Revised Common Lectionary (Semicontinuous)
111 ସଦାପ୍ରଭୁଙ୍କର ପ୍ରଶଂସା କର।
ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ
ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
2 ସଦାପ୍ରଭୁ ଆଶ୍ଚର୍ଯ୍ୟ କର୍ମମାନ କରନ୍ତି।
ଯେଉଁମାନେ ତାଙ୍କୁ ଗ୍ଭହାନ୍ତି ସେମାନେ ସମସ୍ତେ ଆଗ୍ରହରେ ଅପେକ୍ଷା କରନ୍ତି।
3 ପରମେଶ୍ୱର ବାସ୍ତବରେ ଗୌରବପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ କରନ୍ତି
ଓ ତାଙ୍କର ଉତ୍ତମତା ଅନନ୍ତକାଳସ୍ଥାୟୀ।
4 ସେ ଆପଣାର ଆଶ୍ଚର୍ଯ୍ୟ କର୍ମମାନ ସବୁ ସ୍ମରଣ କରାଇଛନ୍ତି।
ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମୟ।
5 ଯେଉଁମାନେ ତାଙ୍କୁ ଭୟ କରନ୍ତି ଏବଂ ସମ୍ମାନ ଦିଅନ୍ତି ସେ ସେମାନଙ୍କୁ ଖାଦ୍ୟ ଦିଅନ୍ତି।
ସେ ସଦାକାଳ ଆପଣା ଚୁକ୍ତି ସ୍ମରଣ କରନ୍ତି।
6 ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ
ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଥିଲେ।
7 ତାହାଙ୍କ ଦ୍ୱାରା ହୋଇଥିବା ଆଜ୍ଞାସବୁ ସତ୍ୟ
ଓ ତାଙ୍କର ନିୟମସବୁ ବିଶ୍ୱାସ ଯୋଗ୍ୟ।
8 ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନନ୍ତ କାଳସ୍ଥାୟୀ।
ତାଙ୍କର ଆଜ୍ଞା ବିଶ୍ୱସ୍ତତା ଓ ସରଳତାରେ ସାଧିତ କରାଯାଏ।
9 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ରକ୍ଷା କଲେ।
ସେ ଗୋଟିଏ ଚୁକ୍ତି କଲେ ଏବଂ ଏହା ଅନନ୍ତକାଳସ୍ଥାୟୀ ହୋଇ ରହିଲା।
ତାଙ୍କର ନାମ ପବିତ୍ର ଏବଂ ଭୟଙ୍କର।
10 ଜ୍ଞାନ ପରମେଶ୍ୱରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ।
ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସେମାନେ ଜ୍ଞାନୀ ଅଟନ୍ତି।
ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାଯିବ।
ମିଥ୍ୟାବାଦୀ ଭବିଷ୍ୟଦ୍ବକ୍ତା
13 “ଯଦି କୌଣସି ଭବିଷ୍ୟଦ୍ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ତୁମ୍ଭମାନଙ୍କୁ କୌଣସି ଆଶ୍ଚର୍ଯ୍ୟ କର୍ମମାନ ଦେଖାଏ ବା କୌଣସି ଚିହ୍ନ ଦେଖାଏ, 2 ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ଯଦି ସଫଳ ହୁଏ, ତୁମ୍ଭେ ସେମାନଙ୍କୁ ଜାଣି ନାହିଁ, ଏପରି ଅନ୍ୟ ଦେବଗଣଙ୍କ ବିଷୟରେ କହେ, ‘ଆସ ଆମ୍ଭେମାନେ ସେମାନଙ୍କର ପଶ୍ଚାଦ୍ଗାମୀ ହେବା ଓ ସେମାନଙ୍କ ସେବା କରିବା।’ 3 ସେହି ଲୋକମାନଙ୍କର କଥା ଶୁଣ ନାହିଁ। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରିଅଛ କି ନାହିଁ, ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି। 4 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚାଦ୍ଗମନ କରିବ। ତାହାଙ୍କୁ ଭୟ କରିବ। ତାହାଙ୍କ ଆଜ୍ଞା ସବୁ ପାଳନ କରିବ। ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେବ। ତାଙ୍କର ସେବା କରିବ। ଏବଂ ତାଙ୍କଠାରେ ଆସକ୍ତି ହେବ। 5 ତୁମ୍ଭେମାନେ ସେହି ଭବିଷ୍ୟଦ୍ବକ୍ତା ବା ସ୍ୱପ୍ନ ଦର୍ଶକକୁ ପ୍ରାଣ ଦଣ୍ତ ଦେବା ଉଚିତ୍। କାରଣ ସେହି ବ୍ୟକ୍ତିଟି ମୋର ଲୋକମାନଙ୍କୁ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ପ୍ରତାରିତ କଲା, ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ ଓ ଦାସତ୍ୱରୁ ତୁମ୍ଭମାନଙ୍କୁ ମୁକ୍ତ କଲେ। ସେହି ବ୍ୟକ୍ତିଟି ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରକୁ ନେବାକୁ ଚେଷ୍ଟା କରୁଛି। ଯାହା ସେ ତୁମ୍ଭମାନଙ୍କୁ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଉପାୟରେ ତୁମ୍ଭ ମଧ୍ୟରେ ଥିବା କୁକର୍ମ ଦୂର କରି ପାରିବ।
ଭୂତ କବଳରୁ ଦୁଇଜଣଙ୍କୁ ମୁକ୍ତି(A)
28 ଯୀଶୁ ହ୍ରଦର ଆରପଟରେ ଥିବା ଗାଦରୀୟ [a] ଲୋକଙ୍କ ରାଜ୍ୟରେ ପହଞ୍ଚିଲେ। ଭୂତଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ବହୁତ ଭୟଙ୍କର ଥିଲେ। 29 ସେମାନଙ୍କ ନିମନ୍ତେ କେହି ସେହି ବାଟେ ଯାଇପାରୁ ନ ଥିଲେ। ସେମାନେ ପାଟିକରି କହିଲେ, “ହେ ପରମେଶ୍ୱରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ’ଣ ଗ୍ଭହୁଁଛ? ଉପଯୁକ୍ତ ସମୟ ପୂର୍ବରୁ ତୁମ୍ଭେ କ’ଣ ଆମ୍ଭକୁ ଦଣ୍ଡ ଦେବା ପାଇଁ ଆସିଛ?”
30 ସେତେବେଳେ ସେଠାରୁ କିଛି ଦୂରରେ ଗୋଟିଏ ବିରାଟ ଘୁଷୁରିପଲ ଚରୁଥିଲେ। 31 ଭୂତମାନେ ତାହାଙ୍କୁ ବିନୀତ ଅନୁରୋଧ କଲେ, “ତୁମ୍ଭେ ଯଦି ଆମ୍ଭକୁ ଏ ମଣିଷଙ୍କ ଦେହରୁ ତଡ଼ିଦେବାକୁ ଗ୍ଭହୁଁଛ, ତେବେ ଆମ୍ଭକୁ ଏ ଘୁଷୁରି ପଲରେ ଛାଡ଼ିଦିଅ।”
32 ଯୀଶୁ ସେମାନଙ୍କୁ କହିଲେ, “ଯାଅ!” ତେଣୁ ଭୂତମାନେ ମଣିଷଙ୍କ ଦେହରୁ ବାହାରି ଘୁଷୁରିମାନଙ୍କ ଦେହକୁ ଗ୍ଭଲିଗଲେ। ତା’ପରେ ସେହି ଘୁଷୁରିପଲ ତୀଖ ପାହାଡ଼ରୁ ତଳକୁ ଗଡ଼ିଯାଇ ଶେଷରେ ହ୍ରଦରେ ବୁଡ଼ିଗଲେ। 33 ସେଠାରେ ଘୁଷୁରି ଚରାଉଥିବା ଲୋକେ ଥିଲେ। ସେମାନେ ନଗରକୁ ଦୌଡ଼ି ପଳାଇଲେ। ସେଠାରେ ଲୋକଙ୍କ ଆଗରେ ଘୁଷୁରିପଲ ଓ ଭୂତଗ୍ରସ୍ତ ଲୋକଙ୍କ ବିଷୟରେ ଯାହା ଯାହା ଘଟିଥିଲା, ସବୁକଥା ଗୋଟି ଗୋଟି କରି କହିଗଲେ। 34 ତା’ପରେ ନଗରର ସବୁ ଲୋକେ ଯୀଶୁଙ୍କୁ ଭେଟିବାକୁ ଆସିଗଲେ। ସେମାନେ ଯୀଶୁଙ୍କୁ ଦେଖି, ତାହାଙ୍କୁ ସେମାନେ ସେହି ଅଞ୍ଚଳ ଛାଡ଼ି ଗ୍ଭଲିଯିବା ପାଇଁ ବିନତି କଲେ।
ଯୀଶୁ ଗୋଟିଏ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ(B)
9 ଯୀଶୁ ନୌକାରେ ବସି ହ୍ରଦର ଆର ପଟେ ଥିବା ନିଜ ନଗରକୁ ଫେରିଗଲେ।
2010 by World Bible Translation Center