Revised Common Lectionary (Semicontinuous)
ଦାଉଦଙ୍କର ଗୀତ
35 ସଦାପ୍ରଭୁ ଯେଉଁମାନେ ମୋ’ ସହିତ ବିବାଦ କରୁଛନ୍ତି
ତୁମ୍ଭେ ସେମାନଙ୍କ ସହିତ ମୋ’ ନିମନ୍ତେ ଯୁଦ୍ଧ କର।
2 ସଦାପ୍ରଭୁ ତୁମ୍ଭେ ଢାଲ ଓ ସାଞ୍ଜୁ [a] ଉଠାଅ।
ଜାଗ୍ରତ ହୁଅ, ମୋର ସହାୟ ହୁଅ।
3 ଏକ ବର୍ଚ୍ଛା ଓ କୁନ୍ତ ଧର
ଓ ଯେଉଁମାନେ ମୋ’ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ଯୁଦ୍ଧ କର।
ସଦାପ୍ରଭୁ ମୋର ପ୍ରାଣକୁ କୁହ, “ଯେ ତୁମ୍ଭେ ମୋତେ ରକ୍ଷା କରିବ।”
4 କିଛି ଲୋକ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି।
ସେମାନଙ୍କୁ ନିରାଶ କର ଓ ସେମାନଙ୍କୁ ଲଜ୍ଜିତ କର।
ସେମାନଙ୍କୁ ଘଉଡ଼ାଇ ଦିଅ।
ସେହି ଲୋକମାନେ ମୋତେ ବଧ କରିବାକୁ ଯୋଜନା କରୁଥିଲେ ସେମାନଙ୍କୁ ପରାସ୍ତ କର ଓ ହତୋତ୍ସାହ କର।
5 ସେହି ଲୋକମାନଙ୍କୁ ତୁଷ ତୁଲ୍ୟ ପବନରେ ଉଡ଼ାଇ ନିଅ।
ସେମାନଙ୍କୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ।
6 ସେମାନଙ୍କ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ,
ଯାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସେମାନଙ୍କୁ ସହଜରେ ଧରି ପାରିବେ।
7 ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନାହିଁ।
ତଥାପି ସେ ଲୋକମାନେ ବିନା କାରଣରେ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ।
ସେମାନେ ମୋତେ ଯନ୍ତାରେ ପକାଇବାକୁ ଉଦ୍ୟମ କରିଥିଲେ।
8 ସଦାପ୍ରଭୁ, ସେମାନଙ୍କୁ ସେମାନଙ୍କ ଯନ୍ତାରେ ପକାଇ ଦିଅ।
ସେମାନେ ତାଙ୍କ ବାନ୍ଧିଥିବା ଜାଲରେ ନିଜେ ଧରା ପଡ଼ନ୍ତୁ।
ସେମାନଙ୍କ ଉପରେ ଅଜଣା ବିପଦ ମାଡ଼ି ଆସୁ।
9 ତା’ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବି।
ମୁଁ ଅଧିକ ଖୁସୀ ହେବି ଯେତେବେଳେ ସେ ମୋତେ ରକ୍ଷା କରିବେ।
10 ସେତେବେଳେ ମୋର ସମ୍ପୂର୍ଣ୍ଣ ଶରୀର କହିବ, “ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କେହି ନାହିଁ।
ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତା’ଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ।
ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛ,
ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଗ୍ଭହୁଁଥିଲେ।”
22 ସେତେବେଳେ ବିଲିୟମ ଆପଣା ଦୁଇ ଦାସଙ୍କ ସହିତ ଗଧ ଉପରେ ଚଢ଼ି ଯାଉଥିଲେ। ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ଆଉ ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ।
23 ଏଥିରେ ବିଲିୟମଙ୍କର ଗଧ ସଦାପ୍ରଭୁଙ୍କ ଖଡ଼୍ଗଧାରୀ ଦୂତକୁ ଦେଖିଲା। ତହୁଁ ସେ ବାଟ ଛାଡ଼ି ବିଲ ଆଡ଼କୁ ଗଲା। ତେଣୁ ବିଲିୟମ ରାଗିଯାଇ ଗଧକୁ ବାଟକୁ ଆଣିବା ପାଇଁ ପ୍ରହାର କଲା।
24 ପରେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଦୁଇ ପ୍ରାଚୀର ମଧ୍ୟରେ ଥିବା ଗଳି ପଥରେ ଠିଆ ହେଲେ। 25 ସେତେବେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇଯିବାରୁ ବିଲିୟମର ଗୋଡ଼ କାନ୍ଥରେ ଘସି ହୋଇଗଲା। ତେଣୁ ସେ ପୁନର୍ବାର ଗଧକୁ ଗ୍ଭବୁକ ମାରିଲେ।
26 ଏହା ପରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ, ସେଠାରେ ଗଧକୁ ବାମ କିମ୍ବା ଡାହାଣକୁ ଫେରିବାର ସ୍ଥାନ ନ ଥିଲା। 27 ସେତେବେଳେ ଗଧ ସଦାପ୍ରଭୁଙ୍କ ଦୂତକୁ ଦେଖି ବିଲିୟମକୁ ପିଠିରେ ଧରି ତଳେ ଶୋଇ ପଡ଼ିଲା। ଏଥିରେ ବିଲିୟମର କ୍ରୋଧ ପ୍ରଜ୍ୱଳିତ ହେଲା ଓ ଗଧକୁ ଆପଣା ଆଶାବାଡ଼ିରେ ପ୍ରହାର କଲେ।
28 ତହୁଁ ସଦାପ୍ରଭୁ ଗଧ ମୁଖରେ ଭାଷା ଦେଲେ, ତେଣୁ ସେ ବିଲିୟମକୁ କହିଲା, “ମୁଁ ତୁମ୍ଭର କ’ଣ କଲି? କାହିଁକି ତୁମ୍ଭେ ରାଗି ମୋତେ ତିନିଥର ପ୍ରହାର କଲ?”
32 ତୁମ୍ଭେମାନେ ଯେପରି ଚିନ୍ତା ନ କର ଏହା ମୋର ଇଚ୍ଛା। ଅବିବାହିତ ଲୋକ ପ୍ରଭୁଙ୍କ କାମରେ ଲାଗିଥାଏ ଓ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ। 33 କିନ୍ତୁ ଯେଉଁ ଲୋକ ବିବାହିତ, ସେ ସାଂସାରିକ ବିଷୟରେ ଲିପ୍ତ ରହି ତା’ର ପତ୍ନୀକୁ ସନ୍ତୁଷ୍ଟ କରିବା ପାଇଁ ବ୍ୟସ୍ତ ରହିଥାଏ। ଅତଏବ ସେ ଦୁଇଟି ବିଷୟ ପ୍ରତି ଧ୍ୟାନ ଦିଅ: ପତ୍ନୀକୁ ସନ୍ତୁଷ୍ଟ ଓ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା। ଜଣେ ଅବିବାହିତା ସ୍ତ୍ରୀ ଅର୍ଥାତ୍ କୁମାରୀ କନ୍ୟା ପ୍ରଭୁଙ୍କ ପାଇଁ ସମୟ ଦିଏ। 34 ସେ ତା’ର ଶରୀର ଓ ଆତ୍ମା ଉଭୟକୁ ପ୍ରଭୁଙ୍କଠାରେ ସମର୍ପିତ କରିପାରେ। କିନ୍ତୁ ଜଣେ ବିବାହିତା ସ୍ତ୍ରୀ, ଜାଗତିକତାରେ ମାତି ରହି, ନିଜ ସ୍ୱାମୀକୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ ରୁହେ। 35 ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କ ଭଲ ପାଇଁ କହୁଛି, ତୁମ୍ଭମାନଙ୍କ ଉପରେ କୌଣସି କଡ଼ା ପ୍ରତିବନ୍ଧକ ଲଗାଇବା ପାଇଁ ନୁହେଁ। ମୁଁ ଇଚ୍ଛା କରେ ଯେ ତୁମ୍ଭେମାନେ ନିଜକୁ କୌଣସି ଅନ୍ୟ କାମରେ ନ ଲଗାଇ, ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କଠାରେ ସମର୍ପଣ କର।
36 ଯଦି କେହି ନିଜର କନ୍ୟା ଗତବୟସ୍କା ହେବାର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ୟା ପ୍ରତି ଉଚିତ୍ ବ୍ୟବହାର କରୁ ନାହିଁ, ଓ ଭାବେ ଯେ କନ୍ୟାର ବିବାହ ଆବଶ୍ୟକ, ତେବେ ସେ ଯେପରି ଗ୍ଭହେଁ ସେହିପରି କରିପାରେ। ସେମାନଙ୍କର ବିବାହ କରିଦେବା ଉଚିତ୍। ଏହା ପାପ ନୁହେଁ। 37 କିନ୍ତୁ ଆଉ ଜଣେ ଲୋକ ଅଧିକ ଦୃଢ଼ମନା ଥାଇପାରେ ଯେ ବାହା ହେବା ଦରକାର ନାହିଁ। ତାହାହେଲେ ସେ ଯାହା ଗ୍ଭହେଁ ତାହା କରିବା ପାଇଁ ସ୍ୱାଧୀନତା ପାଇଛି। ଯଦି ସେ ଗ୍ଭହେଁ ତାହାର ମନରେ ଯେ ସେ ତାହାର କନ୍ୟାକୁ ବିବାହ ଦେବ ନାହିଁ, ସେ ଉଚିତ୍ କରୁଛିା 38 ଅତଏବ ଯିଏ ନିଜର କୁମାରୀ କନ୍ୟାର ବିବାହ କରାଉଛି, ସେ ଭଲ କରୁଛି ଓ ଯିଏ କୁମାରୀ କନ୍ୟାର ବିବାହ କରାଉ ନାହିଁ, ସେ ଅଧିକ ଭଲ କରୁଛି।
39 ଜଣେ ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ସେ ତା’ ସହିତ ରହିବା ପାଇଁ ବାଧ୍ୟ। ସ୍ୱାମୀ ମରିଗଲା ପରେ ସେ ଯେକୌଣସି ଅନ୍ୟ ଲୋକ ସହିତ ବିବାହ କରିବା ପାଇଁ ସ୍ୱାଧୀନ ଅଟେ। କିନ୍ତୁ ସେ ପ୍ରଭୁଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ହେବା ଉଚିତ୍। 40 ଏକ ସ୍ତ୍ରୀ ଯଦି ପୁନଃ ବିବାହ ନ କରେ, ତା’ହେଲେ ସେ ଅଧିକ ସୁଖୀ ରହିବ। ଏହା ହେଉଛି ମୋର ମତ। ମୁଁ ବିଶ୍ୱାସ କରେ ଯେ ମୋ’ ପାଖରେ ମଧ୍ୟ ପରମେଶ୍ୱରଙ୍କ ଆତ୍ମା ଅଛି।
2010 by World Bible Translation Center