Revised Common Lectionary (Semicontinuous)
147 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!
କାରଣ ଆମ୍ଭର ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ଉତ୍ତମ!
ପରମେଶ୍ୱରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମାନୋହର ଅଟେ।
2 ସଦାପ୍ରଭୁ ହେଉଛନ୍ତି ଜଣେ ଯିଏ ଯିରୁଶାଲମକୁ ପୁନଃନିର୍ମାଣ କରନ୍ତି।
ସେ ହିଁ ଜଣେ ଇସ୍ରାଏଲର ନିର୍ବାସିତମାନଙ୍କୁ ଏକତ୍ରିତ କରନ୍ତି।
3 ସେ ସେମାନଙ୍କର ଭଗ୍ନ ହୃଦୟକୁ ସୁସ୍ଥ କରନ୍ତି
ଓ ସେମାନଙ୍କ କ୍ଷତରେ ପଟି ବାନ୍ଧନ୍ତି।
4 ସେ ତାରାଗଣଙ୍କୁ ଗଣନା କରନ୍ତି।
ସେ ପ୍ରତ୍ୟେକଙ୍କର ଗୋଟି ଗୋଟି କରି ନାମ ଧରି ଡାକନ୍ତି।
5 ଆମ୍ଭର ପ୍ରଭୁ ଅତି ମହାନ ଏବଂ ଶକ୍ତିମାନ।
ତାଙ୍କର ବୁଝାମଣା ଅସୀମ।
6 ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥା’ନ୍ତି।
ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।
7 ସଦାପ୍ରଭୁଙ୍କୁ ଗୀତରେ ଧନ୍ୟବାଦ ଦିଅ।
ବୀଣାଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସା କର।
8 ପରମେଶ୍ୱର ଆକାଶକୁ ମୋଟା ମେଘମାଳାରେ ଆଚ୍ଛନ୍ନ କରନ୍ତି।
ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି।
ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
9 ପରମେଶ୍ୱର ପଶୁମାନଙ୍କୁ ଆହାର ଦିଅନ୍ତି।
ସେ ପକ୍ଷୀ ଶାବକମାନଙ୍କୁ ମଧ୍ୟ ଆହାର ଦିଅନ୍ତି, ଯାହା ପାଇଁ ସେମାନେ ଚିତ୍କାର କରନ୍ତି।
10 ଯୁଦ୍ଧ ଅଶ୍ୱର ଓ ପରାକ୍ରମୀ ସୈନ୍ୟ
ତାଙ୍କୁ ଖୁସୀ କରି ପାରନ୍ତି ନାହିଁ।
11 ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ୱସ୍ତ ପ୍ରେମରେ ଭରସା ରଖନ୍ତି,
ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି।
20 ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି।
ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି।
ସଦାପ୍ରଭୁଙ୍କର ପ୍ରଶଂସା କର।
36 ଇଲୀହୂ ତା’ର କଥା ଜାରି ରଖି କହିଲା। ସେ କହିଲା
2 “ମୋ’ ସହିତ ଟିକେ ସାମାନ୍ୟ ଅଧିକ ସମୟ ଧୈର୍ଯ୍ୟ ଧର।
ଯାହା ଫଳରେ ମୁଁ ମୋରଯୁକ୍ତି ତୁମ୍ଭକୁ ଦେଇ ପାରିବି।
ତଥାପି ପରମେଶ୍ୱରଙ୍କ ତରଫରୁ ମୋତେ ବହୁତ କିଛି କହିବାର ଅଛି।
3 ମୋର ଜ୍ଞାନ ମୁଁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବି।
ପରମେଶ୍ୱର ମୋତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦେବି ଯେ ପରମେଶ୍ୱର ନ୍ୟାୟନିଷ୍ଠ।
4 ଆୟୁବ, ମୁଁ ସତ କହୁଛି
ମୁଁ ଜାଣେ ମୁଁ କେଉଁ ବିଷୟରେ କଥାବାର୍ତ୍ତା କରୁଛି।
5 “ପରମେଶ୍ୱର ଅତି ଶକ୍ତିଶାଳୀ କିନ୍ତୁ ସେ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
ପରମେଶ୍ୱର ଅତ୍ୟନ୍ତ ଶକ୍ତିଶାଳୀ, ସେ ମଧ୍ୟ ଅତି ଜ୍ଞାନୀ।
6 ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ୱର ଅନୁମତି ନେବେ ନାହିଁ।
ପରମେଶ୍ୱର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ୟାୟଶୀଳ।
7 ପରମେଶ୍ୱର ସତ୍ ଲୋକମାନଙ୍କୁ ଦେଖାଗ୍ଭହାଁ କେବେ ବନ୍ଦ କରନ୍ତି ନାହିଁ।
ସେ ସେମାନଙ୍କୁ ରାଜାମାନଙ୍କ ପରି ଚିରଦିନ ସିଂହାସନରେ ବସାନ୍ତି ଏବଂ ସେ ସେମାନଙ୍କର ଉତ୍ଥାପନ କରନ୍ତି।
8 ତେଣୁ ଯଦି ଲୋକମାନେ ଦଣ୍ଡ ପାଆନ୍ତି,
ସେମାନେ ରସି ଓ ଜଞ୍ଜିରରେ ବନ୍ଧା ହୁଅନ୍ତି।
9 ଏବଂ ପରମେଶ୍ୱର ସେମାନଙ୍କୁ କହିବେ କ’ଣ ସେମାନେ ଭୁଲ୍ କରିଛନ୍ତି।
ପରମେଶ୍ୱର ତାଙ୍କୁ କହିବେ, ସେ ପାପ କରିଛି, ପରମେଶ୍ୱର ତାଙ୍କୁ କହିବେ ସେମାନେ ଗର୍ବୀ।
10 ପରମେଶ୍ୱର ତାଙ୍କ ଚେତାବନୀ ଶୁଣିବାକୁ ସେମାନଙ୍କୁ ବାଧ୍ୟ କରିବେ।
ସେ ତାଙ୍କୁ ପାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ।
11 ଯଦି ସେହି ଲୋକମାନେ ପରମେଶ୍ୱରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା’ହେଲେ ପରମେଶ୍ୱର ତାଙ୍କୁ ସଫଳ କରାଇବେ
ଏବଂ ସେମାନେ ସୁଖ ଶାନ୍ତିରେ ଜୀବନ କଟାଇବେ।
12 ଯଦି ସେହି ଲୋକମାନେ ପରମେଶ୍ୱରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା’ହେଲେ ସେମାନେ ଧ୍ୱଂସ ହେବେ।
ସେମାନେ ମୂର୍ଖଙ୍କ ଭଳି ମରିବେ।
13 “ନାସ୍ତିକ ଲୋକମାନେ କ୍ରୋଧକୁ ସେମାନଙ୍କ ନିଜ ପାଇଁ ସାଇତି ରଖନ୍ତି।
ଯେତେବେଳେ ପରମେଶ୍ୱର ତାକୁ ଦଣ୍ଡ ଦିଅନ୍ତି, ସେତେବେଳେ ସେମାନେ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।
14 ସେହି ଲୋକମାନେ ମରିବେ, ଯେତେବେଳେ ସେମାନେ ଅଦ୍ୟପି ଯୁବା,
ମନ୍ଦିରର ପୁରୁଷ ବେଶ୍ୟାପରି।
15 କିନ୍ତୁ ପରମେଶ୍ୱର ଦୁଃଖୀ ଲୋକମାନଙ୍କୁ ସେମାନଙ୍କର ଦୁଃଖରୁ ଉଦ୍ଧାର କରନ୍ତି।
ପରମେଶ୍ୱର ଏହି ଦୁଃଖ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇ ଦିଅନ୍ତି, ତାଙ୍କ କଥା ଶୁଣିବା ପାଇଁ।
16 “ପରମେଶ୍ୱର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଗ୍ଭହାନ୍ତି
ଏବଂ ତା’ ବଦଳରେ ଏକ କଷ୍ଟବିହୀନ ଜୀବନ ଦେବା ପାଇଁ ଗ୍ଭହାନ୍ତି।
ପରମେଶ୍ୱର ଗ୍ଭହାନ୍ତି ତୁମ୍ଭ ଟେବୁଲରେ ପ୍ରଚୁର ଖାଦ୍ୟ ରହୁ।
17 କିନ୍ତୁ ବର୍ତ୍ତମାନ ଆୟୁବ, ତୁମ୍ଭେ ବିଗ୍ଭରରେ ଦୋଷୀ ସାବ୍ୟସ୍ତ ହେଲ।
ତେଣୁ ତୁମ୍ଭେ ଜଣେ ମନ୍ଦ ବ୍ୟକ୍ତି ଭଳି ଶାସ୍ତି ପାଇଲ।
18 ତୁମ୍ଭର କ୍ରୋଧ ତୁମ୍ଭକୁ ବଦଳାଇ ନଦେଉ, ଯାହା ଫଳରେ ତୁମ୍ଭେ ପରମେଶ୍ୱରଙ୍କୁ ପରିହାସ କରିବ।
ଏବଂ ଗୁରୁତର କ୍ଷତିପୂରଣ ତୁମ୍ଭକୁ ଦୂରକୁ ନେଇ ନ ଯାଉ।
19 ତୁମ୍ଭର ଟଙ୍କା ପଇସା ତୁମ୍ଭକୁ ବର୍ତ୍ତମାନ ସାହାଯ୍ୟ କରିପାରେ ନାହିଁ,
କି ଶକ୍ତିଶାଳୀ ଲୋକ ମଧ୍ୟ ତୁମ୍ଭକୁ ସାହାଯ୍ୟ କରିପାରେ ନାହିଁ।
20 ରାତି ଆସୁ ବୋଲି ଇଚ୍ଛା କର ନାହିଁ।
ଲୋକେ ରାତିରେ ମିଳାଇ ଯିବାକୁ ଚେଷ୍ଟା କରନ୍ତି।
ସେମାନେ ଭାବନ୍ତି ସେମାନେ ପରମେଶ୍ୱରଙ୍କଠାରୁ ଲୁଚିକି ରହିପାରିବେ।
21 ଆୟୁବ, ତୁମ୍ଭେ ବହୁତ କଷ୍ଟ ସହିଲଣି।
ତଥାପି ମନ୍ଦ ବିଷୟ ପସନ୍ଦ କର ନାହିଁ।
ସାବଧାନ, ଭୁଲ୍ କାମ କର ନାହିଁ।
22 “ଦେଖ, ପରମେଶ୍ୱରଙ୍କ ଶକ୍ତି ତାଙ୍କୁ ମହାନ କରିଛି।
ପରମେଶ୍ୱର ହେଉଛନ୍ତି ସବୁଠାରୁ ବଡ଼ ଶିକ୍ଷକ।
23 କେହି ପରମେଶ୍ୱରଙ୍କୁ କ’ଣ କାର୍ଯ୍ୟ କରିବେ କହିପାରିବ ନାହିଁ।
କେହି ତାଙ୍କୁ କହିପାରିବ ନାହିଁ, ‘ହେ ପରମେଶ୍ୱର, ତୁମ୍ଭେ ଭୁଲ୍ କରିଛ।’
ଅଧିକାର ଯାହା ପାଉଲ ବ୍ୟବହାର କଲେ ନାହିଁ
9 ମୁଁ ଜଣେ ସ୍ୱାଧୀନ ବ୍ୟକ୍ତି। ମୁଁ ଜଣେ ପ୍ରେରିତ। ମୁଁ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଦେଖିଛି। ପ୍ରଭୁଙ୍କ ନିମନ୍ତେ ମୋ’ କାର୍ଯ୍ୟର ଫଳ ସ୍ୱରୂପ ତୁମ୍ଭେମାନେ ପରିବର୍ତ୍ତିତ ହୋଇଛ। 2 ଅନ୍ୟମାନେ ମୋତେ ପ୍ରେରିତ ବୋଲି ଗ୍ରହଣ ନ କରି ପାରନ୍ତି, କିନ୍ତୁ ତୁମ୍ଭେମାନେ ମୋତେ ପ୍ରେରିତ ବୋଲି ନିଶ୍ଚିତ ଭାବରେ ଗ୍ରହଣ କରୁଛ। ମୁଁ ଯେ ପ୍ରଭୁଙ୍କର ଜଣେ ପ୍ରେରିତ, ତୁମ୍ଭେମାନେ ଏଥିର ପ୍ରମାଣ ଅଟ।
3 କେତେକ ମୋର ବିଗ୍ଭର କରିବାକୁ ଇଚ୍ଛା କରନ୍ତି। ସେମାନଙ୍କ ପାଇଁ ମୋର ଉତ୍ତର ଏହି ଯେ, 4 ଆମ୍ଭର ଖାଇବା ଓ ପିଇବା ପାଇଁ କ’ଣ ଅଧିକାର ନାହିଁ? 5 ଜଣେ ବିଶ୍ୱାସିନୀ ପତ୍ନୀକୁ ଯାତ୍ରା ବେଳେ ସଙ୍ଗରେ ନେଇ ଯିବା ପାଇଁ କ’ଣ ଆମ୍ଭର ଅଧିକାର ନାହିଁ? ଅନ୍ୟ ପ୍ରେରିତମାନେ, ପ୍ରଭୁଙ୍କର ଭାଇମାନେ ଓ କେଫାତ ଏପରି କରୁଛନ୍ତି। 6 ଆଉ କେବଳ ବର୍ଣ୍ଣବ୍ବା ଓ ମୁଁ ନିଜ ନିଜର ଜୀବିକା ପାଇଁ କାମ କରୁଥିବୁ? 7 ସେନାବାହିନୀରେ କୌଣସି ସୈନିକ କ’ଣ ନିଜ ଖର୍ଚ୍ଚରେ ଯୁଦ୍ଧ କରେ? କୌଣସି ଲୋକ କ’ଣ ଅଙ୍ଗୁର ବଗିଗ୍ଭ ଲଗାଏ ଓ ନିଜେ ଏହାର ଫଳ ଖାଏ ନାହିଁ। ଏପରି କେଉଁ ଲୋକ ଅଛି, ଯେ ମେଷପାଳନ କରି ନିଜ ପାଇଁ ମେଷଦୁଧ ନିଏ ନାହିଁ?
8 ଏହି କଥାଗୁଡ଼ିକ କେତେକ ମନୁଷ୍ୟର ଚିନ୍ତାଧାରା ନୁହେଁ ମାତ୍ର ପରମେଶ୍ୱରଙ୍କ ବ୍ୟବସ୍ଥା ମଧ୍ୟ ସେହି କଥା କୁହେ। 9 ମୋଶାଙ୍କ ବ୍ୟବସ୍ଥାରେ ଲେଖା ଅଛି: “ଖଳାରେ ବେଙ୍ଗଳା ବୁଲାଇଲା ବେଳେ ବଦଳର ମୁହଁ ବାନ୍ଧ ନାହିଁ।” [a] ପରମେଶ୍ୱର ଏହା କ’ଣ କେବଳ ବଳଦଙ୍କ ବିଷୟରେ କହିଲେ? ନା। 10 ଏହା ନିଶ୍ଚିତ ଯେ ଆମ୍ଭ ବିଷୟରେ ମଧ୍ୟ ଲେଖାଯାଇଛି। କାରଣ ହଳ କରୁଥିବା ଓ ଶସ୍ୟ ପାଛୁଡ଼ୁ ଥିବା ଲୋକ, ଉଭୟ ପରିଶ୍ରମ କରିଥିବା ହେତୁ, ପାଇବେ ବୋଲି ଆଶା କରିଥା’ନ୍ତି। 11 ତୁମ୍ଭମାନଙ୍କ ମଧ୍ୟରେ ଆମ୍ଭେ ଆତ୍ମିକ ବୀଜ ବୁଣିଅଛୁ, ତେଣୁ ଜୀବିକା ନିର୍ବାହ ପାଇଁ ତୁମ୍ଭ ପାର୍ଥିବ ଧନରୁ କିଛି ପାଇବାକୁ କ’ଣ ଆମ୍ଭର ଅଧିକାର ନାହିଁ? ଏହା ଆମ୍ଭର ପ୍ରାପ୍ୟ। 12 ଯଦି ଅନ୍ୟମାନଙ୍କର ତୁମ୍ଭଠାରେ ଏହି ଦାବୀ ଅଛି, ତେବେ ଆମ୍ଭର କ’ଣ ଏଥିରେ ଅଧିକ ଦାବୀ ନାହିଁ? କିନ୍ତୁ ଆମ୍ଭେ ଏହି ଅଧିକାର ପ୍ରୟୋଗ କରି ନାହୁଁ। ବରଂ ଖ୍ରୀଷ୍ଟଙ୍କର ସୁସମାଗ୍ଭର କାର୍ଯ୍ୟ କାଳେ ବାଧାପ୍ରାପ୍ତ ହେବ, ଏଥିପାଇଁ ଆମ୍ଭେ ସହ୍ୟ କରିଅଛୁ। 13 ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଯେଉଁମାନେ ମନ୍ଦିରର ସେବକ ସେମାନେ ମନ୍ଦିରକୁ ଅଣାଯାଇଥିବା ବଳି ଉତ୍ସର୍ଗରୁ କିଛି ଆଣି ନିଜର ଜୀବିକା ନିର୍ବାହ କରନ୍ତି। ଓ ଯେଉଁମାନେ ବେଦୀର ସେବାରେ ନିଯୁକ୍ତ ସେମାନେ ବେଦୀକୁ ଅଣାଯାଇଥିବା ନୈବେଦ୍ୟରୁ କିଛି ଭାଗ ପାଆନ୍ତି। 14 ସେହି ପ୍ରକାର ପ୍ରଭୁ ଆଜ୍ଞା ଦେଇଛନ୍ତି। ଯେ ସୁସମାଗ୍ଭର ଗ୍ରହଣ କରୁଥିବା ଲୋକମାନେ ସୁସମାଗ୍ଭର ପ୍ରଗ୍ଭରକମାନଙ୍କର ପ୍ରତି ପୋଷଣର ଦାୟିତ୍ୱ ନେବେ।
15 କିନ୍ତୁ ମୁଁ ଉକ୍ତ ଅଧିକାରଗୁଡ଼ିକରୁ ଗୋଟିଏ ମଧ୍ୟ କେବେ ହେଲେ ପ୍ରୟୋଗ କରି ନାହିଁ। ମୁଁ ମଧ୍ୟ କିଛି ପାଇବା ପାଇଁ ଚେଷ୍ଟା କରି ନାହିଁ। ଏହି ଉଦ୍ଦେଶ୍ୟରେ ମୁଁ ଏହା ଲେଖି ନାହିଁ। କେହି ମୋହର ଏହି ଗର୍ବର ଅଧିକାର ମୋ’ଠାରୁ ଛଡ଼ାଇ ନେଇଗଲେ ବରଂ ମୋର ମରିଯିବା ଭଲ। 16 ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ମୋର ଗର୍ବ କରିବା କିଛି ନାହିଁ। ଏହା ମୋହର କର୍ତ୍ତବ୍ୟ। ମୁଁ ଯଦି ସୁସମାଗ୍ଭର ପ୍ରଗ୍ଭର ନ କରିବି, ତେବେ ମୋ’ ଜୀବନ ଧିକ୍।
2010 by World Bible Translation Center