Revised Common Lectionary (Semicontinuous)
15 ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟଦ୍ବକ୍ତାଙ୍କୁ ପଠାଇବେ। ଏହି ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ମଧ୍ୟରୁ ବାଛିବେ। ସେ ମୋ’ ତୁଲ୍ୟ ହେବ। ତୁମ୍ଭେମାନେ ସେହି ଭବିଷ୍ୟଦ୍ବକ୍ତାଙ୍କ କଥାକୁ ପାଳନ କରିବ। 16 ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇବେ। କାରଣ ତୁମ୍ଭେମାନେ ଏପରି କରିବାକୁ କହିଥିଲ। ଯେତେବେଳେ ତୁମ୍ଭେମାନେ ହୋରେବ ପର୍ବତ ନିକଟରେ ଏକତ୍ରିତ ହୋଇଥିଲ, ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯେମନ୍ତ ମରୁ, ‘ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ବାକ୍ୟ ପୁନର୍ବାର ନ ଶୁଣୁ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖୁ, ନଚେତ୍ ଆମ୍ଭେ ସବୁ ମରିଯିବୁ।’
17 “ସଦାପ୍ରଭୁ ମୋତେ କହିଲେ, ‘ସେମାନେ ଯାହା କହିଛନ୍ତି, ତାହା ଭଲ କହିଛନ୍ତି। 18 ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟଦ୍ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାଙ୍କୁ ଯେଉଁ ଆଜ୍ଞା ଦେବା, ତାହା ସେ ସେମାନଙ୍କୁ କହିବେ। 19 ଏହି ଭବିଷ୍ୟଦ୍ବକ୍ତାଗଣ ମୋର ବାକ୍ୟମାନ ପ୍ରଗ୍ଭର କରିବେ। ଏବଂ ସେ ଯେତେବେଳେ କହିବେ, ଯଦି କୌଣସି ଲୋକ ଏହାକୁ ଅମାନ୍ୟ କରେ, ତେବେ ଆମ୍ଭେ ସେହି ବ୍ୟକ୍ତିକୁ ଦଣ୍ତ ଦେବା।’
କିପରି ମିଥ୍ୟା ଭବିଷ୍ୟଦ୍ବକ୍ତାକୁ ଜାଣିବ
20 “କିନ୍ତୁ ଯେତେବେଳେ ଜଣେ ଭବିଷ୍ୟଦ୍ବକ୍ତା ମୋ’ ନାମରେ କୌଣସି ଅନୁଚିତ୍ କଥା କହେ, ଯାହା ମୁଁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦେଇ ନାହିଁ। ସେହି ଭବିଷ୍ୟଦ୍ବକ୍ତାର ମୃତ୍ୟୁଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତେକ ଭବିଷ୍ୟଦ୍ବକ୍ତା ଅନ୍ୟ ଦେବଗଣଙ୍କ ନାମରେ କହନ୍ତି, ତେବେ ସେହି ଭବିଷ୍ୟଦ୍ବକ୍ତାଗଣ ନିଶ୍ଚୟ ମୃତ୍ୟୁଦଣ୍ତ ପାଇବେ।
111 ସଦାପ୍ରଭୁଙ୍କର ପ୍ରଶଂସା କର।
ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ
ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
2 ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି।
ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
3 ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି
ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ।
4 ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି।
ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ।
5 ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି।
ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
6 ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ
ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ।
7 ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ
ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ।
8 ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ।
ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ।
9 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ।
ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା।
ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ।
ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି।
ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।
ମୂର୍ତ୍ତିଠାରେ ଉତ୍ସର୍ଗ ହୋଇଥିବା ପ୍ରସାଦ
8 ଏବେ ମୁଁ ମୂର୍ତ୍ତିଗୁଡ଼ିକଠାରେ [a] ଉତ୍ସର୍ଗୀକୃତ ମାଂସ ବିଷୟରେ କହିବି। ଆମ୍ଭେ ଜାଣୁ “ଆମ୍ଭ ସମସ୍ତଙ୍କ ପାଖରେ ଜ୍ଞାନ ଅଛି।” କିନ୍ତୁ “ଜ୍ଞାନ” ତୁମ୍ଭମାନଙ୍କୁ ଅହଂକାରୀ କରିଦିଏ। 2 କିନ୍ତୁ ପ୍ରେମ ଅନ୍ୟମାନଙ୍କୁ ବଳିଷ୍ଠ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ କରେ। ଯଦି କିଏ ଭାବେ ଯେ, ସେ କିଛି ଜାଣେ ତା’ହେଲେ ସେ ଯେ ମୂର୍ଖ ଏହା ଜାଣି ରଖିବା ଉଚିତ୍। 3 କିନ୍ତୁ ଯିଏ ପରମେଶ୍ୱରଙ୍କୁ ପ୍ରେମ କରେ, ପରମେଶ୍ୱର ତାହାର ପରିଚୟ ନିଅନ୍ତି।
4 ଅତଏବ ମାଂସ ଖାଇବା ବିଷୟରେ ମୁଁ ଏହା କହେ ଯେ, ଆମ୍ଭେ ଜାଣୁ ଯେ ଜଗତରେ ପ୍ରକୃତରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ୱର ଅଛନ୍ତି। 5 ଆକାଶ ବା ପୃଥିବୀରେ ଅନେକଗୁଡ଼ିଏ ତଥା-କଥିତ ଦେବତା ଥାଇ ପାରନ୍ତି (ଲୋକେ ଅନେକ ବସ୍ତୁକୁ “ଦେବଗଣ” ଓ “ପ୍ରଭୁଗଣ” ବୋଲି କହୁଛନ୍ତି, କିନ୍ତୁ ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ।) 6 କିନ୍ତୁ ଆମ୍ଭ ପାଇଁ ଜଣେ ପରମେଶ୍ୱର ଅଛନ୍ତି। ସେ ଆମ୍ଭର ପରମପିତା। ସମସ୍ତ ବିଷୟ ତାହାଙ୍କଠାରୁ ଆସେ, ଓ ଆମ୍ଭେ ତାହାଙ୍କ ପାଇଁ ଜୀବିତ ଅଛୁ। ପ୍ରଭୁ କେବଳ ଜଣେ। ସେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ପ୍ରତ୍ୟେକ ବିଷୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ନିର୍ମିତ, ଓ ସେ ଆମ୍ଭମାନଙ୍କୁ ଜୀବନ ଦେଇଛନ୍ତି।
7 କିନ୍ତୁ ଏହି ଜ୍ଞାନ ସମସ୍ତଙ୍କ ପାଖରେ ନାହିଁ। କେତେକ ଲୋକ ପୂର୍ବ ଅଭ୍ୟାସ ଯୋଗୁଁ ଏବେ ସୁଦ୍ଧା ମୂର୍ତ୍ତି ଉପାସନା କରନ୍ତି। ଏବଂ ମାଂସ ଖାଇବା ବେଳେ, ତାହା ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏ ପ୍ରସାଦ ବୋଲି ମନେ କରନ୍ତି। ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ଏ ସମ୍ବନ୍ଧରେ ସେମାନଙ୍କର ନିଶ୍ଚିତ ବୋଧ ନାହିଁ। ଅତଏବ, ଖାଇଲା ବେଳେ ନିଜେ ନିଜକୁ ଦୋଷୀ ମନେ କରନ୍ତି। 8 ଖାଦ୍ୟ ଆମକୁ ପରମେଶ୍ୱରଙ୍କ ନିକଟବର୍ତ୍ତୀ କରାଏ ନାହିଁ। ଖାଦ୍ୟ ନ ଖାଇବା ଦ୍ୱାରା ପରମେଶ୍ୱରଙ୍କ ସହ ଆମର ସମ୍ପର୍କରେ କ୍ଷତି ହୁଏ ନାହିଁ, ଓ ଖାଇବା ଦ୍ୱାରା ଆମ୍ଭର କିଛି ଲାଭ ମଧ୍ୟ ହୁଏ ନାହିଁ।
9 କିନ୍ତୁ ନିଜର ସ୍ୱାଧୀନତା ବିଷୟରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ୱାଧୀନତା, ଦୁର୍ବଳ ବିଶ୍ୱାସୀମାନଙ୍କୁ ପାପରେ ନ ପକାଉ। 10 ତୁମ୍ଭମାନଙ୍କର ହିତାହିତ ଜ୍ଞାନ ଅଛି। ତେଣୁ ତୁମ୍ଭେ ଦେବ ମନ୍ଦିର ଭୋଜନ ଶାଳାରେ ବସି ଖାଇବା ପାଇଁ ଉଚିତ୍ ମନେ କରିପାର। କିନ୍ତୁ କୌଣସି ଦୁର୍ବଳ ବିଶ୍ୱାସୀ, ସେଠାରେ ତୁମ୍ଭମାନଙ୍କୁ ଦେଖି ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ମାଂସ ଖାଇବାକୁ ସାହସ ପାଇବ। ସେ ଏପରି କରିବା ଭୁଲ୍ ଜାଣି ମଧ୍ୟ ଏହାକୁ ଖାଇବ। 11 ଅତଏବ ସେହି ଦୁର୍ବଳ ବିଶ୍ୱାସୀ ଯାହା ନିମନ୍ତେ ଯୀଶୁ ଖ୍ରୀଷ୍ଟ ପ୍ରାଣତ୍ୟାଗ କରିଛନ୍ତି, ତାହାର ଆତ୍ମିକ ପତନ ପାଇଁ ତୁମ୍ଭେ ଦାୟୀ ହେବ। 12 ତୁମ୍ଭେମାନେ ଖ୍ରୀଷ୍ଟିୟ ଭାଇ ଓ ଭଉଣୀମାନଙ୍କ ବିରୁଦ୍ଧରେ ପାପ କରୁଛ, ଓ ସେମାନେ ଭୁଲ୍ ବୋଲି ଅନୁଭବ କରୁଥିବା କାମଗୁଡ଼ିକ କରିବାକୁ ଉତ୍ସାହିତ କରି ସେମାନଙ୍କ ବିବେକକୁ ଆଘାତ ଦେଉଛ। ଏହା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ମଧ୍ୟ ପାପ କରୁଛ। 13 ଯଦି ମୋର ମାଂସ ଖାଇବା ଦ୍ୱାରା ମୋ’ ଭାଇ ପାପରେ ପଡ଼ିବ, ତା’ହେଲେ ମୁଁ ଭବିଷ୍ୟତରେ ଆଉ ମାଂସ ଖାଇବି ନାହିଁ। ଏପ୍ରକାରେ ମୁଁ ମୋ’ ଭାଇର ବିଘ୍ନର କାରଣ ହେବି ନାହିଁ।
ଯୀଶୁ ଦୁଷ୍ଟାତ୍ମାକୁ ସୁସ୍ଥ କଲେ(A)
21 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଗଲେ। ବିଶ୍ରାମ ଦିବସ [a]ରେ ଯୀଶୁ ସମାଜଗୃହକୁ ଯାଇ ସେଠାରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। 22 ଯୀଶୁଙ୍କ ଶିକ୍ଷା ଶୁଣି ସେଠାକାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଯୀଶୁ ସେମାନଙ୍କୁ ଧର୍ମଶାସ୍ତ୍ରୀଙ୍କ ପରି ଶିକ୍ଷା ନ ଦେଇ ଜଣେ ଅଧିକାର ପାଇଥିବା ବ୍ୟକ୍ତିଙ୍କ ଭଳି ଶିକ୍ଷା ଦେଲେ। 23 ଯୀଶୁ ସମାଜଗୃହ [b]ରେ ଥିବା ସମୟରେ ସେଠାରେ ଏପରି ଜଣେ ଲୋକ ଥିଲା, ଯାହାଙ୍କର ଦେହରେ ଭୂତଟିଏ ପ୍ରବେଶ କରି ରହିଥିଲା। ସେ ଲୋକଟି ପାଟି କରି କହିଲା, 24 “ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭକୁ ଧ୍ୱଂସ କରିଦେବାକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ବ୍ୟକ୍ତି।”
25 ଯୀଶୁ ଭର୍ତ୍ସନା କରି କହିଲେ, “ଚୁପ୍ କର, ଏହାଠାରୁ ବାହାରିଯା।” 26 ଦୁଷ୍ଟାତ୍ମା ଲୋକଟିକୁ ଦୋହଲାଇ ଦେଲା। ତା’ପରେ ସେ ଖୁବ୍ ଜୋର୍ରେ ଚିତ୍କାର କରି ସେହି ଲୋକଟି ଭିତରୁ ବାହାରି ଗଲା।
27 ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରସ୍ପର କୁହାକୁହି ହେଲେ, “ଏଠାରେ କ’ଣ ସବୁ ଘଟୁଛି? ଏ ଲୋକଟି ଆମ୍ଭକୁ କିଛି ନୂଆ ଶିକ୍ଷା ଦେଉଛି ଏବଂ ସେ ଅଧିକାର ସହିତ ଶିକ୍ଷା ଦେଉଛି। ସେ ଭୂତମାନଙ୍କୁ ମଧ୍ୟ ଆଜ୍ଞା ଦେଉଛି ଓ ଭୂତମାନେ ତା’ କଥା ମାନୁଛନ୍ତି।” 28 ତେଣୁ ଯୀଶୁଙ୍କ ବିଷୟରେ ଗାଲିଲୀ ଅଞ୍ଚଳର ଗ୍ଭରିଆଡ଼େ ଖୁବ୍ ଶୀଘ୍ର ଖବର ବ୍ୟାପିଗଲା।
2010 by World Bible Translation Center