Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 46

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।

46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
    ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
    ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
    ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ।

ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
    ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
    ଏହା କେବେ ବି ଧ୍ୱଂସ ପାଇବ ନାହିଁ।
    ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
    ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
    ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।

ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
    ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
    ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।

10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
    ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
    ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”

11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
    ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ।

ହିତୋପଦେଶ 8:1-21

ଜ୍ଞାନ ଓ ଉତ୍ତମ ସ୍ତ୍ରୀ

ଶୁଣ, ଜ୍ଞାନ ତାଙ୍କଠାରୁ
    ଶୁଣିବାକୁ ଡାକୁଛନ୍ତି।
ମୋ’ ପଥ ପାର୍ଶ୍ୱସ୍ଥ ଉଚ୍ଚସ୍ଥାନରେ ଠିଆ ହୁଏ।
    ସେ ପ୍ରତ୍ୟେକ ସଂଯୋଗ ରାସ୍ତାରେ ଠିଆ ହୁଏ।
ସେ ନଗରଦ୍ୱାର ନିକଟରେ
    ଠିଆ ହୁଏ ଏବଂ ଡାକେ।

ଜ୍ଞାନୀ କହେ, “ହେ ମନୁଷ୍ୟଗଣ ମୁଁ ତୁମ୍ଭମାନଙ୍କୁ ଡାକୁଅଛି।
    ମୁଁ ପ୍ରତ୍ୟେକ ଲୋକଙ୍କୁ ଡାକେ।
ଯଦି ତୁମ୍ଭମାନଙ୍କର ଅଭିଜ୍ଞତା ନାହିଁ, ତୁମ୍ଭେ ଜ୍ଞାନୀ ହୁଅ।
    ହେ ନିର୍ବୋଧମାନେ, ତୁମ୍ଭେମାନେ ସୁବିବେଚନା କର।
ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷୟ କହିବି।
    ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି।
    ଯାହା ମୋ’ ପାଟିରୁ ବାହାରିବ।
ମୋର ବାକ୍ୟସବୁ ସତ୍ୟ ଅଟେ।
    ମୁଁ ଦୁଷ୍ଟତା ଛଳନାକୁ ଘୃଣା କରେ।
ମୁଁ ଯାହା କହେ, ତାହା ସତ୍ୟ ଓ ଯଥାର୍ଥ।
    ମୋର ବାକ୍ୟରେ ମିଥ୍ୟା କିମ୍ବା କୁଟିଳତା ନ ଥାଏ।
ଯେ ତାହା ସବୁ ବୁଝେ ସେସବୁ ତା’ ପାଇଁ ସ୍ପଷ୍ଟ।
    ଯେଉଁ ବ୍ୟକ୍ତିର ଜ୍ଞାନ ଅଛି, ସେ ସବୁ ବୁଝେ।
10 ମୋର ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ୟବାନ୍।
    ଏହା ମଧ୍ୟ ଗିନି ସୁନାଠାରୁ ମୂଲ୍ୟବାନ୍।
11 ଜ୍ଞାନ ମୁକ୍ତାଠାରୁ ମୂଲ୍ୟବାନ,
    ତୁମ୍ଭେ ଯାହା ଆଶା କରୁଛ ତାହା ଏହାଠାରୁ ଅଧିକ ମୂଲ୍ୟବାନ।

ଜ୍ଞାନ କ’ଣ କରିପାରେ

12 “ମୁଁ ହେଉଛି ଜ୍ଞାନ, ମୁଁ ସାବଧାନତାର ସହିତ ବାସ କରିଛି।
    ମୁଁ ଜ୍ଞାନ ଓ ଉତ୍ତମ ପରିଣାମ ସହିତ ପାଇଥାଏ।
13 ଯଦି କେହି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ,
    ତେବେ ସେ ଲୋକ କୁକର୍ମକୁ ଘୃଣା କରିବ।
    ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।
14 ମନ୍ତ୍ରଣା ଓ ତତ୍ତ୍ୱଜ୍ଞାନ ମୋ’ଠାରେ ଥାଏ।
    ମୁଁ ହିଁ ‘ସୁବିବେଚନା’ ମୋ’ଠାରେ ବଳ ଅଛି।
15 ମୋ’ ମାଧ୍ୟମରେ ରାଜାମାନେ ରାଜତ୍ୱ କରନ୍ତି।
    ଶାସନକର୍ତ୍ତାମାନେ ମୋ’ ଦ୍ୱାରା ଯଥାର୍ଥ ବିଗ୍ଭର କରନ୍ତି।
16 ମୋ’ ଦ୍ୱାରା ରାଜକୁମାରୀ ଏବଂ ଶ୍ରେଷ୍ଠଗଣ ଶାସନ କରନ୍ତି,
    ଯେଉଁମାନେ ଲୋକଙ୍କୁ ନିଷ୍କପଟ ଭାବରେ ଶାସନ କରନ୍ତି।
17 ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ।
    ଯେଉଁମାନେ ଚେଷ୍ଟା କରନ୍ତି, ମୋର ଅନ୍ୱେଷଣ କରନ୍ତି, ସେମାନେ ମୋତେ ପାଆନ୍ତି।
18 ମୋ’ ସହିତ ଧନସମ୍ପଦ ଓ ସମ୍ମାନ ଅଛି।
    ମୁଁ ସତ୍ୟର ସମ୍ପତ୍ତି ଓ ଧାର୍ମିକତା ଦେଉଛି।
19 ମୋର ଫଳ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ଅଟେ।
    ମୋର ଆୟୁ ରୂପା ଅପେକ୍ଷା ଉତ୍ତମ ଅଟେ।
20 ମୁଁ ଧାର୍ମିକତାର ମାର୍ଗରେ,
    ବିଗ୍ଭରର ପଥ ମଧ୍ୟରେ ଗମନ କରେ।
21 ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସବୁ ସମ୍ପତ୍ତିର ଅଧିକାରୀ କରେ।
    ସେମାନଙ୍କ ଭଣ୍ଡାର ପୂର୍ଣ୍ଣ କରେ।

ମାର୍କ ଲିଖିତ ସୁସମାଗ୍ଭର 3:13-19

ଯୀଶୁ ବାରଜଣ ପ୍ରେରିତ [a]ଙ୍କୁ ମନୋନୀତ କଲେ(A)

13 ତା’ପରେ ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ। ସେ ଯେଉଁ ଲୋକମାନଙ୍କୁ ଗ୍ଭହିଁଲେ, ସେମାନଙ୍କୁ ତାହାଙ୍କ ପାଖକୁ ଆସିବାକୁ କହିଲେ। ସେମାନେ ଯୀଶୁଙ୍କ ପାଖକୁ ଗଲେ। 14 ଯୀଶୁ ସେମାନଙ୍କ ମଧ୍ୟରୁ ବାରଜଣଙ୍କୁ ବାଛି ପ୍ରେରିତ ବୋଲି ନାମିତ କଲେ। ଯୀଶୁ ଗ୍ଭହୁଁଥିଲେ ଯେ ସେମାନେ ତାହାଙ୍କ ସହିତ ରହିବେ। ସେ ସେମାନଙ୍କୁ ପ୍ରଗ୍ଭର ଉଦ୍ଦେଶ୍ୟରେ ଅନ୍ୟ ସ୍ଥାନ ଗୁଡ଼ିକୁ ପଠାଇବେ ଓ 15 ଲୋକମାନଙ୍କ ଦେହରୁ ଭୁତମାନଙ୍କୁ ତଡ଼ିଦେବା ପାଇଁ ସେମାନଙ୍କର ଅଧିକାର ରହିବ। 16 ଯୀଶୁ ମନୋନୀତ କରିଥିବା ବାରଜଣଙ୍କ ନାମ ଏହିଭଳି;

ଶିମୋନ (ଯାହାଙ୍କୁ ସେ ପିତର ବୋଲି ନାମ ଦେଲେ)।

17 ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ (ଯେଉଁମାନଙ୍କୁ ସେ ବିନେରିଗୋଷ୍ ଅର୍ଥାତ “ମେଘ ଗର୍ଜ୍ଜନର ପୁତ୍ର” ନାମ ଦେଲେ)।

18 ଆନ୍ଦ୍ରିୟ,

ଫିଲି‌ପ୍‌ପ,

ବାର୍ଥଲମି,

ମାଥିଉ,

ଥୋମା,

ଆଲଫିଙ୍କ ପୁତ୍ର ଯାକୁବ,

ଥଦ୍ଦୀୟ,

କିଣାନୀୟ ବା ଉ‌ଦ୍‌ଯୋଗୀ ଶିମୋନ ଜିଲୋଟ [b]

19 ତଥା ଇଷ୍କାରିୟୋତ ଯିହୂଦା। ଏହି ଯିହୂଦା ପରେ ପ୍ରବଞ୍ଚନା କରି ଯୀଶୁଙ୍କୁ ଶତ୍ରୁ ହସ୍ତରେ ଅର୍ପଣ କରିଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center