Revised Common Lectionary (Semicontinuous)
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
ସେହି ଯଥାର୍ଥ ସମୟ ଆସିଅଛି।
ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
18 ଭବିଷ୍ୟତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ଯେପରିକି ଲୋକମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହାନ୍ତି,
ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ।
19 ସଦାପ୍ରଭୁ ତାଙ୍କର ପବିତ୍ର ସ୍ଥାନ ଉପରୁ ତଳକୁ ଗ୍ଭହିଁବେ।
ସଦାପ୍ରଭୁ ସ୍ୱର୍ଗରୁ ପୃଥିବୀକୁ ଗ୍ଭହିଁବେ।
20 ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ।
ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
21 ଏହା ପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷୟରେ କହିବେ।
ସେମାନେ ତାଙ୍କ ନାମ ଯିରୁଶାଲମରେ ପ୍ରଶଂସା କରିବେ।
22 ସମସ୍ତ ଜାତି ଏକତ୍ରିତ ହେବେ
ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ।
23 ମୋର ଜୀବନର ମଝିରେ ସଦାପ୍ରଭୁ ମୋର ବଳକୁ ହ୍ରାସ କରି,
ସେ ମୋର ଆୟୁ ଊଣା କରିଛନ୍ତି।
24 ତେଣୁ ମୁଁ କହିଲି, “ମୋ’ ପରମେଶ୍ୱର ଯୁବାବସ୍ଥାରେ ମୋର ପ୍ରାଣ ନିଅ ନାହିଁ।
ତୁମ୍ଭେ ଚିରଦିନ ଆମର।
25 ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ।
ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
26 ପୃଥିବୀ ଓ ଆକାଶ ଦିନେ ଶେଷ ହେବ,
କିନ୍ତୁ ତୁମ୍ଭେ ନିତ୍ୟ ବିରାଜିତ।
ତାହା ସବୁ ବସ୍ତ୍ରପରି
ସେସବୁ ବଦଳାଇ ଦେବ।
27 କିନ୍ତୁ ତୁମ୍ଭେ ପରମେଶ୍ୱର, କେବେ ପରିବର୍ତ୍ତନ ହେବ ନାହିଁ।
ତୁମ୍ଭେ ଚିରକାଳ ରହିବ।
28 ଆମ୍ଭେମାନେ ତୁମ୍ଭର ଦାସ ଅଟୁ
ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ।
ଏବଂ ସେମାନଙ୍କର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।”
ଶୁନେମର ଜଣେ ସ୍ତ୍ରୀଲୋକ ଇଲୀଶାୟଙ୍କୁ ଏକ କୋଠରୀ ଦିଅନ୍ତି
8 ଏକଦା ଇଲୀଶାୟ ଶୁନେମକୁ ଗଲେ। ସେଠାରେ ଏକ ମହତ୍ତ୍ୱପୂର୍ଣ୍ଣ ଧନୀ ସ୍ତ୍ରୀଲୋକ ତାଙ୍କୁ ଅନ୍ନ ଭୋଜନ ଦେବାକୁ ବଳାଇଲା। ଏହା ପରେ ଇଲୀଶାୟ ଯେତେଥର ସେହି ବାଟ ଦେଇ ଗଲେ ସେତେଥର ସେଠାରେ ଅନ୍ନ ଭୋଜନ କଲେ।
9 ସ୍ତ୍ରୀଲୋକଟି ଦିନେ ତା’ର ସ୍ୱାମୀକୁ କହିଲେ, “ଦେଖ, ଏହି ଯେଉଁ ଲୋକଟି ଆମ୍ଭମାନଙ୍କ ଘର ନିକଟ ଦେଇ ସର୍ବଦା ଯାତାୟାତ କରୁଛନ୍ତି, ସେ ପରମେଶ୍ୱରଙ୍କ ପବିତ୍ର ଲୋକ ବୋଲି ମୁଁ ଅନୁଭବ କରୁଛି। 10 ତେଣୁ ମୁଁ ତୁମ୍ଭକୁ ବିନୟ କରୁଛି, ତୁମ୍ଭେ ଆମ୍ଭର ଛାତ ଉପରେ ଗୋଟିଏ ଛୋଟ କୋଠରୀ ନିର୍ମାଣ କର ଓ ସେଥିରେ ଗୋଟିଏ ଖଟ, ମେଜ, ଆସନ ଓ ଦୀପରୁଖା ରଖିବ, ତେଣୁ ସେ ଆମ୍ଭମାନଙ୍କ ନିକଟକୁ ଆସିଲା ବେଳେ ସେଠାରେ ରହିବ।”
11 ଦିନେ ଇଲୀଶାୟ ସେହି ସ୍ତ୍ରୀଲୋକର ଗୃହକୁ ଆସିଲେ ଓ ସେହି କୋଠରୀରେ ଯାଇ ଶୟନ କଲେ। 12 ପୁଣି ସେ ନିଜର ଦାସ ଗିହେଜୀକୁ କହିଲେ, “ସେହି ଶୁନେମୀୟା ସ୍ତ୍ରୀଙ୍କୁ ଡାକ।”
ତହିଁରେ ଦାସ ତାହାକୁ ଡାକିଲେ ଓ ସେ ଇଲୀଶାୟଙ୍କ ସମ୍ମୁଖରେ ଛିଡ଼ା ହେଲେ। 13 ପୁଣି ଇଲୀଶାୟ ତାଙ୍କ ଦାସକୁ କହିଲେ, “ବର୍ତ୍ତମାନ ସେହି ସ୍ତ୍ରୀଲୋକକୁ ଏହା କୁହ, ‘ଦେଖ, ତୁମ୍ଭେ ଆମ୍ଭମାନଙ୍କର ବହୁ ଯତ୍ନ ନେଇ ସେବା କରିଛ। ଆମ୍ଭେମାନେ ତୁମ୍ଭ ପାଇଁ କ’ଣ କରି ପାରିବୁ? ରାଜା କିମ୍ବା ସେନାପତିଙ୍କ ନିକଟରେ ତୁମ୍ଭ ସପକ୍ଷରେ କିଛି କହିବାକୁ ଇଚ୍ଛା କରୁଛ କି?’”
ତହୁଁ ସ୍ତ୍ରୀଲୋକଟି ଉତ୍ତର କଲା, “ମୁଁ ନିଜ ଲୋକଙ୍କ ମଧ୍ୟରେ ଭଲରେ ବାସ କରୁଛି।”
14 ଇଲୀଶାୟ ଗିହେଜୀକୁ କହିଲେ, “ତେବେ ତା’ ପାଇଁ କ’ଣ କରାଯିବ?”
ଗିହେଜୀ ଉତ୍ତର କଲେ, “ମୁଁ ଜାଣେ ତା’ର ପୁତ୍ର ନାହିଁ ଓ ତା’ର ସ୍ୱାମୀ ବୃଦ୍ଧ।”
15 ତା’ପରେ ଇଲୀଶାୟ କହିଲେ, “ତାକୁ ଡାକ।”
ତେଣୁ ଗିହେଜୀ ତାହାକୁ ଡାକିଲେ ଓ ସେ ଆସି ଦ୍ୱାର ନିକଟରେ ଛିଡ଼ା ହେଲା। 16 ଇଲୀଶାୟ ସେହି ସ୍ତ୍ରୀଲୋକକୁ କହିଲେ, “ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବେଳକୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।”
ସ୍ତ୍ରୀଲୋକଟି ଉତ୍ତର କଲା, “ନା, ମହାଶୟ, ହେ ମୋର ପରମେଶ୍ୱରଙ୍କର ଲୋକ, ମୋତେ ମିଥ୍ୟା କୁହନ୍ତୁ ନାହିଁ, ମୁଁ ଆପଣଙ୍କର ଦାସୀ।”
ଶୁନେମୀୟାର ଏକ ପୁତ୍ର ଲାଭ
17 ସ୍ତ୍ରୀଲୋକଟି ଗର୍ଭବତୀ ହେଲା। ଇଲୀଶାୟ ତାଙ୍କୁ କହିଲା ପରି, ପର ବସନ୍ତ ଋତୁରେ ସେ ଏକ ପୁତ୍ରକୁ ଜନ୍ମ କଲା।
ଶୁନେମୀୟାର ପୁତ୍ର ପୁନର୍ଜୀବନ ଲାଭ କଲା
32 ଅନନ୍ତର ଇଲୀଶାୟ ଗୃହ ମଧ୍ୟରେ ପ୍ରବେଶ କରି ଦେଖିଲେ ବାଳକଟି ମୃତ ଅବସ୍ଥାରେ ଶଯ୍ୟା ଉପରେ ଶୋଇଛି। 33 ତତ୍ପରେ ଇଲୀଶାୟ ଗୃହର ଦ୍ୱାର ବନ୍ଦ କଲେ ଓ ଏକୁଟିଆ ବାଳକ ସହିତ ସେ ଘର ମଧ୍ୟରେ ରହିଲେ। ତା’ପରେ ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। 34 ଇଲୀଶାୟ ଶଯ୍ୟା ଉପରକୁ ଯାଇ ବାଳକଟିର ଉପରେ ଶୟନ କଲେ। ପୁଣି ତାହାର ମୁଖ ଉପରେ ଆପଣା ମୁଖ, ତାହାର ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହାର ହାତ ଉପରେ ଆପଣା ହାତ ରଖିଲେ। ବାଳକର ଶରୀରଟି ଉଷ୍ଣ ହେବା ପର୍ଯ୍ୟନ୍ତ ସେ ତାହା ଉପରେ ନିଜକୁ ଲମ୍ବେଇ ରଖିଲେ।
35 ତା’ପରେ ଇଲୀଶାୟ ଉଠିପଡ଼ି ଗୃହ ମଧ୍ୟରେ ଏଣେ ତେଣେ ବିଚରଣ କଲେ। ସେ ପୁଣି ବାଳକଟି ଉପରେ ଶୋଇ ପଡ଼ିଲେ। ଏଥିରେ ବାଳକଟି ସାତଥର ଛିଙ୍କିଲା ଓ ଚକ୍ଷୁ ଖୋଲିଲା।
36 ଇଲୀଶାୟ ତାଙ୍କର ଦାସ ଗିହେଜୀକୁ ଡାକି କହିଲେ, “ଶୁନେମୀୟାକୁ ଡାକ।”
ଗିହେଜୀ ଶୁନେମୀୟାକୁ ଡାକିବାରୁ ସେ ଇଲୀଶାୟ ନିକଟକୁ ଆସିଲେ। ତହୁଁ ଇଲୀଶାୟ କହିଲେ, “ତୁମ୍ଭ ପୁତ୍ରକୁ ନିଅ।”
37 ତତ୍ପରେ ଶୁନେମୀୟା ଗୃହ ମଧ୍ୟରେ ପ୍ରବେଶ କରି ଇଲୀଶାୟଙ୍କ ପାଦ ତଳେ ପଡ଼ିଲେ ଓ ତା’ପରେ ପୁଅକୁ ଧରି ବାହାରକୁ ଆସିଲେ।
ଇକନିୟରେ ପାଉଲ ଓ ବର୍ଣ୍ଣବ୍ବା
14 ପାଉଲ ଓ ବର୍ଣ୍ଣବ୍ବା ଦୁହେଁ ଇକନିୟ ନଗରରେ ଯିହୂଦୀୟମାନଙ୍କର ସମାଜଗୃହକୁ ଗଲେ। ସେଠାରେ ସେମାନେ ଏଭଳି ଭାବରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କଲେ ଯେ, ଉଭୟ ଯିହୂଦୀୟ ଓ ଅନ୍ୟ ଜାତିର ଅନେକ ଲୋକ ବିଶ୍ୱାସ କଲେ। 2 ମାତ୍ର ଯେଉଁ ଯିହୂଦୀମାନେ ଅବିଶ୍ୱାସ କରୁଥିଲେ, ସେମାନେ ଅନ୍ୟ ଜାତୀୟ ଲୋକମାନଙ୍କ ମନରେ ଭାଇମାନଙ୍କ ବିରୁଦ୍ଧରେ ଖରାପ ଧାରଣା ଜନ୍ମାଇଲେ।
3 ତଥାପି ପାଉଲ ଓ ବର୍ଣ୍ଣବ୍ବା ସେଠାରେ ଅନେକ ଦିନ ରହିଲେ ଓ ପ୍ରଭୁଙ୍କର କଥା ସାହସର ସହିତ ପ୍ରଗ୍ଭର କଲେ। ସେମାନଙ୍କ ମାଧ୍ୟମରେ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ କଲେ ଓ ଅନୁଗ୍ରହର ବାକ୍ୟ ପ୍ରଗ୍ଭର କଲେ। 4 ନଗରର ଲୋକମାନେ ଦୁଇ ଦଳରେ ଭାଗ ହୋଇଗଲେ। କେତେକ ଯିହୂଦୀୟମାନଙ୍କ ପକ୍ଷରେ ଓ ଅନ୍ୟ ଦଳ ପ୍ରେରିତମାନଙ୍କ ପକ୍ଷରେ ଥିଲେ।
5 ଅନ୍ୟଜାତୀୟ ଓ ଯିହୂଦୀୟ ଲୋକମାନେ ସେମାନଙ୍କ ସହ ଖରାପ ବ୍ୟବହାର କରିବା ପାଇଁ ଓ ସେମାନଙ୍କ ଉପରେ ପଥର ପକାଇବା ନିମନ୍ତେ ନେତାମାନଙ୍କ ସହିତ ମିଶିଲେ। 6 ପାଉଲ ଓ ବର୍ଣ୍ଣବ୍ବା ଏହା ଜାଣିପାରି ଲୁକାୟନିଆର ଲୁସ୍ତ୍ରାର ଦର୍ବୀ ନଗର ଓ ଗ୍ଭରିପାଖ ଅଞ୍ଚଳକୁ ଗ୍ଭଲିଗଲେ। 7 ସେଠାରେ ସେମାନେ ସୁସମାଗ୍ଭର ପ୍ରଗ୍ଭର କଲେ।
2010 by World Bible Translation Center