Revised Common Lectionary (Semicontinuous)
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
ସେହି ଯଥାର୍ଥ ସମୟ ଆସିଅଛି।
ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
18 ଭବିଷ୍ୟତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ଯେପରିକି ଲୋକମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହାନ୍ତି,
ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ।
19 ସଦାପ୍ରଭୁ ତାଙ୍କର ପବିତ୍ର ସ୍ଥାନ ଉପରୁ ତଳକୁ ଗ୍ଭହିଁବେ।
ସଦାପ୍ରଭୁ ସ୍ୱର୍ଗରୁ ପୃଥିବୀକୁ ଗ୍ଭହିଁବେ।
20 ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ।
ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
21 ଏହା ପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷୟରେ କହିବେ।
ସେମାନେ ତାଙ୍କ ନାମ ଯିରୁଶାଲମରେ ପ୍ରଶଂସା କରିବେ।
22 ସମସ୍ତ ଜାତି ଏକତ୍ରିତ ହେବେ
ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ।
23 ମୋର ଜୀବନର ମଝିରେ ସଦାପ୍ରଭୁ ମୋର ବଳକୁ ହ୍ରାସ କରି,
ସେ ମୋର ଆୟୁ ଊଣା କରିଛନ୍ତି।
24 ତେଣୁ ମୁଁ କହିଲି, “ମୋ’ ପରମେଶ୍ୱର ଯୁବାବସ୍ଥାରେ ମୋର ପ୍ରାଣ ନିଅ ନାହିଁ।
ତୁମ୍ଭେ ଚିରଦିନ ଆମର।
25 ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ।
ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
26 ପୃଥିବୀ ଓ ଆକାଶ ଦିନେ ଶେଷ ହେବ,
କିନ୍ତୁ ତୁମ୍ଭେ ନିତ୍ୟ ବିରାଜିତ।
ତାହା ସବୁ ବସ୍ତ୍ରପରି
ସେସବୁ ବଦଳାଇ ଦେବ।
27 କିନ୍ତୁ ତୁମ୍ଭେ ପରମେଶ୍ୱର, କେବେ ପରିବର୍ତ୍ତନ ହେବ ନାହିଁ।
ତୁମ୍ଭେ ଚିରକାଳ ରହିବ।
28 ଆମ୍ଭେମାନେ ତୁମ୍ଭର ଦାସ ଅଟୁ
ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ।
ଏବଂ ସେମାନଙ୍କର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।”
ଆୟୁବ ଇଲିଫସ୍କୁ ଉତ୍ତର ଦେଲା
6 ଏହା ପରେ ଆୟୁବ ଉତ୍ତର ଦେଇ କହିଲା,
2 “ଯଦି ମୋର ଦୁଃଖ ଓଜନ କରାଯାଇ ପାରନ୍ତା।
ଯଦି ମୋର ସମସ୍ତ ଦୁର୍ଗତି ତରାଜୁର ଏକ ପାଖରେ ରଖାଯା’ନ୍ତା,
3 ତୁମ୍ଭେ ମୋର ଦୁଃଖକୁ ବୁଝି ପାରନ୍ତ।
ମୋର ଦୁଃଖ ସମୁଦ୍ରର ସମସ୍ତ ବାଲିଠାରୁ ଅଧିକ ଭାରୀ ହୁଅନ୍ତା।
ତେଣୁ ସେଥିପାଇଁ ମୋର କଥାସବୁ ମୂର୍ଖାମୀ ବୋଲି ଜଣା ପଡ଼ୁଛି।
4 ପରମେଶ୍ୱର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମୋ’ ଅନ୍ତରକୁ ବିଦ୍ଧ କରୁଛି।
ମୋର ଆତ୍ମା ସେହି ବାଣର ବିଷକୁ ପାନ କରୁଛି।
ପରମେଶ୍ୱରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମୋର ବିରୁଦ୍ଧରେ ଗୋଟିଏ ଧାଡ଼ିରେ ସଜାଇ ରଖାଯାଇଛି।
5 ତୁମ୍ଭର ବାକ୍ୟସବୁ କହିବାକୁ ସହଜ, ଯେତେବେଳେ କିଛି ଅଘଟଣ ଘଟି ନ ଥାଏ।
ଏପରିକି ଗୋଟିଏ ବଣୁଆ ଗଧ ମଧ୍ୟ କିଛି ଅଭିଯୋଗ କରେ ନାହିଁ, ଯେତେବେଳେ ସେ ପ୍ରଚୁର ଘାସ ଖାଇବାକୁ ପାଏ
ଏବଂ ଗୋଟିଏ ଗାଈ ମଧ୍ୟ କିଛି ଅଭିଯୋଗ କରେ ନାହିଁ, ଯେତେବେଳେ ତା’ ନିକଟରେ ତା’ ନିଜର ଖାଦ୍ୟ ଥାଏ।
6 ଲବଣ ବିନା ଖାଦ୍ୟ ସ୍ୱାଦିଷ୍ଟ ଲାଗେ ନାହିଁ।
ଅଣ୍ଡାର ଧଳା ଲାଳର ଯେମିତି କୌଣସି ସ୍ୱାଦ ନ ଥାଏ।
7 ମୁଁ ତାକୁ ସ୍ପର୍ଶ କହିବାକୁ ମନା କରେ
କାରଣ ସେପ୍ରକାର ଖାଦ୍ୟ ମୋତେ ରୋଗୀଣା କରି ପକାଏ।
8 “ମୁଁ ଗ୍ଭହୁଁଛି, ମୁଁ ଯାହା ମାଗିଛି ତାହା ମୁଁ ପାଆନ୍ତି।
ମୁଁ ଇଚ୍ଛାକରେ ଯାହା ମୋର ଦରକାର ପରମେଶ୍ୱର ମୋତେ ଦେବେ।
9 ମୁଁ ଇଚ୍ଛା କରେ ପରମେଶ୍ୱର ମୋତେ ଦଳି ଦିଅନ୍ତୁ,
ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।
10 ଯଦି ସେ ତାହା କରି ମୋତେ ମାରି ଦିଅନ୍ତେ, ମୁଁ ଗୋଟିଏ ବିଷୟରେ ଅନ୍ତତଃ ସାନ୍ତ୍ୱନା ପାଆନ୍ତି,
ଏହି ନିଷ୍ଠୁର ଯନ୍ତ୍ରଣା ମଧ୍ୟରେ ମୁଁ ଆନନ୍ଦ ପାଆନ୍ତି,
କାରଣ ପରମେଶ୍ୱରଙ୍କ ସେହି ପବିତ୍ର ଜଣଙ୍କର କୌଣସି ଆଜ୍ଞାକୁ ମୁଁ ଅବମାନନା କରି ନାହିଁ।
11 ମୋର କ’ଣ ଶକ୍ତି ବାକି ରହିଛି ଯେ ମୁଁ ଆଶା କରିବି?
ମୁଁ ଜାଣେନା ମୋର କ’ଣ ହେବାକୁ ଯାଉଛି।
ସେଥିପାଇଁ ମୋର ଧୈର୍ଯ୍ୟ ଧରିବା ପାଇଁ କୌଣସି କାରଣ ନାହିଁ।
12 ମୁଁ ପଥର ଭଳି ଶକ୍ତ ନୁହେଁ।
ମୋର ମାଂସ ତମ୍ବାରେ ତିଆରି ନୁହେଁ।
13 ନିଜକୁ ସାହାଯ୍ୟ କରିବାକୁ ମୋର ଶକ୍ତି ବର୍ତ୍ତମାନ ନାହିଁ।
କାରଣ ସମସ୍ତ ସଫଳତା ମୋ’ଠାରୁ କାଢ଼ି ନିଆଯାଇଅଛି।
ଅନେକ ଲୋକ ଯୀଶୁଙ୍କୁ ଅନୁସରଣ କଲେ
7 ଯୀଶୁ ନିଜ ଶିଷ୍ୟମାନଙ୍କ ସହିତ ଗାଲିଲୀ ହ୍ରଦ କୂଳକୁ ଗ୍ଭଲିଗଲେ। ତାହାଙ୍କ ପଛରେ ଗାଲିଲୀର ଅନେକ ଲୋକ ମଧ୍ୟ ଗଲେ। 8 ଯିହୂଦା, ଯିରୁଶାଲମ, ଇଦୋମ, ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱ ସୋର ଓ ସୀଦୋନର ଗ୍ଭରିଆଡ଼ୁ ଅନେକ ଲୋକ ମଧ୍ୟ ଆସି ପହଞ୍ଚିଲେ। ଏ ଲୋକମାନେ ଆସିବାର କାରଣ ହେଲା, ଯୀଶୁ ଯାହାସବୁ କରୁଥିଲେ, ସେ ସମସ୍ତ ଘଟଣା ସେମାନେ ଶୁଣି ସାରିଥିଲେ।
9 ଯୀଶୁ ଅନେକ ଲୋକଙ୍କୁ ଦେଖିଲେ, ଭିଡ଼ ହୋଇ ଯିବାରୁ ଲୋକମାନେ ଯେପରି ତାହାଙ୍କ ଆଡ଼କୁ ମାଡ଼ି ନ ଆସନ୍ତି ସେଥିପାଇଁ ସେ ନିଜ ଶିଷ୍ୟମାନଙ୍କୁ ଗୋଟିଏ ଛୋଟ ଡଙ୍ଗା ତାହାଙ୍କ ପାଇଁ ପ୍ରସ୍ତୁତ କରିବାକୁ କହିଲେ। 10 ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ। ତେଣୁ ସବୁ ରୋଗୀମାନେ ତାହାଙ୍କୁ ଛୁଇଁବା ପାଇଁ ତାହାଙ୍କ ଆଡ଼କୁ ମାଡ଼ି ଆସୁଥିଲେ। 11 କେତେକ ଲୋକଙ୍କ ଦେହରେ ଦୁଷ୍ଟାତ୍ମାମାନେ ପ୍ରବେଶ କରିଥିଲେ। ଯେତେବେଳେ ସେହି ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ଆଗରେ ପଡ଼ିଯାଇ ଚିତ୍କାର କରି କହୁଥିଲେ, “ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର।” 12 କିନ୍ତୁ ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ଆଜ୍ଞା ଦେଲେ ଯେ ସେ କିଏ, ଏହା ସେମାନେ ଲୋକମାନଙ୍କୁ ଯେପରି ନ କୁହନ୍ତି।
2010 by World Bible Translation Center