଭର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମରେ ଆଦେଶ ଦେଉଛି।” 14 ସ୍କେବାଙ୍କର ସାତ ଜଣ ପୁତ୍ର ଏହିପରି କରୁଥିଲେ। ସ୍କେବା ଜଣେ ଯିହୂଦୀୟ ମୁଖ୍ୟ ଯାଜକ ଥିଲେ।

15 କିନ୍ତୁ ଜଣେ ଭୂତାତ୍ମା ସେମାନଙ୍କୁ କହିଲା, “ମୁଁ ଯୀଶୁଙ୍କୁ ଚିହ୍ନେ ଓ ପାଉଲଙ୍କୁ ମଧ୍ୟ ଜାଣେ। କିନ୍ତୁ ତୁମ୍ଭେମାନେ କିଏ?”

16 ଏହା କହି ସେହି ଭୂତାତ୍ମା ଥିବା ଲୋକଟି ସେମାନଙ୍କ ଉପରେ ଡେଇଁ ପଡ଼ିଲା। ସେ ସେମାନଙ୍କୁ ମାରି ପରାସ୍ତ କଲା। ତେଣୁ ସେମାନେ ସମସ୍ତେ ସେ ଘରୁ ଉଲଗ୍ନ ଓ କ୍ଷତବିକ୍ଷତ ହୋଇ ଦୌଡ଼ି ଗ୍ଭଲିଗଲେ।

17 ଏ କଥା ଏଫିସ ନଗରର ସମସ୍ତ ଯିହୂଦୀୟ ଓ ଗ୍ରୀ‌କ୍‌‌ମାନେ ଜାଣି ଭୟ କଲେ। ଏହା ଦ୍ୱାରା ପ୍ରଭୁ ଯୀଶୁଙ୍କର ନାମ ଅଧିକ ଗୌରବାନ୍ୱିତ ହେଲା। 18 ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ୱାସ କରୁଥିଲେ, ସେହି ଲୋକମାନେ ଆସି ସମସ୍ତଙ୍କ ସାକ୍ଷାତରେ ନିଜର କୁକର୍ମ ସବୁ ସ୍ୱୀକାର କଲେ। 19 ଯେଉଁ ଲୋକମାନେ ଯାଦୁକର୍ମ କରୁଥିଲେ, ସେମାନେ ସେମାନଙ୍କର ସବୁ ବହିଗୁଡ଼ିକ ଏକାଠି କରି ଆଣି ସମସ୍ତଙ୍କ ସମ୍ମୁଖରେ ପୋଡ଼ି ପକାଇଲେ। ସେମାନେ ଏହି ଗୁଡ଼ିକର ଦାମ ହିସାବ କରି ଦେଖିଲେ ଯେ, ଏହା ପ୍ରାୟ ପଗ୍ଭଶ ହଜାର ରୌପ୍ୟମୁଦ୍ରା ମୂଲ୍ୟର ବହି ଥିଲା। 20 ଏହିପରି ଭାବରେ ପ୍ରଭୁଙ୍କର କଥା ଅଧିକ ପ୍ରଭାବଶାଳୀ ହୋଇ ଗ୍ଭରିଆଡ଼େ ବ୍ୟାପିବାକୁ ଲାଗିଲା ଏବଂ ଅଧିକରୁ ଅଧିକ ଲୋକ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center